Welcome To BN News . Always With Common People .

Breaking

Showing posts with label Problems. Show all posts
Showing posts with label Problems. Show all posts

Thursday, 19 December 2019

Wednesday, 13 November 2019

20:52

ବହୁ ସ୍ଥାନରେ ଲାଇଟ ଜଳୁନାହିଁ ଯେଉଁଠାରେ ନିହାତି ଜରୁରୀ ଅଟେ ଏବଂ କେତେକ ସ୍ଥାନରେ ଦିନସାରା ଲାଇଟ ଜଳୁଛି


ବି ଏନ ନ୍ୟୁଜ ର ଜଣେ ଦର୍ଶକ ଏହି ଫୋଟୋ ପଠେଇଛନ୍ତି , ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ବରପାଲି NAC ଭିତରେ ବହୁ ସ୍ଥାନରେ ଲାଇଟ ଜଳୁନାହିଁ ଯେଉଁଠାରେ ନିହାତି ଜରୁରୀ ଅଟେ ଏବଂ କେତେକ ସ୍ଥାନରେ ଦିନସାରା ଲାଇଟ ଜଳୁଛି । କର୍ତ୍ତୃପକ୍ଷ ତତ୍କାଳ ଦୃଷ୍ଟି ଦିଅନ୍ତୁ ।

20:50

ଅନ୍ଧାରର ଲାଭ ନେଇ ଲଗାତାର ଅପରାଧ ବଢୁଛି


ପ୍ରଶାସନ ଧ୍ୟାନ ଦିଅନ୍ତୁ , ଅନ୍ଧାରର ଲାଭ ନେଇ ଲଗାତାର ଅପରାଧ ବଢୁଛି । ଏକ ଅପରାଧ ମୁକ୍ତ , ଆବର୍ଜନା ମୁକ୍ତ , ଦୁର୍ନୀତି ମୁକ୍ତ ବରପାଲି ପାଇଁ ଆମର ଏକ ଛୋଟିଆ ପ୍ରୟାସ । ଯଦି ଆପଣ ମାନଙ୍କ ଏହି ପ୍ରକାର କିଛି ସମସ୍ୟା ଅଛି , କମେଣ୍ଟ ରେ ଲେଖନ୍ତୁ ।

Thursday, 7 November 2019

20:52

ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।

ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।


18:51

ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

କେନ୍ସର ରୋଗ ବରଗଡ଼ ଜିଲ୍ଲା ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଏହାଦ୍ୱାରା ଧନହାନି ଏବଂ ପ୍ରାଣପୀଡା ଘଟୁଛି । କେନ୍ସର କାହିଁକି ହେଉଛି କାରଣ ଗୁଡାକ ଖୋଜି ତାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯାଉ ଏବଂ ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

12:32

ଭୂତଳ ଜଳ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ

ଜଳ ହିଁ ଜୀବନ , ଜଳ ହିଁ ବର୍ତ୍ତମାନ ଏବଂ ଭବିଷ୍ୟତ , ଜଳ ବଞ୍ଚାନ୍ତୁ ଜୀବନ ବଞ୍ଚାନ୍ତୁ । ସ୍ୱଚ୍ଛ , ନିର୍ମଳ ଜଳ ଆମର ନିମ୍ନତମ ଆବଶ୍ୟକତା । ଭୂତଳ ଜଳ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ ।


Tuesday, 5 November 2019

12:20

ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ

କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।


Sunday, 3 November 2019

13:54

ବରପାଲି ସହର ଭିତର ପାଲଟି ଯାଇଛି ଡ଼ମ୍ପିଙ୍ଗ ୟାର୍ଡ

ବରପାଲି ସହର ଭିତର ପାଲଟି ଯାଇଛି ଡ଼ମ୍ପିଙ୍ଗ ୟାର୍ଡ । ବାରମ୍ବାର NAC କୁ କହିଲା ପରେ ମଧ୍ୟ କିଛି ପ୍ରତିକାର ହେଉ ନାହିଁ । ଜନତାର ଗୋଟିଏ ପ୍ରଶ୍ନ କୋଟି କୋଟି ଟଙ୍କା ସ୍ଵଚ୍ଛତା ପାଇଁ ଖର୍ଚ୍ଚ ହେଉଥିଲେ ହେଁ , ବରପାଲି ଟାଉନ ଭିତରେ ଭିଭିନ୍ନ ଜାଗାରେ କୁଢ଼ କୁଢ଼ ଆବର୍ଜନା ଏବଂ ଦୁର୍ଗନ୍ଧ କାହିଁକି ?


13:49

ବରପାଲି NAC ଅଞ୍ଚଳରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ବହୁତ ଜାଗାରେ ଜଳୁ ନାହିଁ



ମୋତେ ଯେତେ ମାଠିବୁ ମାଠ , ମୁଁ ସେଇ ଦରପୋଡା କାଠ ।
ବରପାଲି NAC ଅଞ୍ଚଳରେ ଥିବା ଷ୍ଟ୍ରିଟ ଲାଇଟ ଗୁଡିକ ବହୁତ ଜାଗାରେ ଜଳୁ ନାହିଁ । ସୋହେଲା ରୋଡ଼ , ବରଗଡ଼ ରୋଡ଼ ଏବଂ ବଲାଙ୍ଗୀର ରୋଡ଼ ଇତ୍ୟାଦି । ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ନିଦ୍ରା ଭାଙ୍ଗୁ ନାହିଁ । ଯଥା ଶୀଘ୍ର ପ୍ରତିକାର ଦାବିରେ ବରପାଲି ଜନତା ।


Sunday, 10 March 2019

12:38

BN NEWS=ବରପାଲି ରେ ନୋ ଏଣ୍ଟ୍ରି ଲଗା ଯିବା ? SAMBALPURI NEWS



BN NEWS=ବରପାଲି ରେ ନୋ ଏଣ୍ଟ୍ରି ଲଗା ଯିବା ? SAMBALPURI NEWS


ବରପାଲି ରେ ଆଜି ରବିବାର ଛୁଟି ଦିନ ହେଇଥିଲେ ମଧ୍ୟ ଟ୍ରାଫିକ ର ଗୁରୁତର ସମସ୍ୟା ଦେଖା ଦେଉଛି ,  ସ୍କୁଲ , କଲେଜ , ବ୍ୟାଙ୍କ ଖୁଲା ଦିନ କେତେ ସମସ୍ୟା ଦେଉଥିବ ଅନୁମାନ କରନ୍ତୁ । ବଡ଼ ବଡ଼ ଗାଡି ଅବାଧ ପ୍ରବେଶ , ଦ୍ରୁତ ଗତି , କର୍ଣ ବିଦାରକ ଧ୍ୱନି , କୁହୁଲା , ଧୂଳି ଇତ୍ୟାଦି ଦ୍ୱରା ସାଧାରଣ ଜନତା , ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବହୁ ବାର ଶୋଚନୀୟ ଦୁର୍ଘଟଣା ମଧ୍ୟ ଘଟି ସାରିଲାଣି । ରାସ୍ତା ର ପାର୍ଶ୍ୱ ଗୁଡିକରେ ବିଭିନ୍ନ କାରଣ ରେ ଗତିରୋଧ ହେବ ଯୋଗୁଁ ରାସ୍ତା ଗୁଡିକ ଅଣ ଓସାରିଆ ହୋଇଯାଇ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅନୁମାନ ହେଉଛି । ଏହି ଗୁରୁତର ସମସ୍ୟା ର ସମାଧାନ ପାଇଁ ଜନ ସାଧାରଣ ରେ ତୀବ୍ର ଅସନ୍ତୋଷ ଏବଂ ଦାବି ରହିଛି ।



10:50

ବରଗଡ଼ ସରକାରୀ ହସ୍ପିଟାଲ ସମ୍ମୁଖରେ ଅଧା ଢଳି ପଡିଛି ବିଜୁଳି ଖମ୍ବ


ବରଗଡ଼ ସରକାରୀ ହସ୍ପିଟାଲ ସମ୍ମୁଖରେ ଅଧା ଢଳି ପଡିଛି ବିଜୁଳି ଖମ୍ବ , ବର୍ତ୍ତମାନ ପର୍ୟ୍ଯନ୍ତ ପହଞ୍ଚି ନାହାନ୍ତି ବିଜୁଳି ବିଭାଗ କର୍ମଚାରୀ , ଲୋକେ ଭୟଭୀତ ...


Thursday, 7 March 2019

14:08

ଜିଓ 4ଜି ସେବା ଅତି ନିମ୍ନ ମାନର , ଅସନ୍ତୋଷ ଜିଓ ଗ୍ରାହକ


ଜିଓ 4ଜି ସେବା ଅତି ନିମ୍ନ ମାନର , ଅସନ୍ତୋଷ ଜିଓ ଗ୍ରାହକ ।

 ସବୁଠାରୁ ଶସ୍ତା ଏବଂ ସର୍ବାଧିକ ଡାଟା ବ୍ୟବହାର୍ଯ୍ୟ ଦେଶ ରେ ପରିଗଣିତ ହେଇଛି ଆମ ଭାରତବର୍ଷ । କିନ୍ତୁ ନିମ୍ନମାନ ର ସେବା ରେ ଜନତା ଅସନ୍ତୋଷ । ଯେତେ ଗ୍ରାହକ ସଂଖ୍ୟା ଏବଂ ଶସ୍ତା ଦେଲେ କଣ ହେବ ଯଦି ଗ୍ରାହକ ଡାଟା କୁ ବ୍ୟବହାର କରିପାରିବେ ନାହିଁ । ଏହାହିଁ ହେଉଛି ବରପାଲି ଅଂଚଳରେ ଜିଓ ଗ୍ରାହକ ମାନଙ୍କ ସମସ୍ୟା । 2 ଜି ଠାରୁ କମ ସ୍ପୀଡ଼ ରେ ଚାଲୁଛି ଜିଓ 4 ଜି । କମ୍ପାନୀ କୁ ସମ୍ପର୍କ କଲେ କହୁଛନ୍ତି ଆମର ଗ୍ରାହକ ସଂଖ୍ୟା ଅତ୍ୟଧିକ ହେଇ ଯିବାରୁ ଏହି ସମସ୍ୟା ହେଉଛି । ଟେଲିକାମ ରେଗୁଲାରୀଟି ଏହା ଉପରେ କଡା ପଦକ୍ଷେପ ନେବା ଉଚିତ । ଗ୍ରାହକ ଚାହିଁଲେ ଯିଏ ଭଲ ସ୍ପୀଡ଼ ଦେଉଛି ଏମ.ଏନ.ପି. କରି ଅନ୍ୟ 4ଜି ସେବା ଦେଉଥିବା କମ୍ପାନୀ କୁ ଯାଇ ପାରିବ ।