Welcome To BN News . Always With Common People .

Breaking

Saturday 30 March 2019

ମୋଦୀଙ୍କ ମିଶନ ଶକ୍ତି ଉଦବୋଧନ : ନିର୍ବାଚନ ଆୟୋଗଙ୍କ ପକ୍ଷରୁ କ୍ଲିନ ଚିଟ୍


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶନ ଶକ୍ତିକୁ ନେଇ ରାଷ୍ଟ୍ର ଉଦ୍ଦେଶ୍ୟରେ ଦେଇଥିବା ଉଦବୋଧନକୁ ନିର୍ବାଚନ ଆୟୋଗ କ୍ଲିନ ଚିଟ୍ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଉଦବୋଧନ ଆଚାର ସଂହିତା ଉଲ୍ଲଙ୍ଘନ ନୁହେଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି । ମୋଦୀଙ୍କ ଏହି ଉଦବୋଧନରେ କୌଣସି ପ୍ରକାରର ଦଳୀୟ ପ୍ରଚାର ନଥିଲା । ସେ ନିଜ ଉଦବୋଧନରେ ଭୋଟ ପାଇଁ ମଧ୍ୟ ଆବେଦନ କରି ନାହାନ୍ତି ବୋଲି ନିର୍ବାଚନ ଆୟୋଗ କହିଛନ୍ତି।
ନିର୍ବାଚନ ସମୟରେ ମୋଦୀ ଏହି ଉଦବୋଧନ ଜରିଆରେ ଆଚାର ସଂହିତା ଉଲ୍ଲଙ୍ଘନ କରିଛି ବୋଲି ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ଏହାର ଯାଞ୍ଚ ପାଇଁ ଏକ ଦଳ ଗଠନ କରିଥିଲେ। ଏହି ଦଳ ଦୂରଦର୍ଶନ ଏବଂ ଆକାଶବାଣୀଠାରୁ ଏହି ଉଦବୋଧନ ବିଷୟରେ ସୂଚନା ମାଗିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଯାଞ୍ଚ କରାଯାଇଥିଲା । ସବୁ କିଛି ଅନୁଧ୍ୟାନ କରିବା ପରେ ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ ଚିଟ୍ ଦେଇଛନ୍ତି ।

No comments:

Post a Comment