Welcome To BN News . Always With Common People .

Breaking

Monday 1 April 2019

ଇତିହାସ ରଚିଲା ଇସ୍ରୋ, ଲଂଚ୍ ହେଲା ଆମିସେଟ୍ ସାଟେଲାଇଟ୍



ଚେନ୍ନାଇ, ଏପ୍ରିଲ ୦୧ :
ଆଜି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ନୂଆ ଇତିହାସ ସୃଷ୍ଟି କରିଛି । ଆନ୍ଧ୍ରପ୍ରଦେଶ ଶୀହରିକୋଟା ସତିଶ ଧାବନ ସ୍ପେସ ସେଂଟରରୁ ଭାରତର ଆମିସେଟ (ଇଏମଆଇଏସଏଟି) ଉପଗ୍ରହକୁ ଉତକ୍ଷେପଣ କରାଯାଇଛି । ଆମିସେଟ ସହିତ ୨୮ ବିଦେଶୀ ଉପଗ୍ରହକୁ ମଧ୍ୟ ଉତକ୍ଷେପଣ କରାଯାଇଛି ।
ଆଜି ସକାଳେ ଏଥି ପାଇଁ ଇସ୍ରୋ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଥିଲା । ଇସ୍ରୋର ବୈଜ୍ଞାନିକମାନେ ରବିବାର ରାତି ସାରା ସଫଳ ପରୀକ୍ଷଣ ପାଇଁ କାମ କରିଛନ୍ତି । ପୃଥିବୀର ୩ଟି କକ୍ଷରେ ଏହି ଉପଗ୍ରହ ସବୁକୁ ସ୍ଥାପିତ କରାଯିବ ।
ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂଚନା ଅନୁସାରେ ୪ ପର୍ଯ୍ୟାୟ ଯୁକ୍ତ ପିଏସଏଲଭି-ସି ୪୫ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରର ୨ୟ ଲଞ୍ଜିଙ୍ଗ ପ୍ୟାଡରୁ ସୋମବାର ପୂର୍ବାହ୍ଣ ୯ଟା ୨୭ରେ ଉତକ୍ଷେପଣ କରାଯାଇଥିଲା । ଏହି ମିଶନ ଜରିଆରେ ମହାକାଶ ଗବେଷଣା ସଂସ୍ଥାର ବାହାଦୂରୀ ଦେଖିବାକୁ ମିଳିବ । ଏହି ସାଟେଲାଇଟ୍ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷ୍ନ ନଜର ରଖିବାରେ ସଫଳ ହେବ ।

No comments:

Post a Comment