Welcome To BN News . Always With Common People .

Breaking

Monday 1 April 2019

ଆଜି ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ହେବ ବିଓବି



ନୂଆଦିଲ୍ଲୀ,୧-୪: ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ସୋମବାରଠାରୁ ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ହୋଇଯିବ। ଏହାର ମୋଟ କାରବାର ପରିମାଣ ୧୩.୮୨ ଲକ୍ଷ କୋଟି ଟଙ୍କା ହେବ। ଏହି ମିଶ୍ରଣ ପରେ ବିଓବି ନିକଟରେ ମୋଟ ୯୪୦୧ ବ୍ୟାଙ୍କ ଶାଖା ଓ ମୋଟ ୧୩,୪୩୨ ଏଟିଏମ୍‌ ହେବ। ଦେଶରେ ଏସ୍‌ବିଆଇ ନିଟରେ ୫୯,୨୯୧ଏଟିଏମ୍‌ ଓ ୧୮ ହଜାରରୁ ଅଧିକ ଶାଖା ରହିଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ୪,୮୬୭ ଶାଖା ଏବଂ ୧୪, ୩୬୭ ଏଟିଏମ୍‌ ରହିଛି। ଏହି ମିଶ୍ରଣ ପୂର୍ବରୁ ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି କେନ୍ଦ୍ର ସରକାର ବିଓବିକୁ ୫୦୪୨ କୋଟି ଟଙ୍କାର ପୁଞ୍ଜି ଦେଇଛନ୍ତି। 

No comments:

Post a Comment