Welcome To BN News . Always With Common People .

Breaking

Showing posts with label OD Tax. Show all posts
Showing posts with label OD Tax. Show all posts

Monday, 1 April 2019

20:08

ମାର୍ଚ୍ଚ ମାସରେ ୧.୦୬ ଲକ୍ଷ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ



ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି) ସଂଗ୍ରହରେ ରେକର୍ଡ ସୃଷ୍ଟି ହୋଇଛି। କେବଳ ମାର୍ଚ୍ଚ ମାସରେ ୧ ଲକ୍ଷ ୬ ହଜାର ୫୭୭ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ କରାଯାଇଛି। ଏହା ପୂର୍ବରୁ ଅପ୍ରେଲ ୨୦୧୮ରେ ଏହି ପରିମାଣର ଜିଏସ୍‍ଟି ଆଦାୟ କରାଯାଇଥିଲା। ଚଳିତ ବର୍ଷର ଜାନୁଆରୀରେ ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ଜିଏସ୍‍ଟି ଲାଗୁ ହେବାପରଠାରୁ ଏପର୍ଯ୍ୟନ୍ତ ୪ ଥର ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ବା ତାଠାରୁ ଅଧିକ ହୋଇଛି। ମାର୍ଚ୍ଚ ମାସରେ ସିଜିଏସ୍‍ଟି ବାବଦ ୨୦,୩୫୩ କୋଟି ଟଙ୍କା, ଏସ୍‍ଜିଏସ୍‍ଟି ବାବଦ ୨୭,୫୨୦ କୋଟି ଟଙ୍କା, ଆଇଜିଏସ୍‍ଟି ବାବଦ ୫୦,୪୧୮ କୋଟି ଟଙ୍କା, ସେସ୍‍ ବାବଦ ୮,୨୮୬ କୋଟି ଟଙ୍କା ଆଦାୟ କରାଯାଇଛି। ଏହାସହ ବର୍ଷେ ମଧ୍ୟରେ ଜିଏସ୍‍ଟି ସଂଗ୍ରହରେ ୧୫.୬% ବୃଦ୍ଧି ପରିଲକ୍ଷିତ ହୋଇଛି। ମାର୍ଚ୍ଚ ୨୦୧୮ରେ ଜିଏସ୍‍ଟିରୁ ସରକାରଙ୍କୁ ୯୨,୧୬୭ କୋଟି ଟଙ୍କା ମିଳିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ଜିଏସ୍‍ଟି ସଂଗ୍ରହ ପରିମାଣ ୯୮,୧୧୪ କୋଟି ଟଙ୍କା ରହିଛି।
10:57

ଜାଣନ୍ତୁ ୧ ଏପ୍ରିଲରୁ ଲକ୍ଷାଧିକ ବ୍ୟବସାୟୀଙ୍କୁ କେଉଁ ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି



ନୂଆଦିଲ୍ଲୀ, :
ଛୋଟ ବ୍ୟବସାୟୀମାନଙ୍କୁ ବହୁତ ଶୀଘ୍ର ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି । ଭାରତୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ GST ରେଜିଷ୍ଟ୍ରେସନର ପରିଧିକୁ ବୃଦ୍ଧି କରିବାକୁ ନୋଟିଫିକେସନ ଜାରି କରାସରିଛି । ଏବେ ୪୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବାର୍ଷିକ ଟର୍ଣ୍ଣଓଭର ଉପରେ ରେଡିଷ୍ଟ୍ରେସନ କରିବାକୁ ପଡିବନି । ଏହା  ଏପ୍ରିଲ ୧ରୁ ଲାଗୁହେବ । ଏଥିରେ ଛୋଟ ଏବଂ ମଧ୍ୟବିତ୍ତ ବ୍ୟବସାୟୀମାନଙ୍କୁ ଫାଇଦା ହେବ ।
ଏହା ବ୍ୟତୀତ ୧.୫ କୋଟି ଟଙ୍କାର ବ୍ୟବସାୟ ଉପରେ କମ୍ପୋଜିସନ ଟ୍ୟାକ୍ସ ବ୍ୟବସ୍ଥା ମଧ୍ୟ  ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ନିକଟରେ GST ଉପରେ ମନ୍ତ୍ରୀମାନଙ୍କର ଏକ ସମିତି ରେଜିଷ୍ଟ୍ରେସନ ପାଇଁ ବାର୍ଷିକ ଟର୍ଣ୍ଣଓଭରର ସୀମା ବଢାଇବା ନେଇ ସହମତି ପ୍ରକାଶ କରିଥିଲେ ।
GSTରେ ରିହାତିର ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢାଇ ୪୦ ଲକ୍ଷ କରିବା ଦ୍ୱାରା ପାଖାପାଖି ୧୦ ଲକ୍ଷ ଛୋଟ ବ୍ୟବସାୟୀ ଟ୍ୟାକ୍ସ ପଇଠରୁ ମୁକ୍ତି ପାଇବେ, ଯାହା ଏକ ଭଲ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।

Thursday, 14 March 2019

11:54

ଧରାପଡିଲା ୮ କମ୍ପାନୀର ୨୨୪ କୋଟି ଜିଏସ୍‌ଟି ଫାଙ୍କି



ଜିଏସ୍‌ଟି ଅଧିକାରୀମାନେ ୨୨୪ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଧରିପାରିଛନ୍ତି। ୮ କମ୍ପାନୀଙ୍କ ଏକ ସମୂହ ଏହି ଟିକସ ଫାଙ୍କି ଥିଲେ। ସେମାନେ ୧୨୮୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ତିଆରି କରିଥିଲେ। ହାଇଦ୍ରାବାଦ୍‌ କେନ୍ଦ୍ରୀୟ ଜିଏସ୍‌ଟି ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ତାଙ୍କଠାରୁ ୧୯.୭୫ କୋଟି ଟଙ୍କା ଜବତ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ମଙ୍ଗଳବାର ରାତିରେ ୮ଟି କମ୍ପାନୀର ମାଲିକଙ୍କ ଘର ଓ କାର୍ଯ୍ୟାଳୟରେ ଖାନ୍‌ତଲାସୀ କରାଯିବା ବେଳେ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ଲୁହା ଓ ଇସ୍ପାତ ଉଦ୍ୟୋଗ ସହ ଉକ୍ତ କମ୍ପାନୀଗୁଡ଼ିକ ଜଡ଼ିତ। ସେମାନେ ଟିଏମ୍‌ଟି ଲୁହାଛଡ଼ ବାସ୍ତବରେ ନ ଯୋଗାଇ ୧୨୮୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ତିଆରି କରି ୨୨୪ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ନେଇଥିଲେ।

11:13

୧୯ ରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକକୁ ନିର୍ବାଚନ କମିଶନ(ଇସି)ଙ୍କ ଅନୁମତି



ରିଏଲ ଇଷ୍ଟେଟ ସେକ୍ଟରରେ ଜିଏସ୍‌ଟି ହ୍ରାସ ସହ ଅନ୍ୟ କେତେକ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆସନ୍ତା ୧୯ରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ବସିବାକୁ ଯାଉଛି। ତେବେ ଏହି ବୈଠକକୁ ନିର୍ବାଚନ କମିଶନ(ଇସି) ସବୁଜ ସଙ୍କେତ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ବୈଠକ ନେଇ ଅନୁମତି ମିଳିବା ପରେ ଜିଏସ୍‌ଟି କାଉନ୍‌ସିଲ୍‌ ସେକ୍ରେଟାରିଏଟ ପକ୍ଷରୁ ୩୪ତମ ବୈଠକ ଲାଗି ରାଜ୍ୟଗୁଡ଼ିକୁ ନୋଟିସ ପଠାଯାଇଛି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରବିବାରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଉକ୍ତ ବୈଠକ ନେଇ ଇସିଙ୍କ ଅନୁମତି ନେବା ଆବଶ୍ୟକ ଥିଲା। ପୂର୍ବ ବୈଠକରେ ନିର୍ମାଣାଧୀନ ଘର ଉପରେ ୫% ଏବଂ ସୁଲଭ ଘର ଉପରେ ୧% ଜିଏସ୍‌ଟି ଆଦାୟ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ବର୍ତ୍ତମାନ ଇନପୁଟ ଟ୍ୟାକ୍ସ କ୍ରେଡିଟ ସହ ରିଏଲିଟି ସେକ୍ଟରରେ ୧୨% ଜିଏସ୍‌ଟି ଆଦାୟ କରାଯାଉଛି।