Welcome To BN News . Always With Common People .

Breaking

Thursday 28 March 2019

ଡିଆରଡିଓ ଜାରି କଲା 'ମିଶନ ଶକ୍ତି'ର ଭିଡ଼ିଓ, ଦେଖନ୍ତୁ କେମିତି ହେଲା ମିଶନ ସଫଳ



ମାର୍ଚ୍ଚ୨୭:
'ମିଶନ ଶକ୍ତି'ର ସଫଳତା ପରେ ଡିଆରଡିଓ ମିଶନ ଶକ୍ତି ସମ୍ବନ୍ଧିତ ଭିଡ଼ିଓ ଜାରି କରିଛି। ଏଏନଆଇ ପକ୍ଷରୁ ଜାରି ଭିଡ଼ିଓରେ ସ୍ପଷ୍ଟ ଭାବେ କ୍ଷେପଣାସ୍ତ୍ର ପ୍ରକ୍ଷେପଣର ଭିଡ଼ିଓ ସ୍ପଷ୍ଟ ଦେଖାଯାଉଛି। ଡିଆରଡିଓ ୩୨ ସେକେଣ୍ଡର ଏହି ଭିଡ଼ିଓ ଜାରି କରିଛି। ମିଶନ ଶକ୍ତି ନାମରେ ଏହି ମିଶନକୁ ଡିଆରଡିଓର ବୈଜ୍ଞାନିକ ସଫଳ କରିଛନ୍ତି। ଏଥିରେ ଭାରତ ଅନ୍ତରୀକ୍ଷଣରେ ଉପଗ୍ରହକୁ ମାରି ଖସାଇବାରେ ସଫଳ ହୋଇଛି। ଏହା ସହିତ ଭାରତ ଏହି ଉପଲବ୍ଧି ହାସଲ କରିବାରେ ଦୁନିଆରେ ଆମେରିକା, ରୁଷ ଓ ଚୀନ ପରେ ଚତୁର୍ଥ ଦେଶ ହେବାର ଗୌରବ ଅର୍ଜନ କରିଛି।
ପିଏମ କହିଛନ୍ତି ଯେ, ଏଲଇଓ ସାଟେଲାଇଟକୁ ମାରି ଖସାଇବା ଏକ ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ଥିଲା। ଏହି ମିଶନକୁ କେବଳ ୩ ମିନିଟରେ ପୂରା କରାଯାଇଥିଲା। ଆମର ବୈଜ୍ଞାନିକ ମହାକଶରେ ୩୦୦ କିମି ଦୂରରେ ଏଲଇଓ ଅରବିଟ ମାରି ଖସାଇଛନ୍ତି। ଏହି ମିଶନ ଅତ୍ୟନ୍ତ କଠିନ ଏବଂ ବିପଦଜ୍ଜନକ ଅପରେସନ ଥିଲା।


ପିଏମ ମୋଦୀ ମିଶନ ଶକ୍ତିକୁ ନେଇ ରାଷ୍ଟ୍ରକୁ ସମ୍ବୋଧିତ କରିବା ପରେ ପରେ ଏହି ସଫଳ ଅଭିଯାନରେ ସାମିଲ ବୈଜ୍ଞାନିକଙ୍କୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥା ହେବା ସହିତ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଏହି ସଫଳତାରେ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ନିର୍ଦ୍ଧାରିତ ଲକ୍ଷ୍ୟକୁ ହାସଲ କରିଥିବାରୁ ପୂରା ଦେଶ ନିଜର ବୈଜ୍ଞାନିକଙ୍କ ଉପରେ ଗର୍ବ କରୁଛି।

No comments:

Post a Comment