Welcome To BN News . Always With Common People .

Breaking

Sunday 31 March 2019

ଏବେ କ୍ରିକେଟ୍ ମ୍ୟାଚ୍ ପରି ଦେଖି ପାରିବେ ରକେଟ୍ ପ୍ରକ୍ଷେପଣ, ଇସ୍ରୋ କଲା ଷ୍ଟାଡିୟମ ବ୍ୟବସ୍ଥା


ନୂଆଦିଲ୍ଲୀ : ଦୀର୍ଘ ଉଚ୍ଚତା ଓ ଶହଶହ କିଲୋ ଓଜନର ରକେଟ୍‌ ମାଧ୍ୟମରେ ଉପଗ୍ରହକୁ କିପରି ମହାକାଶକୁ ପଠାଯାଉଛି ତାକୁ ଦେଖିବା ଜଣେ ସାଧାରଣ ମଣିଷ ସ୍ବଚକ୍ଷୁରେ ଦେଖିବା ସମ୍ଭବ ନୁହେଁ। ତେବେ ଏପରି ଅସମ୍ଭବକୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସମ୍ଭବ କରିବାକୁ ଯାଉଛି। ଇସ୍ରୋର ରକେଟ ଉତ୍‌କ୍ଷେପଣକୁ ଏଣିକି ସାଧାରଣ ଲୋକେ ସ୍ବଚକ୍ଷୁରେ ଦେଖିପାରିବେ। ଏଥିପାଇଁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହି ବ୍ୟବସ୍ଥା କରାଯାଇଛି। ​‌େ‌ସାମବାର ଡିଆରଡିଓର ଏହାର ରକେଟ୍ ପିଏସଏଲଭି-ସି୪୫ ମାଧ୍ୟମରେ ୨୮ଟି ବିଦେଶୀ ଉପଗ୍ରହକୁ ମହାକାଶକୁ ପଠାଇବ। ସୋମବାର ହେବାକୁ ଥିବା ଏହି ଉପଗ୍ରହ ଉତକ୍ଷେପଣକୁ ସାଧାରଣ ଲୋକ ଦେଖିପାରିବେ। ଏଥିପାଇଁ ଶ୍ରୀହରିକୋଟାର ସ୍ପେସ୍ ସେଣ୍ଟରରେ ୫୦୦୦ଲୋକ ବସିପାରିବା ଭଳି ଏକ ଗ୍ୟାଲେରୀ ବ୍ୟବସ୍ଥା କରାଯାଇଛି। ଗ୍ୟାଲେରୀର କ୍ଷମତା ୧୦ହଜାରକୁ ବୃଦ୍ଧି କରାଯିବ। ଗ୍ୟାଲେରି ସ୍ପେସ୍ ସେଣ୍ଟରର ଦୁଇଟି ଲଞ୍ଚପ୍ୟାଡ ଆଡକୁ ମୁହଁ କରି ରହିଛି। ଯେଉଁଠାରେ ସାଧାରଣ ଦର୍ଶକ ବସି ରକେଟ ଓ ଏହାର ଉତ୍‌କ୍ଷେପଣକୁ ଦେଖିପାରିବେ। ତେବେ ସୋମବାର ହେବାକୁ ଥିବା ଉତ୍‌କ୍ଷେପଣ ପାଇଁ ୧୦୦୦ ଲୋକଙ୍କୁ ଅନୁମତି ଦିଆଯିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ କହିଛନ୍ତି।

ଲଞ୍ଚ ପ୍ୟାଡ ଠାରୁ ୨-୩ କିମି ଦୂରରେ ଏହି ଗ୍ୟାଲେରୀ ଅବସ୍ଥିତ। ରବିବାର ଏହି ଗ୍ୟାଲେରୀକୁ ଉଦ୍‌ଘାଟନ କରାଯିବ। ଏଠାରେ ବସି ପିଏସଏଲଭି ଓ ଜିଏସ୍ଏଲଭି ରକେଟକୁ ସ୍ପଷ୍ଟ ଦେଖିହେବ। ପୂର୍ବରୁ ରକେଟ ଉତ୍‌କ୍ଷେପଣକୁ ଲୋକେ କେବଳ ଟିଭି ପରଦାରେ ଦେଖୁଥିଲେ।

ଏବେ ଲୋକେ ଏହାକୁ ସ୍ବଚକ୍ଷୁରେ ଦେଖବା ଦ୍ବାରା ମହାକାଶ କାର୍ଯ୍ୟକ୍ରମ ବାବଦରେ ଅଧିକ ଜ୍ଞାନ ପାଇପାରିବେ। ୧୦ବର୍ଷରୁ ଅଧିକ ବୟସର ଭାରତୀୟ ନାଗରିକଙ୍କୁ କେବଳ ଏହି ମହାକାଶ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ଦିଆଯିବ। ଏଥିପାଇଁ ଲୋକେ ଇସ୍ରୋ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ନାମ ପଞ୍ଜୀକରଣ କରିପାରିବେ। ପରେ ସେମାନଙ୍କୁ ଅନଲାଇନରେ ଏକ ଚୁକ୍ତି ସ୍ବାକ୍ଷର କରିବାକୁ ହେବ।

ରକେଟ ଉତ୍‌କ୍ଷେପଣ ସମୟରେ କୌଣସି ପ୍ରକାର ଅଘଟଣ ପାଇଁ ଇସ୍ରୋ ଦାୟୀ ରହିବ ନାହିଁ ବୋଲି ଉକ୍ତ ଚୁକ୍ତିରେ ଉଲ୍ଲେଖ ରହିବ। ଏହା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରବେଶ ପତ୍ର ଅନଲାଇନରେ ଦିଆଯିବ। ଏହି ପ୍ରବେଶପତ୍ରକୁ ଡାଉନଲୋଡ ଓ ପ୍ରିଣ୍ଟ କରି ସୁରକ୍ଷାକର୍ମୀଙ୍କୁ ଦେଖାଇବା ପୂର୍ବକ ମହାକାଶ କେନ୍ଦ୍ରକୁ ପ୍ରବେଶ କରିପାରିବେ। ଅଘଟଣକୁ ଏଡାଇବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଶିବନ କହିଛନ୍ତି।

ଗ୍ୟାଲେରୀ ସ୍ଥଳରେ ଖାଦ୍ୟ ବିକାଳି ଉପଲବ୍ଧ ହେବେ। ଦର୍ଶକ ଅର୍ଥ ବଦଳରେ ଖାଦ୍ୟ ଖାଇପାରିବେ। ଏହା ସହିତ ପାଇଖାନା, ସୂଚନା କେନ୍ଦ୍ର​‌, କ​‌େ​‌ଣ୍ଟ୍ରାଲ ରୁମ ଆଦି ବ୍ୟବସ୍ଥା ରହିଛି। ଦର୍ଶକମାନଙ୍କ ପାଇଁ ସଂଗ୍ରହାଳୟର ବ୍ୟବସ୍ଥା କରାଯାଇଛି ଯେଉଁ ଠାରେ ସେମାନେ ବିଭିନ୍ନ ମଡେଲ ଦେଖି ରକେଟ ଉତ୍‌କ୍ଷେପଣ ସମ୍ପର୍କରେ ଜ୍ଞାନ ହାସଲ କରିପାରିବେ।

ନିକଟରେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର ଅନ୍ତରୀକ୍ଷ ଅଭିଯାନ ଦେଶବାସୀଙ୍କୁ ଚକିତ କରିଥିଲା। ଏହି ଅଭିଯାନର ସଫଳତା ଭାରତକୁ ବିଶ୍ବ ମହାଶକ୍ତି ଭାବେ ପ୍ରତିଷ୍ଠିତ କରାଇଛି। ଶତ୍ରୁ ପକ୍ଷର ରେଡାରକୁ ଠାବ କରିବା ପାଇଁ ଇସ୍ରୋ ପ୍ରସ୍ତୁତ କରୁଛି ଏକ ନିରୀକ୍ଷଣକାରୀ ଉପଗ୍ରହ। ମିଶନ ଶକ୍ତିର ସଫଳତା ପରେ ଇସ୍ରୋ ଏହି ନୂଆ ପ୍ରୟାସ ଆରମ୍ଭ କରିଛି।

No comments:

Post a Comment