Welcome To BN News . Always With Common People .

Breaking

Showing posts with label OD Information. Show all posts
Showing posts with label OD Information. Show all posts

Thursday, 7 November 2019

18:51

ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

କେନ୍ସର ରୋଗ ବରଗଡ଼ ଜିଲ୍ଲା ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଏହାଦ୍ୱାରା ଧନହାନି ଏବଂ ପ୍ରାଣପୀଡା ଘଟୁଛି । କେନ୍ସର କାହିଁକି ହେଉଛି କାରଣ ଗୁଡାକ ଖୋଜି ତାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯାଉ ଏବଂ ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

13:19

ମହତ୍ୱପୂର୍ଣ୍ଣ ସୂଚନା , ବିଦ୍ୟୁତ ସରବରାହ ବନ୍ଦ ରହିବ

ମହତ୍ୱପୂର୍ଣ୍ଣ ସୂଚନା , ବିଦ୍ୟୁତ ବିଭାଗର ସୂଚନା ଅନୁସାରେ ଆସନ୍ତା କାଲି ଶୁକ୍ରବାର 8 ନଭେମ୍ବର 2019 ଦିନ ସକାଳ 8 ରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ବନ୍ଦ ରହିବ । ବରପାଲି ବ୍ଲକ ଏବଂ ବରପାଲି ଏନ ଏ ସି ଅଂଚଳରେ ।

Tuesday, 5 November 2019

12:20

ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ

କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।


Monday, 8 April 2019

12:15

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ


ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। କିନ୍ତୁ ଭବିଷ୍ୟତରେ ଏହି ନିଷ୍ପତ୍ତି ନବୀନଙ୍କ ପାଇଁ ମସ୍ତବଡ଼ ମୁଣ୍ଡବ୍ୟଥାର କାରଣ ହେବ ବୋଲି ପୂର୍ବାନୁମାନ କରାଯାଇପାରେ।
ଏଥର ନବୀନ ପଟ୍ଟନାୟକ ଯଦି, କିନ୍ତୁ, ପରନ୍ତୁ ଏବଂ ଅଥଚ ଉପରେ ଅଧିକ ନିର୍ଭର କରି ପ୍ରାର୍ଥୀ ଚୟନ କରିଛନ୍ତି। କିନ୍ତୁ ରାଜନୀତିରେ ସବୁବେଳେ କିନ୍ତୁ-ପରନ୍ତୁ ସହାୟକ ସିଦ୍ଧ ହୁଏ ନାହିଁ। ହୁଏତ ନବୀନଙ୍କ କ୍ଷେତ୍ରରେ ଏଭଳି ଅନୁମାନ ଘାତକ ସିଦ୍ଧ ହୋଇପାରେ।
୨୦୧୭ ପଞ୍ଚାୟତ ନିର୍ବାଚନ ବିଫଳତା ପରେ ମନ୍ତ୍ରିମଣ୍ଡଳରୁ ଯୁବ ମନ୍ତ୍ରୀଙ୍କୁ ବିଦା କରିଦେଇଥିଲେ। ଏହାର ଦୁଇଟି କାରଣ ଥିଲା। ଦେବୀ ମିଶ୍ର ଏବଂ ପୁଷ୍ପେନ୍ଦ୍ରଙ୍କ ପରି ମନ୍ତ୍ରୀମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା। ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଦେବୀ ମିଶ୍ରଙ୍କ ବିରୋଧରେ ଚିଟଫଣ୍ଡ ଅଭିଯୋଗ ଥିଲା। ସମାନ ଅଭିଯୋଗ ଥାଇ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରିମଣ୍ଡଳରେ ରହିଲେ। ପ୍ରଦୀପ ପାଣିଗ୍ରାହୀ ଓ ପ୍ରଦୀପ ସେଠୀଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନଥିଲା। ସେ ବାଦ ପଡ଼ିଥିଲେ। ଏମିତି ଦେଖିବାକୁ ଗଲେ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଚିଟଫଣ୍ଡ ସମେତ ଅନେକ ଦୁର୍ନୀତି ଅଭିଯୋଗ ଉଠିଥିଲା।
ନବୀନଙ୍କ ତଥାକଥିତ ଦୁର୍ନୀତିମୁ ଛବି ତାଙ୍କୁ ୩ଟି ନିର୍ବାଚନ ଅତି ସହଜରେ ପାର କରାଇ ଦେଇଥିଲା। ୨୦୦୯ ନିର୍ବାଚନ ପରେ ଆସିଲା ଖଣି ଦୁର୍ନୀତି ମାମଲା। ଯେନତେନ ପ୍ରକାରେଣ ସିବିଆଇ ତଦନ୍ତକୁ ଅଟକାଇବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଖଣି ଦୁର୍ନୀତି ହୋଇଥିବା କଥା ସ୍ୱୀକାର କରିଥିଲେ ସରକାର। ତେଣୁ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ଖସିବା ଆରମ୍ଭ କରିଥିଲା ୨୦୦୯ ପରେ ପରେ। ଏହାସତ୍ତ୍ୱେ ୨୦୧୪ ନିର୍ବାଚନରେ ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ରେକର୍ଡ଼ ସଫଳତା ମିଳିଥିଲା।
ଯଦିଓ ବିଜୁ ପଟ୍ଟନାୟକଙ୍କ ୧୯୯୦ ରେକର୍ଡ଼ ଭାଙ୍ଗିପାରି ନଥିଲେ ନବୀନ, ତଥାପି ୧୧୭ ଆସନ ଜିଣିବା ମାମୁଲି ଘଟଣା ନଥିଲା। ମାତ୍ର କେନ୍ଦ୍ରରେ ନବୀନଙ୍କ ଇଚ୍ଛା ବିପରୀତ ମୋଦୀ ସରକାର ଗଠିତ ହେଲା। ଦୁର୍ଯୋଗକୁ ସୁପ୍ରିମକୋର୍ଟଙ୍କ ଠାରୁ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିଲା। ନବୀନ ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନେ ଚିଟଫଣ୍ଡ ଦୁର୍ନୀତିରେ ନିବିଡ଼ ଭାବେ ଜଡ଼ିତ ଥିବା କାହାକୁ ଅଛପା ନଥିଲା।
ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ଓ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ସୁବର୍ଣ୍ଣ ନାୟକ, ପ୍ରଭାତ ବିଶ୍ୱାଳ, ବିଜେପି ବିଧାୟକ ହିତେଶ ବଗର୍ତ୍ତି ଜେଲ ଗଲେ। କେତେ ଜଣଙ୍କୁ ସିବିଆଇ ପଚରା ଉଚରା କରିଥିଲା। ଆହୁରି ଅନେକଙ୍କ ନାମ ସିବିଆଇ ଅଭିଯୁକ୍ତ ତାଲିକାରେ ଥିଲା। ନବୀନ ସଫଳ ଗୋଟି ଚାଳନା କରି କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଦ୍ୱାରା ଯେତିକି ଗତିରେ ସିବିଆଇ ତଦନ୍ତ ଚାଲିବା କଥା, ତାହା ହେଲା ନାହିଁ। ତେଣୁ ନବୀନ ପଟ୍ଟନାୟକ ନିଜେ ଆଶ୍ୱସ୍ତ। ତାଙ୍କ ସହ ଶାସକ ଦଳ ବି।
ଏହା ସହିତ ଅଛି ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନ ସୁପାରିଶ କରିସାରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି, କିନ୍ତୁ ତଦନ୍ତ ଆଦେଶ ଦିଆଯାଇ ନାହିଁ। ଯଦି ତଦନ୍ତ ସଠିକ ଦିଗରେ ଆଗାଏ, ତେବେ କମଳ ଧୋଉ ଧୋଉ କମ୍ୱଳ ନିର୍ବାଳ ପରି କଥା ହୋଇଯିବ।
ଏବେ ଆସିବା ସବୁ ଜାଣି ମଧ୍ୟ ବିଭିନ୍ନ ଦୁର୍ନୀତି ଅଭିଯୁକ୍ତଙ୍କୁ ନବୀନ ଟିକଟ ଦେଲେ କାହିଁକି?
ଗିରଫ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟିକଟ ଦିଆଯାଇ ନାହିଁ କି ତାଙ୍କ ସମ୍ପର୍କୀୟ ଟିକଟ ପାଇ ନାହାନ୍ତି। ଅଥଚ ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳଙ୍କ ପୁଅ ଟିକଟ ପାଇଛନ୍ତି ବାଙ୍କୀ ଓ କଟକ-ଚୌଦ୍ୱାରରୁ। ଅନ୍ୟ ଯେଉଁମାନଙ୍କର ନାମ ସିବିଆଇ ତାଲିକାରେ ଅଛି, ସେମାନଙ୍କୁ ମଧ୍ୟ ଲୋକସଭା ଏବଂ ବିଧାନସଭା ପାଇଁ ଟିକଟ ମିଳିଛି। କାହିଁକି ଏପ୍ରକାର ନିଷ୍ପତ୍ତି ନେଲେ ନବୀନ?
ସେଥିପାଇଁ ଯଦି. କିନ୍ତୁ . ଏବଂ ପରନ୍ତୁ. ଉପରେ ଅଧିକ ନିର୍ଭର କରିଛନ୍ତି ନବୀନ ପଟ୍ଟନାୟକ। ନିର୍ବାଚନ ପରେ ବିଜେଡି କିଙ୍ଗ୍ ମେକର ହେବ କହି ନବୀନ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି। ଅର୍ଥାତ ନବୀନ ଆଶା କରୁଛନ୍ତି ଯେ, କେନ୍ଦ୍ରରେ ଏଥର ଏନଡିଏ ପୂର୍ଣ୍ଣ ବହୁମତ ପାଇବ ନାହିଁ। ଖେଚୁଡ଼ୀ ସରକାର ହେବ। ଏଇଠୁ ଆରମ୍ଭ ଯଦି କେନ୍ଦ୍ରରେ ମେଣ୍ଟ ସରକାର ହୁଏ, ତେବେ ଏଥିରେ ବିଜେଡି ସାମିଲ ହେବ। ଯଦି ବିଜେଡି ସାମିଲ ହୁଏ, ତେବେ ସିବିଆଇ ତଦନ୍ତରେ ଡୋରି ଲାଗିଯିବ। ଯଦି ଖେଚୁଡ଼ୀ ସରକାର ହୁଏ, ତେବେ ଆଉ ଖଣି କି ବ୍ଲାକରୋଜ କଥା ଉଠିବ ନାହିଁ। ଯଦି ପୁନର୍ବାର ନବୀନ କ୍ଷମତାକୁ ଆସନ୍ତି, ତେବେ ସିବିଆଇ ତାଲିକାଭୁକ୍ତ ବିଧାୟକ କି ମନ୍ତ୍ରୀମାନେ ଆଉ ଘୋଷଡ଼ା ହେବେ ନାହିଁ ବୋଲି ଭାବି ନେଇଛନ୍ତି ନବୀନ।
ଏହାସବୁ କଳ୍ପନାର ଗଣିତ। ଯଦି କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଯାଏ ଏବଂ ଯଦି ରାଜ୍ୟରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନପାରେ, ସେତେବେଳେ କି ପ୍ରକାର ରାଜନୈତିକ ଅବସ୍ଥା ନବୀନ ଏବଂ ବିଜୁ ଜନତା ଦଳର ହେବ, ତାହା ନବୀନ ବିଚାରକୁ ନେଇଛନ୍ତି କି ନାହିଁ, ତାହା ଅଜଣା। ତେଣୁ ଯେକୌଣସି ଦିଗକୁ ରାଜନୀତି କଡ଼ ଲେଉଟାଇପାରେ।
ଯଦି ନବୀନଙ୍କ ଇଚ୍ଛା ବା କଳ୍ପନା ମୁତାବକ କେନ୍ଦ୍ରରେ ମୋଦୀ କି ରାହୁଲ ତାଙ୍କ ସରକାର ଗଠନ ପାଇଁ ସମର୍ଥନ ଲୋଡ଼ନ୍ତି ତେବେ ତ ଅତ୍ୟନ୍ତ ସୁବିଧାରେ ରହିବେ ସିବିଆଇ ତାଲିକାଭୁକ୍ତ ବିଜେଡି ନେତାମାନେ। ନିଜେ ନବୀନ ମଧ୍ୟ ବର୍ତ୍ତିଯିବେ ସିବିଆଇ ଯାଞ୍ଚରୁ। ଯଦି ରାଜ୍ୟରେ ଖେଚୁଡ଼ୀ ସରକାର ହୋଇଯାଏ, ତେବେ ଭିନ୍ନ ଏବଂ ବିଚିତ୍ର ସ୍ଥିତି ଉପୁଜିବ ନବୀନଙ୍କ ପାଇଁ। ଆଉ ଅଭିଯୁକ୍ତଙ୍କୁ କୋଳେଇବା ସମ୍ଭବ ହେବ ନାହିଁ।
ପୁଣି ସେହି କିନ୍ତୁ। ଯଦି କେନ୍ଦ୍ରରେ ମୋଦୀ ସରକାର ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସନ୍ତି ଏବଂ ରାଜ୍ୟରେ ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହୁଏ, ତେବେ ନବୀନଙ୍କ ପରିସ୍ଥିତି କ'ଣ ହେବ, ବିଜୁ ଜନତା ଦଳର କେହି କଳ୍ପନା କରିଛନ୍ତି କି?
ଆହୁରି ଏକ ବଡ଼ ପ୍ରଶ୍ନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ। ଅର୍ନ୍ତଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ଭରା ବିଜୁ ଜନତା ଦଳ ଯେକୌଣସି କେନ୍ଦ୍ରୀୟ ଚାପରେ ଖଣ୍ଡ ବିଖଣ୍ଡିତ ହୋଇଯିବା ବିଚିତ୍ର ନୁହେଁ।

11:47

ପାକ ବୈଦେଶିକ ମନ୍ତ୍ରୀଙ୍କ ଆଶଙ୍କା, ଆକ୍ରମଣ କରିପାରେ ଭାରତ


ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହା​ ‌ମେହମୁଦ କ୍ୟୁରେସୀ ରବିବାର କହିଛନ୍ତି ଯେ ଭାରତ ଚଳିତ ମାସ ୧୬ରୁ ୨୦ ତାରିଖ ମଧ୍ୟରେ ତାଙ୍କ ଦେଶ ଉପରେ ଆକ୍ରମଣର ମସୁଧା ଚଳାଇଛି। ପାକିସ୍ତାନ ସରକାର ଏ ସମ୍ପର୍କରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇଛନ୍ତି। ଦେଶର ଗୁଇନ୍ଦା ମଧ୍ୟ ଏ ସର୍ମ୍ପରେ ସରକାରଙ୍କୁ ଚେତାଇ ଦେଇଥିବା ସେ କହିଛନ୍ତି। ମୁଲତାନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟୁରେସୀ କହିଛନ୍ତି ଯେ ଭାରତ ପୁନର୍ବାର ପାକିସ୍ତାନ ଉପରେ ଆକ୍ରମଣର ଯୋଜନା ଚଳାଇଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଥିବା ତାଙ୍କୁ ସୂଚନା ମିଳିଛି। ଇସଲାମାବାଦ ଉପରେ କୂଟନୈତିକ ଚାପ ବୃଦ୍ଧି ସହିତ ପାକିସ୍ତାନକୁ ଅବଦମିତ କରି ରଖିବାକୁ ଏଭଳି ଯୋଜନା କରାଯାଇଛି। ଭାରତ ଯଦି ଏଭଳି ଦୁଃସାହସ କରେ; ତେବେ ଏହାର ପ୍ରତିଫଳ କ'ଣ ହେବ ତାହା ଚିନ୍ତା କରିବା ଆବଶ୍ୟକ। ଏହା ନିଶ୍ଚିତ ଭାବେ ଆଞ୍ଚଳିକ ସ୍ଥିରତା ଓ ଶାନ୍ତି ପ୍ରତି ବିପଦ ସୃଷ୍ଟି କରିବ। ଏଭଳି ଆଶଙ୍କା ନେଇ ପାକିସ୍ତାନ ପକ୍ଷରୁ ଜାତିସଙ୍ଘ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କୁ ଅବଗତ କରାଯାଇଛି ବୋଲି କ୍ୟୁରେସୀ କହିଛନ୍ତି। ଭାରତର ଏଭଳି ଦାୟିତ୍ବହୀନତା ସମ୍ପର୍କରେ ବିଶ୍ବ ସମୁଦାୟ ଅବଗତ ହେବା ଦରକାର ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ; ପାକିସ୍ତାନ ସରକାର ଇସଲାମାବାଦସ୍ଥିତ ଭାରତୀୟ ଉପଉଚ୍ଚାୟୁକ୍ତଙ୍କୁ ଏ ନେଇ ସମନ କରିଥିବା ଜଣାପଡ଼ିଛି।
କ୍ୟୁରେସୀଙ୍କର ଏଭଳି ବାଚଳାମୀକୁ ନେଇ ଭାରତ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ସରକାରୀ ଭାବେ କିଛି କୁହାଯାଇ ନ ଥିଲେ ମଧ୍ୟ ପାକିସ୍ତାନ ଅଯଥାରେ ଉସୁକାଇଲା ଭଳି ଆଚରଣ କରୁଛି ବୋଲି ଭାରତ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି। ଏଭଳି ଦାୟିତ୍ବହୀନ, ସତ୍ୟତା ନ ଥିବା ମନ୍ତବ୍ୟ ନ ଦେବାକୁ ପାକିସ୍ତାନକୁ କୁହାଯାଇଛି। ପୁଲୱାମାଠାରେ ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ରୁ ଅଧିକ ସିଆରପିଏଫ୍‌ ଯବାନ ପ୍ରାଣ ହରାଇବା ଘଟଣାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗିରହିଛି। ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବିମାନବାହିନୀ ଆକ୍ରମଣ ସହ ପରବର୍ତ୍ତୀ ସମୟରେ ଫେବୃଆରୀ ୨୭ରେ ଏହାର ଏଫ୍‌-୧୬ ଯୁଦ୍ଧବିମାନ ମଧ୍ୟ ଖସାଇଦେଇଥିଲା।

11:45

ରାଜନୈତିକ ଦଳଙ୍କୁ ଆର୍‌ଟିଆଇ ପରିସରକୁ ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନ


ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆଇନ ଅଧୀନରେ ସମସ୍ତ ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନିକ କର୍ତ୍ତୃପକ୍ଷ (ପବ୍ଲିକ୍‌ ଅଥରିଟୀ) ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ କୁହାଯାଇଛି, ଜନପ୍ରତିନିଧି ଆଇନର ଧାରା ୨୯-ଗ ଅନୁଯାୟୀ ରାଜନୈତିକ ଦଳ ଗ୍ରହଣ କରୁଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ନିର୍ବାଚନ କମିଶନ (ଇସି) ରାଜନୈତିକ ଦଳଗୁଡିକୁ ନିର୍ବାଚନ ଚିହ୍ନ ପ୍ରଦାନ କରିଥାନ୍ତି। ଆଚରଣ ବିଧି ଉଲ୍ଲଂଘନ ହେଲେ ଦଳର ସ୍ବୀକୃତି ପ୍ରତ୍ୟାହାର କ୍ଷମତା ଇସିଙ୍କର ରହିଛି। ସେହି କାରଣରୁ ଆର୍‌ଟିଆଇର ଧାରା ୨(ଏଚ୍‌) ଏବଂ ଆରପିଏର ଧାରା ୨୯-କ, ୨୯-ଖ ଏବଂ ୨୯-ଗ ଅନୁଯାୟୀ ରାଜନୈତିକ ଦଳଗୁଡିକୁ ପବ୍ଲିକ୍‌ ଅଥରିଟୀ ଭାବେ ଅଦାଲତ ଘୋଷଣା କରିପାରିବେ ବୋଲି ପିଟିଶନରେ କୁହାଯାଇଛି। ସେଥିପାଇଁ ରାଜନୈତିକ ଦଳଗୁଡିକୁ ୪ ସପ୍ତାହ ମଧ୍ୟରେ ଜନସମ୍ପର୍କ ଅଧିକାରୀ ଓ ଆପିଲେଟ୍‌ ଅଧିକାରୀ ନିଯୁକ୍ତ କରିବା ଏବଂ ଆର୍‌ଟିଆଇ ଆଇନରେ ତଥ୍ୟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି।

11:42

ମୁସଲିମ ସମାଜକୁ ଭୋଟ ପାଇଁ ଅପିଲ କଲେ ମାୟାବତୀ, ଇସି ମାଗିଲେ ରିପୋର୍ଟ



ଜାତି ଧର୍ମ ଆଧାରରେ ଭୋଟ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ଉତ୍ତର ପ୍ରଦେଶ ଦେୱବନ୍ଦ ରାଲିରେ ନିବେଦନ କରିବା ପରେ ନିର୍ବାଚନ କମିସନ (ଇସି) ଏହାକୁ ଗୁରୁତ୍ବର ସହ ନେଇଛି। ସାହରଣପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମାୟାବତୀଙ୍କ ଅଭିଭାଷଣ ବାବଦରେ ଇସି ରିପୋର୍ଟ ମାଗିଛନ୍ତି । ତେବେ ମାୟାବତୀଙ୍କ ଅଭିଭାଷଣର କେଉଁ ଅଂଶଟି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ସେ ନେଇ ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି।
ସୂଚନାଯୋଗ୍ୟ ଗତକାଲି ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ଏସପି-ବିଏସପି-ଆରଏଲଡି ଏକାଠି ହୋଇ ମିଳିତ ରାଲି କରୁଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଥିଲେ କଂଗ୍ରେସ ବିଜେପି ସହିତ ଲଢ଼ିଲେ ପାରିବ ନାହିଁ। ତେଣୁ ସମସ୍ତ ମୁସଲିମ ସମାଜ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି -ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳର ମିଳିତି ପ୍ରାର୍ଥୀକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ମାୟାବତୀ। ଏମିତିକି ଭୋଟ ଯେମିତି ଭାଗ ଭାଗ ନହୋଇଯାଏ ସେଥିପାଇଁ ମଧ୍ୟ ମୁସଲିମ ସମାଜକୁ ନିବେଦନ କରିଥିଲେ ବିଏସପି ସୁପ୍ରିମୋ।

ଧର୍ମ ଓ ଜାତି ଆଧାରରେ ଭୋଟ ପାଇଁ ମାୟାବତୀ ନିବେଦନ କରିଥିବାରୁ ନିର୍ବାଚନ କମିସନ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ମନେ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ମୁସଲିମ ଓ ଦଳିତ ଭୋଟରଙ୍କ ସଂଖ୍ୟା ଅଧିକ । ୨୦୧୭ ବିଧାନସଭା ଓ ୨୦୧୪ ସାଧାରଣ ନିର୍ବାଚନରେ ମୁସଲିମ ଓ ଦଳିତ ଭୋଟର ୮ଟି ଯାକ ଲୋକସଭା ଓ ବିଧାନସଭା ପାଇଁ ବିଜେପିକୁ ଭୋଟ ଦେଇଥିଲେ। ଏହାପରେ ୨୦୧୮ରେ ଏକ ଉପନିର୍ବାଚନରେ ଏସପି-ବିଏସପି ସମର୍ଥନରେ ଆରଏଲଡ଼ିର ପ୍ରାର୍ଥୀ ଜିତିବା ପରେ ଏବେ ୩ ଜଣ ମିଶି ପଶ୍ଚିମ ୟୁପିର ମୁସଲିମ-ଦଳିତଙ୍କ ଭୋଟ ନେବା ପାଇଁ ମହାମେଣ୍ଟ ଉଦ୍ୟମ କରୁଛି।
11:13

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରୁ ବଢୁଛି ମୋଦି ହାଓ୍ବା


୨୦୧୪ ସାଧାରଣ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଶୀର୍ଷରେ ଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଦେଶର ଭୋଟର ୫ ବର୍ଷ ପରଖିବା ପରେ ମୋଦିଙ୍କ ଆକର୍ଷଣ ଫିକା ପଡ଼ିଯାଇଥିଲା। ଏଭଳି ସମୟରେ ପୁଲଓ୍ବାମା ଆକ୍ରମଣ ଓ ବାଲାକୋଟ ପ୍ରତିଆକ୍ରମଣ ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ଲୋକନୀତି ପକ୍ଷରୁ କରାଯାଇଥିତ୍ବା ସଦ୍ୟ ସର୍ବେକ୍ଷଣ ଏହାର ପ୍ରମାଣ ଦେଉଛି। ଅନ୍ୟପକ୍ଷରେ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପୁଲଓ୍ବାମା ଆକ୍ରମଣକୁ ଅନୁମତି ଦେଇଥିଲେ ବୋଲି ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲା ରବିବାର ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେହିପରି ମୋଦି ସରକାର ପାକିସ୍ତାନ ଉପରେ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ ଆଉ ଏକ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଇସ୍‌ଲାମାବାଦ ଅଭିଯୋଗ ଆଣିବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଫେବୃୟାରୀ ୧୪ରେ ପୁଲଓ୍ବାମା ଆକ୍ରମଣ ପରେ ୨୬ ତାରିଖରେ ପାକିସ୍ତାନର ଖାଇବରପାଖ୍‌ତୁନ୍‌ଖ୍ବାସ୍ଥିତ ବାଲାକୋଟର ଜୈଶ୍‌ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହା ପରେ ଭାରତରେ ମୋଦି ହାଓ୍ବାର ପ୍ରବାହ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ଟି ନିଷ୍ପତ୍ତି ସାଧାରଣ ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିପାରେ ବୋଲି ନୂଆଦିଲ୍ଲୀସ୍ଥିତ ସେଣ୍ଟର ଫର୍‌ ଷ୍ଟଡି ଅଫ୍‌ ଡେଭଲପିଙ୍ଗ୍‌ ସୋସାଇଟିଜ୍‌ରେ ଲୋକନୀତି ପକ୍ଷରୁ କରାଯାଇଥିବା ଗବେଷଣା କାର୍ଯ୍ୟକ୍ରମରୁ ଜଣାପଡ଼ିଛି। ପ୍ରାକ୍‌ ନିର୍ବାଚନୀ ସର୍ବେକ୍ଷଣ ରିପୋର୍ଟରେ କୁହାଯାଇଛି ଯେ, ଆତଙ୍କବାଦୀ ଶିବିର ଉପରେ ପ୍ରତିଆକ୍ରମଣ, ଉଚ୍ଚବର୍ଗର ଆର୍ଥିକ ଅସ୍ବଚ୍ଛଳ ବର୍ଗଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଏବଂ ପିଏମ୍‌-କିଷାନ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ ନିଷ୍ପତ୍ତି ମୋଦିଙ୍କୁ କ୍ଷମତାକୁ ପୁଣିଥରେ ଫେରିବା ପାଇଁ ବାଟ ଫିଟାଇଛି। ମୋଦି ପୁନଃ କ୍ଷମତାସୀନ ହୁଅନ୍ତୁ ବୋଲି ଦେଶର ୪୩% ମତଦାତା ଚାହାନ୍ତି। ୨୦୧୪ ଲୋକ ସଭା ନିର୍ବାଚନ ତୁଳନାରେ ୨୦୧୯ ଭୋଟ ମହାପର୍ବ ବେଳେ ମୋଦିଙ୍କ ଲୋକପ୍ରିୟତା ୭% ବୃଦ୍ଧି ପାଇଛି। ଦେଶର ୨୯ ରାଜ୍ୟ ମଧ୍ୟରୁ ୧୯ଟିର ୧୦,୦୧୦ ମତଦାତାଙ୍କୁ ନେଇ ଗତ ମାର୍ଚ୍ଚ ୨୪ରୁ ୩୧ ମଧ୍ୟରେ କରାଯାଇଥିବା ପୋଲ୍‌ ସର୍ଭେରେ ଏହି ବିଷୟ ସାମ୍ନାକୁ ଆସିଛି।
ସେପଟେ ପାକିସ୍ତାନର ମୁଲତାନରେ ଏକ ଖବରତାଦା ସମ୍ମିଳନୀକୁ ସମ୍ବୋଧିତ କରି ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ରବିବାର କହିଛନ୍ତି, ପାକିସ୍ତାନ ଉପରେ ଭାରତ ଆଉ ଏକ ଆକ୍ରମଣ କରିବା ପାଇଁ ନୂଆ ଯୋଜନା କରୁଛି। ଏପ୍ରିଲ ୧୬-୨୦ ତାରିଖ ମଧ୍ୟରେ ଭାରତ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ବିଶ୍ୱସ୍ତ ଗୋଇନ୍ଦା ରିପୋର୍ଟ ଆଧାରରେ ସେ ଏହି ଦାବି କରିଛନ୍ତି। ଭାଜପା ନିର୍ବାଚନକୁ ଦୃଷ୍ଟିରେ ରଖି ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଅଭିଯୋଗ ଆଣିବାର ଦିନକ ପରେ କୁରେଶୀଙ୍କ ପକ୍ଷରୁ ଏହି ମନ୍ତବ୍ୟ ଆସିଛି।
ଇତିମଧ୍ୟରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ ମୋଦି ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଶ୍ରୀନଗର ଲୋକ ସଭା ଆସନରୁ ନିର୍ବାଚନ ଲଢ଼ୁଥିବା ଫାରୁକ୍‌ ରବିବାର କହିଛନ୍ତି, ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ହେବ ବୋଲି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଭାବେ ଅବଗତ ଥାଇ ଏହାକୁ ଅନୁମତି ଦେଇଥିଲେ। ଆକ୍ରମଣରେ ବ୍ୟବହୃତ ବିସ୍ଫୋରକ କେଉଁଠୁ ଆସିଥିଲା? ମୋଦିଙ୍କୁ ନିର୍ବାଚନ ଜିତିବାକୁ ଅଛି ବୋଲି ସେ ଏହି 'କାରନାମା' କରାଇଛନ୍ତି। ପୁଲଓ୍ବାମା ଆକ୍ରମଣରେ ୪୯ ଯବାନ ଶହୀଦ ହୋଇଥିବାରୁ ଆଗକୁ ଏଭଳି ଘଟଣାକୁ ଏଡାଇବା ଲାଗି ଜମ୍ମୁ-ଶ୍ରୀନଗର ରାଜପଥରେ ସପ୍ତାହକୁ ଦୁଇଦିନ (ରବିବାର ଓ ବୁଧବାର) ସାଧାରଣ ପରିବହନକୁ ବନ୍ଦ କରାଯାଇଛି। ଯାନବାହନ ଚଳାଚଳ ବାତିଲ ପ୍ରତିବାଦରେ ଏନ୍‌ସି ପକ୍ଷରୁ ଦିଆଯାଇଥିବା ଧାରଣାରେ ବସିଥିବାବେଳେ ଫାରୁକ୍‌ ଉପରୋକ୍ତ ଅଭିଯୋଗ ଆଣି ଜାତୀୟ ରାଜନୀତିରେ ଭୂକମ୍ପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ଦାବିକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଯୁଦ୍ଧ ଉନ୍ମାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ କୁରେଶୀ ଏଭଳି ଦାୟିତ୍ୱହୀନ ଓ ନିରର୍ଥକ ମନ୍ତବ୍ୟ ଦେଇଛନ୍ତି ବୋଲି ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି।

Sunday, 7 April 2019

18:14

୩୮ଟି ଦେଶରେ ରିଲିଜ୍‌ ହେବ ମୋଦିଙ୍କ ବାୟୋପିକ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ ରିଲିଜ ଡେଟ୍‌କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି। ଫିଲ୍ମର ରିଲିଜ୍‌ ତାରିଖ ୫ ଏପ୍ରିଲରୁ ୧୨ ଏପ୍ରିଲକୁ ପରିବର୍ତ୍ତନ କରାଯାଇଛି। ଏହି ମଧ୍ୟରେ ଫିଲ୍ମକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସୁଛି।
ଏହି ଫିଲ୍ମକୁ ଆମେରିକା, ବ୍ରଟେନ୍‌, କାନାଡ୍ଡା, ଅଷ୍ଟ୍ରେଲିଆ ଓ ୟୁଏଇରେ ସମେତ ୩୮ଟି ଦେଶରେ ରିଲିଜ କରିବାକୁ ଯୋଜନା କରାଯାଉଥିବା ଫିଲ୍ମର ପ୍ରଡ୍ୟୁସର ଆନନ୍ଦ ପଣ୍ଡିତ କହିଛନ୍ତି।
ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଉମଙ୍ଗ କୁମାର।
ଏହି ଫିଲ୍ମରେ ଅଭିନେତା ବିବେକ ଓବ୍‌ରୟ ମୋଦିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜ ପୂର୍ବରୁ ଫିଲ୍ମର ଟ୍ରେଲର ଓ ଗୀତକୁ ଖବ୍‌ ପସନ୍ଦ କରିଛନ୍ତି ଦର୍ଶକ।
17:41

ଦେବାଳିଆ ଘୋଷିତ ହେବ ଭିଡ଼ିଓକୋନ କମ୍ପାନୀ, ୫୪ ବ୍ୟାଙ୍କର ବୁଡ଼ିବ ୯୦ ହଜାର କୋଟି ଟଙ୍କା


ଦେଶର ଅନେକ କମ୍ପାନୀ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନ ପୁରୁଣା କମ୍ପାନୀ ଭାବେ ପରିଚିତ । ଏହି କମ୍ପାନୀ ନିଜକୁ ବର୍ତ୍ତମାନ ଦେବାଳିଆ ଘୋଷିତ କରୁବାକୁ ନିଷ୍ପତି ନେଇଛି । କମ୍ପାନୀ ୯୦ ହଜାର କୋଟି ଟଙ୍କା ଋଣ ହୋଇଯାଇଥିବା ଭିଡ଼ିଓକୋନର ଚେୟାରମ୍ୟାନ ବେଣୁଗୋପାଳ କହିଛନ୍ତି । ଋଣ ପୈଠ କରିବାକୁ ଗତବର୍ଷ ଏସବିଆଇ ଏନସିଏଲଟି ରେ ଯାଚିକା ଦାଖଲ କରିଥିଲା । କମ୍ପାନୀର ଦେବାଳିଆ ନିୟମ ଅନୁସାରେ ବୋର୍ଡ଼କୁ ନିଲମ୍ବିତ କରାଯାଇ ରିଜଲ୍ୟୁସନ ପ୍ରଫେସନାଲର ନିଯୁକ୍ତି କରାଯାଇଛି ।
ଭିଡ଼ିଓକୋନ କମ୍ପାନୀର ଦେବାଳିଆ ହେବା ଘୋଷଣାର ପ୍ରଭାବ ୫୪ ବ୍ୟାଙ୍କର ବାଲେନ୍ସ ସିଟ ଉପରେ ପଡ଼ିବା ସମ୍ଭାବନାର ରହିଛି । ବ୍ୟାଙ୍କଗୁଡ଼ିକ ଭିଡ଼ିଓକୋନ ଇଣ୍ଡଷ୍ଟ୍ରିଜ ଓ ଭିଡ଼ିଓକୋନ ଟେଲିକମ୍ୟୁନିକେସନ ଲିମିଟେଡ଼ର ଋଣ ବୋଝରେ ରହିଛି । ବିଆଇଏଲ ଉପରେ ୫୯,୪୫୧,୮୭ କୋଟି ଟଙ୍କା ଓ ଓ ବିଟିଏଲ ଉପରେ ୨୬,୬୭୩.୮୧ କୋଟି ଟଙ୍କା କରଜ ରହିଛି । ବିଆଇଏଲଙ୍କ ୫୪ କରଜଦାତାଙ୍କ ମଧ୍ୟରେ ୩୪ଟି ବ୍ୟାଙ୍କ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନର ସବୁଠାରୁ ଅଧିକ ଋଣ ରହିଛି ଏସବିଆଇର । ଏସବିଆଇ ପ୍ରାୟ ୧୧,୧୭୫.୨୫ କୋଟି ଟଙ୍କା ଋଣ ରହିଛି । ବ୍ୟାଙ୍କକୁ ଛାଡ଼ି ୭୩୧ ସପ୍ଳାୟର୍ସଙ୍କ ୩,୧୧୧ କୋଟି ୭୯ଲକ୍ଷ ୭୧ ହଜାର ୨୯ ଟଙ୍କା ମଧ୍ୟ ଏହି କମ୍ପାନୀ ଉପରେ ଋଣ ରହିଛି ଏବଂ ବସିଟିଏଲ ଉପରେ ସପ୍ଲାଏର୍ସର ୧୨୬୬ କୋଟି ୯୯ଲକ୍ଷ ୭୮ ହଜାର ୫୦୭ଟଙ୍କା ରହିଛି ।
ବିଆଇଏଲ ଉପରେ ଆରବିଆଇ ବ୍ୟାଙ୍କର ୯,୫୬୧.୬୭ କୋଟି ଟଙ୍କା , ଆଇସିଆଇସିଆଇ ବ୍ୟାଙ୍କର ୩,୩୧୮.୦୮ କୋଟି ଟଙ୍କା ବାକି ରହିଛି । ବିଟିଏଲ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୩,୦୭୩.୧୬ କୋଟି ଟଙ୍କା ଓ ୧,୪୩୯ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କକୁ ବାକି ରହିଛି । ଏହି ପରି ଅନେକ ଟଙ୍କା ଋଣ ଭାରରେ ରହିଛି ଭିଡ଼ିଓକୋନ କମ୍ପାନୀ ।
17:11

ମମତାଙ୍କ ପକ୍ଷପାତିତା ଅଭିଯୋଗର ଜବାବ ଦେଲେ ନିର୍ବାଚନ କମିସନ

ପଶ୍ଚିମବଙ୍ଗର ୪ ପୁଲିସ ଅଧିକାରୀଙ୍କ ବଦଳି ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଥିବା ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ନିର୍ବାଚନ କମିସନ୍‌ (ଇସି)। ଅଯଥାରେ ଅଭିଯୋଗ ନ କରିବାକୁ ନିର୍ବାଚନ କମିସନ୍ ମମତାଙ୍କୁ କହିଛନ୍ତି। ଇସିଙ୍କ ପକ୍ଷରୁ କୁହାଯାଇଛି, ନିର୍ବାଚନକୁ ଦୃଷ୍ଟିରେ ରଖି କମିସନ୍‌ ସବୁବେଳେ ନିରପେକ୍ଷତା ଅବଲମ୍ବନ କରି ଆସିଛନ୍ତି।
ଶୁକ୍ରବାର ପଶ୍ଚିମବଙ୍ଗର ୪ ପୁଲିସ ଅଧିକାରୀଙ୍କୁ ନିର୍ବାଚନ କମିସନ ବଦଳି କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ ଯେ କେନ୍ଦ୍ରର ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନ ଏଭଳି ପଦକ୍ଷେପ ନେଇଛନ୍ତି।
ମମତା ନିର୍ବାଚନ କମିସନଙ୍କୁ ଚିଠି ଲେଖି କହିଥିଲେ ଯେ ପୁଲିସ୍ ଅଧିକାରୀଙ୍କୁ ବଦଳି କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଇସାରାରେ ନିର୍ବାଚନ କମିସନ ଏପରି ବଦଳି କରୁଛନ୍ତି। ଏମିତିକି ନିର୍ବାଚନ କମିସନଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ମମତା ବାବାର୍ଜୀ। ଏହା ସହିତ ଏହି ୪ ପୁଲିସ୍ ଅଧିକାରୀଙ୍କ ବଦଳିର ପୁନର୍ବିଚାର କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଥିଲେ। ଯଦି ରାଜ୍ୟରେ ଆଇନ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ, ତା'ହାଲେ ସେଥିପାଇଁ ନିର୍ବାଚନ କମିସନ ଦାୟୀ ରହିବେ କି ବୋଲି ମମତା ପ୍ରଶ୍ନ କରିଥିଲେ। ବିଜେପି ନେତାଙ୍କ ଅଭିଯୋଗ ଓ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନ କମିସନ୍ ଏପରି ନିଷ୍ପତ୍ତି ନେଇଥିବା ମମତା ଅଭିଯୋଗ କରିଛନ୍ତି।
ସେ କହିଛନ୍ତି,"ଯଦି ବିଜେପି ଭାବୁଛି, ପୁଲିସ୍‌ ଅଧିକାରୀଙ୍କୁ ବଦଳି କରି ମୋତେ ନିର୍ବାଚନ ବେଳେ ଦୁର୍ବଳ କରିଦେବ, ତା'ହେଲେ ଏହା ସଂପୂର୍ଣ୍ଣ ଭୁଲ।"
ସୂଚନାଯୋଗ୍ୟ, ଶୁକ୍ରବାର ନିର୍ବାଚନ କମିସନ କୋଲକାତା ପୁଲିସ୍‌ କମିସନର ଅନୁଜ ଶର୍ମା ଓ ବିଧାନନଗର ପୁଲିସ୍‌ କମିସନରଙ୍କ ସମେତ ୨ ଜଣ ଏସଆଇଙ୍କୁ ବଦଳି କରିଥିଲେ। ବଦଳି ହୋଇଥିବା ପୁଲିସ ଅଧିକାରୀ ମମତାଙ୍କ ଦଳୀୟ କର୍ମୀ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ସିପିଆଇ(ଏମ୍‌) ଓ ବିଜେପି ସମେତ ଅନ୍ୟାନ୍ୟ ଦଳଗୁଡ଼ିକ ଏହି ପ୍ରସଙ୍ଗରେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲେ।
16:58

ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ୪୪୩ କୋଟି; ମନମୋହନଙ୍କଠାରୁ ୫୦ କୋଟି କମ୍‌


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୪୪୩ କୋଟି ୪୦ ଲକ୍ଷ ଟଙ୍କା। ବିଗତ ୫ବର୍ଷ ମଧ୍ୟରେ ଅର୍ଥାତ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ୪୪ ଥର ବିଦେଶ ଗସ୍ତ କରିଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ହିସାବରେ ମୋଦୀଙ୍କର ଏହା ସର୍ବାଧିକ ବିଦେଶ ଗସ୍ତ। ଏୟାର ଇଣ୍ଡିଆ ପକ୍ଷରୁ ମୋଦୀଙ୍କ ଗସ୍ତ ଖର୍ଚ୍ଚର ବିଲ୍‌ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଛି। ତେବେ ଏଥିରେ ଆହୁରି ୫ଟି ବିଦେଶ ଗସ୍ତର ଭଡ଼ା ସାମିଲ କରାଯାଇ ନାହିଁ।
ତେବେ ମୋଦୀଙ୍କ ଗସ୍ତ ଖର୍ଚ୍ଚ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ କମ୍‌ ରହିଛି। ମୋଦୀ ଅଧିକ ବିଦେଶ ଯାତ୍ରା କରିଥିଲେ ବି ଗସ୍ତ ଖର୍ଚ୍ଚ କମ୍‌ ରହିଛି। ୨୦୦୯ରୁ ୨୦୧୪ ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୩୮ ଥର ବିଦେଶ ଗସ୍ତ କରିଥିଲେ। ଏଥିରେ ୪୯୩ କୋଟି ୨୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। କିନ୍ତୁ ମୋଦୀ ୪୪ ଥର ବିଦେଶ ଗସ୍ତ କରିଥିବାବେଳେ ୫୦ କୋଟି ଟଙ୍କା କମ୍‌ ଖର୍ଚ୍ଚ ହୋଇଛି।
ମୋଦୀଙ୍କ ବାରମ୍ବାର ବିଦେଶ ଗସ୍ତକୁ ବିରୋଧୀମାନେ ଅନେକ ଥର ସମାଲୋଚନା କରିଛନ୍ତି। କିନ୍ତୁ ଏହି ଗସ୍ତ ଫଳରେ ଅନ୍ୟାନ୍ୟ ରାଷ୍ଟ୍ର ସହ ଭାରତର ସମ୍ପର୍କ ବୃଦ୍ଧି ପାଇଛି। ମୋଦୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ମନମୋହନଙ୍କ ତୁଳନାରେ କମ୍‌ ହେବାର କାରଣ ହେଉଛି ଗୋଟିଏ ଟିକେଟରେ ଦୁଇଟି ଯାତ୍ରା କରିବା। ମୋଦୀ ଗୋଟିଏ ଗସ୍ତ ସମୟରେ ଏକାଧିକ ଦେଶକୁ ଯାତ୍ରା କରିଥାନ୍ତି। ଏହା ଦ୍ବାରା ଖର୍ଚ୍ଚ କମ୍‌ ହୋଇଥାଏ।

Monday, 1 April 2019

20:44

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - ବେସରକାରୀ ସ୍କୁଲ ନିର୍ଦେଶ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ


ରାଜ୍ୟରେ ପ୍ରବଳ ଗ୍ରୀଷ୍ମ୍ରବାହକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମେଁ ୫ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ଖୋଲା ରହି ମେଁ ୬ରୁ ଛୁଟି ହେବ ବୋଲି ନିର୍ଦେଶ ରହିଛି । ବିଦ୍ୟାଳୟ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବିଦ୍ୟାଳୟରେ ଯଥେଷ୍ଟ ପାଣି ଗଚ୍ଛିତ ରଖିବା ପାଇଁ ପ୍ରଧାନଶିକ୍ଷକଙ୍କୁ ତାଗିଦ କରାଯାଇଛି । ପୂର୍ବବର୍ଷ ଏହିଭଳି ଘୋଷଣା ହୋଇଥିବାବେଳେ କେନ୍ଦୁଝର ସହରରେ ଥିବା ବେସରକାରୀ ଅନୁଷ୍ଠାନମାନ ଏହାକୁ ମାନି ନ ଥିଲେ । ବିନା ୟୁନିଫର୍ମ ପୋଷାକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠ ପଢାଉଥିବା ଦେଖାଯାଇଥିଲା । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଯେଉଁ ବେସରକାରୀ ଶିକ୍ଷାନୁଷ୍ଠାନ ସରକାରଙ୍କ ନିର୍ଦେଶନାମାକୁ ନ ମାନିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

20:21

ଆଜିି ଉତ୍କଳ ଦିବସ , କେଉଁ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଆରମ୍ଭ ହୋଇଥିଲା ଉତ୍କଳ ଦିବସ ପାଳନ, ଆପଣ ଜାଣନ୍ତି କି ?




 ଆଜି ହେଉଛି ପବିତ୍ର ଉତ୍କଳ ଦିବସ। ଓଡିଆ ଅସ୍ମିତାର ବାର୍ତ୍ତା ବହନ କରୁଥିବା ଦିନଟିଏ। ନିଜକୁ ଓଡ଼ିଆ ଭାବି ଗର୍ବ କରିବା ଆଉ ଗୌରବମୟ ଅତୀତକୁ ମନେ ପକାଇବାର ଦିନଟିଏ। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଘୋଷିତ ହୋଇଥିଲା। ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ନେତୃତ୍ୱରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲେ ବି ବିଧିବଦ୍ଧ ଭାବେ ତଥା ସରକାରୀ ଭାବେ ୧୯୭୪ ମସିହା ଯାଏ ଉତ୍କଳ ଦିବସ ପାଳନ କରାଯାଉ ନ ଥିଲା।
୧୯୭୫ ମସିହାରେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଏହାକୁ ବିଧିବଦ୍ଧ ଭାବେ ସରକାରୀ ଉତ୍ସବ ଭାବେ ଘୋଷଣା କରାଗଲା। ଉକ୍ତ ବର୍ଷ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍ସବ ଭୁବନେଶ୍ୱରସ୍ଥିତ ପରେଡ ପଡ଼ିଆରେ ଆରମ୍ଭ ହେଲା। ରାଜଧାନୀର ପରେଡ ଗ୍ରାଉଣ୍ଡ ଭାବେ ପରିଚିତ ଥିବା ଉକ୍ତ ପଡ଼ିଆ ଏବେ ଇନ୍ଦିରା ଗାନ୍ଧୀ ପାର୍କ ନାମରେ ନାମିତ ହୋଇଛି। ସେହି ବର୍ଷଠାରୁ ପ୍ରତି ବର୍ଷ ଓଡ଼ିଶାର କୋଣ ଅନୁକୋଣରେ ଓଡ଼ିଶା ଦିବସ ବେଶ୍‌ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି । ଏପରିକି ପ୍ରଥମ ଉତ୍କଳ ଦିବସ ଅବସରରେ ପ୍ରଥମ କରି ସରକାରୀ ପତ୍ରିକା ଉତ୍କଳ ପ୍ରସଙ୍ଗ ମଧ୍ୟ ୧୯୭୫ରୁ ଆରମ୍ଭ ହୋଇଥିଲା।

୧୯୮୫ ଏପ୍ରିଲ ୧ରେ ଦୈନିକ ଓଡ଼ିଆ ଖବରକାଗଜ 'ପ୍ରଜାତନ୍ତ୍ର'ର ଲୋକପ୍ରିୟ ସ୍ତମ୍ଭ "ଗାଁ ମଜଲିସ'ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ଲିଖିତ 'ଉତ୍କଳ ଦିବସ' ଶୀର୍ଷକ ଲେଖାରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କ ଅବଦାନରେ ଉତ୍କଳ ଦିବସ ଉତ୍ସବ ଆରମ୍ଭ ହୋଇଥିଲା ବୋଲି ପ୍ରକାଶ ପାଇଥିଲା।
୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା। ହେଲେ ଏହାର ୫୮ ବର୍ଷ ପରେ ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ଗୋଟିଏ ଜାତିର ଗର୍ବ ଓ ପରିଚୟ ହେଉଛି ଏହାର ଭାଷା। ଦେଶର ୬ଷ୍ଠ ସାମ୍ବିଧାନିକ ଭାଷା ଭାବେ ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସତ୍ତ୍ୱେ ଏବେବି ସବୁଠି ଇଂରାଜୀ ନାମଫଳକ ଦେଖିବାକୁ ମିଳୁଛି। ଯାହାକି ଅତି ଲଜ୍ଜାଜନକ ବିଷୟ। ଇଂରାଜୀ, ହିନ୍ଦୀ ପରି ଭାଷାର ବ୍ୟବହାର କରି ନିଜ ମାଟିରେ ଆମେ ନିଜକୁ ଆଧୁନିକ ବୋଲି ଭାବୁଛୁ।
ହେଲେ ଏହାଦ୍ୱାରା ଆମକୁ ସ୍ୱତନ୍ତ୍ର ପରିଚୟ ଦେଇଥିବା ଆମ ଭାଷା ଯେ ରସାତଳ ହେଉଛି ତାହା ମାନିବାକୁ ନାରାଜ। ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟରେ ବ୍ୟବହାର କରିବା ବାଧ୍ୟତାମୂଳକ ସତ୍ତ୍ୱେ ତାହାକୁ ଖୋଲାଖୋଲା ଉଲ୍ଲଘଂନ କରାଯାଉଛି। ତେଣୁ ମର୍ଯ୍ୟାଦାଜନକ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡ଼ିଆ ଭାଷା ଯେଉଁଠି ଥିଲା, ସେଇଠି ହିଁ ରହିଯାଇଛି।




20:10

କେଉଁଠି ଜରୁରୀ ଆଧାର ଲିଙ୍କ୍‌ ?

ଆଧାର ଲିଙ୍କ୍‌କୁ ନେଇ ସାରା ଦେଶରେ ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। କିଛିଟା ସ୍ଥାନରେ ଆଧାର କାର୍ଡର ଲିଙ୍କ୍‌ କରିବା ଜରୁରୀ ଥିବା ବେଳେ କିଛିଟା ସ୍ଥାନରେ ଆଧାର କାର୍ଡର ଲିଙ୍କ୍‌ ଜରୁରୀ ନଥାଏ। ଜାଣନ୍ତୁ କେଉଁଠି ଆଧାରକାର୍ଡ ଲିଙ୍କ୍‌ କରିବା ଜରୁରୀ ଏବଂ କେଉଁଠି ନୁହେଁ।
ଆଧାର କେଉଁଠି ଜରୁରୀ ?
  • ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ବେଳେ ଆଧାର କାର୍ଡ ନିହାତି ଦରକାର
  • ପାନ କାର୍ଡ ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ
  • ସରକାରୀ ଯୋଜନାରୁ ସୁବିଧା ନେବା ପାଇଁ ଆଧାର କାର୍ଡ ଜରୁରୀ
କେଉଁଠି ଜରୁରୀ ନୁହେଁ ?
  • ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ
  • ଘରୋଇ କମ୍ପାନି, ଟେଲିକମ୍ ଏବଂ ଇ କମର୍ସ ଫାର୍ମ ଲୋକଙ୍କୁ ଆଧାର କାର୍ଡ ମାଗି ପାରିବେ ନାହିଁ
  • ୬ରୁ ୧୪ ବର୍ଷର ପିଲା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ
  • ସିବିଏସ୍‌ଇ, ୟୁଜିସି ଏବଂ ନିଟ୍ ପରୀକ୍ଷା ବେଳେ ଆଧାର କାର୍ଡ ଜରୁରୀ ନୁହେଁ
20:08

ମାର୍ଚ୍ଚ ମାସରେ ୧.୦୬ ଲକ୍ଷ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ



ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି) ସଂଗ୍ରହରେ ରେକର୍ଡ ସୃଷ୍ଟି ହୋଇଛି। କେବଳ ମାର୍ଚ୍ଚ ମାସରେ ୧ ଲକ୍ଷ ୬ ହଜାର ୫୭୭ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ କରାଯାଇଛି। ଏହା ପୂର୍ବରୁ ଅପ୍ରେଲ ୨୦୧୮ରେ ଏହି ପରିମାଣର ଜିଏସ୍‍ଟି ଆଦାୟ କରାଯାଇଥିଲା। ଚଳିତ ବର୍ଷର ଜାନୁଆରୀରେ ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ଜିଏସ୍‍ଟି ଲାଗୁ ହେବାପରଠାରୁ ଏପର୍ଯ୍ୟନ୍ତ ୪ ଥର ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ବା ତାଠାରୁ ଅଧିକ ହୋଇଛି। ମାର୍ଚ୍ଚ ମାସରେ ସିଜିଏସ୍‍ଟି ବାବଦ ୨୦,୩୫୩ କୋଟି ଟଙ୍କା, ଏସ୍‍ଜିଏସ୍‍ଟି ବାବଦ ୨୭,୫୨୦ କୋଟି ଟଙ୍କା, ଆଇଜିଏସ୍‍ଟି ବାବଦ ୫୦,୪୧୮ କୋଟି ଟଙ୍କା, ସେସ୍‍ ବାବଦ ୮,୨୮୬ କୋଟି ଟଙ୍କା ଆଦାୟ କରାଯାଇଛି। ଏହାସହ ବର୍ଷେ ମଧ୍ୟରେ ଜିଏସ୍‍ଟି ସଂଗ୍ରହରେ ୧୫.୬% ବୃଦ୍ଧି ପରିଲକ୍ଷିତ ହୋଇଛି। ମାର୍ଚ୍ଚ ୨୦୧୮ରେ ଜିଏସ୍‍ଟିରୁ ସରକାରଙ୍କୁ ୯୨,୧୬୭ କୋଟି ଟଙ୍କା ମିଳିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ଜିଏସ୍‍ଟି ସଂଗ୍ରହ ପରିମାଣ ୯୮,୧୧୪ କୋଟି ଟଙ୍କା ରହିଛି।
10:57

ଜାଣନ୍ତୁ ୧ ଏପ୍ରିଲରୁ ଲକ୍ଷାଧିକ ବ୍ୟବସାୟୀଙ୍କୁ କେଉଁ ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି



ନୂଆଦିଲ୍ଲୀ, :
ଛୋଟ ବ୍ୟବସାୟୀମାନଙ୍କୁ ବହୁତ ଶୀଘ୍ର ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି । ଭାରତୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ GST ରେଜିଷ୍ଟ୍ରେସନର ପରିଧିକୁ ବୃଦ୍ଧି କରିବାକୁ ନୋଟିଫିକେସନ ଜାରି କରାସରିଛି । ଏବେ ୪୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବାର୍ଷିକ ଟର୍ଣ୍ଣଓଭର ଉପରେ ରେଡିଷ୍ଟ୍ରେସନ କରିବାକୁ ପଡିବନି । ଏହା  ଏପ୍ରିଲ ୧ରୁ ଲାଗୁହେବ । ଏଥିରେ ଛୋଟ ଏବଂ ମଧ୍ୟବିତ୍ତ ବ୍ୟବସାୟୀମାନଙ୍କୁ ଫାଇଦା ହେବ ।
ଏହା ବ୍ୟତୀତ ୧.୫ କୋଟି ଟଙ୍କାର ବ୍ୟବସାୟ ଉପରେ କମ୍ପୋଜିସନ ଟ୍ୟାକ୍ସ ବ୍ୟବସ୍ଥା ମଧ୍ୟ  ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ନିକଟରେ GST ଉପରେ ମନ୍ତ୍ରୀମାନଙ୍କର ଏକ ସମିତି ରେଜିଷ୍ଟ୍ରେସନ ପାଇଁ ବାର୍ଷିକ ଟର୍ଣ୍ଣଓଭରର ସୀମା ବଢାଇବା ନେଇ ସହମତି ପ୍ରକାଶ କରିଥିଲେ ।
GSTରେ ରିହାତିର ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢାଇ ୪୦ ଲକ୍ଷ କରିବା ଦ୍ୱାରା ପାଖାପାଖି ୧୦ ଲକ୍ଷ ଛୋଟ ବ୍ୟବସାୟୀ ଟ୍ୟାକ୍ସ ପଇଠରୁ ମୁକ୍ତି ପାଇବେ, ଯାହା ଏକ ଭଲ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।
10:53

ଆଜିଠୁ ବଦଳିଯିବ ଏସବୁ ନିୟମ


ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନେକ ଗୁଡ଼ିଏ ନୂଆ ନିୟମ ଲାଗୁ ହୋଇଯିବ। ଏହି ନୂଆ ନିୟମ କେତେକଙ୍କୁ ଲାଭ ପହଞ୍ଚାଇବାକୁ ଥିବାବେଳେ ଆଉ କେତେକଙ୍କ ଉପରେ ବୋଝ ହେବ। ତେବେ କେଉଁସବୁ ନିୟମ ବଦଳିଯିବ ସେଥିରୁ କିଛି ଏଠାରେ ଦିଆଯାଇଛି।
ଆୟକରଦାତାଙ୍କୁ ରିହାତି 
ବଜେଟ୍‌ରେ ହୋଇଥିବା ଘୋଷଣା ଅନୁଯାୟୀ ଆୟକରଦାତାଙ୍କୁ ରିହାତି ପ୍ରଦାନ କରାଯିବ। ଏହାଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହୋଇଯିବ। ଏଥସହିତ ଟିକସଦାତାଙ୍କୁ ଅନ୍ୟ କେତେକ ସୁବିଧା ମଧ୍ୟ ମିଳିବ।
ଶସ୍ତାରେ ମିଳିବ ଋଣ 
ଏପ୍ରିଲରୁ ସବୁ ପ୍ରକାର ଋଣ ଶସ୍ତା ହୋଇଯିବ। କାରଣ ହେଲା ବ୍ୟାଙ୍କ ଗୁଡ଼ିକ ପୂର୍ବରୁ ଏମ୍‌ସିଏଲ୍‌ଆର୍‌ ( ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍) ଅନୁସାରେ ସୁଧ ହାର ଧାର୍ଯ୍ୟ କରୁଥିବାବେଳେ ଏପ୍ରିଲରୁ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ରେପୋ ‌ରେଟ୍ ଅନୁସାରେ ସୁଧ ହାର ଧାର୍ଯ୍ୟ କରିବେ।ଏହାଦ୍ବାରା ଗୃହଠାରୁ ଆରମ୍ଭ କରି ଗାଡ଼ି ଅନ୍ୟାନ୍ୟ ଋଣ ଶସ୍ତା ହେବାର ସମ୍ଭାବନା ରହିଛି।
ଘର କିଣିବା ଶସ୍ତା ହେବ 
ଏପ୍ରିଲ ପହିଲାରୁ ଲୋକଙ୍କୁ ଘର କିଣିବା ଶସ୍ତା ହୋଇଯିବ। ପୂର୍ବରୁ ଜିଏସଟି ପରିଷଦ ସୁଲଭ ମୂଲ୍ୟର ଗୃହ ପାଇଁ ଜିଏସଟି ହାର ୧ ପ୍ରତିଶତକୁ କମାଇ ଦେଇଛି। ଏଥିସହିତ ଅନ୍ୟ ବର୍ଗର ଗୃହ ପାଇଁ ଜିଏସଟି ଦର ହ୍ରାସ କରାଯାଇ ୫ ପ୍ରତିଶତ ରଖାଯାଇଛି।
ଜୀବନ ବୀମା ପଲିସି କିଣିବା ଶସ୍ତା ହେବ 
ଜୀବନ ବୀମା ପଲିସି କିଣିବା ନୂଆବର୍ଷରେ ଶସ୍ତା ହେବାକୁ ଯାଉଛି। ଏପ୍ରିଲ ପହିଲାରୁ କମ୍ପାନି ଗୁଡ଼ିକ ଲୋକଙ୍କ ମୃତ୍ୟୁ ହାରର ନୂଆ ଅଙ୍କ ପାଳନ କରିବେ। ବର୍ତମାନ ବୀମା କମ୍ପାନି ଗୁଡ଼ିକ ୨୦୦୬-୦୮ର ତଥ୍ୟକୁ ଲୋକଙ୍କ ମୃତ୍ୟୁ ହାର ପାଇଁ ବ୍ୟବହାର କରୁଥିବାବେଳେ ଏବେ ଏହା ବଦଳି ୨୦୧୨-୧୪ ହେବ। ୨୦୧୨-୧୪ର ସାରଣୀ ଅନୁଯାୟୀ ବୀମା କରିଥିବା ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୪-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସପାଇଛି।
ରେଳରେ ମିଳିବ ସୁବିଧା 
ନୂଆ ଆର୍ଥିକ ବର୍ଷରୁ ରେଳବାଇର କେତେକ ନିୟମ ବଦଳିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, ରେଳବାଇ ଏପ୍ରିଲ ପହିଲାରୁ ସଂଯୁକ୍ତ ପିଏନଆର ନମ୍ବର ଜାରି କରିବ। କୌରସି ଯାତ୍ରୀ ଦୁଇଟି ଟ୍ରେନରେ ଯାତ୍ରା କରିବାର ଥିଲେ ସେମାନଙ୍କୁ ସଂଯୁକ୍ତ ପିଏନଆର ମିଳିବ। କନେକ୍ଟି ଟ୍ରେନ୍ ଛାଡ଼ିଦେଲେ ଯାତ୍ରୀଙ୍କୁ ଟିକସ ମୂଲ୍ୟ ଫେରସ୍ତ ମିଳିବ।
ନୂଆ ନମ୍ବର ପ୍ଲେଟ୍ 
ଗାଡ଼ି ନିର୍ମାତାଙ୍କ ପାଇଁ ନୂଆ ବର୍ଷରୁ ପ୍ଲେଟ୍ ଲଗାଇବା ସଂକ୍ରାନ୍ତ ନୂଆ ନିୟମ ଲାଗୁହେବ। ୨୦୧୯ ଏପ୍ରିଲ ପହିଲାରୁ ଏମାନଙ୍କୁ ହାଇ ସିକ୍ୟୁରିଟି ‌ପଞ୍ଜୀକରଣ ପ୍ଲେଟ ଦେବା ଜରୁରୀ।
ସିଏନ୍‌ଜି ମହଙ୍ଗା ହେବ 
ସୋମବାରରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବାର ସମ୍ଭାବନା ରହିଛି। ଏହାଦ୍ବାରା କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଏବଂ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ଗ୍ୟାସ (ପିଏନଜି) ମୂଲ୍ୟ ବୃଦ୍ଧି ପାଇପାରେ। ଏହାହେଲେ ସାଧାରଣ ପରିବହନ ବାବଦ ଭଡ଼ା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।
ମହଙ୍ଗା ହେବ କାର୍ 
ଯଦି ନୂଆବର୍ଷରେ କେହି କାର କ୍ରୟ କରିବାକୁ ଚାହୁଁଥାନ୍ତି ତାହେଲେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଟାଟା ମୋଟର୍ସଠାରୁ ଆରମ୍ଭ କରି ଜାଗୁଆର ଆଣ୍ଡ ଲ୍ୟାଣ୍ଡ ରୋଭର, ଟୟୋଟା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି କମ୍ପାନି ସେମାନଙ୍କ ବିଭିନ୍ନ ମଡେଲ କାର ମୂଲ୍ୟ ବୃଦ୍ଧି ପୂର୍ବରୁ ଘୋଷଣା କରିସାରିଛନ୍ତି।
10:49

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍‌ପିଏ



ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍କ ଏନ୍‌ପିଏ ପରିମାଣ ବୃଦ୍ଧି ପାଇ ୮୪ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଦେଶରେ ୭୫ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ଏବେ ୨.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଫେବୃୟାରୀ ୧୨ ସର୍କୁଲାର କାରଣରୁ ଋଣ ସମାଧାନ ପରିମାଣ ବଢ଼ିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। 
ଶକ୍ତି ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ୩୭ତମ ରିପୋର୍ଟ ଉଲ୍ଲେଖ କରି ଆବେଦନକାରୀ ଦର୍ଶାଇଛନ୍ତି ଯେ, ଶକ୍ତି ପ୍ରକଳ୍ପରେ ନିଯୁକ୍ତ କମ୍ପାନୀଗୁଡ଼ିକ ଏକାଧିକ ବ୍ୟାଙ୍କକୁ ନେଇ ଗଠିତ ବ୍ୟାଙ୍କ ସମୂହର ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ୧୮୦ ଦିନ ଭିତରେ ଏନ୍‌ପିଏ ସମାଧାନ ଲାଗି ଗତବର୍ଷ ଆର୍‌ବିଆଇ ପକ୍ଷରୁ ଜାରି ସର୍କୁଲାରକୁ ପ୍ରତ୍ୟାହାର ଅଥବା ରଦ୍ଦ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି। ଅନ୍ୟପକ୍ଷରେ ଆର୍‌ବିଆଇ ନିଜର ସର୍କୁଲାର ସପକ୍ଷରେ ଯୁକ୍ତି ବାଢ଼ିଛି। ୧୮୦ ଦିନ ଭିତରେ ଏନ୍‌ପିଏ ରିଜଲ୍ୟୁଶନ ସମ୍ଭବ ବୋଲି ଆର୍‌ବିଆଇ କହିଛି। ସୂଚନାଥାଉ କି, ଶକ୍ତି, ଜାହାଜ ଓ ଚିନି ଶିଳ୍ପ ସହ ଜଡ଼ିତ କମ୍ପାନୀଗୁଡ଼ିକ ଆର୍‌ବିଆଇ ସର୍କୁଲାରକୁ ଚ୍ୟାଲେଞ୍ଜ କରିଛନ୍ତି। ବକେୟା ଋଣ ପ୍ରଦାନ କରି ନ ଥିବା ପ୍ରତିଷ୍ଠିତ କର୍ପୋରେଟଙ୍କ ମଧ୍ୟରେ ରହିଛନ୍ତି ଆଦାନୀ ପାଓ୍ବାର ମହାରାଷ୍ଟ୍ର(୯୪୬୩.୨୯ କୋଟି), ଦାମୋଦର ଭ୍ୟାଲି କର୍ପୋରା(୯୭୫୬.୪୨ କୋଟି), ଜୟପ୍ରକାଶ ପାଓ୍ବାର ଭେଞ୍ଚରସ(୮୭୧୯.୧୬ କୋଟି) ଆଦି।