Welcome To BN News . Always With Common People .

Breaking

Monday 1 April 2019

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍‌ପିଏ



ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍କ ଏନ୍‌ପିଏ ପରିମାଣ ବୃଦ୍ଧି ପାଇ ୮୪ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଦେଶରେ ୭୫ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ଏବେ ୨.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଫେବୃୟାରୀ ୧୨ ସର୍କୁଲାର କାରଣରୁ ଋଣ ସମାଧାନ ପରିମାଣ ବଢ଼ିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। 
ଶକ୍ତି ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ୩୭ତମ ରିପୋର୍ଟ ଉଲ୍ଲେଖ କରି ଆବେଦନକାରୀ ଦର୍ଶାଇଛନ୍ତି ଯେ, ଶକ୍ତି ପ୍ରକଳ୍ପରେ ନିଯୁକ୍ତ କମ୍ପାନୀଗୁଡ଼ିକ ଏକାଧିକ ବ୍ୟାଙ୍କକୁ ନେଇ ଗଠିତ ବ୍ୟାଙ୍କ ସମୂହର ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ୧୮୦ ଦିନ ଭିତରେ ଏନ୍‌ପିଏ ସମାଧାନ ଲାଗି ଗତବର୍ଷ ଆର୍‌ବିଆଇ ପକ୍ଷରୁ ଜାରି ସର୍କୁଲାରକୁ ପ୍ରତ୍ୟାହାର ଅଥବା ରଦ୍ଦ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି। ଅନ୍ୟପକ୍ଷରେ ଆର୍‌ବିଆଇ ନିଜର ସର୍କୁଲାର ସପକ୍ଷରେ ଯୁକ୍ତି ବାଢ଼ିଛି। ୧୮୦ ଦିନ ଭିତରେ ଏନ୍‌ପିଏ ରିଜଲ୍ୟୁଶନ ସମ୍ଭବ ବୋଲି ଆର୍‌ବିଆଇ କହିଛି। ସୂଚନାଥାଉ କି, ଶକ୍ତି, ଜାହାଜ ଓ ଚିନି ଶିଳ୍ପ ସହ ଜଡ଼ିତ କମ୍ପାନୀଗୁଡ଼ିକ ଆର୍‌ବିଆଇ ସର୍କୁଲାରକୁ ଚ୍ୟାଲେଞ୍ଜ କରିଛନ୍ତି। ବକେୟା ଋଣ ପ୍ରଦାନ କରି ନ ଥିବା ପ୍ରତିଷ୍ଠିତ କର୍ପୋରେଟଙ୍କ ମଧ୍ୟରେ ରହିଛନ୍ତି ଆଦାନୀ ପାଓ୍ବାର ମହାରାଷ୍ଟ୍ର(୯୪୬୩.୨୯ କୋଟି), ଦାମୋଦର ଭ୍ୟାଲି କର୍ପୋରା(୯୭୫୬.୪୨ କୋଟି), ଜୟପ୍ରକାଶ ପାଓ୍ବାର ଭେଞ୍ଚରସ(୮୭୧୯.୧୬ କୋଟି) ଆଦି।

No comments:

Post a Comment