Welcome To BN News . Always With Common People .

Breaking

Monday 1 April 2019

ସରକାରୀ ଅର୍ଥ ଅପବ୍ୟବହାର ପାଇଁ 'ଚୌକିଦାର' କାହାକୁ ଅନୁମତି ଦେବେ ନାହିଁ : ମୋଦୀ


ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସେ ଚୌକିଦାରର କର୍ତ୍ତବ୍ୟ କରୁଛନ୍ତି ଏବଂ ସରକାରୀ ଅର୍ଥ ଅପବ୍ୟବହାର କରିବାପାଇଁ କାହାକୁ ହେଲେ ଅନୁମତି ଦେବେ ନାହିଁ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି, ସେ ଚୌକିଦାରର କର୍ତ୍ତବ୍ୟ ସେ ପାଳନ କରୁଛନ୍ତି ଏବଂ ସରକାରୀ ଅର୍ଥର ଅପବ୍ୟବହାର କରିବାପାଇଁ ସେ କାହାକୁ ହେଲେ ଅନୁମତି ଦେବେ ନାହିଁ। ନୂଆଦିଲ୍ଲୀରୁ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ 'ମେ ଭି
ଚୌକିଦାର' କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍‍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ୨୦୧୪ ମସିହାରେ ଦେଶସେବା କରିବାକୁ ଲୋକମାନେ ଏନଡିଏ ସରକାରକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତ ସହ ସମର୍ଥନ ଦେଇଥିଲେ। ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ଭ୍ରଷ୍ଟାଚାର କବଳରୁ ଦେଶର ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ସେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି । ଗତ ୫ ବର୍ଷ ଭିତରେ ତାଙ୍କ ସରକାର ଯେଉଁସବୁ ସଫଳତା ହାସଲ କରିଛି, ତାହା ଦେଶବାସୀଙ୍କ ସକ୍ରିୟ ଭାଗିଦାରୀ ଯୋଗୁଁ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସ୍ୱଚ୍ଛତା ଅଭିଯାନ ଲୋକମାନଙ୍କ ସମର୍ଥନ ଯୋଗୁଁ ଗଣଆନ୍ଦୋଳନରେ ରୂପାନ୍ତରିତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ସମସ୍ତଙ୍କର ଅଗ୍ରାଧିକାରଭିତ୍ତିକ ଆବଶ୍ୟକତା ରହିଛି; କିନ୍ତୁ ଦେଶର ଆବଶ୍ୟକତା ସବୁଠାରୁ ଆଗରେ। ଦେଶର ସାହସୀ ଯବାନମାନଙ୍କୁ ସାଲ୍ୟୁଟ୍‍ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାଲାକୋଟ୍‍ ବିମାନ ଆକ୍ରମଣ ସେ ଅବା ସରକାର କରି ନାହାନ୍ତି, ଏହା ଦେଶର ଯବାନମାନେ କରିଛନ୍ତି। ଏଥିପାଇଁ ସଶସ୍ତ୍ର ବାହିନୀ ପ୍ରଶଂସାର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

No comments:

Post a Comment