Welcome To BN News . Always With Common People .

Breaking

Saturday 30 March 2019

ଗୋଟିଏ ଜେଲରେ ରହିବେ ନୀରବ ମୋଦି-ବିଜୟ ମାଲ୍ୟା

ଗୋଟିଏ ଜେଲରେ ରହିବେ ଭାରତର ଦୁଇ ପଳାତକ ଅପରାଧୀ ବିଜୟ ମାଲ୍ୟା ଓ ନୀରବ ମୋଦି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଡେଇଥିବା ହୀରା ବ୍ୟବସାୟୀ ନିକଟରେ ଲଣ୍ଡନରୁ ଗିରଫ ହୋଇଛନ୍ତି। ଗିରଫ ପରେ ମୋଦି କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତିି। ଏହାର ଶୁଣାଣିବେଳେ ଜଷ୍ଟିସ୍‌ ଏମ୍ମା ଅର୍ବଥର୍ନୋଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରାଉନ ପ୍ରୋସେକ୍ୟୁସନକୁ ନୀରବ ଓ ଅନ୍ୟତମ ଅପରାଧୀ ବିଜୟ ମାଲ୍ୟାଙ୍କୁ ଗୋଟିଏ ଜେଲରେ ରଖାଯାଇପାରିବ କି ନାହିଁ ପ୍ରଶ୍ନ କରିଥିଲେ। ପ୍ରୋସେକ୍ୟୁସନ ପକ୍ଷରୁ କୁହାଯାଇଥିଲା କି ଲଣ୍ଡନରେ ଶୁଣାଣି ପରେ ଦୁହିଁଙ୍କୁ ମୁମ୍ବାଇ ଅଣାଯିବ। ପୁର୍ବରୁ ମାଲ୍ୟାଙ୍କ ପ୍ରସ୍ତୁତ ଆର୍ଥର ରୋଡ ଜେଲ୍‌ର ନୀରବଙ୍କୁ ରଖାଯିବ ବୋଲି ଜଣାପଡିଛି। ୋର୍ଥର ଜେଲର ଗୋଟିଏ ସେଲ୍‌ର ଦୁହିଁଙ୍କୁ ରଖାଯିବ।
ସୂଚନାଯୋଗ୍ୟ, ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିଥିଲା। ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ୬୨ ବର୍ଷୀୟ ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୧୦ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ କରିଥିଲେ। ଏହାପରେ କୋର୍ଟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ବ୍ରିଟେନ ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

No comments:

Post a Comment