Welcome To BN News . Always With Common People .

Breaking

Showing posts with label OD National. Show all posts
Showing posts with label OD National. Show all posts

Monday, 8 April 2019

11:45

ରାଜନୈତିକ ଦଳଙ୍କୁ ଆର୍‌ଟିଆଇ ପରିସରକୁ ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନ


ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆଇନ ଅଧୀନରେ ସମସ୍ତ ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନିକ କର୍ତ୍ତୃପକ୍ଷ (ପବ୍ଲିକ୍‌ ଅଥରିଟୀ) ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ କୁହାଯାଇଛି, ଜନପ୍ରତିନିଧି ଆଇନର ଧାରା ୨୯-ଗ ଅନୁଯାୟୀ ରାଜନୈତିକ ଦଳ ଗ୍ରହଣ କରୁଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ନିର୍ବାଚନ କମିଶନ (ଇସି) ରାଜନୈତିକ ଦଳଗୁଡିକୁ ନିର୍ବାଚନ ଚିହ୍ନ ପ୍ରଦାନ କରିଥାନ୍ତି। ଆଚରଣ ବିଧି ଉଲ୍ଲଂଘନ ହେଲେ ଦଳର ସ୍ବୀକୃତି ପ୍ରତ୍ୟାହାର କ୍ଷମତା ଇସିଙ୍କର ରହିଛି। ସେହି କାରଣରୁ ଆର୍‌ଟିଆଇର ଧାରା ୨(ଏଚ୍‌) ଏବଂ ଆରପିଏର ଧାରା ୨୯-କ, ୨୯-ଖ ଏବଂ ୨୯-ଗ ଅନୁଯାୟୀ ରାଜନୈତିକ ଦଳଗୁଡିକୁ ପବ୍ଲିକ୍‌ ଅଥରିଟୀ ଭାବେ ଅଦାଲତ ଘୋଷଣା କରିପାରିବେ ବୋଲି ପିଟିଶନରେ କୁହାଯାଇଛି। ସେଥିପାଇଁ ରାଜନୈତିକ ଦଳଗୁଡିକୁ ୪ ସପ୍ତାହ ମଧ୍ୟରେ ଜନସମ୍ପର୍କ ଅଧିକାରୀ ଓ ଆପିଲେଟ୍‌ ଅଧିକାରୀ ନିଯୁକ୍ତ କରିବା ଏବଂ ଆର୍‌ଟିଆଇ ଆଇନରେ ତଥ୍ୟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି।

11:43

ଚୀନର ନିମନ୍ତ୍ରଣକୁ ପୁଣି ଭାରତର ପ୍ରତ୍ୟାଖ୍ୟାନ


ଚୀନ ତରଫରୁ ମିଳିଥିବା ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହି ବୈଠକ ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ଏଭଳି କାମ ଦ୍ୱିତୀୟ ଥର ପାଇଁ କରିଛି । ପୂର୍ବରୁ ମଧ୍ୟ ଚୀନର ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା ।
ଏହା ପୂର୍ବରୁ ଭାରତ ୨୦୧୭ରେ ମଧ୍ୟ ଚୀନର ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ସ୍ୱୀକାର କରି ନଥିଲା । ଚୀନର ମାନସିକ ସ୍ଥିତି ଭଲ ନଥବାରୁ ଭାରତ ବାରମ୍ବାର ନିମନ୍ତ୍ରଣ ପତ୍ରକୁ ଅସ୍ୱୀକାର କରୁଛି । ପାକିସ୍ତାନ ସହିତ ମିଶି ଚୀନ ଗୁରୁତ୍ୱପୂର୍ଣ୍ଣ ଚୀନ-ପାକିସ୍ତାନ ଇକୋନୋମିକ କରିଡର କରୁଛି । ଏହାକୁ ଭାରତ ବିରୋଧ କରୁଛି । ଏହି ପ୍ରକଳ୍ପ ବିବାଦୀୟ ଗିଲଗିଟ-ବାଲଟିସ୍ତାନ ଅଂଚଳ ଦେଇ ଯାଉଛି ।
ଚୀନର ଆଶା ଥିଲା ଯେ, ଭାରତ ବିଆରଆଇ ଉପରେ ନିଜର ଷ୍ଟାଣ୍ଡରେ ପରିବର୍ତ୍ତନ ଆଣିବ ଏବଂ ବିଆରଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବ । ବିଗତ ବର୍ଷରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚୀନ ଏହା ଆଶା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୁହାନରେ ହୋଇଥିବା ଔପଚାରିକ ସାକ୍ଷାତ ପରେ ଏହି ସମ୍ମିଳନୀରେ ଭାରତ ଯୋଗଦେବ ବୋଲି ଚୀନ ଆଶା କରିଥିଲା ।
ଚୀନ ପ୍ରଶାସନ ଜରିଆରେ ବିଦେଶ ମନ୍ତ୍ରାଳୟକୁ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ମିଳିଥିଲା । ଭାରତ ପୁଣି ଥରେ ସିପିଇସିକୁ ନେଇ ଚିନ୍ତା କରି ଏଥିରେ ଅଂଶଗ୍ରହଣ ନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । କୁହାଯାଉଛି ଯେ, ପେଇଚିଂରେ ହେବାକୁ ଥିବା ଏହି ସମ୍ମିଳନୀରେ କୌଣସି ଭାରତୀୟ ଭାଗ ନେବେ ନାହିଁ ।

Monday, 1 April 2019

20:30

ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନା



ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି। ଅନ୍ୟପକ୍ଷରେ ଏହି ପ୍ରସ୍ତବାକୁ ଚାଇନା ପକ୍ଷରୁ ବିଳମ୍ବ କରାଯାଉଥିବା ଅଭିଯୋଗ ଆଣି ଆମେରିକା ସିଧା ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରିବାକୁ ସମାଲୋଚନା କରିଛି ଚାଇନା। ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବ ପାରିତ ହେବା ଆଗରୁ ଚାଇନା ଏକମାତ୍ର ସଦସ୍ୟ ରାଷ୍ଟ୍ର ଭାବରେ ଏହାକୁ ବିରୋଧ କରୁଛି ଏବଂ ଭିଟୋ ଲଗାଇ ଏଥିରେ ବାଧକ ସାଜିଆସିଛି।
ଚାଇନା ବାରମ୍ବାର ନିଜ ସପକ୍ଷରେ ଓକିଲାତି କରି କାରଣ ଦେଇଆସିଛି ଭାରତ ମାସୁଦ୍ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଇପାରିନାହିଁ ଏବଂ ତାଙ୍କ ଦେଶ ଏହି ମାମଲାକୁ ବିଚାର କରୁଛି ଓ ଟେକ୍ନିକାଲ ସମସ୍ୟା ବୋଲି କହି ଚାଇନା ଏହାକୁ ଟାଳି ଆସୁଛି।
କିନ୍ତୁ ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଥିଲେ, 'ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ନେଇ ଆବେଦନ ପରେ ଚାଇନା ବିଭିନ୍ନ ପକ୍ଷ ସହିତ ଆଲୋଚନା କରୁଛି ଏବଂ ପ୍ରକ୍ରିୟା ସକାରାତ୍ମକ ରହିଛି। ଆମେରିକା ମଧ୍ୟ ଏହି ବିଷୟରେ ଅବଗତ ଅଛି।'

ଜାତିସଂଘର ଆତଙ୍କୀ ନିରୋଧୀ 1267 କମିଟିରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ର ମିଳିତ ପ୍ରସ୍ତାବକୁ ଚାଇନା ଭିଟୋ ଲଗାଇ ଅଟକାଇବା ପରେ ଆମେରିକା ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ ନେବାକୁ ନେଇ ଚାଇନା ଆମେରିକା ଉପରେ ଖପ୍ପା ଥିବା ଏହି ଅବସରରେ ଚାଇନାର ମୁଖପାତ୍ର ଜଣାଇଥିଲେ।
ପାକିସ୍ତାନର ବନ୍ଧୁରାଷ୍ଟ୍ର କୁହାଯାଉଥିବା ଚାଇନା ଏଭଳି ନୂଆ ନୂଆ କାରଣ ଦର୍ଶାଇ ମାସୁଦର ଢାଲ ବୋଲି ପ୍ରମାଣିତ କରିଆସିଛି। ସୂଚନାଯୋଗ୍ୟ ଯେ, ମାସୁଦର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ହିଁ ପୁଲ୍ଓ୍ବାମା ଆତ୍ମଘାତୀ ବିସ୍ଫୋରଣର କାର୍ପଟଦାର ବୋଲି ନିଜେ ମାନି ସାରିଛି। କିନ୍ତୁ ଏହାକୁ ପାକିସ୍ତାନ ମନୁନଥିବାବେଳେ ଏଭଳି ଅମାନୁଷିକ ଘଟଣା ମଧ୍ୟ ଚାଇନା ଉପରେ ପ୍ରଭାବ ପକାଇ ପାରିନାହିଁ।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଜୋର ଜବରଦସ୍ତ ଏହି ପ୍ରସ୍ତାବୁ ପାରିତ କରିବାକୁ ଚାହୁଁଛି। ଆମେ ଭାବୁଛୁ ଏହା ଗଠନମୂଳକ ପଦକ୍ଷେପ ହେବନି। ଆମେ ଭାବୁଛୁ ବିଭିନ୍ନ ପକ୍ଷ ଆଲୋଚନା କରି ଏହାର ସମାଧାନ କରିବା ଆବଶ୍ୟକ। ଏହା ସୁରକ୍ଷା ପରିଷଦର ନିୟମ ଏବଂ ବ୍ୟବସ୍ଥା ବିରୋଧୀ। ଏହା ଜୋରକରି ପାରିତ ହେଲେ ସମାଧାନ ହେବନି ବରଂ ପ୍ରସଙ୍ଗକୁ ଜଟିଳ କରିବ। ଏହା ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିପାରିବ ନାହିଁ।
ପୂର୍ବରୁ ଭାରତ ପକ୍ଷରୁ ଆତଙ୍କୀଙ୍କ ଭୂସ୍ବର୍ଗ ପାକିସ୍ତାନ ବାବଦରେ ଜାତିସଂଘରେ ଯୁକ୍ତି ରଖାସରିଛି। ସେଠାରେ ଆତଙ୍କବାଦୀମାନେ ଖୋଲାରେ ବୁଲୁଥିଲେ ମଧ୍ୟ, ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସରକାର ଏହା ମାନିବାକୁ ନାରାଜ।
10:49

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍‌ପିଏ



ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍କ ଏନ୍‌ପିଏ ପରିମାଣ ବୃଦ୍ଧି ପାଇ ୮୪ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଦେଶରେ ୭୫ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ଏବେ ୨.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଫେବୃୟାରୀ ୧୨ ସର୍କୁଲାର କାରଣରୁ ଋଣ ସମାଧାନ ପରିମାଣ ବଢ଼ିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। 
ଶକ୍ତି ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ୩୭ତମ ରିପୋର୍ଟ ଉଲ୍ଲେଖ କରି ଆବେଦନକାରୀ ଦର୍ଶାଇଛନ୍ତି ଯେ, ଶକ୍ତି ପ୍ରକଳ୍ପରେ ନିଯୁକ୍ତ କମ୍ପାନୀଗୁଡ଼ିକ ଏକାଧିକ ବ୍ୟାଙ୍କକୁ ନେଇ ଗଠିତ ବ୍ୟାଙ୍କ ସମୂହର ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ୧୮୦ ଦିନ ଭିତରେ ଏନ୍‌ପିଏ ସମାଧାନ ଲାଗି ଗତବର୍ଷ ଆର୍‌ବିଆଇ ପକ୍ଷରୁ ଜାରି ସର୍କୁଲାରକୁ ପ୍ରତ୍ୟାହାର ଅଥବା ରଦ୍ଦ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି। ଅନ୍ୟପକ୍ଷରେ ଆର୍‌ବିଆଇ ନିଜର ସର୍କୁଲାର ସପକ୍ଷରେ ଯୁକ୍ତି ବାଢ଼ିଛି। ୧୮୦ ଦିନ ଭିତରେ ଏନ୍‌ପିଏ ରିଜଲ୍ୟୁଶନ ସମ୍ଭବ ବୋଲି ଆର୍‌ବିଆଇ କହିଛି। ସୂଚନାଥାଉ କି, ଶକ୍ତି, ଜାହାଜ ଓ ଚିନି ଶିଳ୍ପ ସହ ଜଡ଼ିତ କମ୍ପାନୀଗୁଡ଼ିକ ଆର୍‌ବିଆଇ ସର୍କୁଲାରକୁ ଚ୍ୟାଲେଞ୍ଜ କରିଛନ୍ତି। ବକେୟା ଋଣ ପ୍ରଦାନ କରି ନ ଥିବା ପ୍ରତିଷ୍ଠିତ କର୍ପୋରେଟଙ୍କ ମଧ୍ୟରେ ରହିଛନ୍ତି ଆଦାନୀ ପାଓ୍ବାର ମହାରାଷ୍ଟ୍ର(୯୪୬୩.୨୯ କୋଟି), ଦାମୋଦର ଭ୍ୟାଲି କର୍ପୋରା(୯୭୫୬.୪୨ କୋଟି), ଜୟପ୍ରକାଶ ପାଓ୍ବାର ଭେଞ୍ଚରସ(୮୭୧୯.୧୬ କୋଟି) ଆଦି।
10:44

ସରକାରୀ ଅର୍ଥ ଅପବ୍ୟବହାର ପାଇଁ 'ଚୌକିଦାର' କାହାକୁ ଅନୁମତି ଦେବେ ନାହିଁ : ମୋଦୀ


ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେ ଚୌକିଦାରର କର୍ତ୍ତବ୍ୟ କରୁଛନ୍ତି ଏବଂ ସରକାରୀ ଅର୍ଥ ଅପବ୍ୟବହାର କରିବାପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ସେ ଚୌକିଦାରର କର୍ତ୍ତବ୍ୟ ସେ ପାଳନ କରୁଛନ୍ତି ଏବଂ ସରକାରୀ ଅର୍ଥର ଅପବ୍ୟବହାର କରିବାପାଇଁ ସେ କାହାକୁ ହେଲେ ଅନୁମତି ଦେବେ ନାହିଁ। ନୂଆଦିଲ୍ଲୀରୁ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ 'ମେ ଭି
ଚୌକିଦାର' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ୨୦୧୪ ମସିହାରେ ଦେଶସେବା କରିବାକୁ ଲୋକମାନେ ଏନଡିଏ ସରକାରକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତ ସହ ସମର୍ଥନ ଦେଇଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଭ୍ରଷ୍ଟାଚାର କବଳରୁ ଦେଶର ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି । ଗତ ୫ ବର୍ଷ ଭିତରେ ତାଙ୍କ ସରକାର ଯେଉଁସବୁ ସଫଳତା ହାସଲ କରିଛି, ତାହା ଦେଶବାସୀଙ୍କ ସକ୍ରିୟ ଭାଗିଦାରୀ ଯୋଗୁଁ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଚ୍ଛତା ଅଭିଯାନ ଲୋକମାନଙ୍କ ସମର୍ଥନ ଯୋଗୁଁ ଗଣଆନ୍ଦୋଳନରେ ରୂପାନ୍ତରିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସମସ୍ତଙ୍କର ଅଗ୍ରାଧିକାରଭିତ୍ତିକ ଆବଶ୍ୟକତା ରହିଛି; କିନ୍ତୁ ଦେଶର ଆବଶ୍ୟକତା ସବୁଠାରୁ ଆଗରେ। ଦେଶର ସାହସୀ ଯବାନମାନଙ୍କୁ ସାଲ୍ୟୁଟ୍‍ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାଲାକୋଟ୍‍ ବିମାନ ଆକ୍ରମଣ ସେ ଅବା ସରକାର କରି ନାହାନ୍ତି, ଏହା ଦେଶର ଯବାନମାନେ କରିଛନ୍ତି। ଏଥିପାଇଁ ସଶସ୍ତ୍ର ବାହିନୀ ପ୍ରଶଂସାର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

10:40

ଇତିହାସ ରଚିଲା ଇସ୍ରୋ, ଲଂଚ୍ ହେଲା ଆମିସେଟ୍ ସାଟେଲାଇଟ୍



ଚେନ୍ନାଇ, ଏପ୍ରିଲ ୦୧ :
ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ନୂଆ ଇତିହାସ ସୃଷ୍ଟି କରିଛି । ଆନ୍ଧ୍ରପ୍ରଦେଶ ଶୀହରିକୋଟା ସତିଶ ଧାବନ ସ୍ପେସ ସେଂଟରରୁ ଭାରତର ଆମିସେଟ (ଇଏମଆଇଏସଏଟି) ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ଆମିସେଟ ସହିତ ୨୮ ବିଦେଶୀ ଉପଗ୍ରହକୁ ମଧ୍ୟ ଉତକ୍ଷେପଣ କରାଯାଇଛି ।
ଆଜି ସକାଳେ ଏଥି ପାଇଁ ଇସ୍ରୋ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଇସ୍ରୋର ବୈଜ୍ଞାନିକମାନେ ରବିବାର ରାତି ସାରା ସଫଳ ପରୀକ୍ଷଣ ପାଇଁ କାମ କରିଛନ୍ତି । ପୃଥିବୀର ୩ଟି କକ୍ଷରେ ଏହି ଉପଗ୍ରହ ସବୁକୁ ସ୍ଥାପିତ କରାଯିବ ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୪ ପର୍ଯ୍ୟାୟ ଯୁକ୍ତ ପିଏସଏଲଭି-ସି ୪୫ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରର ୨ୟ ଲଞ୍ଜିଙ୍ଗ ପ୍ୟାଡରୁ ସୋମବାର ପୂର୍ବାହ୍ଣ ୯ଟା ୨୭ରେ ଉତକ୍ଷେପଣ କରାଯାଇଥିଲା । ଏହି ମିଶନ ଜରିଆରେ ମହାକାଶ ଗବେଷଣା ସଂସ୍ଥାର ବାହାଦୂରୀ ଦେଖିବାକୁ ମିଳିବ । ଏହି ସାଟେଲାଇଟ୍ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ନ ନଜର ରଖିବାରେ ସଫଳ ହେବ ।

Sunday, 31 March 2019

13:39

ଏବେ କ୍ରିକେଟ୍ ମ୍ୟାଚ୍ ପରି ଦେଖି ପାରିବେ ରକେଟ୍ ପ୍ରକ୍ଷେପଣ, ଇସ୍ରୋ କଲା ଷ୍ଟାଡିୟମ ବ୍ୟବସ୍ଥା


ନୂଆଦିଲ୍ଲୀ : ଦୀର୍ଘ ଉଚ୍ଚତା ଓ ଶହଶହ କିଲୋ ଓଜନର ରକେଟ୍‌ ମାଧ୍ୟମରେ ଉପଗ୍ରହକୁ କିପରି ମହାକାଶକୁ ପଠାଯାଉଛି ତାକୁ ଦେଖିବା ଜଣେ ସାଧାରଣ ମଣିଷ ସ୍ବଚକ୍ଷୁରେ ଦେଖିବା ସମ୍ଭବ ନୁହେଁ। ତେବେ ଏପରି ଅସମ୍ଭବକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସମ୍ଭବ କରିବାକୁ ଯାଉଛି। ଇସ୍ରୋର ରକେଟ ଉତ୍‌କ୍ଷେପଣକୁ ଏଣିକି ସାଧାରଣ ଲୋକେ ସ୍ବଚକ୍ଷୁରେ ଦେଖିପାରିବେ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି। ​‌େ‌ସାମବାର ଡିଆରଡିଓର ଏହାର ରକେଟ୍ ପିଏସଏଲଭି-ସି୪୫ ମାଧ୍ୟମରେ ୨୮ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବ। ସୋମବାର ହେବାକୁ ଥିବା ଏହି ଉପଗ୍ରହ ଉତକ୍ଷେପଣକୁ ସାଧାରଣ ଲୋକ ଦେଖିପାରିବେ। ଏଥିପାଇଁ ଶ୍ରୀହରିକୋଟାର ସ୍ପେସ୍ ସେଣ୍ଟରରେ ୫୦୦୦ଲୋକ ବସିପାରିବା ଭଳି ଏକ ଗ୍ୟାଲେରୀ ବ୍ୟବସ୍ଥା କରାଯାଇଛି। ଗ୍ୟାଲେରୀର କ୍ଷମତା ୧୦ହଜାରକୁ ବୃଦ୍ଧି କରାଯିବ। ଗ୍ୟାଲେରି ସ୍ପେସ୍ ସେଣ୍ଟରର ଦୁଇଟି ଲଞ୍ଚପ୍ୟାଡ ଆଡକୁ ମୁହଁ କରି ରହିଛି। ଯେଉଁଠାରେ ସାଧାରଣ ଦର୍ଶକ ବସି ରକେଟ ଓ ଏହାର ଉତ୍‌କ୍ଷେପଣକୁ ଦେଖିପାରିବେ। ତେବେ ସୋମବାର ହେବାକୁ ଥିବା ଉତ୍‌କ୍ଷେପଣ ପାଇଁ ୧୦୦୦ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି।

ଲଞ୍ଚ ପ୍ୟାଡ ଠାରୁ ୨-୩ କିମି ଦୂରରେ ଏହି ଗ୍ୟାଲେରୀ ଅବସ୍ଥିତ। ରବିବାର ଏହି ଗ୍ୟାଲେରୀକୁ ଉଦ୍‌ଘାଟନ କରାଯିବ। ଏଠାରେ ବସି ପିଏସଏଲଭି ଓ ଜିଏସ୍ଏଲଭି ରକେଟକୁ ସ୍ପଷ୍ଟ ଦେଖିହେବ। ପୂର୍ବରୁ ରକେଟ ଉତ୍‌କ୍ଷେପଣକୁ ଲୋକେ କେବଳ ଟିଭି ପରଦାରେ ଦେଖୁଥିଲେ।

ଏବେ ଲୋକେ ଏହାକୁ ସ୍ବଚକ୍ଷୁରେ ଦେଖବା ଦ୍ବାରା ମହାକାଶ କାର୍ଯ୍ୟକ୍ରମ ବାବଦରେ ଅଧିକ ଜ୍ଞାନ ପାଇପାରିବେ। ୧୦ବର୍ଷରୁ ଅଧିକ ବୟସର ଭାରତୀୟ ନାଗରିକଙ୍କୁ କେବଳ ଏହି ମହାକାଶ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ଦିଆଯିବ। ଏଥିପାଇଁ ଲୋକେ ଇସ୍ରୋ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ନାମ ପଞ୍ଜୀକରଣ କରିପାରିବେ। ପରେ ସେମାନଙ୍କୁ ଅନଲାଇନରେ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ହେବ।

ରକେଟ ଉତ୍‌କ୍ଷେପଣ ସମୟରେ କୌଣସି ପ୍ରକାର ଅଘଟଣ ପାଇଁ ଇସ୍ରୋ ଦାୟୀ ରହିବ ନାହିଁ ବୋଲି ଉକ୍ତ ଚୁକ୍ତିରେ ଉଲ୍ଲେଖ ରହିବ। ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରବେଶ ପତ୍ର ଅନଲାଇନରେ ଦିଆଯିବ। ଏହି ପ୍ରବେଶପତ୍ରକୁ ଡାଉନଲୋଡ ଓ ପ୍ରିଣ୍ଟ କରି ସୁରକ୍ଷାକର୍ମୀଙ୍କୁ ଦେଖାଇବା ପୂର୍ବକ ମହାକାଶ କେନ୍ଦ୍ରକୁ ପ୍ରବେଶ କରିପାରିବେ। ଅଘଟଣକୁ ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଶିବନ କହିଛନ୍ତି।

ଗ୍ୟାଲେରୀ ସ୍ଥଳରେ ଖାଦ୍ୟ ବିକାଳି ଉପଲବ୍ଧ ହେବେ। ଦର୍ଶକ ଅର୍ଥ ବଦଳରେ ଖାଦ୍ୟ ଖାଇପାରିବେ। ଏହା ସହିତ ପାଇଖାନା, ସୂଚନା କେନ୍ଦ୍ର​‌, କ​‌େ​‌ଣ୍ଟ୍ରାଲ ରୁମ ଆଦି ବ୍ୟବସ୍ଥା ରହିଛି। ଦର୍ଶକମାନଙ୍କ ପାଇଁ ସଂଗ୍ରହାଳୟର ବ୍ୟବସ୍ଥା କରାଯାଇଛି ଯେଉଁ ଠାରେ ସେମାନେ ବିଭିନ୍ନ ମଡେଲ ଦେଖି ରକେଟ ଉତ୍‌କ୍ଷେପଣ ସମ୍ପର୍କରେ ଜ୍ଞାନ ହାସଲ କରିପାରିବେ।

ନିକଟରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ଅନ୍ତରୀକ୍ଷ ଅଭିଯାନ ଦେଶବାସୀଙ୍କୁ ଚକିତ କରିଥିଲା। ଏହି ଅଭିଯାନର ସଫଳତା ଭାରତକୁ ବିଶ୍ବ ମହାଶକ୍ତି ଭାବେ ପ୍ରତିଷ୍ଠିତ କରାଇଛି। ଶତ୍ରୁ ପକ୍ଷର ରେଡାରକୁ ଠାବ କରିବା ପାଇଁ ଇସ୍ରୋ ପ୍ରସ୍ତୁତ କରୁଛି ଏକ ନିରୀକ୍ଷଣକାରୀ ଉପଗ୍ରହ। ମିଶନ ଶକ୍ତିର ସଫଳତା ପରେ ଇସ୍ରୋ ଏହି ନୂଆ ପ୍ରୟାସ ଆରମ୍ଭ କରିଛି।
13:36

'ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ-କାଶ୍ମୀରର ସମ୍ପର୍କ ତୁଟିବ' : ମେହବୁବା ମୁଫତି



ଶ୍ରୀନଗର : ଜମ୍ମୁକଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ଅଧିକାର ପକ୍ଷପାତୀ ହୋଇଥିବାରୁ ଏହାର ଉଚ୍ଛେଦ ପାଇଁ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଯୁକ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି। ପିଡିପି ଅଧ୍ୟକ୍ଷ ମୁଫ୍‌ତି କହିଛନ୍ତି, ଧାରା ୩୭୦ ଉଚ୍ଛେଦ କଲେ ଭାରତ ସହିତ ଜମ୍ମୁକଶ୍ମୀରର ସମ୍ପର୍କ ଛିନ୍ନ ହେବ। ଜେଟ୍‌ଲୀ ଏହି ପ୍ରସଙ୍ଗର ଗୁରୁତ୍ୱ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜେଟ୍‌ଲୀ ଧାରା ୩୫-ଏକୁ ସମାଲୋଚନା କରି ଏହାକୁ ଏକ ପକ୍ଷପାତୀ ବ୍ୟବସ୍ଥା ବୋଲି କହିଥିଲେ। ସେ କହିଥିଲେ ଏହା ଭାରତର ଅନ୍ୟ ନାଗରିକ ଏବଂ ଜମ୍ମୁକଶ୍ମୀର ନାଗରିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି।

ଏହାର ପ୍ରତିକ୍ରିୟାରେ ମେହବୁବା ତାଙ୍କ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ, ସମ୍ବିଧାନର ଧାରା ୩୭୦ ଦେଶ ଏବଂ ରାଜ୍ୟ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥିଲା। ଯଦି ଏହ ସ୍ୱତନ୍ତ୍ର ସୁବିଧା ଛଡ଼ାଇନିଆଯାଏ, ଜମ୍ମୁକଶ୍ମୀର ସହିତ ଏହାର ସମ୍ପର୍କ ପାଇଁ ପୁଣି ମୂଲଚାଲ କରିବାକୁ ପଡ଼ିବ। ଏପରି ହେଲେ ଭାରତ ସହିତ ରହିବ କି ନାହିଁ, ସେ ବିଷୟରେ ଜମ୍ମୁକଶ୍ମୀରକୁ ପୁଣିଥରେ ଭାବିବାକୁ ପଡ଼ିବ।
ଏହା ପୂର୍ବରୁ ନ୍ୟାଶନାଲ କନ୍‌ଫରେନ୍ସ ନେତା ମହମ୍ମଦ ଅବ୍‌ଦୁଲ୍ଲା ୱାନି ଏବଂ ଆୱାମୀ ଇନ୍‌ସାଫ୍‌ ପାର୍ଟି ମୁଖ୍ୟ ଗୁଲାମ୍‌ ଅହମ୍ମଦ ଶେଖ୍‌ ସଲୂରା ମୁଫ୍‌ତିଙ୍କ ପିଡିପିରେ ଯୋଗଦେଇଛନ୍ତି।
13:18

ଫେବୃୟାରୀରେ ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ୯% କମିଛି


ନୂଆଦିଲ୍ଲୀ,୩୦-୩: ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ପରିମାଣ ଫେବୃୟାରୀରେ ୯% ହ୍ରାସ ପାଇ ୨.୮୧ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ, ଘରୋଇ କମ୍ପାନୀମାନେ ଗତବର୍ଷ ଫେବୃୟାରୀରେ ବିଦେଶୀ ବାଣିଜି୍ୟକ ଋଣ(ଇସିବି) ଜରିଆରେ ୩.୧ ବିଲିୟନ ଡଲାର ଅର୍ଥ ଯୋଗାଡ କରିଥିଲେ। ତେବେ ଚଳିତ ବର୍ଷ କୌଣସି ଭାରତୀୟ କମ୍ପାନୀ ଟଙ୍କା ବିିନିମୟ ବଣ୍ଡ ଜରିଆରେ ବିଦେଶୀ ଋଣ ନେଇନାହାନ୍ତି। ସେମାନେ ମୋଟ୍‌ ଋଣ ସ୍ବତଃ ମଞ୍ଜୁର ମାର୍ଗ ଜରିଆରେ ନେଇଛନ୍ତି। ଅଏଲ ଇଣ୍ଡିଆ ବିଦେଶୀ ନିବେଶ ଲାଗି ୫୫ କୋଟି ଡଲାର ଋଣ ନେଇଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେଶନ କାର୍ଯ୍ୟକାରୀ ପୁଞ୍ଜି ରୂପରେ ୪୦ କୋଟି ଡଲାର, ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କମ୍ପାନୀ ଉପ-ଋଣ(ସବ୍‌ ଲେଣ୍ଡିଙ୍ଗ) ଲାଗି ୪୦ କୋଟି ଡଲାର ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ୍‌ ଉପ ଋଣ ଲାଗି ୩୦ କୋଟି ଡଲାର ଯୋଗାଡ କରିଛନ୍ତି। ସେହିପରି ଟାଟା କ୍ୟାପିଟାଲ ହାଉସିଂ ଫାଇନାନ୍ସ ୨୦ କୋଟି, ଏଚ୍‌ପିସିଏଲ୍‌ ରାଜସ୍ଥାନ ରିଫାଇନେରି ୧୪.୦୭କୋଟି ଓ ଓ୍ବାର୍କଲେଜ ଗ୍ଲୋବାଲ ସର୍ଭିସେସ୍‌ ୧୩.୦୧ କୋଟି ଡଲାର ଋଣ ଉଠାଇଛନ୍ତି।

Saturday, 30 March 2019

13:25

ମୋଦୀଙ୍କ ମିଶନ ଶକ୍ତି ଉଦବୋଧନ : ନିର୍ବାଚନ ଆୟୋଗଙ୍କ ପକ୍ଷରୁ କ୍ଲିନ ଚିଟ୍


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଶକ୍ତିକୁ ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନକୁ ନିର୍ବାଚନ ଆୟୋଗ କ୍ଲିନ ଚିଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଉଦବୋଧନ ଆଚାର ସଂହିତା ଉଲ୍ଲଙ୍ଘନ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ମୋଦୀଙ୍କ ଏହି ଉଦବୋଧନରେ କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା । ସେ ନିଜ ଉଦବୋଧନରେ ଭୋଟ ପାଇଁ ମଧ୍ୟ ଆବେଦନ କରି ନାହାନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।
ନିର୍ବାଚନ ସମୟରେ ମୋଦୀ ଏହି ଉଦବୋଧନ ଜରିଆରେ ଆଚାର ସଂହିତା ଉଲ୍ଲଙ୍ଘନ କରିଛି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏହାର ଯାଞ୍ଚ ପାଇଁ ଏକ ଦଳ ଗଠନ କରିଥିଲେ। ଏହି ଦଳ ଦୂରଦର୍ଶନ ଏବଂ ଆକାଶବାଣୀଠାରୁ ଏହି ଉଦବୋଧନ ବିଷୟରେ ସୂଚନା ମାଗିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯାଞ୍ଚ କରାଯାଇଥିଲା । ସବୁ କିଛି ଅନୁଧ୍ୟାନ କରିବା ପରେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ।
13:19

ଗୋଟିଏ ଜେଲରେ ରହିବେ ନୀରବ ମୋଦି-ବିଜୟ ମାଲ୍ୟା

ଗୋଟିଏ ଜେଲରେ ରହିବେ ଭାରତର ଦୁଇ ପଳାତକ ଅପରାଧୀ ବିଜୟ ମାଲ୍ୟା ଓ ନୀରବ ମୋଦି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଡେଇଥିବା ହୀରା ବ୍ୟବସାୟୀ ନିକଟରେ ଲଣ୍ଡନରୁ ଗିରଫ ହୋଇଛନ୍ତି। ଗିରଫ ପରେ ମୋଦି କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତିି। ଏହାର ଶୁଣାଣିବେଳେ ଜଷ୍ଟିସ୍‌ ଏମ୍ମା ଅର୍ବଥର୍ନୋଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରାଉନ ପ୍ରୋସେକ୍ୟୁସନକୁ ନୀରବ ଓ ଅନ୍ୟତମ ଅପରାଧୀ ବିଜୟ ମାଲ୍ୟାଙ୍କୁ ଗୋଟିଏ ଜେଲରେ ରଖାଯାଇପାରିବ କି ନାହିଁ ପ୍ରଶ୍ନ କରିଥିଲେ। ପ୍ରୋସେକ୍ୟୁସନ ପକ୍ଷରୁ କୁହାଯାଇଥିଲା କି ଲଣ୍ଡନରେ ଶୁଣାଣି ପରେ ଦୁହିଁଙ୍କୁ ମୁମ୍ବାଇ ଅଣାଯିବ। ପୁର୍ବରୁ ମାଲ୍ୟାଙ୍କ ପ୍ରସ୍ତୁତ ଆର୍ଥର ରୋଡ ଜେଲ୍‌ର ନୀରବଙ୍କୁ ରଖାଯିବ ବୋଲି ଜଣାପଡିଛି। ୋର୍ଥର ଜେଲର ଗୋଟିଏ ସେଲ୍‌ର ଦୁହିଁଙ୍କୁ ରଖାଯିବ।
ସୂଚନାଯୋଗ୍ୟ, ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିଥିଲା। ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ୬୨ ବର୍ଷୀୟ ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୧୦ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ କରିଥିଲେ। ଏହାପରେ କୋର୍ଟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ବ୍ରିଟେନ ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
12:58

ପିଏନ୍‌ବି ମହାଠକେଇ ମାମଲା;ନୀରବ ମୋଦିଙ୍କୁ ମିଳିଲାନି ଜାମିନ


ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଏବେ ଜେଲ୍‌ରେ ରହିବେ। ସ୍ଥାନୀୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ଶୁକ୍ରବାର ତାଙ୍କର ଦ୍ୱିତୀୟ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ମାମଲାକୁ ଅସାମାନ୍ୟ ଜାଲିଆତି ବୋଲି ଅଭିହିତ କରିଛନ୍ତି। 
ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ନୀରବଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ଭାରତୀୟ ତଦନ୍ତ ଏଜେନ୍ସିଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ହୋଇଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସର ବରିଷ୍ଠ ଓକିଲ ଟବି କ୍ୟାଡମ୍ୟାନ ଅଦାଲତକୁ ଜଣାଇଥିଲେ ଯେ, ନୀରବ ମୋଦି ଜଣେ ସାକ୍ଷୀ ଆଶିଷ ଲାଡ୍‌ଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ। ସେହିଦିନ ପର୍ଯ୍ୟନ୍ତ ମୋଦି ଲଣ୍ଡନ ଜେଲ୍‌ରେ ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ହେବେ। ନୀରବଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି ଏମ୍ମା ଅର୍ବଥନଟ କହିଥିଲେ ଯେ, ପଳାତକ ହୀରା ବ୍ୟବସାୟୀଙ୍କୁ କାହିଁକି ଜାମିନ ଦିଆଯିବ ନାହିଁ ଏହାର ଯଥେଷ୍ଟ କାରଣ ରହିଛି। ତାଙ୍କର ଆମତ୍ସମର୍ପଣ କରିବା ନେଇ ସନ୍ଦେହ ରହିଛି। ନୀରବଙ୍କ ଜାମିନ ଆବେଦନକୁ ବିରୋଧ କରି କ୍ୟାଡମ୍ୟାନ କହିଥିଲେ ଯେ, ଜାମିନ ପାଇବା ମାତ୍ରେ ନୀରବ ଦେଶତ୍ୟାଗ କରିବାର ସମ୍ଭାବନା ରହିଛି।

ଏହାଛଡ଼ା ସେ ସାକ୍ଷ୍ୟପ୍ରମାଣ ନଷ୍ଟ କରିବା ତଥା ସାକ୍ଷୀଙ୍କୁ ଭୟଭୀତ କରିପାରନ୍ତି। ଅନ୍ୟପକ୍ଷରେ ନୀରବଙ୍କ ଓକିଲ ଯୁକ୍ତି ଦର୍ଶାଇ କହିଥିଲେ ଯେ, ତାଙ୍କ ମହକିଲ ଗତବର୍ଷ ଜାନୁୟାରୀରୁ ଲଣ୍ଡନରେ ରହିଛନ୍ତି। ସମସ୍ତେ ତାହା ଜାଣନ୍ତି। ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରିନାହାନ୍ତି।

ଜାମିନ ପ୍ରଦାନ କରି ନୀରବଙ୍କୁ ଗୃହବନ୍ଦୀ ଅଥବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସରେ ଅଧୀନରେ ମଧ୍ୟ ରଖାଯାଇପାରେ। ଏହାଛଡ଼ା ଦୈନିକ ସ୍ଥାନୀୟ ଥାନାରେ ହାଜର ହେବା ବ୍ୟବସ୍ଥା କରାଯିବା ସମ୍ଭବ। ତାଙ୍କୁ ସ୍ବତନ୍ତ୍ର ଧରଣର ଫୋନ ଦିଆଯାଇପାରେ, ଯାହାଦ୍ୱାରା କର୍ତ୍ତୃପକ୍ଷ ଯେକୌଣସି ସମୟରେ ସମ୍ପର୍କ ରକ୍ଷା କରିପାରିବେ। ସୂଚନାଥାଉ କି, ଗିରଫ ହେବା ମାତ୍ରେ ନୀରବ ପ୍ରଥମ ଜାମିନ ଆବେଦନ କରିଥିଲେ ଯାହା ଖାରଜ ହୋଇଯାଇଥିଲା।

Thursday, 28 March 2019

13:58

ଭାରତର ନାହିଁ ଦମ୍‌, ଆମ ଜିନିଷ ବ୍ୟବହାର କରିବାକୁ ବାଧ୍ୟ: ଚୀନ ମିଡିଆ



ନିକଟରେ ଚୀନ ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚତୁର୍ଥଥର ପାଇଁ ମସୁଦ୍‌ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ଉପରେ ଭିଟୋର ବ୍ୟବହାର କରିବା ସହିତ ବହୁତ ଦିନରୁ ପାକିସ୍ତାନକୁ ସବୁ ପ୍ରକାର ସାହାଯ୍ୟ କରିଆସିଛି । ଏହା ପରେ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ନ କରିବା ପାଇଁ କଥା ଉଠିଥିଲା । ଚାନ ସାମଗ୍ରୀ ବ୍ୟବହାର ନ କରିବା ପ୍ରସଙ୍ଗରେ ଚୀନ ମିଡିଆ ଭାରତ ଉପରେ ତାତ୍ସଲ୍ୟ କରିଛି ।
ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି କି, ଭାରତର ମାନ୍ୟୁଫାକ୍ଚରିଂ ଇଣ୍ଡଷ୍ଟ୍ରି ଆଜିବି ଅବିକଶିତ ଏବଂ ପ୍ରତିଦ୍ୱନ୍ଦିତା କରିବାର କ୍ଷମତା ନାହିଁ । ଏହା ପ୍ରମୁଖ କାରଣ ଯେଉଁଥିପାଇଁ ଆଜି ପର‌୍ୟ୍ୟନ୍ତ ଚାଇନିଜ୍ ପ୍ରଡକ୍ଟଗୁଡିକର ବୟକଟ୍ ଭାରତରେ ହେବା ସମ୍ଭବ ନୁହେଁ । ସୋମବାର ପ୍ରକାଶ ପାଇଥିବା ଏକ ବ୍ଲଗ୍‌ରେ କୁହାଯାଇଛି କି, କିଛି ଭାରତୀୟ ବିଶ୍ଲେଷକ ମେଡ୍‌ ଇନ ଚାଇନା ପ୍ରଡକ୍ଟକୁ ବହିଷ୍କାର କରିବାକୁ ଅପିଲ୍ କରୁଛନ୍ତି । ଖାସକି ମସୁଦ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ପ୍ରୟାସକୁ ଜାତିସଂଘରେ ଚୀନ ଦ୍ୱାରା ଭିଟୋ ବ୍ୟବହାର କରି ରୋକାଯିବା ପରେ ୰ଈକ୍ଟଚ୍ଚମକ୍ଟଗ୍ଧଉଷସଦ୍ଭରଗ୍ଦରଚକ୍ସକ୍ଟୟଙ୍କମଗ୍ଧଗ୍ଦ ଟ୍ୱିଟରରେ ବେଶ୍ ଲୋକପ୍ରିୟ ହୋଇଛି । ଭାରତ ନିଜେ ନିଜର ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଥିବାରୁ ଚୀନ ପ୍ରଡକ୍ଟ ବ୍ୟବହାରକୁ ବନ୍ଦ କରିପାରୁନାହିଁ ।
13:43

ଭାରତର ଚାପରେ ନଇଁଲା ପାକିସ୍ତାନ, ଚୀନକୁ କହିଲା ମାସୁଦକୁ ରକ୍ଷା କରିବା ବନ୍ଦ କର

ମାର୍ଚ୍ଚ ୨୮:
ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସମସ୍ତେ ଜାଣନ୍ତି । କିଛି ଦିନ ପୂର୍ବରୁ ମାସୁଦ ଅଜହରକୁ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚୀନ ଭିଟୋ ବ୍ୟବହାର କରି ବାଧା ଦେଇଥିଲା । ଚୀନ ମଧ୍ୟ ମାସୁଦକୁ ସମର୍ଥନ କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଏବେ ପାକିସ୍ତାନ ଉପରେ ଭାରତର ଚାରିପଟୁ ଚାପ ପଡ଼ିବାରୁ ମୁଣ୍ଡ ନୁଆଁଇ ମାସୁଦକୁ ଆଉ ରକ୍ଷା ନକରିବାକୁ ଚୀନକୁ କହିଥିବା ସୂଚନା ମିଳିଛି ।
ସବୁ ଦେଶ ମାସୁଦକୁ ବିଶ୍ୱ ଆତଙ୍କବାଦୀଙ୍କ ନାମ ମଧ୍ୟରେ ସାମିଲ କରିବାକୁ ଚାହୁଁଛନ୍ତି । ପୁଲୱାମା ଆତ୍ମଘାତୀ ଆକ୍ରମଣର ଦାୟିତ୍ୱ ମୁଖ୍ୟ ଆତଙ୍କବାଦୀ ମାସୁଦ ଅଜହର ନେଇଥିଲା । ସେଥିରେ ଭାରତର ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଉପରେ ସବୁ ଦେଶର ଚାପ ପଡ଼ିଛି । ମାସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକା ଅନ୍ତର୍ଭୁକ୍ତ କରିବାକୁ ସବୁ ଦେଶ ଚାହୁଁଛନ୍ତି । ତେଣୁ ଏବେ ପାକିସ୍ତାନକୁ ମୁଣ୍ଡ ନୁଆଇବାକୁ ପଡ଼ିଛି । ବର୍ତ୍ତମାନ ଏଣିକି ମାସୁଦର ସାଥ ନଦେଇ ତାକୁ ବଂଚାଇବାକୁ ଚେଷ୍ଟା ନକରିବାକୁ ପାକିସ୍ତାନ ଚୀନକୁ କହିଛି । ଏହା ଦ୍ୱାରା ପାକସ୍ତାନ ଭାରତ ସହ କଥାବାର୍ତ୍ତା ହେବା ପାଇଁ ସୁଯୋଗ ବି ପାଇପାରିବ ।
ଆମେରିକା ମଧ୍ୟ ମାସୁଦ ଅଜହର ମାମଲାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବିଚାର କରିବ ଯେଉଁଠାରେ ଚୀନକୁ ଅପଦସ୍ତ ହେବାକୁ ପଡ଼ିପାରେ । ୟୁଏନ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଜଡ଼ିତ ନୁହେଁ ବୋଲି ଆମେରିକା ଚୀନକୁ କହିଥିବା ଜଣାପଡ଼ିଛି । ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀରେ ସାମିଲ ହେବାରୁ ବଂଚାଇବାକୁ ଚୀନ ଚତୁର୍ଥ ଥର ଭିଟୋ ବ୍ୟବହାର କରିଥିଲା । ଏହା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ତିନି ପ୍ରମୁଖ ଦେଶ ବିଶିଷ୍ଟ କାରଣ ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି ।

13:16

୧୦୦୮ କୋଟିରେ ମାଲ୍ୟାଙ୍କ ଶେୟାର ବିକ୍ରି



ଋଣ ଅସୁଲ ପ୍ରାଧିକରଣ(ବେଙ୍ଗାଲୁରୁ) ବୁଧବାର ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସରେ ଥିବା ଶେୟାର ବିକ୍ରି କରି ୧୦୦୮ କୋଟି ଟଙ୍କା ହାସଲ କରିଛନ୍ତି। ଏହି କମ୍ପାନୀରେ ମାଲ୍ୟାଙ୍କ ୭୪ ଲକ୍ଷ ୪ ହଜାର ୯୩୨ ଶେୟାର ରହିଛି। ସୂଚନାଥାଉ କି, ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ(ପିଏମ୍‌ଏଲ୍‌ଏ) ଅଦାଲତ ମଙ୍ଗଳବାର ମାଲ୍ୟାଙ୍କ ଶେୟାର ବିକ୍ରି କରିବାକୁ ଅନୁମତି ଦେଇଥିଲେ। ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସ ଶେୟାର ବିକ୍ରି ଉପରେ କଟକଣା ଲଗାଇବାକୁ ଆବେଦନ କରିଥିଲା ଯାହାକୁ ଅଦାଲତ ଖାରଜ କରିଦେଇଥିଲେ। ଚଳିତ ମାସରେ ଋଣ ଅସୁଲ ପ୍ରାଧିକରଣ କୋର୍ଟ ଦ୍ୱାରା ନିଯୁକ୍ତ ଲିକ୍ୱିଡେଟରଙ୍କୁ ଶେୟାର ହସ୍ତାନ୍ତର କରିଥିଲେ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉକ୍ତ ଶେୟାରକୁ ଜବତ କରିଥିଲା।
13:01

ଡିଆରଡିଓ ଜାରି କଲା 'ମିଶନ ଶକ୍ତି'ର ଭିଡ଼ିଓ, ଦେଖନ୍ତୁ କେମିତି ହେଲା ମିଶନ ସଫଳ



ମାର୍ଚ୍ଚ୨୭:
'ମିଶନ ଶକ୍ତି'ର ସଫଳତା ପରେ ଡିଆରଡିଓ ମିଶନ ଶକ୍ତି ସମ୍ବନ୍ଧିତ ଭିଡ଼ିଓ ଜାରି କରିଛି। ଏଏନଆଇ ପକ୍ଷରୁ ଜାରି ଭିଡ଼ିଓରେ ସ୍ପଷ୍ଟ ଭାବେ କ୍ଷେପଣାସ୍ତ୍ର ପ୍ରକ୍ଷେପଣର ଭିଡ଼ିଓ ସ୍ପଷ୍ଟ ଦେଖାଯାଉଛି। ଡିଆରଡିଓ ୩୨ ସେକେଣ୍ଡର ଏହି ଭିଡ଼ିଓ ଜାରି କରିଛି। ମିଶନ ଶକ୍ତି ନାମରେ ଏହି ମିଶନକୁ ଡିଆରଡିଓର ବୈଜ୍ଞାନିକ ସଫଳ କରିଛନ୍ତି। ଏଥିରେ ଭାରତ ଅନ୍ତରୀକ୍ଷଣରେ ଉପଗ୍ରହକୁ ମାରି ଖସାଇବାରେ ସଫଳ ହୋଇଛି। ଏହା ସହିତ ଭାରତ ଏହି ଉପଲବ୍ଧି ହାସଲ କରିବାରେ ଦୁନିଆରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ହେବାର ଗୌରବ ଅର୍ଜନ କରିଛି।
ପିଏମ କହିଛନ୍ତି ଯେ, ଏଲଇଓ ସାଟେଲାଇଟକୁ ମାରି ଖସାଇବା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା। ଏହି ମିଶନକୁ କେବଳ ୩ ମିନିଟରେ ପୂରା କରାଯାଇଥିଲା। ଆମର ବୈଜ୍ଞାନିକ ମହାକଶରେ ୩୦୦ କିମି ଦୂରରେ ଏଲଇଓ ଅରବିଟ ମାରି ଖସାଇଛନ୍ତି। ଏହି ମିଶନ ଅତ୍ୟନ୍ତ କଠିନ ଏବଂ ବିପଦଜ୍ଜନକ ଅପରେସନ ଥିଲା।


ପିଏମ ମୋଦୀ ମିଶନ ଶକ୍ତିକୁ ନେଇ ରାଷ୍ଟ୍ରକୁ ସମ୍ବୋଧିତ କରିବା ପରେ ପରେ ଏହି ସଫଳ ଅଭିଯାନରେ ସାମିଲ ବୈଜ୍ଞାନିକଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥା ହେବା ସହିତ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ସଫଳତାରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିଥିବାରୁ ପୂରା ଦେଶ ନିଜର ବୈଜ୍ଞାନିକଙ୍କ ଉପରେ ଗର୍ବ କରୁଛି।

12:16

ରାହୁଲ ଜଣେ ଛୋଟ ଛୁଆ- ମମତା ବାନାର୍ଜୀ


ମାର୍ଚ୍ଚ ୨୮:
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ସରକାର ବିରୋଧରେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରିକି ରାହୁଲ ଗାନ୍ଧି ଜଣେ ଶିଶୁ ବୋଲି ମଧ୍ୟ ସେ କହିଛନ୍ତି । କଂଗ୍ରେସ ଯେଉଁଠି ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନା କରୁଛି, ସେଠାରେ ମହାଗଠବନ୍ଧନରେ ସାମିଲ ମମତାଙ୍କ ମନ୍ତବ୍ୟ କିଛି ଅଲଗା ସନ୍ଦେଶ ଦେଉଛି ।
ରାଜନୀତି ବିଶ୍ଲେଷକଙ୍କ କହିବାନୁସାରେ, ମମତାଙ୍କ ବୟାନ ଅନେକ କଥା କହୁଛି । ସେ ରାହୁଲଙ୍କୁ ମହାମେଂଟରେ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ଚାହୁଁନାହାନ୍ତି । ରାହୁଲ ଯାହା ଭାବନ୍ତି ସେୟା କୁହନ୍ତି ବୋଲି ମମତା କହିଥିଲେ । ଏପରିକି ତାଙ୍କୁ ଏଛ ଛୋଟ ଛୁଆ ବୋଲି ମଧ୍ୟ ସେ କହିଥିଲେ ।
ରାହୁଲ ଗତ ସପ୍ତାହରେ ମାଲଦାର ଏକ ରାଲିରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । କୋଲକାତାରେ କୌଣସୀ ପରିବର୍ତନ ହୋଇନାହିଁ । ମମତାଙ୍କ ସମ୍ୟରେ ବିକାଶ ହୋଇନାହିଁ ବୋଲି ରାହୁଲ ଅଭିଯୋଗ କରିଥିଲେ ।
12:15

କରତାରପୁର କରିଡର ପାଇଁ ଗଠିତ କମିଟିରେ ଖଲିସ୍ଥାନ ସମର୍ଥକ ଗୋପାଳ ଚାୱଲାଙ୍କୁ ସାମିଲ କଲା ପାକିସ୍ତାନ



ମାର୍ଚ୍ଚ ୨୮  :
ପାକିସ୍ତାନ ପୁଣି ଥରେ ଏକ ଅସନ୍ତୋଷ ମୂଳକ କାର୍ଯ୍ୟ କରିଛି । କରତାରପୁର କରିଡର ଠାରୁ ଗୁରୁଦ୍ୱାର କରତାରପୁର ସାହିବରେ ମଥା ଟେକିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧି କରିବା ପାଇଁ ଗଠିତ କମିଟିରେ ଆତଙ୍କୀ ହାଫିଜ ସଇଦର ଖାସ୍ ସହେଯାଗୀ ଏବଂ ଖଲିସ୍ତାନ ସମର୍ଥକ ଗୋପାଳ ଚାୱଲାଙ୍କୁ ସାମିଲ କରିଛି ।
ଗୋପାଳ ଚାୱଲା ପାକିସ୍ତାନରେ ଶରଣ ନେଇଛନ୍ତି । ସେ ସେଠାରେ ଖଲିସ୍ତାନର ସମର୍ଥନ କରୁଛନ୍ତି ଏବଂ ଭାରତ ବିରୋଧୀ ଗତିବିଧି କରୁଛନ୍ତି । ସେ ପାକିସ୍ତାନ ସ୍ଥିତ ଗୁରୁଦ୍ୱାରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଖଲିସ୍ତାନୀ ସାହିତ୍ୟ କହିବା ସହିତ ଖଲିସ୍ତାନ ପକ୍ଷରେ ଭାଷଣ ମଧ୍ୟ ଦିଅନ୍ତି । ତେବେ ଚାୱଲା ଏବେ ପାକିସ୍ତାନ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଜେନେରାଲ ସେକ୍ରେଟାରୀ ଅଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ରେ ଭାରତ ପାକିସ୍ତାନ ମଧ୍ୟରେ କରତାରପୁର କରିଡର ନିର୍ମାଣକୁ ନେଇ ଏକ ବୈଠକ ହୋଇଥିଲା । ଏହାର କିଛି ଘଂଟା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଗୋପାଳଙ୍କ ସହ ଏକ ବୈଠକ କରିଥିଲେ । ଗତ ବର୍ଷ ନଭେମ୍ବର ୨୮ରେ ଇମରାନ ଖାନ କରତାରପୁର କରିଡର ପାଇଁ ପ୍ରସ୍ତର ରଖିଥିଲେ । ଏଥିପାଇଁ ୧୦ ସଦସୀୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି । ସେମାନେ କରତାରପୁର ସାହିବକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଥଇଥାନ ସହ ସେମାନଙ୍କ ଖାଇବା ପିଇବା ବିଷୟରେ ବୁଝିବେ । ଏଥିରେ ପାକିସ୍ତାନର ପ୍ରବନ୍ଧକ କମିଟିର ପୂର୍ବତନ ଅଧ୍ୟକ୍ଷ ବିଶନ ସିଂହ, କୂଳଜିତ ସିଂହ, ମନିନ୍ଦର ସିଂହ, ମୋହିନ୍ଦର ପାଲ ସିଂହ, ସାହିବ ସିଂହ, ସନ୍ତୋଖ ସିଂହ, ଶମଶେର ସିଂହ, ତାରୁ ସିଂହ, ଭଗତ ସିଂହ ସାମିଲ ଅଛନ୍ତି ।

Tuesday, 26 March 2019

20:08

ବୁଧବାର ଶପଥ ଗ୍ରହଣ କରିବେ ଲୋକପାଳ ସଦସ୍ୟ



ନୂଆଦିଲ୍ଲୀ: ନବଗଠିତ ଦୁର୍ନୀତି ନିରୋଧୀ ଲୋକପାଳର ସମସ୍ତ ୮ଜଣ ସଦସ୍ୟ ଆସନ୍ତାକାଲି (୨୭ ମାର୍ଚ୍ଚ) ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ। ଗତ ଶନିବାର ଦିନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଭାରତର ପ୍ରଥମ ଲୋକପାଳ ଭାବେ ଶପଥ ଗ୍ରହଣ କରାଇଥିଲେ। ବିଭିନ୍ନ ଉଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି, ଜଷ୍ଟିସ ଦିଲ୍ଲୀପ ବି. ଭୋସଲେ, ପ୍ରଦୀପ କୁମାର ମହାନ୍ତି, ଅଭିଳାଷା କୁମାରୀ, ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅଜୟ କୁମାର ତ୍ରିପାଠୀ ଲୋକପାଳ ସଦସ୍ୟ ନିଯୁକ୍ତି ପାଇଥିବା ବେଳେ ସଶସ୍ତ୍ର ସୀମା ବଳର ପୂର୍ବତନ ପ୍ରଥମ ମହିଳା ମୁଖ୍ୟ ଅର୍ଚ୍ଚନା ରମାସୁନ୍ଦରମ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟ ଶାସନ ସଚିବ ଦୀନେଶ କୁମାର ଜୈନ, ପୂର୍ବତନ ଆଇଆରଏସ ଅଧିକାରୀ ମହେନ୍ଦର ସିଂହ ଗୁଜୁରାଟ କ୍ୟାଡର ପୂର୍ବତନ ଆଇଏଏସ ଇନ୍ଦ୍ରଜିତ ପ୍ରସାଦ ଗୌତମ ପ୍ରମୁଖ ସଦସ୍ୟ ରହିଛନ୍ତି।
19:48

ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରୁ ୫୪୦ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ଓଡ଼ିଶାରୁ ?



ବିଭିନ୍ନ ପ୍ରବର୍ତ୍ତନ ଏଜେନ୍ସି ପକ୍ଷରୁ ଚଢ଼ାଉ
- ଓଡ଼ିଶାରୁ ୧.୫୪ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ
ନୂଆଦିଲ୍ଲୀ ୨୬-୩  ଲୋକସଭା ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ୱାବଧାନରେ ଦେଶବ୍ୟାପୀ ବିଭିନ୍ନ ପ୍ରବର୍ତ୍ତନ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ନଗଦ ଟଙ୍କା, ମଦ, ନିଷାଦ୍ରବ୍ୟ, ମୂଲ୍ୟବାନ ଧାତୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ହସ୍ତଗତ ତଥ୍ୟ ଅନୁଯାୟୀ ସାରା ଦେଶରୁ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଚଢ଼ାଉ କରି ପାଖାପାଖି ୫୪୦ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି।
ଏହି ଅବଧି ସୁଦ୍ଧା ମୋଟ ୧୪୩.୪୭ କୋଟି ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୮୯.୬୪ କୋଟି ଟଙ୍କାର ମଦ ଜବତ କରାଯାଇଛି। ସେହିପରି ୧୩୧.୭୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସୁନା ଆଦି ମୂଲ୍ୟବାନ ଧାତୁର ପରିମାଣ ୧୬୨.୯୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏତଦ୍ବ୍ୟତୀତ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ତାମିଲନାଡ଼ୁ, ଉତର ପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ସର୍ବାଧିକ ପରିମାଣରେ ଜବତ କରାଯାଇଥିବା ଜଣାପଡ଼ିଛି।
ଓଡ଼ିଶାରୁ ୦.୧୫୪ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୫୩ ଲକ୍ଷ ଲିଟର ମଦ ଜବତ କରାଯାଇଛି, ଯାହାର ପରିମାଣ ପାଖାପାଖି ୧.୩୭ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ୦.୦୧୨ କୋଟି ଟଙ୍କାର ଅନ୍ୟାନ୍ୟ ଜବତ ସାମଗ୍ରୀକୁ ମିଶାଇ ମୋଟ ଜବତ ପରିମାଣ ୧.୫୪ କୋଟି ଟଙ୍କା ରହିଛି।
ଆଣ୍ଡାମାନ ନିକୋବର ଦ୍ୱୀପସମୂହରୁ ମୋଟ ୦.୦୯ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ଏଥିରେ ୦.୦୪ କୋଟି ଟଙ୍କାର ଚୋରା ମଦ ଏବଂ ୦.୦୫ କୋଟି ଟଙ୍କାର ନିଶାଦ୍ରବ୍ୟ ରହିଛି। ଆନ୍ଧ୍ରପ୍ରଦେଶରୁ ଜବତ ହୋଇଥିବା ମୋଟ ୧୦୩.୪ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ୫୫ କୋଟି ଟଙ୍କାର ନଗଦ ଟଙ୍କା, ୧୨ କୋଟି ଟଙ୍କାର ମଦ, ୦.୪ କୋଟି ଟଙ୍କାର ନିଶାଦ୍ରବ୍ୟ ୩୦ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ ରହିଥିବା ବେଳେ ୬ କୋଟି ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି। ଅରୁଣାଚଳ ପ୍ରଦେଶରୁ ଜବତ ସାମଗ୍ରୀ ମଧ୍ୟରେ ରହିଛି ୨.୨୮ କୋଟି ନଗଦ ଟଙ୍କା ଏବଂ ୦.୭୩୫ କିଗ୍ରା ନିଶାଦ୍ରବ୍ୟ।
ସେହିପରି ଆସାମରୁ ୩.୯୭ କୋଟି ନଗଦ ଟଙ୍କା ୦.୨୧ କୋଟି ଟଙ୍କାର ମଦ, ୦.୦୧୩ କୋଟି ଟଙ୍କା ମୂଲ୍ୟର ୦.୦୦୬ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ୪.୨୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି। ବିହାରରୁ ୦.୫୨ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୩୨ ଲକ୍ଷ ଟଙ୍କାର ନଗଦ ସାମଗ୍ରୀ ସହିତ ୦.୨ କୋଟି ଟଙ୍କାର ଚୋରା ମଦ। କେନ୍ଦ୍ର ଶାସିତ ପ୍ରଦେଶ ଚଣ୍ଡିଗଡ଼ରୁ ୦.୦୫୭ କୋଟି ଟଙ୍କାର ଜବତ ସାମଗ୍ରୀ ମଧ୍ୟରେ ୦.୦୪୪ କୋଟି ଟଙ୍କାର ନିଶାଦ୍ରବ୍ୟ ରହିଛି। ଛତିଶଗଡ଼ରୁ ୦.୪୮ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ୦.୨୪ କୋଟି ଟଙ୍କାର ନଗଦ ଟଙ୍କା, ୦.୦୪ କୋଟି ଟଙ୍କାର ଚୋରା ମଦ ଏବଂ ୦.୦୨ କୋଟି ଟଙ୍କାର ଅନ୍ୟାନ୍ୟ ସରଞ୍ଜାମ।
ଅନ୍ୟତମ କେନ୍ଦ୍ର ଶାସିତ ଅଂଚଳ ଡାମନ ଡିଉରୁ ୦.୩୨ କୋଟି ନଗଦ ଟଙ୍କା ସହିତ ୦.୦୪ ଲକ୍ଷ ଲିଟର ମଦ ଜବତ କରାଯାଇଛି। ସେହିପରି ଗୋଆରୁ ୦.୨୩ କୋଟି ନଗଦ ଟଙ୍କା ସହିତ ୦.୧୧୦ କୋଟି ଟଙ୍କାର ଚୋରା ମଦ ଓ ୦.୧୮୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ସେହିପରି ଗୁଜରାଟରୁ ଜବତ ୬ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୧.୨୩ କୋଟି ଟଙ୍କା ଏବଂ ୪.୭୭ କୋଟି ଟଙ୍କା ମୂଲ୍ୟର ୧.୭୪ ଲକ୍ଷ ଲିଟର ମଦ। ହିମାଚଳ ପ୍ରଦେଶରୁ ୦.୦୪୨ କୋଟି ନଗଦ ଟଙ୍କା ୧.୧୫ ଲକ୍ଷ ଲିଟର ଚୋରା ମଦ ଯାହାର ଆନୁମାନିକ ମୂଲ୍ୟ ୦.୪୯୪ କୋଟି ଟଙ୍କା ହେବ ସହିତ ୦.୨୯୭ କୋଟି ଟଙ୍କାର ନିଶାଦ୍ରବ୍ୟକୁ ମିଶାଇ ୦.୮୩୩ କୋଟି ଟଙ୍କା ସାମଗ୍ରୀ ଜବତ କରାଯାଇଛି। ଝାଡ଼ଖଣ୍ଡରୁ ନଗଦ ୦.୨୨ କୋଟି ଟଙ୍କା ୦.୦୭୩ କୋଟି ଟଙ୍କା ମୂଲ୍ୟର ୦.୦୨୯ ଲକ୍ଷ ଲିଟର ଚୋରା ମଦ, ୬୫୯.୭ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ମୋଟ ୦.୩୦ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
କର୍ଣ୍ଣାଟକରୁ ଜବତ ହୋଇଥିବା ୨୬.୫୩ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୫.୯୫ କୋଟି ଟଙ୍କା, ୧୯.୮୮ କୋଟି ଟଙ୍କା ମୂଲ୍ୟର ୪.୯୦ ଲକ୍ଷ ଲିଟର ମଦ, ୧୭୨.୧୧ କିଗ୍ରା ନିଶାଦ୍ରବ୍ୟ ଯାହାର ମୂଲ୍ୟ ୦.୮୦ କୋଟି ଟଙ୍କା ହେବ, ପ୍ରାୟ ୦.୧୮ କୋଟି ଟଙ୍କା ମୂଲ୍ୟର ୦.୧୬୨ କିଗ୍ରା ସୁନା ଓ ୩୪ କିଗ୍ରା ରୂପା, ଓ ୦.୪୪ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ।
ମଧ୍ୟପ୍ରଦେଶରୁ ନଗଦ ୩.୫୪ କୋଟି ଟଙ୍କା, ୩.୭୬ କୋଟି ଟଙ୍କା ମୂଲ୍ୟର ୧୨.୦୩ ଲକ୍ଷ ଲିଟର ଚୋରା ମଦ, ୨୮୨.୪୦୬ କିଗ୍ରା ନିଶାଦ୍ରବ୍ୟ ଯାହାର ମୂଲ୍ୟ ୦.୧୭ କୋଟି ଟଙ୍କା ହେବ, ପ୍ରାୟ ୦.୨୫ କୋଟି ଟଙ୍କାର ୫୯ କିଗ୍ରା ମୂଲ୍ୟବାନ ଧାତୁ, ୧.୪୬ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ମୋଟ ୯.୧୯୭ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
ମହାରାଷ୍ଟ୍ରରୁ ଜବତ ୧୯.୧୧ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ମଧ୍ୟରେ ୫.୯୦ କୋଟି ନଗଦ ଟଙ୍କା, ୯.୭୧ କୋଟି ଟଙ୍କା ମୂଲ୍ୟର ୧୨.୦୩ ଲକ୍ଷ ଲିଟର ଚୋରା ମଦ, ୩.୧୧ କୋଟି ଟଙ୍କା ମୂଲ୍ୟର ୩୬.୬ କିଗ୍ରା ନିଶାଦ୍ରବ୍ୟ, ୦.୪୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ସେହିପରି ମଣିପୁରରୁ ୨୨.୬୨ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୦.୦୩ କୋଟି ନଗଦ ଟଙ୍କା, ୦.୨୯ କୋଟି ଟଙ୍କାର ୦.୩୧ ଲକ୍ଷ ଲିଟର ଚୋରା ମଦ, ୨୧.୧୮ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ, ୧.୧୨ କୋଟି ଟଙ୍କାର ମୂଲ୍ୟବାନ ଧାତୁ ରହିଛି। ମେଘାଳୟରୁ ୦.୨୪ କୋଟି ନଗଦ ଟଙ୍କା ସହିତ ୦.୦୨ କୋଟି ଟଙ୍କା ମୂଲ୍ୟର ଚୋରା ମଦ ଜବତ କରାଯାଇଛି। ମିଜୋରାମରୁ ୦.୧୮ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ୦.୦୬ କୋଟି ଟଙ୍କାର ମଦ ଏବଂ ୦.୧୨ କୋଟି ଟଙ୍କାର ନିଶାଦ୍ରବ୍ୟ। ନାଗାଲ୍ୟାଣ୍ଡରୁ ୦.୭୦ କୋଟି ନଗଦ ଟଙ୍କା, ୦.୬୩ କୋଟି ଟଙ୍କାର ୦.୧୯ ଲକ୍ଷ ଲିଟରମଦ, ୦.୦୪ କୋଟି ଟଙ୍କା ମୂଲ୍ୟର ୨୧ କିଗ୍ରା ନିଶାଦ୍ରବ୍ୟକୁ ମିଶାଇ ମୋଟ ୧.୩୯ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି। ପୁଡୁଚେରୀରୁ ୦.୧୭ କୋଟି ନଗଦ ଟଙ୍କା ସହିତ ୦.୦୩ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ପଞ୍ଜାବରୁ ମୋଟ ୯୨.୮ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିବା ବେଳେ ଏଥିମଧ୍ୟରେ ରହିଛି ୫.୨୦ କୋଟି ନଗଦ ଟଙ୍କା, ୧.୪୭ ଲକ୍ଷ ଲିଟର ମଦ ଯାହାର ମୂଲ୍ୟ ୩.୨୨ କୋଟି ଟଙ୍କା ହେବ, ୮୪.୩୪ କୋଟି ଟଙ୍କାର ନିଶାଦ୍ରବ୍ୟ ଓ ୦.୧୪୯ କୋଟି ଟଙ୍କାର ମୂଲ୍ୟବାନ ସାମଗ୍ରୀ। ରାଜସ୍ଥାନରୁ ୮.୩୩ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଛି। ଏଥିରେ ୦.୩୪ କୋଟି ନଗଦ ଟଙ୍କା, ୨.୮୧ କୋଟି ଟଙ୍କାର ମଦ, ୩.୬୭ କୋଟି ଟଙ୍କାର ନିଶାଦ୍ରବ୍ୟ, ୧.୫ କୋଟି ଟଙ୍କାର ବିଭିନ୍ନ ସାମଗ୍ରୀ ସାମିଲ। ସିକ୍କିମରୁ ୩୯୩ ଲକ୍ଷ ଲିଟର ମଦ ସମେତ ୦.୦୨୭ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
ତାମିଲନାଡ଼ୁରୁ ୩୬.୬ କୋଟି ନଗଦ ଟଙ୍କା ୦.୧୩ କୋଟି ଟଙ୍କାର ଚୋରା ମଦ, ୦.୧୫ କୋଟି ଟଙ୍କାର ନିଶାଦ୍ରବ୍ୟ, ୬୮ କୋଟି ଟଙ୍କାର ମୂଲ୍ୟବାନ ଧାତୁ, ୨.୩୬ କୋଟି ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ସମେତ ମୋଟ ୧୦୭.୨୪ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ କରାଯାଇଛି। ତେଲଙ୍ଗାନାରୁ ୮.୨୧ କୋଟି ଟଙ୍କାର ଜବତ ସାମଗ୍ରୀ ମଧ୍ୟରେ ରହିଛି ୫.୨୬ କୋଟି ନଗଦ ଟଙ୍କା, ୦.୩୯ କୋଟି ଟଙ୍କାର ମଦ, ୨.୩୮ କୋଟି ଟଙ୍କାର ନିଶାଦ୍ରବ୍ୟ, ୦.୧୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ ଧାତୁ। ସେହିପରି ତ୍ରିପୁରାରୁ ୦.୭୦ କୋଟି ଏବଂ ଉତରାଖଣ୍ଡରୁ ୨.୨୯ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।
ଉତର ପ୍ରଦେଶରୁ ୮.୨୬ କୋଟି ନଗଦ ଟଙ୍କା, ୨୨.୫୫ କୋଟି ଟଙ୍କା ମୂଲ୍ୟର ୮.୦୬ ଲକ୍ଷ ଲିଟର ଚୋରା ମଦ, ୧୪.୬୮ କୋଟି ଟଙ୍କା ମୂଲ୍ୟର ୧୧୬୦.୨ କିଗ୍ରା ନିଶାଦ୍ରବ୍ୟ, ୫୯.୦୪ କୋଟି ଟଙ୍କାର ମୂଲ୍ୟବାନ ଧାତୁ ସମେତ ମୋଟ ୧୦୪.୫୩ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି। ପଶ୍ଚିମବଙ୍ଗରୁ ଜବତ ହୋଇଥିବା ମୋଟ ୧୬.୨୯୫ କୋଟି ଟଙ୍କାର ସାମଗ୍ରୀ ମଧ୍ୟରେ ରହିଛି ନଗଦ ୬.୪୩ କୋଟି ଟଙ୍କା, ୫.୨୪ କୋଟି ଟଙ୍କାର ୪.୪ ଲକ୍ଷ ଲିଟର ଚୋରା ମଦ, ୦.୧୬ କୋଟି ଟଙ୍କାର ନିଶାଦ୍ରବ୍ୟ, ୩.୫୧ କୋଟି ଟଙ୍କାର ମୂଲ୍ୟବାନ ଧାତୁ।