Welcome To BN News . Always With Common People .

Breaking

Thursday 28 March 2019

କରତାରପୁର କରିଡର ପାଇଁ ଗଠିତ କମିଟିରେ ଖଲିସ୍ଥାନ ସମର୍ଥକ ଗୋପାଳ ଚାୱଲାଙ୍କୁ ସାମିଲ କଲା ପାକିସ୍ତାନ



ମାର୍ଚ୍ଚ ୨୮  :
ପାକିସ୍ତାନ ପୁଣି ଥରେ ଏକ ଅସନ୍ତୋଷ ମୂଳକ କାର୍ଯ୍ୟ କରିଛି । କରତାରପୁର କରିଡର ଠାରୁ ଗୁରୁଦ୍ୱାର କରତାରପୁର ସାହିବରେ ମଥା ଟେକିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧି କରିବା ପାଇଁ ଗଠିତ କମିଟିରେ ଆତଙ୍କୀ ହାଫିଜ ସଇଦର ଖାସ୍ ସହେଯାଗୀ ଏବଂ ଖଲିସ୍ତାନ ସମର୍ଥକ ଗୋପାଳ ଚାୱଲାଙ୍କୁ ସାମିଲ କରିଛି ।
ଗୋପାଳ ଚାୱଲା ପାକିସ୍ତାନରେ ଶରଣ ନେଇଛନ୍ତି । ସେ ସେଠାରେ ଖଲିସ୍ତାନର ସମର୍ଥନ କରୁଛନ୍ତି ଏବଂ ଭାରତ ବିରୋଧୀ ଗତିବିଧି କରୁଛନ୍ତି । ସେ ପାକିସ୍ତାନ ସ୍ଥିତ ଗୁରୁଦ୍ୱାରକୁ ଦର୍ଶନ ପାଇଁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଖଲିସ୍ତାନୀ ସାହିତ୍ୟ କହିବା ସହିତ ଖଲିସ୍ତାନ ପକ୍ଷରେ ଭାଷଣ ମଧ୍ୟ ଦିଅନ୍ତି । ତେବେ ଚାୱଲା ଏବେ ପାକିସ୍ତାନ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ଜେନେରାଲ ସେକ୍ରେଟାରୀ ଅଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ରେ ଭାରତ ପାକିସ୍ତାନ ମଧ୍ୟରେ କରତାରପୁର କରିଡର ନିର୍ମାଣକୁ ନେଇ ଏକ ବୈଠକ ହୋଇଥିଲା । ଏହାର କିଛି ଘଂଟା ପୂର୍ବରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଗୋପାଳଙ୍କ ସହ ଏକ ବୈଠକ କରିଥିଲେ । ଗତ ବର୍ଷ ନଭେମ୍ବର ୨୮ରେ ଇମରାନ ଖାନ କରତାରପୁର କରିଡର ପାଇଁ ପ୍ରସ୍ତର ରଖିଥିଲେ । ଏଥିପାଇଁ ୧୦ ସଦସୀୟ ବିଶିଷ୍ଟ ଏକ କମିଟି ଗଠନ କରାଯାଇଛି । ସେମାନେ କରତାରପୁର ସାହିବକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ଥଇଥାନ ସହ ସେମାନଙ୍କ ଖାଇବା ପିଇବା ବିଷୟରେ ବୁଝିବେ । ଏଥିରେ ପାକିସ୍ତାନର ପ୍ରବନ୍ଧକ କମିଟିର ପୂର୍ବତନ ଅଧ୍ୟକ୍ଷ ବିଶନ ସିଂହ, କୂଳଜିତ ସିଂହ, ମନିନ୍ଦର ସିଂହ, ମୋହିନ୍ଦର ପାଲ ସିଂହ, ସାହିବ ସିଂହ, ସନ୍ତୋଖ ସିଂହ, ଶମଶେର ସିଂହ, ତାରୁ ସିଂହ, ଭଗତ ସିଂହ ସାମିଲ ଅଛନ୍ତି ।

No comments:

Post a Comment