Welcome To BN News . Always With Common People .

Breaking

Showing posts with label OD Problem. Show all posts
Showing posts with label OD Problem. Show all posts

Thursday, 7 November 2019

20:52

ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।

ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।


18:51

ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

କେନ୍ସର ରୋଗ ବରଗଡ଼ ଜିଲ୍ଲା ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଏହାଦ୍ୱାରା ଧନହାନି ଏବଂ ପ୍ରାଣପୀଡା ଘଟୁଛି । କେନ୍ସର କାହିଁକି ହେଉଛି କାରଣ ଗୁଡାକ ଖୋଜି ତାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯାଉ ଏବଂ ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

Tuesday, 5 November 2019

12:20

ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ

କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।


Tuesday, 12 March 2019

19:05

ଫୁଲେର୍ ପାଳି ଗ୍ରାମରେ ନଳକୂଅରୁ ବାହାରୁଛି ଲାଲ ପାଣି



ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭଟିଗାଁ ଗ୍ରା.ପ ଫୁଲେର୍ ପାଳି ଗ୍ରାମରେ ନଳକୂଅରୁ ବାହାରୁଛି ଲାଲ ପାଣି ,ଏକ ବର୍ଷ ମଧ୍ୟରେ ୭ରୁ ୮ଜଣ ଙ୍କ ମୃତ୍ୟୁ ଏବଂ ୧୨ ଜଣ ଆକ୍ରାନ୍ତ ଅବସ୍ଥାରେ ଗ୍ରାମବାସୀଙ୍କ ଠାରୁ ସୁଚନା .