Welcome To BN News . Always With Common People .

Breaking

Showing posts with label Od Crime. Show all posts
Showing posts with label Od Crime. Show all posts

Thursday, 7 November 2019

20:52

ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।

ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।


Tuesday, 5 November 2019

12:20

ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ

କିଛି ଖଲ ବ୍ୟକ୍ତି ବି ଏନ ନ୍ୟୁଜର ସ୍ଵଛତା ଉପରେ ଜାରି ରଖିଥିବା ପ୍ରୟାସକୁ ବନ୍ଦ କରିବାକୁ ଚାପ ପ୍ରୟୋଗ କରୁଛନ୍ତି । ଅଞ୍ଚଳବାସୀଙ୍କୁ ଏହି ଆବର୍ଜନା , ଦୁର୍ଗନ୍ଧ ପରିବେଶରୁ ମୁକ୍ତ ରଖିବା ଆମର ଏବଂ ତାଙ୍କର ଦାୟୀତ୍ବ ନୁହେଁ କି ? ଜନତାର ସମର୍ଥନ ରହିଲେ ବି ଏନ ନ୍ୟୁଜର ପ୍ରୟାସକୁ ଆହୁରି ତୀବ୍ର କରିବ । ଏହି ଫୋଟୋ ବରପାଲି NAC ପରିସରରେ ଥିବା ମହିଳା ଏବଂ ପୁରୁଷ ପରିଶ୍ରାଗାର ଅଟେ । ଏଗୁଡିକ ଏତେ ଅପରିଷ୍କାର ଏବଂ ଦୁର୍ଗନ୍ଧ ଅବସ୍ଥାରେ ରହିଛି ଯେ ଯିଏ ବି ଯିବ ବେମାର ହୋଇ ପଡିବ । ଆମର ବିନମ୍ର ଅନୁରୋଧ ଯେ ଏହାର ତତ୍କାଳ ପ୍ରତିକାର କରାଯାଉ ।


Monday, 8 April 2019

12:15

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ


ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। କିନ୍ତୁ ଭବିଷ୍ୟତରେ ଏହି ନିଷ୍ପତ୍ତି ନବୀନଙ୍କ ପାଇଁ ମସ୍ତବଡ଼ ମୁଣ୍ଡବ୍ୟଥାର କାରଣ ହେବ ବୋଲି ପୂର୍ବାନୁମାନ କରାଯାଇପାରେ।
ଏଥର ନବୀନ ପଟ୍ଟନାୟକ ଯଦି, କିନ୍ତୁ, ପରନ୍ତୁ ଏବଂ ଅଥଚ ଉପରେ ଅଧିକ ନିର୍ଭର କରି ପ୍ରାର୍ଥୀ ଚୟନ କରିଛନ୍ତି। କିନ୍ତୁ ରାଜନୀତିରେ ସବୁବେଳେ କିନ୍ତୁ-ପରନ୍ତୁ ସହାୟକ ସିଦ୍ଧ ହୁଏ ନାହିଁ। ହୁଏତ ନବୀନଙ୍କ କ୍ଷେତ୍ରରେ ଏଭଳି ଅନୁମାନ ଘାତକ ସିଦ୍ଧ ହୋଇପାରେ।
୨୦୧୭ ପଞ୍ଚାୟତ ନିର୍ବାଚନ ବିଫଳତା ପରେ ମନ୍ତ୍ରିମଣ୍ଡଳରୁ ଯୁବ ମନ୍ତ୍ରୀଙ୍କୁ ବିଦା କରିଦେଇଥିଲେ। ଏହାର ଦୁଇଟି କାରଣ ଥିଲା। ଦେବୀ ମିଶ୍ର ଏବଂ ପୁଷ୍ପେନ୍ଦ୍ରଙ୍କ ପରି ମନ୍ତ୍ରୀମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା। ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଦେବୀ ମିଶ୍ରଙ୍କ ବିରୋଧରେ ଚିଟଫଣ୍ଡ ଅଭିଯୋଗ ଥିଲା। ସମାନ ଅଭିଯୋଗ ଥାଇ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରିମଣ୍ଡଳରେ ରହିଲେ। ପ୍ରଦୀପ ପାଣିଗ୍ରାହୀ ଓ ପ୍ରଦୀପ ସେଠୀଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନଥିଲା। ସେ ବାଦ ପଡ଼ିଥିଲେ। ଏମିତି ଦେଖିବାକୁ ଗଲେ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଚିଟଫଣ୍ଡ ସମେତ ଅନେକ ଦୁର୍ନୀତି ଅଭିଯୋଗ ଉଠିଥିଲା।
ନବୀନଙ୍କ ତଥାକଥିତ ଦୁର୍ନୀତିମୁ ଛବି ତାଙ୍କୁ ୩ଟି ନିର୍ବାଚନ ଅତି ସହଜରେ ପାର କରାଇ ଦେଇଥିଲା। ୨୦୦୯ ନିର୍ବାଚନ ପରେ ଆସିଲା ଖଣି ଦୁର୍ନୀତି ମାମଲା। ଯେନତେନ ପ୍ରକାରେଣ ସିବିଆଇ ତଦନ୍ତକୁ ଅଟକାଇବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଖଣି ଦୁର୍ନୀତି ହୋଇଥିବା କଥା ସ୍ୱୀକାର କରିଥିଲେ ସରକାର। ତେଣୁ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ଖସିବା ଆରମ୍ଭ କରିଥିଲା ୨୦୦୯ ପରେ ପରେ। ଏହାସତ୍ତ୍ୱେ ୨୦୧୪ ନିର୍ବାଚନରେ ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ରେକର୍ଡ଼ ସଫଳତା ମିଳିଥିଲା।
ଯଦିଓ ବିଜୁ ପଟ୍ଟନାୟକଙ୍କ ୧୯୯୦ ରେକର୍ଡ଼ ଭାଙ୍ଗିପାରି ନଥିଲେ ନବୀନ, ତଥାପି ୧୧୭ ଆସନ ଜିଣିବା ମାମୁଲି ଘଟଣା ନଥିଲା। ମାତ୍ର କେନ୍ଦ୍ରରେ ନବୀନଙ୍କ ଇଚ୍ଛା ବିପରୀତ ମୋଦୀ ସରକାର ଗଠିତ ହେଲା। ଦୁର୍ଯୋଗକୁ ସୁପ୍ରିମକୋର୍ଟଙ୍କ ଠାରୁ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିଲା। ନବୀନ ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନେ ଚିଟଫଣ୍ଡ ଦୁର୍ନୀତିରେ ନିବିଡ଼ ଭାବେ ଜଡ଼ିତ ଥିବା କାହାକୁ ଅଛପା ନଥିଲା।
ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ଓ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ସୁବର୍ଣ୍ଣ ନାୟକ, ପ୍ରଭାତ ବିଶ୍ୱାଳ, ବିଜେପି ବିଧାୟକ ହିତେଶ ବଗର୍ତ୍ତି ଜେଲ ଗଲେ। କେତେ ଜଣଙ୍କୁ ସିବିଆଇ ପଚରା ଉଚରା କରିଥିଲା। ଆହୁରି ଅନେକଙ୍କ ନାମ ସିବିଆଇ ଅଭିଯୁକ୍ତ ତାଲିକାରେ ଥିଲା। ନବୀନ ସଫଳ ଗୋଟି ଚାଳନା କରି କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଦ୍ୱାରା ଯେତିକି ଗତିରେ ସିବିଆଇ ତଦନ୍ତ ଚାଲିବା କଥା, ତାହା ହେଲା ନାହିଁ। ତେଣୁ ନବୀନ ପଟ୍ଟନାୟକ ନିଜେ ଆଶ୍ୱସ୍ତ। ତାଙ୍କ ସହ ଶାସକ ଦଳ ବି।
ଏହା ସହିତ ଅଛି ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନ ସୁପାରିଶ କରିସାରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି, କିନ୍ତୁ ତଦନ୍ତ ଆଦେଶ ଦିଆଯାଇ ନାହିଁ। ଯଦି ତଦନ୍ତ ସଠିକ ଦିଗରେ ଆଗାଏ, ତେବେ କମଳ ଧୋଉ ଧୋଉ କମ୍ୱଳ ନିର୍ବାଳ ପରି କଥା ହୋଇଯିବ।
ଏବେ ଆସିବା ସବୁ ଜାଣି ମଧ୍ୟ ବିଭିନ୍ନ ଦୁର୍ନୀତି ଅଭିଯୁକ୍ତଙ୍କୁ ନବୀନ ଟିକଟ ଦେଲେ କାହିଁକି?
ଗିରଫ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟିକଟ ଦିଆଯାଇ ନାହିଁ କି ତାଙ୍କ ସମ୍ପର୍କୀୟ ଟିକଟ ପାଇ ନାହାନ୍ତି। ଅଥଚ ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳଙ୍କ ପୁଅ ଟିକଟ ପାଇଛନ୍ତି ବାଙ୍କୀ ଓ କଟକ-ଚୌଦ୍ୱାରରୁ। ଅନ୍ୟ ଯେଉଁମାନଙ୍କର ନାମ ସିବିଆଇ ତାଲିକାରେ ଅଛି, ସେମାନଙ୍କୁ ମଧ୍ୟ ଲୋକସଭା ଏବଂ ବିଧାନସଭା ପାଇଁ ଟିକଟ ମିଳିଛି। କାହିଁକି ଏପ୍ରକାର ନିଷ୍ପତ୍ତି ନେଲେ ନବୀନ?
ସେଥିପାଇଁ ଯଦି. କିନ୍ତୁ . ଏବଂ ପରନ୍ତୁ. ଉପରେ ଅଧିକ ନିର୍ଭର କରିଛନ୍ତି ନବୀନ ପଟ୍ଟନାୟକ। ନିର୍ବାଚନ ପରେ ବିଜେଡି କିଙ୍ଗ୍ ମେକର ହେବ କହି ନବୀନ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି। ଅର୍ଥାତ ନବୀନ ଆଶା କରୁଛନ୍ତି ଯେ, କେନ୍ଦ୍ରରେ ଏଥର ଏନଡିଏ ପୂର୍ଣ୍ଣ ବହୁମତ ପାଇବ ନାହିଁ। ଖେଚୁଡ଼ୀ ସରକାର ହେବ। ଏଇଠୁ ଆରମ୍ଭ ଯଦି କେନ୍ଦ୍ରରେ ମେଣ୍ଟ ସରକାର ହୁଏ, ତେବେ ଏଥିରେ ବିଜେଡି ସାମିଲ ହେବ। ଯଦି ବିଜେଡି ସାମିଲ ହୁଏ, ତେବେ ସିବିଆଇ ତଦନ୍ତରେ ଡୋରି ଲାଗିଯିବ। ଯଦି ଖେଚୁଡ଼ୀ ସରକାର ହୁଏ, ତେବେ ଆଉ ଖଣି କି ବ୍ଲାକରୋଜ କଥା ଉଠିବ ନାହିଁ। ଯଦି ପୁନର୍ବାର ନବୀନ କ୍ଷମତାକୁ ଆସନ୍ତି, ତେବେ ସିବିଆଇ ତାଲିକାଭୁକ୍ତ ବିଧାୟକ କି ମନ୍ତ୍ରୀମାନେ ଆଉ ଘୋଷଡ଼ା ହେବେ ନାହିଁ ବୋଲି ଭାବି ନେଇଛନ୍ତି ନବୀନ।
ଏହାସବୁ କଳ୍ପନାର ଗଣିତ। ଯଦି କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଯାଏ ଏବଂ ଯଦି ରାଜ୍ୟରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନପାରେ, ସେତେବେଳେ କି ପ୍ରକାର ରାଜନୈତିକ ଅବସ୍ଥା ନବୀନ ଏବଂ ବିଜୁ ଜନତା ଦଳର ହେବ, ତାହା ନବୀନ ବିଚାରକୁ ନେଇଛନ୍ତି କି ନାହିଁ, ତାହା ଅଜଣା। ତେଣୁ ଯେକୌଣସି ଦିଗକୁ ରାଜନୀତି କଡ଼ ଲେଉଟାଇପାରେ।
ଯଦି ନବୀନଙ୍କ ଇଚ୍ଛା ବା କଳ୍ପନା ମୁତାବକ କେନ୍ଦ୍ରରେ ମୋଦୀ କି ରାହୁଲ ତାଙ୍କ ସରକାର ଗଠନ ପାଇଁ ସମର୍ଥନ ଲୋଡ଼ନ୍ତି ତେବେ ତ ଅତ୍ୟନ୍ତ ସୁବିଧାରେ ରହିବେ ସିବିଆଇ ତାଲିକାଭୁକ୍ତ ବିଜେଡି ନେତାମାନେ। ନିଜେ ନବୀନ ମଧ୍ୟ ବର୍ତ୍ତିଯିବେ ସିବିଆଇ ଯାଞ୍ଚରୁ। ଯଦି ରାଜ୍ୟରେ ଖେଚୁଡ଼ୀ ସରକାର ହୋଇଯାଏ, ତେବେ ଭିନ୍ନ ଏବଂ ବିଚିତ୍ର ସ୍ଥିତି ଉପୁଜିବ ନବୀନଙ୍କ ପାଇଁ। ଆଉ ଅଭିଯୁକ୍ତଙ୍କୁ କୋଳେଇବା ସମ୍ଭବ ହେବ ନାହିଁ।
ପୁଣି ସେହି କିନ୍ତୁ। ଯଦି କେନ୍ଦ୍ରରେ ମୋଦୀ ସରକାର ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସନ୍ତି ଏବଂ ରାଜ୍ୟରେ ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହୁଏ, ତେବେ ନବୀନଙ୍କ ପରିସ୍ଥିତି କ'ଣ ହେବ, ବିଜୁ ଜନତା ଦଳର କେହି କଳ୍ପନା କରିଛନ୍ତି କି?
ଆହୁରି ଏକ ବଡ଼ ପ୍ରଶ୍ନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ। ଅର୍ନ୍ତଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ଭରା ବିଜୁ ଜନତା ଦଳ ଯେକୌଣସି କେନ୍ଦ୍ରୀୟ ଚାପରେ ଖଣ୍ଡ ବିଖଣ୍ଡିତ ହୋଇଯିବା ବିଚିତ୍ର ନୁହେଁ।

11:42

ମୁସଲିମ ସମାଜକୁ ଭୋଟ ପାଇଁ ଅପିଲ କଲେ ମାୟାବତୀ, ଇସି ମାଗିଲେ ରିପୋର୍ଟ



ଜାତି ଧର୍ମ ଆଧାରରେ ଭୋଟ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ଉତ୍ତର ପ୍ରଦେଶ ଦେୱବନ୍ଦ ରାଲିରେ ନିବେଦନ କରିବା ପରେ ନିର୍ବାଚନ କମିସନ (ଇସି) ଏହାକୁ ଗୁରୁତ୍ବର ସହ ନେଇଛି। ସାହରଣପୁର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମାୟାବତୀଙ୍କ ଅଭିଭାଷଣ ବାବଦରେ ଇସି ରିପୋର୍ଟ ମାଗିଛନ୍ତି । ତେବେ ମାୟାବତୀଙ୍କ ଅଭିଭାଷଣର କେଉଁ ଅଂଶଟି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି ସେ ନେଇ ନିର୍ବାଚନ କମିସନ ସ୍ପଷ୍ଟ କରିନାହାନ୍ତି।
ସୂଚନାଯୋଗ୍ୟ ଗତକାଲି ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ଏସପି-ବିଏସପି-ଆରଏଲଡି ଏକାଠି ହୋଇ ମିଳିତ ରାଲି କରୁଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ କହିଥିଲେ କଂଗ୍ରେସ ବିଜେପି ସହିତ ଲଢ଼ିଲେ ପାରିବ ନାହିଁ। ତେଣୁ ସମସ୍ତ ମୁସଲିମ ସମାଜ ସମାଜବାଦୀ ପାର୍ଟି-ବହୁଜନ ସମାଜ ପାର୍ଟି -ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳର ମିଳିତି ପ୍ରାର୍ଥୀକୁ ଭୋଟ ଦେବା ପାଇଁ ଅପିଲ କରିଥିଲେ ମାୟାବତୀ। ଏମିତିକି ଭୋଟ ଯେମିତି ଭାଗ ଭାଗ ନହୋଇଯାଏ ସେଥିପାଇଁ ମଧ୍ୟ ମୁସଲିମ ସମାଜକୁ ନିବେଦନ କରିଥିଲେ ବିଏସପି ସୁପ୍ରିମୋ।

ଧର୍ମ ଓ ଜାତି ଆଧାରରେ ଭୋଟ ପାଇଁ ମାୟାବତୀ ନିବେଦନ କରିଥିବାରୁ ନିର୍ବାଚନ କମିସନ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ମନେ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି।
ପଶ୍ଚିମ ଉତ୍ତର ପ୍ରଦେଶର ଦେୱବନ୍ଦରେ ମୁସଲିମ ଓ ଦଳିତ ଭୋଟରଙ୍କ ସଂଖ୍ୟା ଅଧିକ । ୨୦୧୭ ବିଧାନସଭା ଓ ୨୦୧୪ ସାଧାରଣ ନିର୍ବାଚନରେ ମୁସଲିମ ଓ ଦଳିତ ଭୋଟର ୮ଟି ଯାକ ଲୋକସଭା ଓ ବିଧାନସଭା ପାଇଁ ବିଜେପିକୁ ଭୋଟ ଦେଇଥିଲେ। ଏହାପରେ ୨୦୧୮ରେ ଏକ ଉପନିର୍ବାଚନରେ ଏସପି-ବିଏସପି ସମର୍ଥନରେ ଆରଏଲଡ଼ିର ପ୍ରାର୍ଥୀ ଜିତିବା ପରେ ଏବେ ୩ ଜଣ ମିଶି ପଶ୍ଚିମ ୟୁପିର ମୁସଲିମ-ଦଳିତଙ୍କ ଭୋଟ ନେବା ପାଇଁ ମହାମେଣ୍ଟ ଉଦ୍ୟମ କରୁଛି।
11:16

ଟେରର ଫଣ୍ଡିଙ୍ଗ ମାମଲା: ଏନଆଇଏକୁ ସମ୍ମୁଖୀନ ହେବେ ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ


ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ ଉମର ଫାରୁକ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ମାମଲାରେ ସୋମାବାର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ରେ ହାଜର ହେବେ । ହୁର୍ରିୟତ ନେତାଙ୍କୁ ୩ୟ ଥର ପାଇଁ ନୋଟିସ ପଠାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ରାଷ୍ଟ୍ରୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ତାଙ୍କୁ ସଂପୂର୍ଣ୍ଣ ଭାବେ ସୁରକ୍ଷା ଦିଆଯିବ । ମୀରୱାଇଜ ଉମର ଫାରୁକ ଶ୍ରୀନଗରରୁ ଦିଲ୍ଲୀ ଗସ୍ତ କରିସାରିଛନ୍ତି ।
ଏନଆଇଏର ଚଢ଼ାଉ ବେଳେ ମୀରୱାଇଜଙ୍କ ଘର ଠାରୁ ଟିମକୁ ଏକ ହାଇଟେକ କମ୍ୟୁନିକେଶନ ସିଷ୍ଟମ ମିଳିଥିଲା । ଏହା ଦ୍ୱାରା ସେ ପାକିସ୍ତାନ କଶ୍ମୀରରେ ଷଡଯନ୍ତ୍ର କରୁଥିଲା । ସୂଚନା ଅନୁସାରେ ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ ଉମରଙ୍କ ଘର ନିକଟରୁ ୪୦ ଫୁଟ ଉଚ୍ଚର ଏକ ଟାୱାର ମିଳିଥିଲା । ଏହି ଟାୱାର ଜରିଆରେ ମିରୱାଇଜ ପାକିସ୍ତାନ ସହିତ ସିଧାସଳଖ ସଂପର୍କ ରଖୁଥିଲା । ଜାତୀୟ ଗଣମାଧ୍ୟମକୁ ଏନଆଇଏ ସୂତ୍ରରୁ ମିଳିଥିବା ଅନୁସାରେ ଯେଉଁ ଟାୱାର ମିଳିଛି, ହାଇଟେକ ଇଣ୍ଟରନେଟ କମ୍ୟୁନିକେଶନ ପାଇଁ ବ୍ୟବହାର ହେଉଥିଲା ।

Sunday, 7 April 2019

18:21

ହିନ୍ଦୁ ଧର୍ମକୁ 'ହିଂସ୍ର ଧର୍ମ' କହି ଫସିଲେ ଉର୍ମିଳା, ମୁମ୍ୱାଇରେ ମାମଲା ରୁଜୁ


ବିଜେପିର ଜଣେ କର୍ମୀ , ଅଭିନେତ୍ରୀ ଏବଂ ମୁମ୍ୱାଇ ଉତ୍ତର ନିର୍ବାଚନୀ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକରଙ୍କ ଉପରେ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେଇଥିବା ଅଭିଯୋଗ କରି ପୁଲିସରେ ଅଭିଯୋଗ ରୁଜୁ କରିଛନ୍ତି । ଜଣେ ଅଧିକାରୀ ରବିବାର ଦିନ ଏହି ସୂଚନା ଦେଇଛନ୍ତି । ମୁମ୍ୱାଇରେ ବିଜେପି କର୍ମୀ ସୁରେଶ ନଖୁଆ ଅଭିଯୋଗରେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଥିତ ରୁପରେ ଉର୍ମିଳାଙ୍କୁ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେବାକୁ ନିର୍ଦେଶ ଦେଇଥିଲେ ଏବଂ ପତ୍ରକାର ଜଣକ ତାଙ୍କୁ ତାଙ୍କ ଚେନାଲେରେ ଏହି ଟିପ୍ପଣୀ କରିବାକୁ ଦେଇଥିଲେ ।
ସେ ରାହୁଳ ଗାନ୍ଧୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୁରେଶ ପୋବ ପୁଲିସ ଷ୍ଟେସନରେ ଏହି ଅଭିଯୋଗ କରିଛନ୍ତି । ଟିଭି ଚାନେଲରେ ଉର୍ମିଳାଙ୍କ ସାକ୍ଷାତକାର ଦେଖିବା ପରେ ନଖୁଆ ଏହି ମାମଲା ରୁଜୁ କରିଛନ୍ତି । ଉର୍ମିଳା ହିନ୍ଦୁ ଧର୍ମକୁ ଦୁନିଆର ସବୁଠାରୁ ବଡ ହିଂସ୍ର ଧର୍ମ ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି ।
ପୁଲିସର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଆମ ପାଖରେ ଏନେଇ ଅଭିଯୋଗ ଅଛି ,ଏହାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ ।

17:49

ଟିକସ ଫାଙ୍କୁଛନ୍ତି ଚାଇନା ଇ-କମର୍ସ କମ୍ପାନୀ


ସୀମା ଶୁଳ୍କ ନ ଦେଇ ଉପହାର ନାମରେ ସାମଗ୍ରୀ ବିକ୍ରି କରୁଛି ଚାଇନାର ଏକାଧିକ ଇ-କମର୍ସ କମ୍ପାନୀ। ଏବେ ସେମାନଙ୍କ ବିରୋଧରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆରମ୍ଭ ହୋଇଛି। ଏ ମାମଲା ସହ ଜଡ଼ିତ ଦୁଇ ଜଣ କହିଛନ୍ତି ଯେ, ଟିକସ ଓ ସୀମା ଶୁଳ୍କ ଅଧିକାରୀମାନଙ୍କୁ ପତ୍ର ଲେଖିବା ପରେ କେନ୍ଦ୍ର ସରକାର ଏବେ ପୋଷ୍ଟ ଅଫିସ ଓ କୁରିୟର କମ୍ପାନୀଙ୍କୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 
ଏହି ମାମଲା ସହ ଅବଗତ ଜଣେ ବ୍ୟକ୍ତି କହିଛନ୍ତି ଯେ, ଆଜି ସୁଦ୍ଧା କଷ୍ଟମ୍ସ ବିଭାଗକୁ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଉଥିଲା। କିନ୍ତୁ ଏବେ ପୋଷ୍ଟ ଅଫିସକୁ ମଧ୍ୟ ଏଭଳି କିଣାକିଣି ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଚାଇନାରୁ ଆସୁଥିବା ସାମଗ୍ରୀ ଉପହାର ବାବଦରେ ଭାରତକୁ ଆସୁଛି କି ନା ଯାଞ୍ଚ କରିବା ଲାଗି ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ଦେଶର ସମସ୍ତ ବନ୍ଦରକୁ ପତ୍ର ଲେଖିଛନ୍ତି। ମୁମ୍ବାଇ ବନ୍ଦର ବାଟେ ଚାଇନାରୁ ମାଲ୍‌ ଆମଦାନୀକୁ ସରକାର ବନ୍ଦ କରିଦେଇଛନ୍ତି। ଏବେ ଏହା ଚେନ୍ନାଇ ଓ କୋଲକାତା ସମେତ ଦେଶର ଅନ୍ୟ ଅଞ୍ଚଳରୁ ଆମଦାନୀ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି। ସୂଚନାଥାଉ କି, ସରକାରଙ୍କ ନୀୟମର ଫାଇଦା ଉଠାଇ ଆଜି ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରୁ ଉପହାର ଦର୍ଶାଇ ଚାଇନାର ବିଭିନ୍ନ ଇ-କମର୍ସ କମ୍ପାନୀରୁ ସାମଗ୍ରୀ ଆମଦାନୀ କରାଯାଉଛି। ଘରୋଇ ନିୟମ ଅନୁଯାୟୀ, ବିଦେଶରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଆମଦାନୀ ହେଲେ କୌଣସି ଟିକସ ଦେବାକୁ ପଡି ନ ଥାଏ।

ଏ ସଂକ୍ରାନ୍ତରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, କ୍ଲବ୍‌ ଫାକ୍ଟରି, ଆଲିଏକ୍ସପ୍ରେସ ଏବଂ ସେନ୍‌ ଭଳି ଚାଇନିଜ କମ୍ପାନୀମାନେ ସରକାରଙ୍କ ଏହି ନିୟମର ଫାଇଦା ଉଠାଇ ସାମଗ୍ରୀ ପଠାଉଛନ୍ତି ଅଥଚ କୌଣସି ସୀମାଶୁଳ୍କ ଦେଉନାହାନ୍ତି। ତଦନ୍ତରୁ ଜଣାପଡିଛି ଯେ,ପଞ୍ଜୀକୃତ ତଥା ଅଧିକୃତ ହୋଇଥିବା କୁରିୟର କମ୍ପାନୀମାନେ କଷ୍ଟମ୍ସ ବିଭାଗରୁ ପ୍ରାକ୍‌ ଅନୁମତି ନ ନେଇ ଅଥବା ସୂଚନା ପ୍ରଦାନ ନ କରି ଏଭଳି ଆମଦାନୀକୁ ଘରେ ଘରେ ପହଞ୍ଚାଉଛନ୍ତି। ତଦନ୍ତରୁ ଜଣାପଡିଛି ଯେ, ଚାଇନିଜ ଇ-କମର୍ସ କମ୍ପାନୀକୁ ଭାରତରୁ ଦୈନିକ ୨ ଲକ୍ଷ ବିକ୍ରି ଅର୍ଡର ଦିଆଯାଉଥିଲା। ଏଥିପାଇଁ କମ୍ପାନୀଗୁଡ଼ିକ କୌଣସି ଟିକସ ଦେଉ ନ ଥିଲେ।

ତେବେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଏଥିରେ ଯଥେଷ୍ଟ ହ୍ରାସ ଘଟିଛି। ତଥାପି ଏବେ ଦୈନିକ ୧ଲକ୍ଷ ୨୦ ହଜାର ଅର୍ଡର ଦିଆଯାଉଛି। ଯାହାକି ଅତ୍ୟଧିକ କୁହାଯାଉଛି। ଏହାକୁ ରୋକିବା ଲାଗି ଦେଶର ପ୍ରମୁଖ ବନ୍ଦରଗୁଡ଼ିକୁ ସତର୍କ କରିଦିଆଯାଇଛି।

ତେବେ ଚାଇନା ଇ-କମର୍ସ କମ୍ପାନୀଙ୍କ ତୁଳନାରେ ଫ୍ଲିପକାର୍ଟ ଏବଂ ଆମାଜନରେ ଦୈନିକ ହାରାହାରି ପ୍ରାୟ ୧୦ ଲକ୍ଷ ଅର୍ଡର ଦିଆଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ଓ ଚାଇନା ଇ-କମର୍ସ କମ୍ପାନୀଙ୍କ ସାମଗ୍ରୀ ମୂଲ୍ୟ ଭିତରେ ପ୍ରାୟ ୪୦% ବ୍ୟବଧାନ ରହିଥିବା ଭାରତୀୟମାନେ ଜାଣିଛନ୍ତି। ଅନେକ ଚାଇନିଜ ଇ-କମର୍ସ କମ୍ପାନୀ ନିଜର ଓ୍ବେବସାଇଟରେ ସାମଗ୍ରୀ ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରଦର୍ଶିତ କରୁଛନ୍ତି ଏବଂ ଯୋଗାଣ ବେଳେ ରସିଦ(ଇନ୍‌ଭଏସ୍‌) ଦେଉନାହାନ୍ତି। ଅଧିକାଂଶ ମାମଲାରେ ଗ୍ରାହକ କ୍ୟାଶ ଅନ୍‌ ଡେଲିଭରି ବିକଳ୍ପ ବାଛୁଛନ୍ତି।

ଫଳରେ ଯାଞ୍ଚକର୍ତ୍ତାମାନେ କେଉଁ ସାମଗ୍ରୀ କେଉଁଠି ବିକ୍ରି କରାଯାଉଛି ଜାଣିପାରୁ ନାହାନ୍ତି। ଏବେ ଚାଇନିଜ ଇ-କମର୍ସ କମ୍ପାନୀଙ୍କୁ ଭାରତରେ ପଞ୍ଜୀକରଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନଙ୍କ ବିରୋଧରେ ଭାରତୀୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଅନ୍‌ଲାଇନ ପୋର୍ଟାଲ ଲୋକାଲ ସର୍କଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସଚିନ ଟାପାରିଆ କହିଛନ୍ତି। ସେ ହିଁ ପ୍ରଥମେ ଚାଇନାର ଇ-କମର୍ସ କମ୍ପାନୀଙ୍କ ଟିକସ ଫାଙ୍କି ଖେଳ ସମ୍ପର୍କରେ ଗତବର୍ଷ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ।

Monday, 1 April 2019

20:33

ରବର୍ଟ ଭଦ୍ରାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ



ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭିଣୋଇ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଅଦାଲତ ରବର୍ଟ ଭଦ୍ରା ଏବଂ ତାଙ୍କ ସହଯୋଗୀ ମନୋଜ ଆରୋଡ଼ାଙ୍କୁ ୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବେଲବଣ୍ଡରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଉଭୟ ରବର୍ଟ ଏବଂ ମନୋଜ ଅନ୍ତରୀଣ ଜାମିନରେ ଥିଲାବେଳେ ଏବେ ଏହାର ଅବଧି ବଢିଯାଇଛି। ସର୍ତ୍ତରେ ଉଭୟଙ୍କୁ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ପାଇଁ ଚେଷ୍ଟ ନକରିବାକୁ କୁହାଯାଇଛି। ପ୍ରକାଶଯୋଗ୍ୟ ଯେ ଲଣ୍ଡନରେ ସମ୍ପତ୍ତି କିଣାକୁ ନେଇ ରର୍ବଟ ଭଦ୍ରା ବେଆଇନ ଅର୍ଥ କାରବାର ମାମଲାର ସାମ୍ନା କରୁଛନ୍ତି।
20:30

ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନା



ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି। ଅନ୍ୟପକ୍ଷରେ ଏହି ପ୍ରସ୍ତବାକୁ ଚାଇନା ପକ୍ଷରୁ ବିଳମ୍ବ କରାଯାଉଥିବା ଅଭିଯୋଗ ଆଣି ଆମେରିକା ସିଧା ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରିବାକୁ ସମାଲୋଚନା କରିଛି ଚାଇନା। ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବ ପାରିତ ହେବା ଆଗରୁ ଚାଇନା ଏକମାତ୍ର ସଦସ୍ୟ ରାଷ୍ଟ୍ର ଭାବରେ ଏହାକୁ ବିରୋଧ କରୁଛି ଏବଂ ଭିଟୋ ଲଗାଇ ଏଥିରେ ବାଧକ ସାଜିଆସିଛି।
ଚାଇନା ବାରମ୍ବାର ନିଜ ସପକ୍ଷରେ ଓକିଲାତି କରି କାରଣ ଦେଇଆସିଛି ଭାରତ ମାସୁଦ୍ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଇପାରିନାହିଁ ଏବଂ ତାଙ୍କ ଦେଶ ଏହି ମାମଲାକୁ ବିଚାର କରୁଛି ଓ ଟେକ୍ନିକାଲ ସମସ୍ୟା ବୋଲି କହି ଚାଇନା ଏହାକୁ ଟାଳି ଆସୁଛି।
କିନ୍ତୁ ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଥିଲେ, 'ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ନେଇ ଆବେଦନ ପରେ ଚାଇନା ବିଭିନ୍ନ ପକ୍ଷ ସହିତ ଆଲୋଚନା କରୁଛି ଏବଂ ପ୍ରକ୍ରିୟା ସକାରାତ୍ମକ ରହିଛି। ଆମେରିକା ମଧ୍ୟ ଏହି ବିଷୟରେ ଅବଗତ ଅଛି।'

ଜାତିସଂଘର ଆତଙ୍କୀ ନିରୋଧୀ 1267 କମିଟିରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ର ମିଳିତ ପ୍ରସ୍ତାବକୁ ଚାଇନା ଭିଟୋ ଲଗାଇ ଅଟକାଇବା ପରେ ଆମେରିକା ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ ନେବାକୁ ନେଇ ଚାଇନା ଆମେରିକା ଉପରେ ଖପ୍ପା ଥିବା ଏହି ଅବସରରେ ଚାଇନାର ମୁଖପାତ୍ର ଜଣାଇଥିଲେ।
ପାକିସ୍ତାନର ବନ୍ଧୁରାଷ୍ଟ୍ର କୁହାଯାଉଥିବା ଚାଇନା ଏଭଳି ନୂଆ ନୂଆ କାରଣ ଦର୍ଶାଇ ମାସୁଦର ଢାଲ ବୋଲି ପ୍ରମାଣିତ କରିଆସିଛି। ସୂଚନାଯୋଗ୍ୟ ଯେ, ମାସୁଦର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ହିଁ ପୁଲ୍ଓ୍ବାମା ଆତ୍ମଘାତୀ ବିସ୍ଫୋରଣର କାର୍ପଟଦାର ବୋଲି ନିଜେ ମାନି ସାରିଛି। କିନ୍ତୁ ଏହାକୁ ପାକିସ୍ତାନ ମନୁନଥିବାବେଳେ ଏଭଳି ଅମାନୁଷିକ ଘଟଣା ମଧ୍ୟ ଚାଇନା ଉପରେ ପ୍ରଭାବ ପକାଇ ପାରିନାହିଁ।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଜୋର ଜବରଦସ୍ତ ଏହି ପ୍ରସ୍ତାବୁ ପାରିତ କରିବାକୁ ଚାହୁଁଛି। ଆମେ ଭାବୁଛୁ ଏହା ଗଠନମୂଳକ ପଦକ୍ଷେପ ହେବନି। ଆମେ ଭାବୁଛୁ ବିଭିନ୍ନ ପକ୍ଷ ଆଲୋଚନା କରି ଏହାର ସମାଧାନ କରିବା ଆବଶ୍ୟକ। ଏହା ସୁରକ୍ଷା ପରିଷଦର ନିୟମ ଏବଂ ବ୍ୟବସ୍ଥା ବିରୋଧୀ। ଏହା ଜୋରକରି ପାରିତ ହେଲେ ସମାଧାନ ହେବନି ବରଂ ପ୍ରସଙ୍ଗକୁ ଜଟିଳ କରିବ। ଏହା ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିପାରିବ ନାହିଁ।
ପୂର୍ବରୁ ଭାରତ ପକ୍ଷରୁ ଆତଙ୍କୀଙ୍କ ଭୂସ୍ବର୍ଗ ପାକିସ୍ତାନ ବାବଦରେ ଜାତିସଂଘରେ ଯୁକ୍ତି ରଖାସରିଛି। ସେଠାରେ ଆତଙ୍କବାଦୀମାନେ ଖୋଲାରେ ବୁଲୁଥିଲେ ମଧ୍ୟ, ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସରକାର ଏହା ମାନିବାକୁ ନାରାଜ।
10:51

ଆଜିଠାରୁ ୭୫ ହଜାର ଟଙ୍କା ଯାଏଁ ବଢ଼ିଯିବ ଟାଟା ସମେତ ଅନେକ କମ୍ପାନୀର କାର ଦର!



ନୂଆଦିଲ୍ଲୀ, ଏପ୍ରିଲ ୦୧ : ପୁଂଜି ବିନିଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଭିନ୍ନ କମ୍ପାନୀମାନେ ଏପ୍ରିଲ ୧ରୁ କାର ଦର ବୃଦ୍ଧି କରୁଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି କାର କିଣିବା ଆହୁରି ଭାରି ପଡିଯିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଟୋୟଟା, ନିସାନ ଇଣ୍ଡିଆ ଏବଂ ରୋନେ ଭଳି କମ୍ପାୀ ଏପ୍ରିଲ ୧ରୁ ନିଜର କାର ଦର ବୃଦ୍ଧି କରୁଛନ୍ତି । ଟାଟା ମୋଟର୍ସ ଗତ ସପ୍ତାହରେ ବାହାନର ଦାମ ଏପ୍ରିଲ ୧ରୁ ୨୫ ହଜାର ଟଙ୍କା ଯାଏଁ ବଢ଼ାଇବାକୁ ଘୋଷଣା କରିଥିଲା । କମ୍ପାନୀ ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ପରିସ୍ଥିତିରେ ପଡି କାର ଦର ବୃଦ୍ଧି କରିଥିବା କହିଥିଲା । କମ୍ପାନୀ ନାନୋ ଠାରୁ ଆରମ୍ଭ କରି ପ୍ରିମିୟମ ଏସୟୁଭି ହେକ୍ସା ଯାଏଁ କାର ବିକ୍ରି କରୁଛି, ଯାହାର ମୂଲ୍ୟ ୨.୩୬ ଲକ୍ଷରୁ ଆରମ୍ଭ କରି ୧୮.୩୭ ଟଙ୍କା ଯାଏଁ ରଖିଛି ।
ଟାଟା ମୋଟର୍ସର ଅଧ୍ୟକ୍ଷ (ଯାତ୍ରୀ ବାହନ ଶାଖା) ମୟଙ୍କ ପାରିକ କହିଥିଲେ, ବଜାରର ପରିବର୍ତ୍ତିତ ପରିସ୍ଥିତି, ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣରୁ ଆମେ ଦର ବୃଦ୍ଧି କରିବା ନେଇ ଚିନ୍ତା କରିଛୁ ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବାହାନ ଦର ଏପ୍ରିଲ ୧ରୁ ୫ ହଜାର ଟଙ୍କାରୁ ୭୩ ହଜାର ଯାଏଁ ବୃଦ୍ଧି କରିବା ନେଇ ଗତ ସପ୍ତାହରେ ଘୋଷଣା କରିଛି । କମ୍ପାନୀ କହିଥିଲା ଯେ, ବାହାନ ଦର ଏପ୍ରିଲରୁ ୦.୫ ପ୍ରତିଶତ ଠାରୁ ୨.୭ ପ୍ରତିଶତ ବୃଦ୍ଧି କରିବ । କମ୍ପାନୀର ଅଧ୍ୟକ୍ଷ (ବାହାନ ବିଭାଗ) ରାଜନ ବଢ଼େରା କହିଥିଲେ, ଚଳିତ ବର୍ଷ ଜିନ୍ସ ଦର ରେକର୍ଡ ବୃଦ୍ଧି ହୋଇଛି । ଏହା ବ୍ୟତୀତ ଏପ୍ରିଲ ବରୁ ନିୟାମକୀୟ ଆବଶ୍ୟକତାକୁ ପୂରା କରିବାକୁ ହେବ । ଏହା ଦ୍ୱାର ନିବେଶରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଆମେ ନିବେଶ ଦର କମ କରିବାକୁ ଉଦ୍ୟମ କରୁଛୁ । ମାତ୍ର ବୃଦ୍ଧିରେ ନିୟନ୍ତ୍ରଣ କରିବା ସହଜ ନୁହେଁ ।
ନିସାନ ଇଣ୍ଡିଆ ଡେଟସନ ଗୋ ଏବଂ ଗୋ ପ୍ଲସର ମୂଲ୍ୟ ଏପ୍ରିଲ ୧ ରୁ ୪ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି । ଫ୍ରାନ୍ସର ଏହି କାର କମ୍ପାନୀ ରେନୋ ଏପ୍ରିଲରୁ କୁଇଡର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି କରୁଛି । ଏହା ବ୍ୟତୀତ ଟୟୋଟା କିର୍ଲୋସ୍କର ମୋଟର ମଧ୍ୟ ନୂତନ ଆର୍ଥିକ ବର୍ଷ ୨୦୧୯-୨୦ରୁ କିଛି ମଡେଲର କାର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ମାତ୍ର କମ୍ପାନୀ ପକ୍ଷରୁ ଏହା କୁହାଯାଇ ନାହିଁ ଯେ, କେଉଁ ମଡେଲର ଦର କେତେ ବଢ଼ିବ ।

Sunday, 31 March 2019

14:03

ସ୍କୁଲ ଫି ନ ଦେଇଥିବା ଛାତ୍ର ଖରାରେ ହେଲେ ଠିଆ: ଜଣଙ୍କର ବୁଡ଼ିଲା ଚେତା



ଥିରୁଭାନନ୍ତପୁରମ୍‌,୩୧।୩: ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନାନା ଅଭିଯାନ ଜାରି ରଖିଛନ୍ତି। ତେବେ କେରଳର ଆଲୁଭା ନିକଟସ୍ଥ କାରୁମାଲୋରରେ ଥିବା ଏକ ସ୍କୁଲରେ ଫି ନ ଦେଇଥିବା ୨ ଜଣ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଖରାରେ ଛିଡ଼ା କରାଇଛନ୍ତି। ସେମାନଙ୍କ ପରୀକ୍ଷା ଦେବାକୁ ମଧ୍ୟ ବାରଣ କରାଯାଇଛି। ଛାତ୍ରଙ୍କ ମଧ୍ୟରୁ ଜଣେ ଦୃଷ୍ଟି ବାଧିତ ବୋଲି କୁହାଯାଉଛି। ପ୍ରଚଣ୍ଡ ଖରାରେ ଜଣେ ଛାତ୍ରଙ୍କର ଚେତା ବୁଡ଼ିଯାଇଥିବା କୁହାଯାଉଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ପରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତଥା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।
13:29

ଲାଇସେନ୍ସ ରଦ୍ଦ ହେବାରୁ ମହିଳା ଅଫିସରଙ୍କୁ ଗୁଳି

ଚଣ୍ଡିଗଡ଼: ପଞ୍ଜାବ ସରକାରଙ୍କ ଫୁଡ୍‌ ଓ ଡଗ୍ର ଆଡିମିନ୍‌ଷ୍ଟ୍ରେସନ୍‌(ଏଫ୍‌ଡିଏ) ୱିଙ୍ଗର ୩୬ ବର୍ଷୀୟ ମହିଳା ଅଧିକାରୀ ନେହା ଶୋରେଙ୍କୁ ଅଫିସ ମଧ୍ୟରେ ଗୁଳି କରି ହତ୍ୟା କରାଯାଇଛି। ୧୦ ବର୍ଷ ତଳେ ନେହା ବେଆଇନ୍‌ ଭାବେ ଔଷଧ ବ୍ୟବସାୟ କରୁଥିବାର ବଲୱିନ୍ଦର ସିଂହ ନାମକ ଜଣେ ବ୍ୟକ୍ତିଙ୍କ ଲାଇସେନ୍ସ ବାତିଲ କରିଦେଇଥିଲେ।
ଏହାର ପ୍ରତିଶୋଧ ନେବାକୁ ବଲୱିନ୍ଦର ଯୋଜନା କରିବା ସହ ନେହାଙ୍କ ଖାରର ସ୍ଥିତ ଅଫିସକୁ ଆସିଥିଲା। ଏହାପରେ ସେ ହ୍ୟାପି ହୋଲି ବୋଲି କହିବା ସହ ନେହାଙ୍କୁ ଗୁଳି କରିଦେଇଥିଲା। ନେହାଙ୍କ ଛାତିକୁ ଲକ୍ଷ୍ୟ କରି ସେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।
ଗୁଳି କରି ସାରିବା ପରେ ବଲୱିନ୍ଦର ଖସି ଚାଲିଯିବାକୁ ଉଦ୍ୟମ କରିଥିଲା। ତେବେ ଅଫିସ ବାହାରେ ଥିବା ଜଣେ ବ୍ୟକ୍ତି ବଲୱିନ୍ଦର ଗାଡ଼ି ଷ୍ଟାର୍ଟ କରିବା ବେଳେ ହି ସମୟରେ ବଲୱିର ତାଙ୍କୁ ମଧ୍ୟ ଗୁଳି କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେ ଏଥିରେ ସକ୍ଷମ ହୋଇ ନଥିଲା। ଶେଷରେ ସେ ନିଜକୁ ନିଜେ ଗୁଳି କରି ଦେଇଥିଲା। ବଲୱିନ୍ଦରଙ୍କୁ ହସ୍ପିଟାଲ୍‌ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
୨୦୦୯ରେ ନେହା ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଏହି ସମୟ ବଲୱିନ୍ଦରଙ୍କ ଔଷଧ ଦୋକାନ ଉପରେ ମଧ୍ୟ ଚଢ଼ଉ ହୋଇଥିଲା। ଏଥିସହ ତାଙ୍କ ଲାଇସେନ୍ସକୁ ସେ ରଦ୍ଦ କରିଦେଇଥିଲେ। ସେବେଠାରୁ ନେହା ଓ ବଲୱିନ୍ଦରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା। ଅନେକ ସମୟରେ ବଲୱିନ୍ଦର ନେହାଙ୍କ ଅଫିସକୁ ଆସି ଲାଇସେନ୍ସ ପାଇଁ ଆବେଦନ କରୁଥିଲେ। ହେଲେ ନେହା ଏହାକୁ ଗ୍ରହଣ କରୁ ନଥିଲେ ବୋଲି ଜଣାପଡ଼ିଛି।
ନେହାଙ୍କ ଘର ପଞ୍ଚକୁଲାରେ ହୋଇଥିବା ବେଳେ ବଲୱିନ୍ଦରଙ୍କ ଘର ମୋରିଣ୍ଡାରେ ବୋଲି ଜଣାପଡ଼ିଛି। ଘଟଣା ସମୟରେ ନେହାଙ୍କ ସହ ତାଙ୍କ ୬ ବର୍ଷୀୟ ଝିଆରୀ ଅଫିସରେ ଥିଲେ।

Saturday, 30 March 2019

13:19

ଗୋଟିଏ ଜେଲରେ ରହିବେ ନୀରବ ମୋଦି-ବିଜୟ ମାଲ୍ୟା

ଗୋଟିଏ ଜେଲରେ ରହିବେ ଭାରତର ଦୁଇ ପଳାତକ ଅପରାଧୀ ବିଜୟ ମାଲ୍ୟା ଓ ନୀରବ ମୋଦି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଡେଇଥିବା ହୀରା ବ୍ୟବସାୟୀ ନିକଟରେ ଲଣ୍ଡନରୁ ଗିରଫ ହୋଇଛନ୍ତି। ଗିରଫ ପରେ ମୋଦି କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତିି। ଏହାର ଶୁଣାଣିବେଳେ ଜଷ୍ଟିସ୍‌ ଏମ୍ମା ଅର୍ବଥର୍ନୋଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରାଉନ ପ୍ରୋସେକ୍ୟୁସନକୁ ନୀରବ ଓ ଅନ୍ୟତମ ଅପରାଧୀ ବିଜୟ ମାଲ୍ୟାଙ୍କୁ ଗୋଟିଏ ଜେଲରେ ରଖାଯାଇପାରିବ କି ନାହିଁ ପ୍ରଶ୍ନ କରିଥିଲେ। ପ୍ରୋସେକ୍ୟୁସନ ପକ୍ଷରୁ କୁହାଯାଇଥିଲା କି ଲଣ୍ଡନରେ ଶୁଣାଣି ପରେ ଦୁହିଁଙ୍କୁ ମୁମ୍ବାଇ ଅଣାଯିବ। ପୁର୍ବରୁ ମାଲ୍ୟାଙ୍କ ପ୍ରସ୍ତୁତ ଆର୍ଥର ରୋଡ ଜେଲ୍‌ର ନୀରବଙ୍କୁ ରଖାଯିବ ବୋଲି ଜଣାପଡିଛି। ୋର୍ଥର ଜେଲର ଗୋଟିଏ ସେଲ୍‌ର ଦୁହିଁଙ୍କୁ ରଖାଯିବ।
ସୂଚନାଯୋଗ୍ୟ, ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିଥିଲା। ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ୬୨ ବର୍ଷୀୟ ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୧୦ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ କରିଥିଲେ। ଏହାପରେ କୋର୍ଟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ବ୍ରିଟେନ ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।

Thursday, 28 March 2019

13:16

୧୦୦୮ କୋଟିରେ ମାଲ୍ୟାଙ୍କ ଶେୟାର ବିକ୍ରି



ଋଣ ଅସୁଲ ପ୍ରାଧିକରଣ(ବେଙ୍ଗାଲୁରୁ) ବୁଧବାର ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସରେ ଥିବା ଶେୟାର ବିକ୍ରି କରି ୧୦୦୮ କୋଟି ଟଙ୍କା ହାସଲ କରିଛନ୍ତି। ଏହି କମ୍ପାନୀରେ ମାଲ୍ୟାଙ୍କ ୭୪ ଲକ୍ଷ ୪ ହଜାର ୯୩୨ ଶେୟାର ରହିଛି। ସୂଚନାଥାଉ କି, ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ(ପିଏମ୍‌ଏଲ୍‌ଏ) ଅଦାଲତ ମଙ୍ଗଳବାର ମାଲ୍ୟାଙ୍କ ଶେୟାର ବିକ୍ରି କରିବାକୁ ଅନୁମତି ଦେଇଥିଲେ। ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସ ଶେୟାର ବିକ୍ରି ଉପରେ କଟକଣା ଲଗାଇବାକୁ ଆବେଦନ କରିଥିଲା ଯାହାକୁ ଅଦାଲତ ଖାରଜ କରିଦେଇଥିଲେ। ଚଳିତ ମାସରେ ଋଣ ଅସୁଲ ପ୍ରାଧିକରଣ କୋର୍ଟ ଦ୍ୱାରା ନିଯୁକ୍ତ ଲିକ୍ୱିଡେଟରଙ୍କୁ ଶେୟାର ହସ୍ତାନ୍ତର କରିଥିଲେ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉକ୍ତ ଶେୟାରକୁ ଜବତ କରିଥିଲା।