Welcome To BN News . Always With Common People .

Breaking

Sunday 7 April 2019

ବିରିୟାନୀ ପାଇଁ ନିର୍ବାଚନୀ ସଭାରେ କଂଗ୍ରେସକର୍ମୀଙ୍କ ମଧ୍ୟରେ ମାଡପିଟ: ୩୪ ଜଣଙ୍କ ନାମରେ ମାମଲା ରୁଜୁ



ଉତ୍ତରପ୍ରଦେଶ ବିଜନୌର୍‌ରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ କର୍ମୀଙ୍କ ମଧ୍ୟରେ ମାଡପିଟ ହୋଇଛି। ବିରିୟାନୀ ଖାଇବାକୁ ସଭାସ୍ଥଳରେ କଂଗ୍ରେସକର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହି ଲୋକ ସଭା ଆସନରୁ ନସୀମୁଦ୍ଦିନ୍‌ ସିଦ୍ଧିକ୍‌ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନୀ ସଭା ଶେଷ ପରେ ମଧ୍ୟାହ୍ନ ଭୋଜନରେ ବିରିୟାନୀ ଖାଇବାକୁ କର୍ମୀଙ୍କୁ ଦିଆଯାଇଥିଲା। ତେବେ ଖାଇବାକୁ ନେଇ କର୍ମୀ ପରସ୍ପର ମଧ୍ୟରେ ମାଡ ମରାମରି ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ୩୪ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରାମ ମୋହନ ଶର୍ମା ସୂଚନା ଦେଇଛନ୍ତି।

No comments:

Post a Comment