Monday, 1 April 2019
ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନା
ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି। ଅନ୍ୟପକ୍ଷରେ ଏହି ପ୍ରସ୍ତବାକୁ ଚାଇନା ପକ୍ଷରୁ ବିଳମ୍ବ କରାଯାଉଥିବା ଅଭିଯୋଗ ଆଣି ଆମେରିକା ସିଧା ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରିବାକୁ ସମାଲୋଚନା କରିଛି ଚାଇନା। ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବ ପାରିତ ହେବା ଆଗରୁ ଚାଇନା ଏକମାତ୍ର ସଦସ୍ୟ ରାଷ୍ଟ୍ର ଭାବରେ ଏହାକୁ ବିରୋଧ କରୁଛି ଏବଂ ଭିଟୋ ଲଗାଇ ଏଥିରେ ବାଧକ ସାଜିଆସିଛି।
ଚାଇନା ବାରମ୍ବାର ନିଜ ସପକ୍ଷରେ ଓକିଲାତି କରି କାରଣ ଦେଇଆସିଛି ଭାରତ ମାସୁଦ୍ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଇପାରିନାହିଁ ଏବଂ ତାଙ୍କ ଦେଶ ଏହି ମାମଲାକୁ ବିଚାର କରୁଛି ଓ ଟେକ୍ନିକାଲ ସମସ୍ୟା ବୋଲି କହି ଚାଇନା ଏହାକୁ ଟାଳି ଆସୁଛି।
କିନ୍ତୁ ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଥିଲେ, 'ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ନେଇ ଆବେଦନ ପରେ ଚାଇନା ବିଭିନ୍ନ ପକ୍ଷ ସହିତ ଆଲୋଚନା କରୁଛି ଏବଂ ପ୍ରକ୍ରିୟା ସକାରାତ୍ମକ ରହିଛି। ଆମେରିକା ମଧ୍ୟ ଏହି ବିଷୟରେ ଅବଗତ ଅଛି।'
ଜାତିସଂଘର ଆତଙ୍କୀ ନିରୋଧୀ 1267 କମିଟିରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ର ମିଳିତ ପ୍ରସ୍ତାବକୁ ଚାଇନା ଭିଟୋ ଲଗାଇ ଅଟକାଇବା ପରେ ଆମେରିକା ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ ନେବାକୁ ନେଇ ଚାଇନା ଆମେରିକା ଉପରେ ଖପ୍ପା ଥିବା ଏହି ଅବସରରେ ଚାଇନାର ମୁଖପାତ୍ର ଜଣାଇଥିଲେ।
ପାକିସ୍ତାନର ବନ୍ଧୁରାଷ୍ଟ୍ର କୁହାଯାଉଥିବା ଚାଇନା ଏଭଳି ନୂଆ ନୂଆ କାରଣ ଦର୍ଶାଇ ମାସୁଦର ଢାଲ ବୋଲି ପ୍ରମାଣିତ କରିଆସିଛି। ସୂଚନାଯୋଗ୍ୟ ଯେ, ମାସୁଦର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ହିଁ ପୁଲ୍ଓ୍ବାମା ଆତ୍ମଘାତୀ ବିସ୍ଫୋରଣର କାର୍ପଟଦାର ବୋଲି ନିଜେ ମାନି ସାରିଛି। କିନ୍ତୁ ଏହାକୁ ପାକିସ୍ତାନ ମନୁନଥିବାବେଳେ ଏଭଳି ଅମାନୁଷିକ ଘଟଣା ମଧ୍ୟ ଚାଇନା ଉପରେ ପ୍ରଭାବ ପକାଇ ପାରିନାହିଁ।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଜୋର ଜବରଦସ୍ତ ଏହି ପ୍ରସ୍ତାବୁ ପାରିତ କରିବାକୁ ଚାହୁଁଛି। ଆମେ ଭାବୁଛୁ ଏହା ଗଠନମୂଳକ ପଦକ୍ଷେପ ହେବନି। ଆମେ ଭାବୁଛୁ ବିଭିନ୍ନ ପକ୍ଷ ଆଲୋଚନା କରି ଏହାର ସମାଧାନ କରିବା ଆବଶ୍ୟକ। ଏହା ସୁରକ୍ଷା ପରିଷଦର ନିୟମ ଏବଂ ବ୍ୟବସ୍ଥା ବିରୋଧୀ। ଏହା ଜୋରକରି ପାରିତ ହେଲେ ସମାଧାନ ହେବନି ବରଂ ପ୍ରସଙ୍ଗକୁ ଜଟିଳ କରିବ। ଏହା ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିପାରିବ ନାହିଁ।
ପୂର୍ବରୁ ଭାରତ ପକ୍ଷରୁ ଆତଙ୍କୀଙ୍କ ଭୂସ୍ବର୍ଗ ପାକିସ୍ତାନ ବାବଦରେ ଜାତିସଂଘରେ ଯୁକ୍ତି ରଖାସରିଛି। ସେଠାରେ ଆତଙ୍କବାଦୀମାନେ ଖୋଲାରେ ବୁଲୁଥିଲେ ମଧ୍ୟ, ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସରକାର ଏହା ମାନିବାକୁ ନାରାଜ।
Recommended Articles
- OD Information
ରାଜନୈତିକ ଦଳଙ୍କୁ ଆର୍ଟିଆଇ ପରିସରକୁ ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନApr 08, 2019
ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଆଇନ ଅଧୀନରେ ସମସ୍ତ ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନିକ କର୍ତ୍ତୃପକ୍ଷ (ପବ୍ଲିକ୍ ଅଥରିଟୀ) ଭାବେ ଘୋଷଣ...
- OD International
ଚୀନର ନିମନ୍ତ୍ରଣକୁ ପୁଣି ଭାରତର ପ୍ରତ୍ୟାଖ୍ୟାନApr 08, 2019
ଚୀନ ତରଫରୁ ମିଳିଥିବା ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହି ବୈଠକ ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅ...
- Od Crime
ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନାApr 01, 2019
ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି...
- OD Business
ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍ପିଏApr 01, 2019
ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍...
Newer Article
ରବର୍ଟ ଭଦ୍ରାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ
Older Article
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ
Labels:
Od Crime,
OD International,
OD National
Subscribe to:
Post Comments (Atom)
No comments:
Post a Comment