Welcome To BN News . Always With Common People .

Breaking

Showing posts with label OD Business. Show all posts
Showing posts with label OD Business. Show all posts

Sunday, 7 April 2019

17:49

ଟିକସ ଫାଙ୍କୁଛନ୍ତି ଚାଇନା ଇ-କମର୍ସ କମ୍ପାନୀ


ସୀମା ଶୁଳ୍କ ନ ଦେଇ ଉପହାର ନାମରେ ସାମଗ୍ରୀ ବିକ୍ରି କରୁଛି ଚାଇନାର ଏକାଧିକ ଇ-କମର୍ସ କମ୍ପାନୀ। ଏବେ ସେମାନଙ୍କ ବିରୋଧରେ ଭାରତ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆରମ୍ଭ ହୋଇଛି। ଏ ମାମଲା ସହ ଜଡ଼ିତ ଦୁଇ ଜଣ କହିଛନ୍ତି ଯେ, ଟିକସ ଓ ସୀମା ଶୁଳ୍କ ଅଧିକାରୀମାନଙ୍କୁ ପତ୍ର ଲେଖିବା ପରେ କେନ୍ଦ୍ର ସରକାର ଏବେ ପୋଷ୍ଟ ଅଫିସ ଓ କୁରିୟର କମ୍ପାନୀଙ୍କୁ ଚାଇନାରୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। 
ଏହି ମାମଲା ସହ ଅବଗତ ଜଣେ ବ୍ୟକ୍ତି କହିଛନ୍ତି ଯେ, ଆଜି ସୁଦ୍ଧା କଷ୍ଟମ୍ସ ବିଭାଗକୁ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଉଥିଲା। କିନ୍ତୁ ଏବେ ପୋଷ୍ଟ ଅଫିସକୁ ମଧ୍ୟ ଏଭଳି କିଣାକିଣି ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି। ଚାଇନାରୁ ଆସୁଥିବା ସାମଗ୍ରୀ ଉପହାର ବାବଦରେ ଭାରତକୁ ଆସୁଛି କି ନା ଯାଞ୍ଚ କରିବା ଲାଗି ଉଦ୍ୟୋଗ ପ୍ରୋତ୍ସାହନ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ(ଡିପିଆଇଆଇଟି) ଦେଶର ସମସ୍ତ ବନ୍ଦରକୁ ପତ୍ର ଲେଖିଛନ୍ତି। ମୁମ୍ବାଇ ବନ୍ଦର ବାଟେ ଚାଇନାରୁ ମାଲ୍‌ ଆମଦାନୀକୁ ସରକାର ବନ୍ଦ କରିଦେଇଛନ୍ତି। ଏବେ ଏହା ଚେନ୍ନାଇ ଓ କୋଲକାତା ସମେତ ଦେଶର ଅନ୍ୟ ଅଞ୍ଚଳରୁ ଆମଦାନୀ ବନ୍ଦ କରିବାକୁ ପ୍ରୟାସ ଆରମ୍ଭ କରିଛି। ସୂଚନାଥାଉ କି, ସରକାରଙ୍କ ନୀୟମର ଫାଇଦା ଉଠାଇ ଆଜି ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରୁ ଉପହାର ଦର୍ଶାଇ ଚାଇନାର ବିଭିନ୍ନ ଇ-କମର୍ସ କମ୍ପାନୀରୁ ସାମଗ୍ରୀ ଆମଦାନୀ କରାଯାଉଛି। ଘରୋଇ ନିୟମ ଅନୁଯାୟୀ, ବିଦେଶରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ଆମଦାନୀ ହେଲେ କୌଣସି ଟିକସ ଦେବାକୁ ପଡି ନ ଥାଏ।

ଏ ସଂକ୍ରାନ୍ତରେ ଜାଣିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, କ୍ଲବ୍‌ ଫାକ୍ଟରି, ଆଲିଏକ୍ସପ୍ରେସ ଏବଂ ସେନ୍‌ ଭଳି ଚାଇନିଜ କମ୍ପାନୀମାନେ ସରକାରଙ୍କ ଏହି ନିୟମର ଫାଇଦା ଉଠାଇ ସାମଗ୍ରୀ ପଠାଉଛନ୍ତି ଅଥଚ କୌଣସି ସୀମାଶୁଳ୍କ ଦେଉନାହାନ୍ତି। ତଦନ୍ତରୁ ଜଣାପଡିଛି ଯେ,ପଞ୍ଜୀକୃତ ତଥା ଅଧିକୃତ ହୋଇଥିବା କୁରିୟର କମ୍ପାନୀମାନେ କଷ୍ଟମ୍ସ ବିଭାଗରୁ ପ୍ରାକ୍‌ ଅନୁମତି ନ ନେଇ ଅଥବା ସୂଚନା ପ୍ରଦାନ ନ କରି ଏଭଳି ଆମଦାନୀକୁ ଘରେ ଘରେ ପହଞ୍ଚାଉଛନ୍ତି। ତଦନ୍ତରୁ ଜଣାପଡିଛି ଯେ, ଚାଇନିଜ ଇ-କମର୍ସ କମ୍ପାନୀକୁ ଭାରତରୁ ଦୈନିକ ୨ ଲକ୍ଷ ବିକ୍ରି ଅର୍ଡର ଦିଆଯାଉଥିଲା। ଏଥିପାଇଁ କମ୍ପାନୀଗୁଡ଼ିକ କୌଣସି ଟିକସ ଦେଉ ନ ଥିଲେ।

ତେବେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ପରେ ଏଥିରେ ଯଥେଷ୍ଟ ହ୍ରାସ ଘଟିଛି। ତଥାପି ଏବେ ଦୈନିକ ୧ଲକ୍ଷ ୨୦ ହଜାର ଅର୍ଡର ଦିଆଯାଉଛି। ଯାହାକି ଅତ୍ୟଧିକ କୁହାଯାଉଛି। ଏହାକୁ ରୋକିବା ଲାଗି ଦେଶର ପ୍ରମୁଖ ବନ୍ଦରଗୁଡ଼ିକୁ ସତର୍କ କରିଦିଆଯାଇଛି।

ତେବେ ଚାଇନା ଇ-କମର୍ସ କମ୍ପାନୀଙ୍କ ତୁଳନାରେ ଫ୍ଲିପକାର୍ଟ ଏବଂ ଆମାଜନରେ ଦୈନିକ ହାରାହାରି ପ୍ରାୟ ୧୦ ଲକ୍ଷ ଅର୍ଡର ଦିଆଯାଉଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଭାରତୀୟ ଓ ଚାଇନା ଇ-କମର୍ସ କମ୍ପାନୀଙ୍କ ସାମଗ୍ରୀ ମୂଲ୍ୟ ଭିତରେ ପ୍ରାୟ ୪୦% ବ୍ୟବଧାନ ରହିଥିବା ଭାରତୀୟମାନେ ଜାଣିଛନ୍ତି। ଅନେକ ଚାଇନିଜ ଇ-କମର୍ସ କମ୍ପାନୀ ନିଜର ଓ୍ବେବସାଇଟରେ ସାମଗ୍ରୀ ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରଦର୍ଶିତ କରୁଛନ୍ତି ଏବଂ ଯୋଗାଣ ବେଳେ ରସିଦ(ଇନ୍‌ଭଏସ୍‌) ଦେଉନାହାନ୍ତି। ଅଧିକାଂଶ ମାମଲାରେ ଗ୍ରାହକ କ୍ୟାଶ ଅନ୍‌ ଡେଲିଭରି ବିକଳ୍ପ ବାଛୁଛନ୍ତି।

ଫଳରେ ଯାଞ୍ଚକର୍ତ୍ତାମାନେ କେଉଁ ସାମଗ୍ରୀ କେଉଁଠି ବିକ୍ରି କରାଯାଉଛି ଜାଣିପାରୁ ନାହାନ୍ତି। ଏବେ ଚାଇନିଜ ଇ-କମର୍ସ କମ୍ପାନୀଙ୍କୁ ଭାରତରେ ପଞ୍ଜୀକରଣ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ସେମାନଙ୍କ ବିରୋଧରେ ଭାରତୀୟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ଅନ୍‌ଲାଇନ ପୋର୍ଟାଲ ଲୋକାଲ ସର୍କଲର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ସଚିନ ଟାପାରିଆ କହିଛନ୍ତି। ସେ ହିଁ ପ୍ରଥମେ ଚାଇନାର ଇ-କମର୍ସ କମ୍ପାନୀଙ୍କ ଟିକସ ଫାଙ୍କି ଖେଳ ସମ୍ପର୍କରେ ଗତବର୍ଷ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ।

17:41

ଦେବାଳିଆ ଘୋଷିତ ହେବ ଭିଡ଼ିଓକୋନ କମ୍ପାନୀ, ୫୪ ବ୍ୟାଙ୍କର ବୁଡ଼ିବ ୯୦ ହଜାର କୋଟି ଟଙ୍କା


ଦେଶର ଅନେକ କମ୍ପାନୀ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନ ପୁରୁଣା କମ୍ପାନୀ ଭାବେ ପରିଚିତ । ଏହି କମ୍ପାନୀ ନିଜକୁ ବର୍ତ୍ତମାନ ଦେବାଳିଆ ଘୋଷିତ କରୁବାକୁ ନିଷ୍ପତି ନେଇଛି । କମ୍ପାନୀ ୯୦ ହଜାର କୋଟି ଟଙ୍କା ଋଣ ହୋଇଯାଇଥିବା ଭିଡ଼ିଓକୋନର ଚେୟାରମ୍ୟାନ ବେଣୁଗୋପାଳ କହିଛନ୍ତି । ଋଣ ପୈଠ କରିବାକୁ ଗତବର୍ଷ ଏସବିଆଇ ଏନସିଏଲଟି ରେ ଯାଚିକା ଦାଖଲ କରିଥିଲା । କମ୍ପାନୀର ଦେବାଳିଆ ନିୟମ ଅନୁସାରେ ବୋର୍ଡ଼କୁ ନିଲମ୍ବିତ କରାଯାଇ ରିଜଲ୍ୟୁସନ ପ୍ରଫେସନାଲର ନିଯୁକ୍ତି କରାଯାଇଛି ।
ଭିଡ଼ିଓକୋନ କମ୍ପାନୀର ଦେବାଳିଆ ହେବା ଘୋଷଣାର ପ୍ରଭାବ ୫୪ ବ୍ୟାଙ୍କର ବାଲେନ୍ସ ସିଟ ଉପରେ ପଡ଼ିବା ସମ୍ଭାବନାର ରହିଛି । ବ୍ୟାଙ୍କଗୁଡ଼ିକ ଭିଡ଼ିଓକୋନ ଇଣ୍ଡଷ୍ଟ୍ରିଜ ଓ ଭିଡ଼ିଓକୋନ ଟେଲିକମ୍ୟୁନିକେସନ ଲିମିଟେଡ଼ର ଋଣ ବୋଝରେ ରହିଛି । ବିଆଇଏଲ ଉପରେ ୫୯,୪୫୧,୮୭ କୋଟି ଟଙ୍କା ଓ ଓ ବିଟିଏଲ ଉପରେ ୨୬,୬୭୩.୮୧ କୋଟି ଟଙ୍କା କରଜ ରହିଛି । ବିଆଇଏଲଙ୍କ ୫୪ କରଜଦାତାଙ୍କ ମଧ୍ୟରେ ୩୪ଟି ବ୍ୟାଙ୍କ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନର ସବୁଠାରୁ ଅଧିକ ଋଣ ରହିଛି ଏସବିଆଇର । ଏସବିଆଇ ପ୍ରାୟ ୧୧,୧୭୫.୨୫ କୋଟି ଟଙ୍କା ଋଣ ରହିଛି । ବ୍ୟାଙ୍କକୁ ଛାଡ଼ି ୭୩୧ ସପ୍ଳାୟର୍ସଙ୍କ ୩,୧୧୧ କୋଟି ୭୯ଲକ୍ଷ ୭୧ ହଜାର ୨୯ ଟଙ୍କା ମଧ୍ୟ ଏହି କମ୍ପାନୀ ଉପରେ ଋଣ ରହିଛି ଏବଂ ବସିଟିଏଲ ଉପରେ ସପ୍ଲାଏର୍ସର ୧୨୬୬ କୋଟି ୯୯ଲକ୍ଷ ୭୮ ହଜାର ୫୦୭ଟଙ୍କା ରହିଛି ।
ବିଆଇଏଲ ଉପରେ ଆରବିଆଇ ବ୍ୟାଙ୍କର ୯,୫୬୧.୬୭ କୋଟି ଟଙ୍କା , ଆଇସିଆଇସିଆଇ ବ୍ୟାଙ୍କର ୩,୩୧୮.୦୮ କୋଟି ଟଙ୍କା ବାକି ରହିଛି । ବିଟିଏଲ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୩,୦୭୩.୧୬ କୋଟି ଟଙ୍କା ଓ ୧,୪୩୯ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କକୁ ବାକି ରହିଛି । ଏହି ପରି ଅନେକ ଟଙ୍କା ଋଣ ଭାରରେ ରହିଛି ଭିଡ଼ିଓକୋନ କମ୍ପାନୀ ।

Monday, 1 April 2019

10:53

ଆଜିଠୁ ବଦଳିଯିବ ଏସବୁ ନିୟମ


ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନେକ ଗୁଡ଼ିଏ ନୂଆ ନିୟମ ଲାଗୁ ହୋଇଯିବ। ଏହି ନୂଆ ନିୟମ କେତେକଙ୍କୁ ଲାଭ ପହଞ୍ଚାଇବାକୁ ଥିବାବେଳେ ଆଉ କେତେକଙ୍କ ଉପରେ ବୋଝ ହେବ। ତେବେ କେଉଁସବୁ ନିୟମ ବଦଳିଯିବ ସେଥିରୁ କିଛି ଏଠାରେ ଦିଆଯାଇଛି।
ଆୟକରଦାତାଙ୍କୁ ରିହାତି 
ବଜେଟ୍‌ରେ ହୋଇଥିବା ଘୋଷଣା ଅନୁଯାୟୀ ଆୟକରଦାତାଙ୍କୁ ରିହାତି ପ୍ରଦାନ କରାଯିବ। ଏହାଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହୋଇଯିବ। ଏଥସହିତ ଟିକସଦାତାଙ୍କୁ ଅନ୍ୟ କେତେକ ସୁବିଧା ମଧ୍ୟ ମିଳିବ।
ଶସ୍ତାରେ ମିଳିବ ଋଣ 
ଏପ୍ରିଲରୁ ସବୁ ପ୍ରକାର ଋଣ ଶସ୍ତା ହୋଇଯିବ। କାରଣ ହେଲା ବ୍ୟାଙ୍କ ଗୁଡ଼ିକ ପୂର୍ବରୁ ଏମ୍‌ସିଏଲ୍‌ଆର୍‌ ( ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍) ଅନୁସାରେ ସୁଧ ହାର ଧାର୍ଯ୍ୟ କରୁଥିବାବେଳେ ଏପ୍ରିଲରୁ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ରେପୋ ‌ରେଟ୍ ଅନୁସାରେ ସୁଧ ହାର ଧାର୍ଯ୍ୟ କରିବେ।ଏହାଦ୍ବାରା ଗୃହଠାରୁ ଆରମ୍ଭ କରି ଗାଡ଼ି ଅନ୍ୟାନ୍ୟ ଋଣ ଶସ୍ତା ହେବାର ସମ୍ଭାବନା ରହିଛି।
ଘର କିଣିବା ଶସ୍ତା ହେବ 
ଏପ୍ରିଲ ପହିଲାରୁ ଲୋକଙ୍କୁ ଘର କିଣିବା ଶସ୍ତା ହୋଇଯିବ। ପୂର୍ବରୁ ଜିଏସଟି ପରିଷଦ ସୁଲଭ ମୂଲ୍ୟର ଗୃହ ପାଇଁ ଜିଏସଟି ହାର ୧ ପ୍ରତିଶତକୁ କମାଇ ଦେଇଛି। ଏଥିସହିତ ଅନ୍ୟ ବର୍ଗର ଗୃହ ପାଇଁ ଜିଏସଟି ଦର ହ୍ରାସ କରାଯାଇ ୫ ପ୍ରତିଶତ ରଖାଯାଇଛି।
ଜୀବନ ବୀମା ପଲିସି କିଣିବା ଶସ୍ତା ହେବ 
ଜୀବନ ବୀମା ପଲିସି କିଣିବା ନୂଆବର୍ଷରେ ଶସ୍ତା ହେବାକୁ ଯାଉଛି। ଏପ୍ରିଲ ପହିଲାରୁ କମ୍ପାନି ଗୁଡ଼ିକ ଲୋକଙ୍କ ମୃତ୍ୟୁ ହାରର ନୂଆ ଅଙ୍କ ପାଳନ କରିବେ। ବର୍ତମାନ ବୀମା କମ୍ପାନି ଗୁଡ଼ିକ ୨୦୦୬-୦୮ର ତଥ୍ୟକୁ ଲୋକଙ୍କ ମୃତ୍ୟୁ ହାର ପାଇଁ ବ୍ୟବହାର କରୁଥିବାବେଳେ ଏବେ ଏହା ବଦଳି ୨୦୧୨-୧୪ ହେବ। ୨୦୧୨-୧୪ର ସାରଣୀ ଅନୁଯାୟୀ ବୀମା କରିଥିବା ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୪-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସପାଇଛି।
ରେଳରେ ମିଳିବ ସୁବିଧା 
ନୂଆ ଆର୍ଥିକ ବର୍ଷରୁ ରେଳବାଇର କେତେକ ନିୟମ ବଦଳିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, ରେଳବାଇ ଏପ୍ରିଲ ପହିଲାରୁ ସଂଯୁକ୍ତ ପିଏନଆର ନମ୍ବର ଜାରି କରିବ। କୌରସି ଯାତ୍ରୀ ଦୁଇଟି ଟ୍ରେନରେ ଯାତ୍ରା କରିବାର ଥିଲେ ସେମାନଙ୍କୁ ସଂଯୁକ୍ତ ପିଏନଆର ମିଳିବ। କନେକ୍ଟି ଟ୍ରେନ୍ ଛାଡ଼ିଦେଲେ ଯାତ୍ରୀଙ୍କୁ ଟିକସ ମୂଲ୍ୟ ଫେରସ୍ତ ମିଳିବ।
ନୂଆ ନମ୍ବର ପ୍ଲେଟ୍ 
ଗାଡ଼ି ନିର୍ମାତାଙ୍କ ପାଇଁ ନୂଆ ବର୍ଷରୁ ପ୍ଲେଟ୍ ଲଗାଇବା ସଂକ୍ରାନ୍ତ ନୂଆ ନିୟମ ଲାଗୁହେବ। ୨୦୧୯ ଏପ୍ରିଲ ପହିଲାରୁ ଏମାନଙ୍କୁ ହାଇ ସିକ୍ୟୁରିଟି ‌ପଞ୍ଜୀକରଣ ପ୍ଲେଟ ଦେବା ଜରୁରୀ।
ସିଏନ୍‌ଜି ମହଙ୍ଗା ହେବ 
ସୋମବାରରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବାର ସମ୍ଭାବନା ରହିଛି। ଏହାଦ୍ବାରା କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଏବଂ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ଗ୍ୟାସ (ପିଏନଜି) ମୂଲ୍ୟ ବୃଦ୍ଧି ପାଇପାରେ। ଏହାହେଲେ ସାଧାରଣ ପରିବହନ ବାବଦ ଭଡ଼ା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।
ମହଙ୍ଗା ହେବ କାର୍ 
ଯଦି ନୂଆବର୍ଷରେ କେହି କାର କ୍ରୟ କରିବାକୁ ଚାହୁଁଥାନ୍ତି ତାହେଲେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଟାଟା ମୋଟର୍ସଠାରୁ ଆରମ୍ଭ କରି ଜାଗୁଆର ଆଣ୍ଡ ଲ୍ୟାଣ୍ଡ ରୋଭର, ଟୟୋଟା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି କମ୍ପାନି ସେମାନଙ୍କ ବିଭିନ୍ନ ମଡେଲ କାର ମୂଲ୍ୟ ବୃଦ୍ଧି ପୂର୍ବରୁ ଘୋଷଣା କରିସାରିଛନ୍ତି।
10:51

ଆଜିଠାରୁ ୭୫ ହଜାର ଟଙ୍କା ଯାଏଁ ବଢ଼ିଯିବ ଟାଟା ସମେତ ଅନେକ କମ୍ପାନୀର କାର ଦର!



ନୂଆଦିଲ୍ଲୀ, ଏପ୍ରିଲ ୦୧ : ପୁଂଜି ବିନିଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଭିନ୍ନ କମ୍ପାନୀମାନେ ଏପ୍ରିଲ ୧ରୁ କାର ଦର ବୃଦ୍ଧି କରୁଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି କାର କିଣିବା ଆହୁରି ଭାରି ପଡିଯିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଟୋୟଟା, ନିସାନ ଇଣ୍ଡିଆ ଏବଂ ରୋନେ ଭଳି କମ୍ପାୀ ଏପ୍ରିଲ ୧ରୁ ନିଜର କାର ଦର ବୃଦ୍ଧି କରୁଛନ୍ତି । ଟାଟା ମୋଟର୍ସ ଗତ ସପ୍ତାହରେ ବାହାନର ଦାମ ଏପ୍ରିଲ ୧ରୁ ୨୫ ହଜାର ଟଙ୍କା ଯାଏଁ ବଢ଼ାଇବାକୁ ଘୋଷଣା କରିଥିଲା । କମ୍ପାନୀ ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ପରିସ୍ଥିତିରେ ପଡି କାର ଦର ବୃଦ୍ଧି କରିଥିବା କହିଥିଲା । କମ୍ପାନୀ ନାନୋ ଠାରୁ ଆରମ୍ଭ କରି ପ୍ରିମିୟମ ଏସୟୁଭି ହେକ୍ସା ଯାଏଁ କାର ବିକ୍ରି କରୁଛି, ଯାହାର ମୂଲ୍ୟ ୨.୩୬ ଲକ୍ଷରୁ ଆରମ୍ଭ କରି ୧୮.୩୭ ଟଙ୍କା ଯାଏଁ ରଖିଛି ।
ଟାଟା ମୋଟର୍ସର ଅଧ୍ୟକ୍ଷ (ଯାତ୍ରୀ ବାହନ ଶାଖା) ମୟଙ୍କ ପାରିକ କହିଥିଲେ, ବଜାରର ପରିବର୍ତ୍ତିତ ପରିସ୍ଥିତି, ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣରୁ ଆମେ ଦର ବୃଦ୍ଧି କରିବା ନେଇ ଚିନ୍ତା କରିଛୁ ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବାହାନ ଦର ଏପ୍ରିଲ ୧ରୁ ୫ ହଜାର ଟଙ୍କାରୁ ୭୩ ହଜାର ଯାଏଁ ବୃଦ୍ଧି କରିବା ନେଇ ଗତ ସପ୍ତାହରେ ଘୋଷଣା କରିଛି । କମ୍ପାନୀ କହିଥିଲା ଯେ, ବାହାନ ଦର ଏପ୍ରିଲରୁ ୦.୫ ପ୍ରତିଶତ ଠାରୁ ୨.୭ ପ୍ରତିଶତ ବୃଦ୍ଧି କରିବ । କମ୍ପାନୀର ଅଧ୍ୟକ୍ଷ (ବାହାନ ବିଭାଗ) ରାଜନ ବଢ଼େରା କହିଥିଲେ, ଚଳିତ ବର୍ଷ ଜିନ୍ସ ଦର ରେକର୍ଡ ବୃଦ୍ଧି ହୋଇଛି । ଏହା ବ୍ୟତୀତ ଏପ୍ରିଲ ବରୁ ନିୟାମକୀୟ ଆବଶ୍ୟକତାକୁ ପୂରା କରିବାକୁ ହେବ । ଏହା ଦ୍ୱାର ନିବେଶରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଆମେ ନିବେଶ ଦର କମ କରିବାକୁ ଉଦ୍ୟମ କରୁଛୁ । ମାତ୍ର ବୃଦ୍ଧିରେ ନିୟନ୍ତ୍ରଣ କରିବା ସହଜ ନୁହେଁ ।
ନିସାନ ଇଣ୍ଡିଆ ଡେଟସନ ଗୋ ଏବଂ ଗୋ ପ୍ଲସର ମୂଲ୍ୟ ଏପ୍ରିଲ ୧ ରୁ ୪ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି । ଫ୍ରାନ୍ସର ଏହି କାର କମ୍ପାନୀ ରେନୋ ଏପ୍ରିଲରୁ କୁଇଡର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି କରୁଛି । ଏହା ବ୍ୟତୀତ ଟୟୋଟା କିର୍ଲୋସ୍କର ମୋଟର ମଧ୍ୟ ନୂତନ ଆର୍ଥିକ ବର୍ଷ ୨୦୧୯-୨୦ରୁ କିଛି ମଡେଲର କାର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ମାତ୍ର କମ୍ପାନୀ ପକ୍ଷରୁ ଏହା କୁହାଯାଇ ନାହିଁ ଯେ, କେଉଁ ମଡେଲର ଦର କେତେ ବଢ଼ିବ ।
10:49

ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍‌ପିଏ



ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍କ ଏନ୍‌ପିଏ ପରିମାଣ ବୃଦ୍ଧି ପାଇ ୮୪ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଫଳରେ ଦେଶରେ ୭୫ କମ୍ପାନୀଙ୍କ ମୋଟ ଏନ୍‌ପିଏ ପରିମାଣ ଏବେ ୨.୨୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଫେବୃୟାରୀ ୧୨ ସର୍କୁଲାର କାରଣରୁ ଋଣ ସମାଧାନ ପରିମାଣ ବଢ଼ିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। 
ଶକ୍ତି ସଂକ୍ରାନ୍ତ ଷ୍ଟାଣ୍ଡିଂ କମିଟିର ୩୭ତମ ରିପୋର୍ଟ ଉଲ୍ଲେଖ କରି ଆବେଦନକାରୀ ଦର୍ଶାଇଛନ୍ତି ଯେ, ଶକ୍ତି ପ୍ରକଳ୍ପରେ ନିଯୁକ୍ତ କମ୍ପାନୀଗୁଡ଼ିକ ଏକାଧିକ ବ୍ୟାଙ୍କକୁ ନେଇ ଗଠିତ ବ୍ୟାଙ୍କ ସମୂହର ପ୍ରାୟ ୧.୪୦ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି। ୧୮୦ ଦିନ ଭିତରେ ଏନ୍‌ପିଏ ସମାଧାନ ଲାଗି ଗତବର୍ଷ ଆର୍‌ବିଆଇ ପକ୍ଷରୁ ଜାରି ସର୍କୁଲାରକୁ ପ୍ରତ୍ୟାହାର ଅଥବା ରଦ୍ଦ କରିବାକୁ ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପ୍ରାର୍ଥନା କରାଯାଇଛି। ଅନ୍ୟପକ୍ଷରେ ଆର୍‌ବିଆଇ ନିଜର ସର୍କୁଲାର ସପକ୍ଷରେ ଯୁକ୍ତି ବାଢ଼ିଛି। ୧୮୦ ଦିନ ଭିତରେ ଏନ୍‌ପିଏ ରିଜଲ୍ୟୁଶନ ସମ୍ଭବ ବୋଲି ଆର୍‌ବିଆଇ କହିଛି। ସୂଚନାଥାଉ କି, ଶକ୍ତି, ଜାହାଜ ଓ ଚିନି ଶିଳ୍ପ ସହ ଜଡ଼ିତ କମ୍ପାନୀଗୁଡ଼ିକ ଆର୍‌ବିଆଇ ସର୍କୁଲାରକୁ ଚ୍ୟାଲେଞ୍ଜ କରିଛନ୍ତି। ବକେୟା ଋଣ ପ୍ରଦାନ କରି ନ ଥିବା ପ୍ରତିଷ୍ଠିତ କର୍ପୋରେଟଙ୍କ ମଧ୍ୟରେ ରହିଛନ୍ତି ଆଦାନୀ ପାଓ୍ବାର ମହାରାଷ୍ଟ୍ର(୯୪୬୩.୨୯ କୋଟି), ଦାମୋଦର ଭ୍ୟାଲି କର୍ପୋରା(୯୭୫୬.୪୨ କୋଟି), ଜୟପ୍ରକାଶ ପାଓ୍ବାର ଭେଞ୍ଚରସ(୮୭୧୯.୧୬ କୋଟି) ଆଦି।
10:46

ଆଜି ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ହେବ ବିଓବି



ନୂଆଦିଲ୍ଲୀ,୧-୪: ବିଜୟା ବ୍ୟାଙ୍କ ଓ ଦେନା ବ୍ୟାଙ୍କର ମିଶ୍ରଣ ପରେ ସୋମବାରଠାରୁ ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଦେଶର ତୃତୀୟ ସର୍ବବୃହତ ବ୍ୟାଙ୍କ ହୋଇଯିବ। ଏହାର ମୋଟ କାରବାର ପରିମାଣ ୧୩.୮୨ ଲକ୍ଷ କୋଟି ଟଙ୍କା ହେବ। ଏହି ମିଶ୍ରଣ ପରେ ବିଓବି ନିକଟରେ ମୋଟ ୯୪୦୧ ବ୍ୟାଙ୍କ ଶାଖା ଓ ମୋଟ ୧୩,୪୩୨ ଏଟିଏମ୍‌ ହେବ। ଦେଶରେ ଏସ୍‌ବିଆଇ ନିଟରେ ୫୯,୨୯୧ଏଟିଏମ୍‌ ଓ ୧୮ ହଜାରରୁ ଅଧିକ ଶାଖା ରହିଛି। ସେହିପରି ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ୪,୮୬୭ ଶାଖା ଏବଂ ୧୪, ୩୬୭ ଏଟିଏମ୍‌ ରହିଛି। ଏହି ମିଶ୍ରଣ ପୂର୍ବରୁ ଦୈନନ୍ଦିନ କାର୍ଯ୍ୟ ତୁଲାଇବା ଲାଗି କେନ୍ଦ୍ର ସରକାର ବିଓବିକୁ ୫୦୪୨ କୋଟି ଟଙ୍କାର ପୁଞ୍ଜି ଦେଇଛନ୍ତି। 
10:42

ପାନକାର୍ଡକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ୬ ମାସ ବଢିଲା



ନୂଆଦିଲ୍ଲୀ, ମାର୍ଚ୍ଚ ୩୧:
କେନ୍ଦ୍ର ସରକାର ରବିବାର ପାନ କାର୍ଡକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ଛଅ ମାସ ବଢାଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କରିଛନ୍ତି। ଏହାକୁ ମିଶାଇ ସରକାର ଷଷ୍ଠ ଥର ପାନକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ବୃଦ୍ଧି କରିସାରିଲେଣି। ଗତ ବର୍ଷ ଜୁନରେ ସରକାର ପାନକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତିଥି ମାର୍ଚ୍ଚ ୩୧ ସ୍ଥିର କରିଥିଲେ।
ସିବିଡିଟି ପକ୍ଷରୁ ଆଜି ଜାରି ବୟାନରେ କୁହାଯାଇଛି ଯେ, ଯଦି କୌଣସି ବିଶେଷ ରିହାତି ଦିଆଯାଉ ନାହିଁ ତେବେ ଆଧାର ସଂଖ୍ୟା ବିଷୟରେ ସୂଚନା ଦେବା ଏବଂ ପାନକାର୍ଡକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତାରିଖ ୨୦୧୯ ସେପ୍ଟେମ୍ବର ୩୦ ସ୍ଥିର କରାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ, ୨୦୧୯ ଏପ୍ରିଲ ୧ରେ ଆୟକର ରିଟର୍ଣ୍ଣ ଭରିବା ସମୟରେ ଆଧାର ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ହେବ।

Sunday, 31 March 2019

13:19

ଏୟାରଟେଲ ମାଗଣାରେ ଦେଉଛି ୪ଜି ୱାଇ-ଫାଇ ହଟସ୍ପର୍ଟ, ଏମିତି ଉଠାଇ ପାରିବେ ଲାଭ



ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ପ୍ରିପେଡ ଏବଂ ପୋଷ୍ଟପେଡ ସିଗମେଣ୍ଟ ଠାରୁ ଅଲଗା ଭାରତୀ ଏୟାରଟେଲ ଜିଓଫାଇକୁ ମୁକାବିଲା କରିବାକୁ ଉଦ୍ୟମ କରିଛି । ଏଥି ପାଇଁ କମ୍ପାନୀ ନୂଆ ଯୋଜନା ଶୁଭାରମ୍ଭ କରିଛି । କମ୍ପାନୀ ତରଫରୁ ୬ ମାସିଆ ଅଗ୍ରୀମ ରିଟେଲ ପ୍ଲାନ ଆରମ୍ଭ କରାଯାଇଛି । ଏହି ପ୍ଲାନ ଜରିଆରେ ଭାରତୀ ଏୟାରଟେଲ ରିଲାୟନ୍ସ ଜିଓକୁ ମୁକାବିଲା କରିବ । ଏୟାରଟେଲ ନିଜର ୪ଜି ହ୍ୱଟସ୍ପଟ ଦରରେ ୫୦୦ ପ୍ରତିଶତରୁ ଅଧିକ ଡାଟା ଦେଉଛି ।
ଏହି ଗ୍ରାହକଙ୍କୁ ମିଳିବ ୪ଜି ହଟସ୍ପଟ
ଯେଉଁ ଗ୍ରାହକ ୬ ମାସରୁ ଅଧିକ ଅଗ୍ରୀମ ରିଟେଲ ପ୍ଲାନ ଚୟନ କରିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଶୁଲ୍କରେ ଫ୍ରି ହଟସ୍ପସ ଡିଭାଇସ ମିଳିବ । ଏହା ବ୍ୟତୀତ ଏୟାରଟେଲ ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ଟାରିଫ ପ୍ଲାନ ମଧ୍ୟ ଦେଉଛି ।
ଏୟାରଟେଲ ୪ ହଟସ୍ପଟ ମାସିକ ପ୍ଲାନ
ଏୟାରଟେଲ ୪ ହଟସ୍ପଟ ମାସିକ ପ୍ଲାନ କମ୍ପାନୀ ଅନ୍ୟତମ ଆକର୍ଷଣୀୟ ପ୍ଲାନ । ଏହି ପ୍ଲାନର ଦର ହେଉଛି ୩୯୯ ରୁ ୫୯୯ ଟଙ୍କା । ୩୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୫୦ଜିବି ଡାଟା ମିଳିବ । ଏହାର ବୈଧତା ଏକ ମାସ ରହିବ । ଏହା ପରେ ଗ୍ରାହକଙ୍କୁ ଅନ୍ୟାନ୍ୟ ସୁବିଧା ମିଳିପାରିବ । କମ୍ପାନୀ ତରଫରୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ୧୦୦ ଜିବି ଡାଟା ଦିଆଯାଉଛି । ଏହି ପ୍ଲାନର ବୈଧତା ମଧ୍ୟ ଏକ ମାସ ପାଇଁ ଉଦ୍ଦିଷ୍ଟ ।
13:18

ଫେବୃୟାରୀରେ ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ୯% କମିଛି


ନୂଆଦିଲ୍ଲୀ,୩୦-୩: ଭାରତୀୟ କମ୍ପାନୀଙ୍କ ବିଦେଶୀ ଋଣ ପରିମାଣ ଫେବୃୟାରୀରେ ୯% ହ୍ରାସ ପାଇ ୨.୮୧ ବିଲିୟନ ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ପକ୍ଷରୁ ପ୍ରଦତ୍ତ ସୂଚନାନୁଯାୟୀ, ଘରୋଇ କମ୍ପାନୀମାନେ ଗତବର୍ଷ ଫେବୃୟାରୀରେ ବିଦେଶୀ ବାଣିଜି୍ୟକ ଋଣ(ଇସିବି) ଜରିଆରେ ୩.୧ ବିଲିୟନ ଡଲାର ଅର୍ଥ ଯୋଗାଡ କରିଥିଲେ। ତେବେ ଚଳିତ ବର୍ଷ କୌଣସି ଭାରତୀୟ କମ୍ପାନୀ ଟଙ୍କା ବିିନିମୟ ବଣ୍ଡ ଜରିଆରେ ବିଦେଶୀ ଋଣ ନେଇନାହାନ୍ତି। ସେମାନେ ମୋଟ୍‌ ଋଣ ସ୍ବତଃ ମଞ୍ଜୁର ମାର୍ଗ ଜରିଆରେ ନେଇଛନ୍ତି। ଅଏଲ ଇଣ୍ଡିଆ ବିଦେଶୀ ନିବେଶ ଲାଗି ୫୫ କୋଟି ଡଲାର ଋଣ ନେଇଥିବା ବେଳେ ଇଣ୍ଡିଆନ ଅଏଲ କର୍ପୋରେଶନ କାର୍ଯ୍ୟକାରୀ ପୁଞ୍ଜି ରୂପରେ ୪୦ କୋଟି ଡଲାର, ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ କମ୍ପାନୀ ଉପ-ଋଣ(ସବ୍‌ ଲେଣ୍ଡିଙ୍ଗ) ଲାଗି ୪୦ କୋଟି ଡଲାର ଏବଂ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଫାଇନାନ୍ସିଆଲ ସର୍ଭିସେସ୍‌ ଉପ ଋଣ ଲାଗି ୩୦ କୋଟି ଡଲାର ଯୋଗାଡ କରିଛନ୍ତି। ସେହିପରି ଟାଟା କ୍ୟାପିଟାଲ ହାଉସିଂ ଫାଇନାନ୍ସ ୨୦ କୋଟି, ଏଚ୍‌ପିସିଏଲ୍‌ ରାଜସ୍ଥାନ ରିଫାଇନେରି ୧୪.୦୭କୋଟି ଓ ଓ୍ବାର୍କଲେଜ ଗ୍ଲୋବାଲ ସର୍ଭିସେସ୍‌ ୧୩.୦୧ କୋଟି ଡଲାର ଋଣ ଉଠାଇଛନ୍ତି।

13:15

ମାର୍ଚ୍ଚ ୩୧: ଚଳିତ ଆର୍ଥିକ ବର୍ଷର ଶେଷ ଦିନ ଆଜି, ନିଶ୍ଚିତ ଭାବେ କରନ୍ତୁ ଏହି ୩ କାମ



ନୂଆଦିଲ୍ଲୀ, ମାର୍ଚ୍ଚ ୩୧ : ଆର୍ଥିକ ବର୍ଷ ୨୦୧୮-୧୯ ରବିବାର ଶେଷ ହେଉଛି । ନୂତନ ଆର୍ଥିକବର୍ଷ ସୋମବାର (ଏପ୍ରିିଲ ୧) ଠାରୁ ଆରମ୍ଭ ହେଉଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିବ । ଏଥି ପାଇଁ କିଛି କାମକୁ ଆଜି ଶେଷ କରିଦେଲେ ବହୁତ ଭଲ ହେବ । କାରଣ ସରକାର କିଛି ଗୁରୁତ୍ୱପୂର୍ଣ୍ଣ କାମ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିଦିଅନ୍ତୁ ବୋଲି ପୂର୍ବରୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ଏଥିରେ ଆଧାରକାର୍ଡକୁ ପ୍ୟାନ କାର୍ଡ ସହିତ ଯୋଡ଼ିବା, ଟିଭି ଚେନାଲ ଚୟନ କରିବା, ଜିଏସଟି ରିଟର୍ଣ୍ଣ ଆଦି ପ୍ରମୁଖ କାମ ସାମିଲ ଅଛି ।
ପ୍ୟାନ-ଆଧାରକୁ ଯୋଡନ୍ତୁ
ପ୍ୟାନକାର୍ଡ ସହିତ ଆଧାରକୁ ସଂଯୋଗ କରିବା ପାଇଁ ସରକାର ମାର୍ଚ୍ଚ ୩୧କୁ ଶେଷ ଦିନ ରଖିଛନ୍ତି । ଯଦି ଏହା ନ କରୁଛନ୍ତି, ତା'ହେଲେ ପ୍ୟାନ କାର୍ଡ ବେକାର ହୋଇଯିବ । ଏହାଦ୍ୱାରା ଆପଣ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ । ପ୍ୟାନ-ଆଧାର ଲିଙ୍କ କରିବା ପାଇଁ ୪ ପ୍ରକାର ପ୍ରକ୍ରିୟା ଅଛି । ଆପଣ କାମ କରିସାରିବା ପରେ ପ୍ୟାନ-ଆଧାର ଲିଙ୍କ ହେଲା କି ନାହିଁ ଆୟକର ବିଭାଗର ୱେବସାଇଟ ଯାଇ ଯାଞ୍ଚ କଲେ ଭଲ ।
ଟିଭି ଚେନାଲ ବାଛନ୍ତୁ
ଟିଭିରେ କେଉଁ ଚେନାଲ ଆସୁଛି ଏବଂ କେଉଁ ଚେନାଲ ଗୁଡ଼ିକ ଆପଣ ଦେଖିବାକୁ ଚାହୁଁଛନ୍ତି, ତାହା ଆଜିଠାରୁ ଚୟନ କଲେ ଭଲ । କାରଣ ଏପ୍ରିଲ ୧ରୁ ଅଧିକ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହା ଫେବୃୟାରୀ ୧ ତାରିଖ ଶେଷ ଦିନ ଥିଲା ।
ଜିଏସଟି
ଆର୍ଥିକ ବର୍ଷ ୨୦୧୮-୧୯ର ଆୟକର ଏବଂ ଜିଏସଟି ରିଟର୍ଣ୍ଣ କରିବାର ଅନ୍ତିମ ଦିବସ ହୋଇଥିବାରୁ ଆଜି ଏହି କାମ କଲେ ଭଲ । ଅଥବା ପରେ କଲେ ୧୦୦୦ରୁ ୧୦୦୦୦ ଟଙ୍କା ଯାଏ ଜରିମାନା ଦେବାକୁ ପଡିପାରେ । ଯଦି ଆୟକରଦାତାଙ୍କ ମୋଟ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥାଏ ତା'ହେଲେ ୧ ହଜାର ଟଙ୍କାରୁ ଅଧିକ ହେବ ନାହିଁ । ଆୟକର କାର୍ଯ୍ୟାଳୟ ମାର୍ଚ୍ଚ ୩୧ (ରବିବାର) ବି ଖୋଲିବ ।

Thursday, 28 March 2019

13:16

୧୦୦୮ କୋଟିରେ ମାଲ୍ୟାଙ୍କ ଶେୟାର ବିକ୍ରି



ଋଣ ଅସୁଲ ପ୍ରାଧିକରଣ(ବେଙ୍ଗାଲୁରୁ) ବୁଧବାର ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସରେ ଥିବା ଶେୟାର ବିକ୍ରି କରି ୧୦୦୮ କୋଟି ଟଙ୍କା ହାସଲ କରିଛନ୍ତି। ଏହି କମ୍ପାନୀରେ ମାଲ୍ୟାଙ୍କ ୭୪ ଲକ୍ଷ ୪ ହଜାର ୯୩୨ ଶେୟାର ରହିଛି। ସୂଚନାଥାଉ କି, ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ(ପିଏମ୍‌ଏଲ୍‌ଏ) ଅଦାଲତ ମଙ୍ଗଳବାର ମାଲ୍ୟାଙ୍କ ଶେୟାର ବିକ୍ରି କରିବାକୁ ଅନୁମତି ଦେଇଥିଲେ। ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସ ଶେୟାର ବିକ୍ରି ଉପରେ କଟକଣା ଲଗାଇବାକୁ ଆବେଦନ କରିଥିଲା ଯାହାକୁ ଅଦାଲତ ଖାରଜ କରିଦେଇଥିଲେ। ଚଳିତ ମାସରେ ଋଣ ଅସୁଲ ପ୍ରାଧିକରଣ କୋର୍ଟ ଦ୍ୱାରା ନିଯୁକ୍ତ ଲିକ୍ୱିଡେଟରଙ୍କୁ ଶେୟାର ହସ୍ତାନ୍ତର କରିଥିଲେ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉକ୍ତ ଶେୟାରକୁ ଜବତ କରିଥିଲା।

Friday, 15 March 2019

18:55

ଘରୋଇ ବ୍ୟାଙ୍କର ମାନ୍ୟତା ପାଇଲା ଆଇଡିବିଆଇ



ରାଷ୍ଟ୍ରାୟତ ବ୍ୟାଙ୍କ ଆଇଡିବିଆଇରେ ଭାରତୀୟ ବୀମା କମ୍ପାନୀ (ଏଲଆଇସି) ୫୧ ପ୍ରତିଶତ ପୁଞ୍ଜି ନିବେଶ କରିବା ପରେ ଘରୋଇ ବ୍ୟାଙ୍କର ମାନ୍ୟତା ପାଇଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଆଇଡିବିଆଇ ବ୍ୟାଙ୍କକୁ ରାଷ୍ଟ୍ରାୟତ ବ୍ୟାଙ୍କରୁ ଘରୋଇ ବ୍ୟାଙ୍କର ମାନ୍ୟତା ଦେଇଛି।
ସୂଚନାଯୋଗ୍ୟ ଆଇଡିବିଆଇ ବ୍ୟାଙ୍କ ୧୦ ହଜାର କୋଟି ଟଙ୍କାର ଋଣ ଭାରରେ ବୁଡ଼ି ରହିଛି। ଏଲଆଇସି ୫୧ ପ୍ରତିଶତ ସହ ୧୩ ହଜାର କୋଟି ଟଙ୍କା ନିବେଶ କରିବା ପରେ ଋଣଭାରରୁ ମୁକୁଳିଛି ଏହି ନୂଆ ଘରୋଇ ବ୍ୟାଙ୍କ। ବହୁଦିନରୁ ବ୍ୟାଙ୍କରେ ପରିଣତ ହେବା ପାଇଁ ଏଲଆଇସି ଚେଷ୍ଟା ଜାରି କରିଆସୁଥିଲା। ଆଇଡିବିଆଇ ବ୍ୟାଙ୍କରେ ୫୧ ପ୍ରତିଶତ ପୁଞ୍ଜି ବିନିଯୋଗ କରି ବ୍ୟାଙ୍କିଙ୍ଗ ଶିଳ୍ପରେ ପାଦ ଥାପିଛି।
ସାରା ଦେଶରେ ଏଲଆଇସିର ୨ ହଜାର ଶାଖା ରହିଛି। ଏହି ଜରିଆରେ ଆଇଡିବିଆଇ ବ୍ୟାଙ୍କକୁ ଯୋଡ଼ି ନିଜ ଵ୍ୟବସାୟକୁ ଆଗକୁ ନେବାକୁ ଏଲଆଇସି ଚେଷ୍ଟା କରିବ ବୋଲି ଆଶା ରଖିଛି। ଏଲଆଇସିରେ ସାରା ଦେଶରେ ୨୨ କୋଟି ଗ୍ରାହକ ରହିଛନ୍ତି। ଯେଉଁମାନେ ବିଭିନ୍ନ ବୀମା ପଲିସି କରିଛନ୍ତି।

Thursday, 14 March 2019

11:57

୫୩% ବଢ଼ିଲା ମୁଦ୍ରା ଯୋଜନା ଏନ୍‌ପିଏ



ଅନାଦାୟ ଋଣ (ଏନ୍‌ପିଏ) ସମସ୍ୟା ବ୍ୟାଙ୍କିଙ୍ଗ୍‌ ସେକ୍ଟର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟି ଲାଗି ପ୍ରଣୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ସେମାନଙ୍କ ଲାଗି ବୋଝ ଉପରେ ନଳିତା ବିଡ଼ା ହେଲାଣି। ମିଡିଆ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ୯ ମାସରେ ମୁଦ୍ରା ଯୋଜନା ଅଧୀନରେ ଏନ୍‌ପିଏ ପରିମାଣ ୫୩% ବୃଦ୍ଧି ପାଇ ୧୪,୯୩୦.୯୮ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଯାହାକି ପୂର୍ବବର୍ଷ ୯,୭୬୯.୯୯ କୋଟି ଟଙ୍କା ଥିଲା।
କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମାଇକ୍ରୋ ୟୁନିଟ୍ସ ଡେଭଲପ୍‌ମେଣ୍ଟ ଆଣ୍ଡ ରିଫାଇନାନ୍ସ ଏଜେନ୍ସି (ମୁଦ୍ରା) ଯୋଜନା। ଅଣ କର୍ପୋରେଟ ଓ ଅଣ କୃଷି କ୍ଷେତ୍ରରେ ଋଣ ପ୍ରଦାନ କରି ଉଦ୍ୟୋଗ ପ୍ରତିଷ୍ଠା କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଋଣକୁ ୩ଟି ଶ୍ରେଣୀ 'ଶିଶୁ','କିଶୋର' ଓ 'ତରୁଣ'ରେ ବିଭକ୍ତ କରାଯାଇଛି। ଆର୍‌ଟିଆଇ ତଥ୍ୟ ଅନୁଯାୟୀ, ଏହି ୩ଟି ଶ୍ରେଣୀରେ ଋଣ ପରିମାଣ ଯଥାକ୍ରମେ ୬୪ ପ୍ରତିଶତ, ୫୨ ପ୍ରତିଶତ ଓ ୪୨ ପ୍ରତିଶତ ହାରରେ ବଢ଼ିଛି। ସେହିପରି ମାର୍ଚ୍ଚ ୩୧, ୨୦୧୮ରେ ଏନ୍‌ପିଏ ଆକାଉଣ୍ଟ ସଂଖ୍ୟା ୧୭.୮୮ ଲକ୍ଷ ଥିବା ବେଳେ ସେହିବର୍ଷ ଡିସେମ୍ବର ୩୧ ସୁଦ୍ଧା ବୃଦ୍ଧି ପାଇ ୨୮.୮୩ ଲକ୍ଷରେ ପହଞ୍ଚତ୍ୟାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଶିଶୁ, କିଶୋର ଓ ତରୁଣ ଆକାଉଣ୍ଟରେ ଏନ୍‌ପିଏ ହାର ଯଥାକ୍ରମେ ୫୮.୩୩%, ୭୦% ଓ ୪୫% ରହିଛି।
ଋଣ ପ୍ରଦାନ ମଧ୍ୟ ଧିମା ଗତିରେ ଚାଲିଛି। ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ମାତ୍ର ୨.୧୨ ଲକ୍ଷ କୋଟି ଟଙ୍କା ଋଣ ବଣ୍ଟାଯାଇଥିବା ବେଳେ ୨୦୧୭-୧୮ରେ ୨.୪୬ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଥିଲା। ଏନ୍‌ପିଏ ବୃଦ୍ଧି ସହ ଋଣ ପ୍ରଦାନ ହ୍ରାସ ପାଇବାରୁ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୧୭-୧୮ରେ ଗ୍ରସ୍‌ ଏନ୍‌ପିଏ ହାର(ଏନ୍‌ପିଏ ବିଭକ୍ତ ଋଣ ପ୍ରଦାନ) ମଧ୍ୟ ଚଳିତ ବର୍ଷ ବଢ଼ି ୩.୯୬ ପ୍ରତିଶତ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶିକ୍ଷିତ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କ ମନରେ ଆମତ୍ବିଶ୍ୱାସ ଉଦ୍ରେକ ସଦୃଶ ଉଦ୍ୟୋଗ ପ୍ରତିଷ୍ଠା ଲାଗି ମୁଦ୍ରା ଯୋଜନାରେ କୌଣସି ସମ୍ପତ୍ତି ବନ୍ଧା ରଖାଯାଏ ନାହିଁ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମୁଦ୍ରା ଯୋଜନାର ଏନ୍‌ପିଏ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବ ବୋଲି କହିଥିଲେ।

11:24

ବିଏସ୍‌ଏନ୍‌ଏଲ୍‌ ,ଏମ୍‌ଟିଏନ୍‌ଏଲ୍‌କୁ ମିଳିଲା ୧୦୦୦ କୋଟି





ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସ୍‌ଏନ୍‌ଏଲ୍‌ ଓ ଏମ୍‌ଟିଏନ୍‌ଏଲ୍‌ର କର୍ମଚାରୀଙ୍କୁ ଫେବୃୟାରୀ ଦରମା ପ୍ରଦାନ ଲାଗି କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ବିଏସ୍‌ଏନ୍‌ଏଲ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହୋଲି ପୂର୍ବରୁ କର୍ମଚାରୀଙ୍କୁ କମ୍ପାନୀ ୮୫୦ କୋଟି ଟଙ୍କା ଦରମା ଦେଇଦେବ। ସେହିପରି ଏମ୍‌ଟିଏନ୍‌ଏଲ୍‌କୁ ୧୭୧ କୋଟି ଟଙ୍କା ମିଳିଛି। ସୂଚନାଥାଉ କି, ଉକ୍ତ ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀକୁ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଲାଗି ଟେଲିକମ୍‌ ମନ୍ତ୍ରୀ ମନୋଜ ସିହ୍ନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ଟେଲିକମ୍‌ ସଚିବ ଅରୁଣା ସୁନ୍ଦରରାଜନ ଏବଂ ଏମ୍‌ଟିଏନ୍‌ଏଲ୍‌ ସିଏମ୍‌ଡି ପି.କେ. ପୁରଓ୍ବାର ଯୋଗ ଦେଇଥିଲେ। ଟେଲିକମ ସେକ୍ଟରରେ ଟାରିଫ ଯୁଦ୍ଧ ଚାଲିଥିବା ବେଳେ ୪ଜି ନ ଥିବା କାରଣରୁ ବିଏସଏନ୍‌ଏଲ୍‌ ଦିନକୁ ଦିନ କ୍ଷତି ସହି ଚାଲିଛି।

11:23

ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି ଟଳିଲା



ସାରା ଦେଶରେ ୫୦ ହଜାର ନୂଆ ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତ ହେବାକୁ ଥିବା ବେଳେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏହାକୁ ସାମୟିକ ଟାଳି ଦେଇଛନ୍ତି। ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ପେଟ୍ରୋଲିୟମ ସାରା ଦେଶରେ ପ୍ରାୟ ୭୮,୫୦୦ ନୂଆ ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି କରିବାକୁ ଯାଉଛନ୍ତି। ଏଥିଲାଗି ଗତବର୍ଷ ନଭେମ୍ବରରେ ଆବେଦନ ଆହ୍ବାନ କରାଯାଇଥିଲା। ୩୯ ପ୍ରତିଶତ ସ୍ଥାନରୁ ଗୋଟିଏ ମାତ୍ର ଆବେଦନ ଆସିଥିବା ବେଳେ ଅବଶିଷ୍ଟ ସ୍ଥାନରୁ ଏକାଧିକ ଆସିଛି। ଉକ୍ତ ୩ଟି କମ୍ପାନୀ ଏକ ତୃତୀୟାଂଶ ସ୍ଥାନ ଲାଗି ଡିଲରଙ୍କ ନାମ ପୂର୍ବରୁ ଘୋଷଣା କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨୦୦୦ ବ୍ୟକ୍ତିଙ୍କୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ଜାରି କରାଯାଇସାରିଛି।