Welcome To BN News . Always With Common People .

Breaking

Showing posts with label OD Awareness. Show all posts
Showing posts with label OD Awareness. Show all posts

Thursday, 7 November 2019

20:52

ବରପାଲି ହାଇସ୍କୁଲ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ ।

ବରପାଲି ହାଇସ୍କୁଲ ଖେଳପଡ଼ିଆ ଏକ ଐତିହାସିକ ଏବଂ ଓଡ଼ିଶାର ବୃହତ ଖେଳପଡିଆ ଥିଲା , କିନ୍ତୁ ବର୍ତ୍ତମାନ ଖେଳପଡ଼ିଆର ଅବସ୍ଥା ସାଙ୍ଘାତିକ । ଶହ ଶହ ଛାତ୍ର , ଛାତ୍ରୀ , ଖେଳାଳୀ , ମହିଳା , ପୁରୁଷ ଏହି ପଡିଆକୁ ପ୍ରାତଃ ଓ ସନ୍ଧ୍ୟାରେ ନିତ୍ୟ ଆସିଥାନ୍ତି । କିନ୍ତୁ ରାତି ଅନ୍ଧାରରେ ପଡିଆ ପାଲଟି ଯାଏ ମଦ , ସିଗାରେଟ , ମାଂସ ଭୋଜି କରବା ସ୍ଥାନ । ସେମାନେ ଛାଡି ଯାଆନ୍ତି ଭଙ୍ଗା କାଚ , ପ୍ଲାଷ୍ଟିକ ଜରି , ପ୍ଲାଷ୍ଟିକ ଗିଲାସ , ମାଂସ , ହାଡ଼ ଇତ୍ୟାଦି । ଏବେ ଗୋଟିଏ ପ୍ରାଇଭେଟ ସ୍କୁଲର ସ୍ପୋର୍ଟସ ଥିଲା , ସେମାନେ ମଧ୍ୟ ପଛରେ ଛାଡି ଗଲେ କୁଢ଼ କୁଢ଼ ଆବର୍ଜନା । ବରପାଳିର ହୃଦୟସ୍ଥାନରେ ଥିବା ପଡ଼ିଆର ଏପରି ଅବସ୍ଥା ନ ହେଉ ଏହାର ସ୍ଥାୟୀ ପ୍ରତିକାର କରାଯାଉ ।


18:51

ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

କେନ୍ସର ରୋଗ ବରଗଡ଼ ଜିଲ୍ଲା ପାଇଁ ଏକ ଅଭିଶାପ ପାଲଟି ଯାଇଛି । ଏହାଦ୍ୱାରା ଧନହାନି ଏବଂ ପ୍ରାଣପୀଡା ଘଟୁଛି । କେନ୍ସର କାହିଁକି ହେଉଛି କାରଣ ଗୁଡାକ ଖୋଜି ତାର ପ୍ରତିକାରାତ୍ମକ ବ୍ୟବସ୍ଥା କରାଯାଉ ଏବଂ ବରଗଡ଼ ରେ କେନ୍ସର ହସ୍ପିଟାଲ ପ୍ରତିଷ୍ଠା କରାଯାଉ ।

12:32

ଭୂତଳ ଜଳ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ

ଜଳ ହିଁ ଜୀବନ , ଜଳ ହିଁ ବର୍ତ୍ତମାନ ଏବଂ ଭବିଷ୍ୟତ , ଜଳ ବଞ୍ଚାନ୍ତୁ ଜୀବନ ବଞ୍ଚାନ୍ତୁ । ସ୍ୱଚ୍ଛ , ନିର୍ମଳ ଜଳ ଆମର ନିମ୍ନତମ ଆବଶ୍ୟକତା । ଭୂତଳ ଜଳ ସଂରକ୍ଷଣ ଅତ୍ୟନ୍ତ ଆବଶ୍ୟକ ।


Sunday, 3 November 2019

12:50

କେବେ ତିଆରି କରି ପାରିବା କବି ଗଙ୍ଗାଧରଙ୍କ ସ୍ବପ୍ନ ସାକାର , ଯେ ସାରା ଦୁନିଆ କୁ ଦେଇଛନ୍ତି ବିଶ୍ଵ ଦେଖ ମଧୁମୟର ବାର୍ତା ।

ଆଗକୁ NAC ନିର୍ବାଚନ , ତଥାପି ଏମିତି ଅବସ୍ଥା । ବରପାଲି ମୁଖ୍ୟ ସ୍ଥାନ ଗୁଡିକରେ କୁଢ଼ କୁଢ଼ ଆବର୍ଜନା , ଦୁର୍ଗନ୍ଧ , ନାଲି ଜାମ ଏବଂ ରାସ୍ତା ଅତିକ୍ରମଣ ଏକ ସାଧାରଣ ଦୃଶ୍ୟ । ଆମେ କେବେ ତିଆରି କରି ପାରିବା କବି ଗଙ୍ଗାଧରଙ୍କ ସ୍ବପ୍ନ ସାକାର , ଯେ ସାରା ଦୁନିଆ କୁ ଦେଇଛନ୍ତି ବିଶ୍ଵ ଦେଖ ମଧୁମୟର ବାର୍ତା ।


Saturday, 30 March 2019

13:21

ଯାନ ବାହାନ କ୍ଷେତ୍ରରେ 'ପରିବାର ନିୟୋଜନ' କାହିଁକି ନୁହେଁ, ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ଦେଶର ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ସୁପ୍ରିମକୋର୍ଟ । ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରମକୋର୍ଟ କହିଛନ୍ତି ଯେ, ଯାନ ବାହାନ ଗୁଡିକର ମଧ୍ୟ ପରିବାର ନିୟୋଜନ କାହିଁକି କରାଯିବ ନାହିଁ । ଏହା ସହ ଦୈନଦିନ ଜୀବନରେ ପାର୍କିଂକୁ ନେଇ ମଧ୍ୟ ହେଉଥିବା ଝଗଡାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଦିଲ୍ଲୀରେ ବଢୁଥିବା ବାହାନଙ୍କ ସଂଖ୍ୟା, ସେଥି ପାଇଁ ହେଉଥିବା ବାୟୁ ପ୍ରଦୂଷଣ ଏବଂ ପ୍ରତ୍ୟେକ ଦିନ ହେଉଥିବା ଟ୍ରାଫିକକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଖଣ୍ଡପୀଠ ଶୁକ୍ରବାର କହିଛନ୍ତି ଯେ ଗୋଟିଏ ପରିବାରକୁ 4-5ଟି ଗାଡି ରଖିବାକୁ କାହିଁକି ଅନୁମତି ମିଳିବା ଦରକାର । ଗାଡି ଗୁଡିକ ପାଇଁ ପରିବାର ନିୟୋଜନ କରାଯିବା ଦରକାର । ଯାନ ବାହନ କ୍ଷେତ୍ରରେ ମଧ୍ୟ କାହିଁକି ଆମେ ଦୁଇ ଆମର ଦୁଇ ନୀୟମ ଲାଗୁ ନହେବ ।
ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣ ମାମଲାର ଶୁଣାଣି କରି ପୀଠ କହିଛନ୍ତି ଯେ ଏଠାରେ ଗାଡିଙ୍କ ସଂଖ୍ୟା ବହୁତ ଅଧିକ ହୋଇସାରିଛି, ଲୋକଙ୍କ ପାଖରେ ଗାଡି ଛିଡା କରିବାକୁ ମଧ୍ୟ ଜାଗା ନାହିଁ । ପାର୍କିଂ ପାଇଁ ପ୍ରତ୍ୟେକ ଦିନ ଝଗଡା ମଧ୍ୟ ହେଉଛି ।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ଜନସଂଖ୍ୟା 2 କୋଟି ଏବଂ ଏଠାରେ ଗାଡି ସଂଖ୍ୟା ପ୍ରାୟ 1.3 କୋଟି । ଏହା ମଧ୍ୟରୁ 34 ପ୍ରତିଶତ କାର ରହିଛି ।

Saturday, 16 March 2019

20:40

ଚଢ଼ା ଦରରେ ବହି ବିକ୍ରି, ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ପୁସ୍ତକ କିଣିବାକୁ ବାଧ୍ୟ କରାଯାଉଛି , ଘରୋଇ ସ୍କୁଲ କ୍ୟାମ୍ପସରେ ଖୋଲିଛି ବିକ୍ରୟ କେନ୍ଦ୍ର



ନାମଲେଖା ପାଇଁ ଅଭିଭାବକଙ୍କଠାରୁ ଚଢ଼ା ଦର ନେଉଛନ୍ତି ଘରୋଇ ବିଦ୍ୟାଳୟ। ତଥାପି ସ୍କୁଲ କର୍ତୃପକ୍ଷଙ୍କ ମନ ମାନୁନି , ପୁସ୍ତକ ବିକ୍ରି ନାଁରେ କୋମଳମତି ଛାତ୍ରଛାତ୍ରୀଙ୍କଠାରୁ ହଜାର ହଜାର ଟଙ୍କା ନେଉଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌କୁ ଖାତିର କରୁନାହାନ୍ତି। ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ଜାରି ନିୟମକୁ ବି ମାନୁନାହାନ୍ତି। ବଡ଼ ବଡ଼ ତଥା ନାମକରା ସ୍କୁଲଗୁଡ଼ିକ ନିଜ ମର୍ଜିରେ ପିଲାଙ୍କୁ ବହି ‌ପଢ଼ିବାକୁ ଦେଉଛନ୍ତି। ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ତ ଟ୍ରେନିଂ (ଏନ୍‌ସିଇଆର‌୍‌ଟି) ଦ୍ବାରା ପ୍ରକାଶିତ ପୁସ୍ତକ ବଦଳରେ ବାହାର ତଥା ଘରୋଇ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ପିଲାଙ୍କୁ ଦିଆଯାଉଛି। ଯେଉଁଥିପାଇଁ ଏନ୍‌ସିଇଆର୍‌ଟି ଦ୍ବାରା ପ୍ରକାଶିତ ଯେଉଁ ପୁସ୍ତକର ମୂଲ୍ୟ ୨୫୦ଟଙ୍କା ରହିଛି, ତାହାକୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ଦୁଇ ହଜାର ଟଙ୍କାରେ କିଣୁଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକରେ କିଭଳି ଚଢ଼ା ଦରରେ ପୁସ୍ତକ ବିକ୍ରି ହେଉଛି, ତାହାର ଅନୁସନ୍ଧାନ କରିବାକୁ ଆମ ଜଣେ ସାମ୍ବାଦିକ ଏକ ନାମକରା ସ୍କୁଲରେ ପହଞ୍ଚିଥିଲା। ସେଠାରେ ଅଭିଭାବକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ବହି ନେଉଥିଲେ। ରାଜ୍ୟର ଏହି ନାମକରା ବିଦ୍ୟାଳୟରେ ଅଭିଭାବକଙ୍କୁ ନାଲିଆଖି ଦେଖାଇ ଚଢ଼ା ଦରରେ ବହି କିଣିବାକୁ ବାଧ୍ୟ କରାଯାଉଥିବା‌ ଦେଖିବାକୁ ମିଳିଥିଲା। କେତେକ ଅଭିଭାବକ ପ୍ରତିବାଦ କରୁଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ତାହାକୁ ଖାତିର କରୁ ନଥିଲେ। ବରଂ ସିଧାସିଧା କହୁଥିଲେ ନେବ ଯଦି ନିଅ ନ ‌ହେଲେ ନାହିଁ। ୫ମ ଶ୍ରେଣୀର ସବୁ ପିଲା ଏହି ବହି ପଢ଼ୁଛନ୍ତି। ତୁମେ କାହିଁକି ପ୍ରତିବ‌ାଦ କରୁଛ ବୋଲି ସ୍କୁଲ କର୍ମଚାରୀମାନେ ପ୍ରଶ୍ନ କରିଥିଲେ। ଆଉ କୌଣସି ବାଟ ନ ପାଇ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲରୁ ବହି କିଣିଥିଲେ। ଗୋଟିଏ କି ଦୁଇଟି ସ୍କୁଲ ନୁହେଁ।  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘରୋଇ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏଭଳି ଲୁଟ୍‌ କରୁଛନ୍ତି।
ସିବିଏସ୍‌ଇ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀ ୨୦୧୭-୧୮ ଶିକ୍ଷାବର୍ଷରୁ କେବଳ ଏନ୍‌ସିଇଆର‌୍‌ଟି ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବେ ବୋଲି ନିୟମ ହୋଇଥିଲା। ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁହାଯାଇଥିଲା ଯେ ସିବିଏସ୍‌ଇ ଅଧୀନ ଦେଶର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ ଏନ୍‌ସିଇଆର‌୍‌ଟି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ସିଲାବସ୍‌ ଅନୁଯାୟୀ ପୁସ୍ତକ ପ୍ରକାଶିତ ହେବ। ୬୮୦ଟି ଭେଣ୍ତର ସମେତ ନୂଆଦିଲ୍ଲୀସ୍ଥିତ ଏନ୍‌ସିଇଆର‌୍‌ଟିର ମୁଖ୍ୟ କାର୍ଯ୍ୟାଳୟ, ଅହମ୍ମଦାବାଦ, ଆଜମୈର‌୍‌, ବେଙ୍ଗାଲୁର‌ୁ, ଭୋପାଳ, ଭୁବନେଶ୍ବର, କୋଲକାତା ଏବ˚ ମହୀଶୂରରେ ଥିବା ବିକ୍ରୟ କେନ୍ଦ୍ରରେ ବି ପାଠ୍ୟପୁସ୍ତକ ବିକ୍ରି କରାଯିବ। ବିଦ୍ୟାଳୟଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ ପୁସ୍ତକ ଲାଗି ସିବିଏସ୍‌ଇ ୱେବସାଇଟ୍‌ରେ ଆବେଦନ କରିବେ। ୨୦୧୭-୧୮ ଶିକ୍ଷାବର୍ଷରେ ସ୍କୁଲକୁ କେତେ ପୁସ୍ତକ ଆବଶ୍ୟକତା ରହିଛି, କେଉଁ ଶ୍ରେଣୀ ଏବ˚ ବିଷୟ ଅନୁଯାୟୀ କେତେ ସ˚ଖ୍ୟକ ପାଠ୍ୟପୁସ୍ତକ ଦରକାର ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିବେ। ହେଲେ ନିୟମକୁ କେହି ବି ମାନୁନାହାନ୍ତି। ଏନ୍‌ସିଇଆର‌୍‌ଟି ପକ୍ଷରୁ ଯେଉଁ ବହି ୨୫୦ ଟଙ୍କାରେ ମିଳୁଛି ଘରୋଇ ବିଦ୍ୟାଳୟଗୁଡ଼ିକ ତାହାକୁ ୨୦୦୦ ଟଙ୍କାରେ ଛାତ୍ରଛାତ୍ରୀଙ୍କୁ ବିକ୍ରି କରୁଛନ୍ତି। କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆର‌୍‌ଟି ବହି ମିଳୁଥିବା ଜଣାପଡ଼ିଛି। ଏନ୍‌ସିଇଆର୍‌ଟି ବହି ପଢ଼ାଯାଉ ନଥିବା ଅଭିଯୋଗ କରି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପଦେଷ୍ଟା ମନୋଜ ଜେନା ଗତକାଲି ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କା କାନୁନ୍‌ଗୋଙ୍କୁ ସାକ୍ଷାତ କରିଥିଲେ। ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ମହାସଂଘର ସଦସ୍ୟମାନେ  ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି।

Friday, 15 March 2019

19:40

ଛାଡ଼ନ୍ତୁ ଏହି ବଦଭ୍ୟାସ, ନଚେତ ହୋଇପାରେ କିଡନୀ ଖରାପ



ଆଜିକାଲି କମ୍‌ ବୟସରୁ କିଡ଼ନୀ ସମସ୍ୟାର ଶିକାର ହେଉଛନ୍ତି। ଭାରତରେ ୧୦ରୁ ଗୋଟିଏ ବ୍ୟକ୍ତି କିଡନୀ ସମସ୍ୟାରେ ପୀଡ଼ିତ ଅଛନ୍ତି। ଯଦି କିଡନୀକୁ ସୁସ୍ଥ ରଖିବାକୁ ହେଲେ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ କରିବାକୁ ହେବ।କିଡନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ଯେତେବେଳେ ରୋଗ ଗମ୍ଭୀର ହୁଏ ସେତେବେଳେ ରୋଗ ସମ୍ପର୍କରେ ରୋଗୀ ଜାଣିପାରିଥାଏ। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ସେଥିପାଇଁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଯାଞ୍ଚ କରି ଠିକ ସମୟରେ ରୋଗୀର ଚିକିତ୍ସା କରିନେବା ଉଚିତ। ଏବଂ କିଛିଟା ବଦଭ୍ୟାସ ଯେତେ ଶୀଘ୍ର ବଦଳାଇ ପାରିବେ ସେତେ ଭଲ। ଜାଣନ୍ତୁ ସେ ଅଭ୍ୟାସଗୁଡ଼ିକ କ'ଣ?
ଶରୀର ପାଇଁ ନିଦ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କିଡନୀର ପରିଚାଳନା ଆମ ଶରୀର ପାଇଁ ନିହାତି ଜରୁରୀ। ନିଦ ଠିକ୍‌ ଭାବରେ ହେଲେ ଏହା କିଡନୀ ଉପରେ ପଡ଼ିଥାଏ।
ଅଧିକ ମାତ୍ରାରେ ମଦ୍ୟପାନ
ନିୟମିତ ଭାବେ ମଦ୍ୟପାନ ବା ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଏହା ଆମ କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ। ଅଧିକ ମାତ୍ରାରେ ମଦ୍ୟପାନ କେବଳ କିଡନୀ ନୁହେଁ ଲିଭର୍‌ ଉପରେ ବି ପଡ଼ିଥାଏ।
ବ୍ଲଡପ୍ରେସର କମ୍‌ ବା ବେଶୀ ହେଲେ
ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର) କିଡନୀ ପାଇଁ ହାନିକାରକ। ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତକୋଷିକା ଉପରେ ପ୍ରଭାବ ପଡ଼ିଥାଏ। ଯଦି ବିପି ସମସ୍ୟା ରହୁଛି ତେବେ ଠିକ୍‌ ସମୟରେ ଏହାର ଉପଚାର କରିବା ଆବଶ୍ୟକ। ଏଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ।
ଅଧିକ ଓ କମ୍‌ ମାତ୍ରାରେ ପାଣି ପିଇବା
ପାଣିର ମାତ୍ରା ଅଧିକ ହେଉ ବା କମ୍‌ ଏହା ଶରୀର ପାଇଁ କ୍ଷତିକାରକ। ବହୁତ କମ୍‌ ପାଣି ପିଇଲେ କିଡନୀରେ ଛାଣି ହେବା ପ୍ରକ୍ରିୟା ଧିମା ପଡ଼ିଥାଏ। ଏବଂ ଅଧିକ ପାଣି ପିଇଲେ କିଡିନୀରେ ଚାପ ପଡ଼ିଥାଏ। ଶରୀରର ଆବଶ୍ୟକତା ଅନୁସାରେ ଗୋଟେ ଦିନରେ ଦେଢ଼ରୁ ଦୁଇ ଲିଟର ପାଣି ପିଇବା ଆବଶ୍ୟକ।
ଅଧିକ ମେଡିସିନ୍‌ ସେବନ
ଅଧିକ ମେଡିସିନ୍‌ର ସେବନ କିଡନୀ ପାଇଁ କ୍ଷତିକାରକ। ଯଦି ଲମ୍ବା ସମୟ ଧରି ପେନ୍‌ କିଲର୍‌ ସେବନ କରିବେ ଏହା କିଡନୀ ପାଇଁ କ୍ଷତିକାରକ। ଯଦି ମୁତ୍ର ସଂକ୍ରମଣ ହେଉଛି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ମୁତ୍ର ରୋକିଲେ
ଅଧିକ ସମୟ ଧରି ମୁତ୍ର ରୋକିଲେ କିଡନୀ ସମସ୍ୟା ଦେଖାଦିଏ।

19:20

ଆଜି ୱାଲ୍ଡ ସ୍ଲିପ୍ ଡେ , ସୁସ୍ଥ ରହିବା ପାଇଁ ୮ଘଣ୍ଟା ଶୋଇବା ଆବଶ୍ୟକ


ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୧୫କୁ ୱାଲ୍ଡ ସ୍ଲିପ୍ ଡେ ରୂପେ ପାଳନ କରାଯାଏ । ୱାଲ୍ଡ ସ୍ଲିପ୍ ଡେରେ ଚଳିତ ବର୍ଷ 'ଐରବକ୍ଷଗ୍ଧଷଚ୍ଚ ଗ୍ଦକ୍ଷରରକ୍ଟ୍ର ବଦ୍ଭୟ ଐରବକ୍ଷଗ୍ଧଷଚ୍ଚ ବଶର ' ଥିମ ରହିଛିି. ଏହି ସ୍ଲିପ୍ ଡେ ରେ ଅସୁସ୍ଥ ଲୋକମାନଙ୍କୁ ୭ରୁ ୮ ଘଂଟା ଶୋଇବା ଅଭ୍ୟାସ କରିବା ଉଚିତ ।
ଶୋଇବା କମ କାରଣରୁ ହୃଦରୋଗ ,ଷ୍ଟୋକ ,ଉଚ୍ଚ ରକ୍ତଚାପ , ମଧୁମେୟ ଏବଂ ଓଜନ ବଢିବାର ସମସ୍ୟା ଦେଖାଯାଇଥାଏ । ନିଜ ଶରୀରର ଓଜନ କମ କରିବା ପାଇଁ ଅଧିକ ମାତ୍ରାରେ ନିଦ ଏବଂ ବ୍ୟାୟାମ ନିହାତି ଜରୁରୀ ହୋଇଥାଏ । କମ ଶୋଇବା କାରଣରୁ ଓଜନ ବୃଦ୍ଧି ହେବା ସହ ଶରୀର ଅସୁସ୍ଥ ହୋଇଥାଏ । କମ ଶୋଇବା କାରଣରୁ ଘରଲିନ ହରମୋନ ଶରୀରର କ୍ଷତି କରିଥାଏ । ଏହି ହରମୋନ ଶରୀରକୁ ଦୁର୍ବଳ କରିଦେଇଥାଏ ।
ନିଦ ଠିକ ସେ ହୋଇନଥିଲେ ଶରୀରର ଲାପଟିନ ହରମୋନ ପରିମାଣ କମ ହେଉଥିବା ବେଳେ ଘରଲିନ ହରମୋନର ସ୍ତର ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଅଧିକ ଭୋକ ଲାଗେ ଓ କିଛି ଖାଦ୍ୟ ଖାଇବାକୁ ମନ ହୋଇଥାଏ । ଯାହା ଦ୍ୱାରା ଶରାରର ଓଜନ ବଢିଥାଏ । ଉପଯୁକ୍ତ ପରିମାଣର ନିଦ୍ରା ନ ପାଇଲେ ମସ୍ତିଷ୍କ ଠିକ ରହିନଥାଏ । ଆପଣଙ୍କ ଓଜନକୁ ଠିକ ରଖିବାକୁ ହେଲେ ୭ରୁ ୮ ଘଂଟା ଶୋଇବାକୁ ହେବ ।

Thursday, 14 March 2019

12:02

ଗ୍ରାହକଙ୍କୁ ସତର୍କ କଲା ଏସବିଆଇ



ସମ୍ଭାବ୍ୟ ଠକେଇ ନେଇ ଗ୍ରାହକଙ୍କୁ ସଚେତନ କରାଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । ହ୍ୱାଟସଆପକୁ ଆସୁଥିବା ଏକ ମେସେଜକୁ ନେଇ ଗ୍ରାହକଙ୍କୁ ସଚେତନ କରାଇଛି ଏସବିଆଇ । ଭ୍ରମାତ୍ମକ ମେସେଜରୁ ଦୂରେଇ ରହିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି ।
ଖବର ମୁତାବକ ଗ୍ରାହକଙ୍କୁ କିଛି ଦିନ ହେବ ଏକ ଭୁଲ ଓଟିପିର ମେସେଜ ଆସୁଥିବା କହିଛି ଏସବିଆଇ । ଏହା ପରେ ଅନଲାଇନ ମାଧ୍ୟମରେ ଗ୍ରାହକଙ୍କୁ ଠକୁଥିବା ସଂସ୍ଥା ଏସବିଆଇ ଏଂଜେଟଙ୍କ ପରିଚୟ .ଦେଇ ଲୋକଙ୍କ ସହ କଥା ହୋଇ ତାଙ୍କ ବିଶ୍ୱାସ ଜିତି ଅସଲି ଓଟିପି ନମ୍ବର ମାଗୁଥିବା କୁହାଯାଇଛି ।
ସୂଚନା ଅନୁସାରେ, ହ୍ୱାଟସଆପର ଓଟିପି ମେସେଜ ସହ ଏକ ୱେବ ଲିଙ୍କ ମଧ୍ୟ ଠକ ସଂସ୍ଥା ଗ୍ରାହକଙ୍କୁ ପଠାଉଛି । ଯେଉଁଥିରେ କ୍ଲିକ୍ କଲେ ଫୋନରୁ ଭାଇରସ ଏବଂ ମେଲବିୟର ଆପ ଡ଼ାଉନଲୋଡ ହେଉଥିବା ମଧ୍ୟ କୁହାଯାଇଛି । କିଛି ମାମଲାରେ ଅନଲାଇନ୍ କ୍ରେଡ଼ିଟ ଏବଂ ଡ଼େବିଟ୍ କାର୍ଡ଼ ବିଷୟରେ ମଧ୍ୟ ପଚରାଥିବା ଦେଖିବାକୁ ମିଳିଛି । ଏହା ପରେ ଗ୍ରାହକଙ୍କ ଆଇଡ଼ି ହ୍ୟାକ ହେଉଥିବା ଏସବିଆଇ ପକ୍ଷରୁ କୁହାଯାଇଛି । ଏଭଳି ମେସେଜ ନିକଟରୁ ଦୂରେଇ ରହିବାକୁ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଏହା ସହ ଯଦି କୌଣସି ଗ୍ରାହକ ଏହି ଠକ ସଂସ୍ଥା ମାଧ୍ୟମରେ କିଛି ତଥ୍ୟ ପ୍ରକାଶ କରିଛନ୍ତି ତେବେ ୩ ଦିନ ଭିତରେ ବ୍ୟାଙ୍କରେ ଏନେଇ ସୂଚିତ କରାଇବାକୁ କୁହାଯାଉଛି । ନଚେତ ଏସବିଆଇ ନମ୍ବର ୯୨୧୨୫୦୦୮୮୮ରେ ନିଜ ସମସ୍ୟା ସମ୍ପର୍କରେ ମେସେଜ ମାଧ୍ୟମରେ ଜଣାଇବାକୁ କୁହାଯାଇଛି ।

10:45

ଜାତିସଙ୍ଘ ରେ ଚୀନର ଦାଦାଗିରି


ଜାତିସଙ୍ଘ ରେ ଚୀନର ଦାଦାଗିରି

ଜାତିସଙ୍ଘ ରେ ଚୀନର ଦାଦାଗିରି । ପୁଲବାମା ଆଟେକ ପରେ ସାରା ବିଶ୍ୱରେ ଜେସ ଏ ମହମ୍ମଦ ର ମୁଖ୍ୟ ମସୂଦ ଅଜହର ର ଆତଙ୍କବାଦୀ କାର୍ଯ୍ୟକଳାପ ସ୍ପଷ୍ଟ ହୋଇସାରିଛି । କିନ୍ତୁ ଚୀନ ଲଗାତାର ବଞ୍ଚାଇ ଚାଲୁଛି ଏହି ପାକିସ୍ତାନ ପାଳିତ ଆତଙ୍କବାଦୀ ମସୁର ଅଜହର କୁ । ଗତ ରାତି ରେ ଆମେରିକା , ବ୍ରିଟେନ , ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶ ଗୁଡିକ ର ପ୍ରସ୍ତାବ ରେ ଲଗାତାର ଚତୁର୍ଥ ଥର ବିଟୋ ପ୍ରୟୋଗ କରିଛି ଚୀନ । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତି ଏବଂ ସଂଗଠନ କୁ ପାକିସ୍ତାନ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ଦେଇ ପାଳି ଆସୁଛି । ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ସାହସ କୁ ବଢାଇ ଅଛି ଚୀନ । ଭାରତବାସୀଙ୍କୁ ଜାଣିବାକୁ ହେବ ଯେ ଚୀନ ମଧ୍ୟ ହେଇଉଛି ଏକ ବଡ଼ କଣ୍ଟା ଯିଏ ଭାରତ ବିରୋଧରେ ଆତଙ୍କ କୁ ପ୍ରଶ୍ରୟ ଦେଉଛି । ଚୀନ ସହିତ ଭାରତ ପ୍ରତ୍ୟକ୍ଷ ଲଢେ଼ଇ କରି ପାରିବ ନାହିଁ କିନ୍ତୁ ଚୀନ ବିରୋଧ ରେ ଆର୍ଥିକ ଲଢେଇ ଲଢ଼ି ପାରିବ । ଭାରତ ସରକାର ଉପରେ ଚିନର କୋଟି କୋଟି ଟଙ୍କା ଋଣ ବୋଝ ରହିଛି ଏବଂ ବିଭିନ୍ନ ପ୍ରକାର ଅନ୍ତର୍ଜାତୀୟ କଟକଣା ରହିଛି ଯାହାଦ୍ୱାରା ଭାରତ ସରକାର ପ୍ରତ୍ୟକ୍ଷ ଭାବେ ଚୀନ ବିରୋଧ ରେ କିଛି କରିବା ସମ୍ଭବ ନୁହେଁ । କିନ୍ତୁ ଆମେ 125 କୋଟି ଭାରତବାସୀ ସ୍ୱାଧୀନ ଅଟୁ , ଆମେ ସମସ୍ତେ ମିଳିମିଶି ଚୀନ କୁ ଆର୍ଥିକ ବହିଷ୍କାର କରି ପାରିବା । ଚୀନ ରେ ତିଆରି ସାମାନ ଆଜି ଭାରତର ଘରେ ଘରେ ପଶି ସାରିଛି ଏବଂ ସାମାନ ଜରିଆରେ ଚୀନ ଭାରତର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଛି । ଆମେ ଜାଣି ରଖିବା ଜରୁରୀ ଯେ ଆମେ ବ୍ୟବହାର କରୁଥିବା ଚୀନ ରେ ତିଆରି ମୋବାଇଲ ଏମ ଆଇ , ଅପ୍ପୋ , ବିଵୋ , ଜିଓ ଫୋନ ଏବଂ ଚୀନ ରେ ତିଆରି ହୋଇଥିବା ଆପ ୟୁ ସି ବ୍ରାଉଜର , ପେଟିଏମ ଇତ୍ୟାଦି ଆମର ସମସ୍ତ ପ୍ରକାର କାର୍ଯ୍ୟକଳାପ କୁ ରେକର୍ଡ କରୁଛନ୍ତି । ତେଣୁ ସାବଧାନ ଜନତା ନିଜେ ଦେଶ ପାଇଁ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

Tuesday, 12 March 2019

13:36

ନିର୍ବାଚନ ଲାଗି ଟଙ୍କା କାରବାର ହେଉଥିଲେ, ଏହି ନମ୍ବରରେ ଫୋନ୍‌ କରନ୍ତୁ



ନିର୍ବାଚନକୁ ଅବାଧ ଓ ନିରପେକ୍ଷ ରଖିବା ଲାଗି ତଥା ଟଙ୍କା କାରବାର ରୋକିବା ପାଇଁ ଆୟକର ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ରାଜ୍ୟ ଆୟକର ଭବନରେ ଦିନରାତି ୨୪ ଘଣ୍ଟିଆ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ ସହ ଟୋଲ ଫ୍ରି ନମ୍ବର ବ୍ୟବସ୍ଥା ହୋଇଛି । ନିର୍ବାଚନ ଉଦ୍ଦେଶ୍ୟରେ ଯଦି କେଉଁଠି ଟଙ୍କା କାରବାର ହେଉଥାଏ, ତା'ହେଲେ ସଂପୃକ୍ତ ନମ୍ବରରେ ଫୋନ୍ କରିବାକୁ କୁହାଯାଇଛି ।




ଏହି ଟୋଲ ଫ୍ରି ନମ୍ବରଟି ହେଲା ୧୮୦୦-୩୪୫-୭୧୬୦। ନିର୍ବାଚନବେଳେ ଯଦି କେଉଁଠି ଟଙ୍କା କାରବାର ହେଉଥିବା ଦେଖିବାକୁ ମିଳେ, ତା' ହେଲେ ଏହି ନମ୍ବରରେ କଲ୍ କରିବାକୁ କୁହାଯାଇଛି। ଏ ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

13:14

ବିଲ୍‌ଡର୍‌, ଜୁଏଲର୍‌ଙ୍କ ଜମା ସ୍କିମ୍‌ ଉପରେ ରୋକ



ବିଲଡର୍‌ ଓ ଗହଣା ପ୍ରତିଷ୍ଠାନ ଗୁଡ଼ିକ ଗ୍ରାହକମାନଙ୍କ ପାଇଁ ଘୋଷଣା କରୁଥିବା ଅନିୟନ୍ତ୍ରିତ ଜମା ସ୍କିମ୍ ଉପରେ ସରକାର ରୋକ ଲଗାଇଛନ୍ତି। ଏଭଳି ସ୍କିମ୍‌ରେ କଂପାନିଗୁଡ଼ିକ ଉଚ୍ଚ ସୁଧ ହାରର ପ୍ରତିଶ୍ରୁତି ଦେଇ ଗ୍ରାହକଙ୍କ ଠାରୁ ଟଙ୍କା ନେଉଛନ୍ତି ଏବଂ ସେହି ଟଙ୍କାକୁ ନିଜ କାମରେ ବ୍ୟବହାର କରୁଛନ୍ତି। ଏସବୁ ସ୍କିମ୍‌ରେ ଗ୍ରାହକମାନେ ଟଙ୍କା ହରାଇବାର ବିପଦ ରହିଥିବାରୁ ସରକାର ସେଗୁଡ଼ିକ ଉପରେ କଟକଣା ଲଗାଇଛନ୍ତି। ଦେଶର ଦ୍ବିତୀୟ ଓ ତୃତୀୟ ଶ୍ରେଣୀ ସହରଗୁଡ଼ିକରେ ଥିବା ବିଲ୍‌ଡର୍‌ ଏବଂ ଗହଣା ପ୍ରତିଷ୍ଠାନଗୁଡ଼ିକ ଏଭଳି ସ୍କିମ୍ ଅଧିକ ଘୋଷଣା କରୁଥିବା ଜଣାପଡ଼ିଛି। କେବଳ ଗହଣା ପ୍ରତିଷ୍ଠାନ ଓ ବିଲଡର୍‌ ସଂସ୍ଥା ନୁହେଁ, ସେମାନଙ୍କ ଭଳି ମଞ୍ଜୁରି ନଥିବା ଅନ୍ୟ ‌େଯକୌଣସି ସଂସ୍ଥା ‌ଲୋଭନୀୟ ଜମା ସ୍କିମ୍ ଘୋଷଣା କରୁଛନ୍ତି, ସେଗୁଡ଼ିକ ଉପରେ ମଧ୍ୟ ସରକାର ରୋକ ଲଗାଇଛନ୍ତି। ଏହା ଜରିଆରେ ଗ୍ରାହକମାନଙ୍କ ସ୍ବାର୍ଥ ରକ୍ଷା କରିବାକୁ ପ୍ରୟାସ କରାଯାଇଛି।ସରକାର ନିକଟରେ ଅନିୟନ୍ତ୍ରିତ ଜମା ସ୍କିମ୍ ଅଧ୍ୟାଦେଶକୁ ମଞ୍ଜୁରି ପ୍ରଦାନ କରିଥିଲେ। କେବଳ ଅନୁମୋଦନ ଥିବା ଜମା ସ୍କିମ୍‌ଗୁଡ଼ିକୁ ଆଇନଗତ ଭାବେ ବୈଧ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସବୁ ପ୍ରକାର ଜମା ସ୍କିମ୍‌କୁ ଅବୈଧ ଘୋଷଣା କରାଯାଇଛି। ଏହି ଅଧ୍ୟାଦେଶ ଦ୍ବାରା ବିଲ୍‌ଡର୍‌, ଗହଣା ପ୍ରତିଷ୍ଠାନ ଏବଂ ମଞ୍ଜୁରି ନଥାଇ ଘୋଷଣା କରାଯାଉଥିବା ଜମା ସ୍କିମ୍‌ଗୁଡ଼ିକ ପ୍ରଭାବିତ ହେବ। ମାତ୍ର ବ୍ୟାଙ୍କ, ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ଅନୁଷ୍ଠାନ (ଏନବିଏଫ୍‌ସି) ଓ ସେହି ଧରଣର ସଂସ୍ଥା ଯେଉଁମାନଙ୍କ ପାଖରେ ଜମା ସ୍କିମ୍ ଲାଗୁ କରିବାର ମଞ୍ଜୁରି ରହିଛି, ସେମାନଙ୍କ ସ୍କିମ୍‌ ଏହି ଅଧ୍ୟାଦେଶ ଯୋଗୁ ପ୍ରଭାବିତ ହେବ ନାହିଁ।

Monday, 11 March 2019

16:37

ଏସବୁ ହାର୍ଟ ଆଟାକ୍‌ର ପୂର୍ବ ଲକ୍ଷଣ...




ପରିବର୍ତ୍ତିତ ଜୀବନଶୈଳୀରେ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ହାର୍ଟ ଆଟାକ୍‌ ହେବା ପୂର୍ବରୁ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ଦୀର୍ଘ ଦିନ ଧରି ହାଡଗୋଡ ଦାନ୍ତ, ମୁଣ୍ଡ ଆଦି ବିନ୍ଧା ହେବା କିମ୍ବା ଛାତିରେ ଅସ୍ବାଭାବିକ ଯନ୍ତ୍ରଣା ହେବା ହାର୍ଟ ଆଟାକ୍‌ର ପୂର୍ବ ସୂଚନା। ଏପରି ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସେହିପରି ମୁଣ୍ଡରେ ଅସହ୍ୟ ଜଳାପୋଡ଼ା ଭଳି ଅନୁଭବ ହେଲେ ଏହା ମଧ୍ୟ ହାର୍ଟ ଆଟାକ୍‌କୁ ସୂଚିତ କରିଥାଏ। ଦୀର୍ଘ ଦିନ ଧରି ଖାଦ୍ୟ ହଜମ ନ ହେବା ହାର୍ଟ ଆଟାକ୍‌ର ଲକ୍ଷଣ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା କିଛି ବାଟ ଚାଲିଗଲେ ଧଇଁସଇଁ ହେବା ହାର୍ଟ ଆଟାକ୍‌ର ସଙ୍କେତ ଦେଇଥାଏ। ଲଗାତାର ଭାବେ ବାନ୍ତିି ଓ ପେଟରେ ଯନ୍ତ୍ରମା ହେବା ହାର୍ଟ ଆଟାକ୍‌ର ପୂର୍ବ ଲକ୍ଷଣ ବୋଲି ଡାକ୍ତର କହିଥାନ୍ତିା କାନ୍ଧରେ ହାତରେ ଅବା ମେରୁଦଣ୍ଡରେ ଯନ୍ତ୍ରଣା ହେଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହେଉ ନ ଥିବାର ସୂଚନା ମିଳିଥାଏ। ଏହା ପରବର୍ତ୍ତୀ ସମୟରେ ହାର୍ଟ ଆଟାକକୁ ଡାକି ଆଣିଥାଏ। 

Thursday, 7 March 2019

18:47

ଗ୍ରାହକ ସାବଧାନ , ଅଧା ଦର ଲୋଭ , ଅତିଲୋଭରେ ମୃତ୍ୟୁ


ଗ୍ରାହକ ସାବଧାନ , ଅଧା ଦର ଲୋଭ , ଅତିଲୋଭରେ ମୃତ୍ୟୁ ।

 ଅଧା ଦର ରେ ସାମାନ ବିକ୍ରି ଲୋଭ ଦେଖାଇ ଭାରତର ବିଭିନ୍ନ ସହର , ଗାଁ ରେ ଗ୍ରାହକ ମାନେ ଲକ୍ଷ ଲକ୍ଷ ଟଙ୍କା ଠକେଇ ର ଶିକାର ହୋଉଛନ୍ତି । ଶତକଡ଼ା 45 ଅର୍ଥ ପାଖାପାଖି ଅଧା ଦର ରେ ସମାନ ଦେବା ଲୋଭ ଦେଖେଇ ଅଗ୍ରୀମ ଟଙ୍କା ସଂଗ୍ରହ କରି 15 ଦିନ ପରେ ସାମାନ ଯୋଗାଇଦେବା କହି ପ୍ରଥମେ କିଛି ଗ୍ରାହକଙ୍କୁ ସାମାନ ଯୋଗାଇ ଥାଆନ୍ତି । ପରେ ଯେତେ ବେଳେ 60 ରୁ 70 ଲକ୍ଷ ସଂଗ୍ରହ ହୋଇଯାଏ , ଦୋକାନ ରେ ଥିବା 1 ରୁ 2 ଲକ୍ଷ ର ସାମାନ ଛାଡି ରାତାରାତି ଫେରାର ହୋଇଯାଆନ୍ତି । ପରେ ଗ୍ରାହକ ମାନେ ଅଗ୍ରୀମ ଟଙ୍କା ଦେଇଥିବା ରସିଦ ଧରି ଠକେଇର ଶିକାର ହୁଅନ୍ତି ।
ଏପରି ଠକ ମାନେ ବାହାରୁ ଆସି ଚଢା ଦରରେ ଦୋକାନ ଭଡା ନେଇ ଥାଆନ୍ତି । ସ୍ଥାନୀୟ ପିଲା ଝିଅ ମାନଙ୍କୁ ଅଧିକ ଦରମା ଦେଇ ପ୍ରଚାର ପାଇଁ ଘର ଘର ପଠାନ୍ତି । ପରେ ଏହି ଦୋକାନ ମାଲିକ ଏବଂ କାମ କରୁଥିବା କର୍ମଚାରୀ ହଇରାଣ ହୋଇଥାଆନ୍ତି । ଅତି ଲୋଭ ନ କରି ଏପରି ସ୍କିମ ଆଗୁଆ ଅର୍ଥ ଦିଅନ୍ତୁ ନାହିଁ । ସ୍ଥାନୀୟ ପୋଲିସ , ପ୍ରଶାସନ ମଧ୍ୟ ଠକେଇ ହେବ ଆଗରୁ ଉଚିତ ପଦକ୍ଷେପ ନେବା ଜରୁରୀ ଅଟେ ।