Welcome To BN News . Always With Common People .

Breaking

Monday 8 April 2019

ରାଜନୈତିକ ଦଳଙ୍କୁ ଆର୍‌ଟିଆଇ ପରିସରକୁ ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନ


ତଥ୍ୟ ଜାଣିବା ଅଧିକାର (ଆର୍‌ଟିଆଇ) ଆଇନ ଅଧୀନରେ ସମସ୍ତ ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନିକ କର୍ତ୍ତୃପକ୍ଷ (ପବ୍ଲିକ୍‌ ଅଥରିଟୀ) ଭାବେ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଛି। ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ଦାଏର ପିଟିଶନରେ କୁହାଯାଇଛି, ଜନପ୍ରତିନିଧି ଆଇନର ଧାରା ୨୯-ଗ ଅନୁଯାୟୀ ରାଜନୈତିକ ଦଳ ଗ୍ରହଣ କରୁଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଜଣାଇବାର ଆବଶ୍ୟକତା ରହିଛି। ନିର୍ବାଚନ କମିଶନ (ଇସି) ରାଜନୈତିକ ଦଳଗୁଡିକୁ ନିର୍ବାଚନ ଚିହ୍ନ ପ୍ରଦାନ କରିଥାନ୍ତି। ଆଚରଣ ବିଧି ଉଲ୍ଲଂଘନ ହେଲେ ଦଳର ସ୍ବୀକୃତି ପ୍ରତ୍ୟାହାର କ୍ଷମତା ଇସିଙ୍କର ରହିଛି। ସେହି କାରଣରୁ ଆର୍‌ଟିଆଇର ଧାରା ୨(ଏଚ୍‌) ଏବଂ ଆରପିଏର ଧାରା ୨୯-କ, ୨୯-ଖ ଏବଂ ୨୯-ଗ ଅନୁଯାୟୀ ରାଜନୈତିକ ଦଳଗୁଡିକୁ ପବ୍ଲିକ୍‌ ଅଥରିଟୀ ଭାବେ ଅଦାଲତ ଘୋଷଣା କରିପାରିବେ ବୋଲି ପିଟିଶନରେ କୁହାଯାଇଛି। ସେଥିପାଇଁ ରାଜନୈତିକ ଦଳଗୁଡିକୁ ୪ ସପ୍ତାହ ମଧ୍ୟରେ ଜନସମ୍ପର୍କ ଅଧିକାରୀ ଓ ଆପିଲେଟ୍‌ ଅଧିକାରୀ ନିଯୁକ୍ତ କରିବା ଏବଂ ଆର୍‌ଟିଆଇ ଆଇନରେ ତଥ୍ୟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପିଟିଶନରେ ଅନୁରୋଧ କରାଯାଇଛି।

No comments:

Post a Comment