Welcome To BN News . Always With Common People .

Breaking

Showing posts with label Political. Show all posts
Showing posts with label Political. Show all posts

Sunday, 17 March 2019

12:21

ନବୀନ ନିବାସରେ ଦିଲ୍ଲୀପ ତିର୍କୀ ଏବଂ ପଦ୍ମଶ୍ରୀ ହଳଧର ନାଗ


ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନପରେ ଗତ ୪ ଦିନ ଧରି ଲଗାତର ଭାବେ ନବୀନ ନିବାସ ଆଗରେ ଦେଖିବାକୁ ମିଳୁଛି ଭିଡ । ଶହ ଶହ ନେତାଙ୍କ ସହ କର୍ମୀଙ୍କ ଭିଡ ଦେଖିବାକୁ ମିଳୁଛି ନବୀନ ନିବାସ ଆଗରେ । ଆଜି ଦିଲ୍ଲୀପ ତିର୍କୀଙ୍କୁ ନବିନ ନିବାସରେ ଦେଖିବାକୁ ମିଳିଛି ।ଠିକ୍ ସେହିପରି ପଦ୍ମଶ୍ରୀ ହଳଧର ନାଗ ବି ଆଜି କିଶୋର ମହାନ୍ତି ଏବଂ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ।
ସେପଟେ ନବୀନ ନିବାସରେ ଗତକାଲି ରାତିରେ ବି ନେତାଙ୍କ ଭିଡ ଦେଖିବାକୁ ମିଳିଥିଲା । ଦଳର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦଓ, ପିନାକୀ ମିଶ୍ର, ଅନନ୍ତ ଦାସଙ୍କ ସମେତ ଅନ୍ୟ ନେତା ନବୀନ ନିବାସ ଆସିଥିଲେ । ସାମାଜିକ କର୍ମୀ ମୀରା ପରିଡାଙ୍କୁ ବି ନବୀନ ନିବାସରେ ଦେଖିବାକୁ ମିଳିଥିଲା । ଆଗାମୀ ନିର୍ବାଚନରେ ନିର୍ବାଚନ ନ ଲଢିବାକୁ ଘୋଷଣା କରିଛନ୍ତି ଅନଙ୍ଗ ଉଦୟ । ସେ କହିଛନ୍ତି, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟଙ୍କ ବିଜୟ ହେବ । 

Friday, 15 March 2019

19:24

ମୁଁ ଭାଜପାରେ ଯୋଗଦେଲି; ଏବେ ଆପଣମାନେ ଖୁସି ତ: ଦାମ


ଭାଜପାରେ ବିଧିବଦ୍ଧ ଭାବେ ଦାମୋଦର ରାଉତ ଯୋଗଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦାମ ଯୋଗଦେଇ ଶୁକ୍ରବାର ଭୁବନେଶ୍ୱର ଫେରିଥିଲେ। ଏହାକୁ ନେଇ ଦାମଙ୍କ ସମର୍ଥକ ଓ ଭାଜପା କର୍ମୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଦାମଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଦାମ ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ବ୍ୟଙ୍ଗାତ୍ମକ ଭାବେ ପ୍ରକାଶ କରିଛନ୍ତି। ମୁଁ ଭାଜପାରେ ଯୋଗଦେଲି। ଏବେ ଆପଣମାନେ ଖୁସି ତ? ବୋଲି ଦାମ କହିଥିଲେ। ଏହା ଶୁଣି ଉତ୍ସବରେ ସାମିଲ କର୍ମୀମାନଙ୍କ ମଧ୍ୟରେ ହାସ୍ୟରୋଳ ଖେଳି ଯାଇଥିଲା।
ପ୍ରକାଶଯୋଗ୍ୟ,ଦାମ ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନଙ୍କ ଉପରେ ବର୍ଷିଥିଲେ। ନବୀନ ସରକାରଙ୍କ ଅବସାନ ଘଟାଇବାକୁ ତାଙ୍କର ଏ ପ୍ରୟାସ। ଭାଜପା ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି ଓ ଅପଶାସନରୁ ମୁକ୍ତି ପାଇପାରିବେ। ତାଙ୍କର ବିଶ୍ୱାସ ଓଡ଼ିଶାବାସୀ ତାଙ୍କ ସହ ମିଶି ଏ ଭଷ୍ଟାଚାରୀଙ୍କୁ ହଟାଇବେ ବୋଲି ସେ କହିଥିଲେ।

19:12

ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ: ରାହୁଲ


ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଟଙ୍କା ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି। ସାରାରାଜ୍ୟ ଜାଣିଛି, ଚିଟଫଣ୍ଡ ଦୁର୍ନୀତିରେ ୫ହଜାର କୋଟି ଟଙ୍କା ଚୋରି ହୋଇଛି। ଦିଲ୍ଲୀ ହେଉ କିମ୍ବା ଓଡ଼ିଶା, କଂଗ୍ରେସ ସରକାର ଆସିବା ମାତ୍ରେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡ଼ ସହର ଉପକଣ୍ଠ ନୂଆ ସରସରା ପଡ଼ିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।
ରାହୁଲ କହିଛନ୍ତି ଯେ, ଓଡ଼ିଶାକୁ କିଛି ବଛାବଛା ଅଫିସର ଶାସନ କରୁଛନ୍ତି। ରାଜ୍ୟରେ ଜନତାଙ୍କ ସ୍ବର ଶୁଣାଯାଏ ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରନ୍ତି, ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ପରିଚାଳନା କରିଥାନ୍ତି । ରାଜ୍ୟରେ ଆଦିବାସୀ ମହିଳାଙ୍କ ସ୍ବର ସରକାରଙ୍କ ପାଖେ ପହଞ୍ଚେ ନାହିଁ । ସାରା ଓଡ଼ିଶାରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ତନ୍ମଧ୍ୟରୁ ୩୦ ହଜାର ଶିକ୍ଷକ ପଦବୀ ଖାଲି, ୫ହଜାର ମେଡ଼ିକାଲ ପଦବୀ ଖାଲି। ଓଡ଼ିଶାର ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ । କଂଗ୍ରେସ ଶାସନ ଆସିବା ମାତ୍ରେ ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।
ଅପରପକ୍ଷେ ମୋଦି ସରକାରଙ୍କ ଜିଏସଟି, ବିମୁଦ୍ରୀକରଣ ଯୋଗୁ ସାଧାରଣ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ କଂଗ୍ରେସ ସରକାର କେନ୍ଦ୍ରରେ ଆସିଲେ ଜିଏସଟି ପରିବର୍ତ୍ତେ ସମସ୍ତଙ୍କ ପାଇଁ ଏକ ସାଧାରଣ ଟ୍ୟାକ୍ସ ପ୍ରଚଳନ କରିବ ବୋଲି ସେ କହିଥିଲେ । ତେବେ ସେ ନିଜ ଅଭିଭାଷଣରେ ଯେଉଁ ପ୍ରତିଶୃତି ଦିଅନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ଏବଂ ପଡ଼ୋଶୀ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପରେ ତାଙ୍କ ପ୍ରତିଶୃତି ଯଥାର୍ଥତା ପ୍ରତିଫଳିତ ହୋଇ ସାରିଥିବା ରାହୁଲ କହିଥିଲେ । 

Sunday, 10 March 2019

18:24

ଏପ୍ରିଲ ୧୧ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍ , ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ



ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସହ ମତଦାନ ତାରିଖ ଘୋଷଣା ହୋଇଛି। ଜାତୀୟ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇ କହିଛନ୍ତି ଯେ, ସମଗ୍ର ଦେଶର ମୋଟ ୫୪୫ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ କରାଯିବ।


ତେବେ ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ଏପ୍ରିଲ ୧୧ରୁ ୨୯ତାରିଖ ମଧ୍ୟରେ ସମ୍ପାଦିତ ହେବ।


ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ତାରିଖରେ, ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଆସନ ପାଇଁ ୧୮ତାରିଖ, ତୃତୀୟ ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ପାଇଁ ଏପ୍ରିଲ ୨୩ତାରିଖ ଓ ବାକି ୬ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ ଏପ୍ରିଲ ୨୯ତାରିଖରେ ହେବ।


ତେବେ କେଉଁ ଆସନରେ କେଉଁ ଦିନ ଭୋଟଗ୍ରହଣ ତାହା ଖୁବଶୀଘ୍ର ଜଣାପଡ଼ିବ।