Welcome To BN News . Always With Common People .

Breaking

Sunday 31 March 2019

ଫେବୃୟାରୀରେ ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ୯% କମିଛି


ନୂଆଦିଲ୍ଲୀ,୩୦-୩: ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ପରିମାଣ ଫେବୃୟାରୀରେ ୯% ହ୍ରାସ ପାଇ ୨.୮୧ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ, ଘରୋଇ କମ୍ପାନୀମାନେ ଗତବର୍ଷ ଫେବୃୟାରୀରେ ବିଦେଶୀ ବାଣିଜି୍ୟକ ଋଣ(ଇସିବି) ଜରିଆରେ ୩.୧ ବିଲିୟନ ଡଲାର ଅର୍ଥ ଯୋଗାଡ କରିଥିଲେ। ତେବେ ଚଳିତ ବର୍ଷ କୌଣସି ଭାରତୀୟ କମ୍ପାନୀ ଟଙ୍କା ବିିନିମୟ ବଣ୍ଡ ଜରିଆରେ ବିଦେଶୀ ଋଣ ନେଇନାହାନ୍ତି। ସେମାନେ ମୋଟ୍‌ ଋଣ ସ୍ବତଃ ମଞ୍ଜୁର ମାର୍ଗ ଜରିଆରେ ନେଇଛନ୍ତି। ଅଏଲ ଇଣ୍ଡିଆ ବିଦେଶୀ ନିବେଶ ଲାଗି ୫୫ କୋଟି ଡଲାର ଋଣ ନେଇଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେଶନ କାର୍ଯ୍ୟକାରୀ ପୁଞ୍ଜି ରୂପରେ ୪୦ କୋଟି ଡଲାର, ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କମ୍ପାନୀ ଉପ-ଋଣ(ସବ୍‌ ଲେଣ୍ଡିଙ୍ଗ) ଲାଗି ୪୦ କୋଟି ଡଲାର ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ୍‌ ଉପ ଋଣ ଲାଗି ୩୦ କୋଟି ଡଲାର ଯୋଗାଡ କରିଛନ୍ତି। ସେହିପରି ଟାଟା କ୍ୟାପିଟାଲ ହାଉସିଂ ଫାଇନାନ୍ସ ୨୦ କୋଟି, ଏଚ୍‌ପିସିଏଲ୍‌ ରାଜସ୍ଥାନ ରିଫାଇନେରି ୧୪.୦୭କୋଟି ଓ ଓ୍ବାର୍କଲେଜ ଗ୍ଲୋବାଲ ସର୍ଭିସେସ୍‌ ୧୩.୦୧ କୋଟି ଡଲାର ଋଣ ଉଠାଇଛନ୍ତି।

No comments:

Post a Comment