Welcome To BN News . Always With Common People .

Breaking

Monday 8 April 2019

ଚୀନର ନିମନ୍ତ୍ରଣକୁ ପୁଣି ଭାରତର ପ୍ରତ୍ୟାଖ୍ୟାନ


ଚୀନ ତରଫରୁ ମିଳିଥିବା ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହି ବୈଠକ ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ଏଭଳି କାମ ଦ୍ୱିତୀୟ ଥର ପାଇଁ କରିଛି । ପୂର୍ବରୁ ମଧ୍ୟ ଚୀନର ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା ।
ଏହା ପୂର୍ବରୁ ଭାରତ ୨୦୧୭ରେ ମଧ୍ୟ ଚୀନର ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ସ୍ୱୀକାର କରି ନଥିଲା । ଚୀନର ମାନସିକ ସ୍ଥିତି ଭଲ ନଥବାରୁ ଭାରତ ବାରମ୍ବାର ନିମନ୍ତ୍ରଣ ପତ୍ରକୁ ଅସ୍ୱୀକାର କରୁଛି । ପାକିସ୍ତାନ ସହିତ ମିଶି ଚୀନ ଗୁରୁତ୍ୱପୂର୍ଣ୍ଣ ଚୀନ-ପାକିସ୍ତାନ ଇକୋନୋମିକ କରିଡର କରୁଛି । ଏହାକୁ ଭାରତ ବିରୋଧ କରୁଛି । ଏହି ପ୍ରକଳ୍ପ ବିବାଦୀୟ ଗିଲଗିଟ-ବାଲଟିସ୍ତାନ ଅଂଚଳ ଦେଇ ଯାଉଛି ।
ଚୀନର ଆଶା ଥିଲା ଯେ, ଭାରତ ବିଆରଆଇ ଉପରେ ନିଜର ଷ୍ଟାଣ୍ଡରେ ପରିବର୍ତ୍ତନ ଆଣିବ ଏବଂ ବିଆରଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବ । ବିଗତ ବର୍ଷରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚୀନ ଏହା ଆଶା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୁହାନରେ ହୋଇଥିବା ଔପଚାରିକ ସାକ୍ଷାତ ପରେ ଏହି ସମ୍ମିଳନୀରେ ଭାରତ ଯୋଗଦେବ ବୋଲି ଚୀନ ଆଶା କରିଥିଲା ।
ଚୀନ ପ୍ରଶାସନ ଜରିଆରେ ବିଦେଶ ମନ୍ତ୍ରାଳୟକୁ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ମିଳିଥିଲା । ଭାରତ ପୁଣି ଥରେ ସିପିଇସିକୁ ନେଇ ଚିନ୍ତା କରି ଏଥିରେ ଅଂଶଗ୍ରହଣ ନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । କୁହାଯାଉଛି ଯେ, ପେଇଚିଂରେ ହେବାକୁ ଥିବା ଏହି ସମ୍ମିଳନୀରେ କୌଣସି ଭାରତୀୟ ଭାଗ ନେବେ ନାହିଁ ।

No comments:

Post a Comment