Welcome To BN News . Always With Common People .

Breaking

Thursday 28 March 2019

୧୦୦୮ କୋଟିରେ ମାଲ୍ୟାଙ୍କ ଶେୟାର ବିକ୍ରି



ଋଣ ଅସୁଲ ପ୍ରାଧିକରଣ(ବେଙ୍ଗାଲୁରୁ) ବୁଧବାର ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସରେ ଥିବା ଶେୟାର ବିକ୍ରି କରି ୧୦୦୮ କୋଟି ଟଙ୍କା ହାସଲ କରିଛନ୍ତି। ଏହି କମ୍ପାନୀରେ ମାଲ୍ୟାଙ୍କ ୭୪ ଲକ୍ଷ ୪ ହଜାର ୯୩୨ ଶେୟାର ରହିଛି। ସୂଚନାଥାଉ କି, ପ୍ରିଭେନ୍ସନ ଅଫ୍‌ ମନି ଲଣ୍ଡରିଂ(ପିଏମ୍‌ଏଲ୍‌ଏ) ଅଦାଲତ ମଙ୍ଗଳବାର ମାଲ୍ୟାଙ୍କ ଶେୟାର ବିକ୍ରି କରିବାକୁ ଅନୁମତି ଦେଇଥିଲେ। ୟୁନାଇଟେଡ ବ୍ରିଓରିଜ ହୋଲ୍ଡିଙ୍ଗସ ଶେୟାର ବିକ୍ରି ଉପରେ କଟକଣା ଲଗାଇବାକୁ ଆବେଦନ କରିଥିଲା ଯାହାକୁ ଅଦାଲତ ଖାରଜ କରିଦେଇଥିଲେ। ଚଳିତ ମାସରେ ଋଣ ଅସୁଲ ପ୍ରାଧିକରଣ କୋର୍ଟ ଦ୍ୱାରା ନିଯୁକ୍ତ ଲିକ୍ୱିଡେଟରଙ୍କୁ ଶେୟାର ହସ୍ତାନ୍ତର କରିଥିଲେ। ମାଲ୍ୟାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଉକ୍ତ ଶେୟାରକୁ ଜବତ କରିଥିଲା।

No comments:

Post a Comment