Welcome To BN News . Always With Common People .

Breaking

Thursday 28 March 2019

ଭାରତର ନାହିଁ ଦମ୍‌, ଆମ ଜିନିଷ ବ୍ୟବହାର କରିବାକୁ ବାଧ୍ୟ: ଚୀନ ମିଡିଆ



ନିକଟରେ ଚୀନ ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚତୁର୍ଥଥର ପାଇଁ ମସୁଦ୍‌ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ଉପରେ ଭିଟୋର ବ୍ୟବହାର କରିବା ସହିତ ବହୁତ ଦିନରୁ ପାକିସ୍ତାନକୁ ସବୁ ପ୍ରକାର ସାହାଯ୍ୟ କରିଆସିଛି । ଏହା ପରେ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ନ କରିବା ପାଇଁ କଥା ଉଠିଥିଲା । ଚାନ ସାମଗ୍ରୀ ବ୍ୟବହାର ନ କରିବା ପ୍ରସଙ୍ଗରେ ଚୀନ ମିଡିଆ ଭାରତ ଉପରେ ତାତ୍ସଲ୍ୟ କରିଛି ।
ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି କି, ଭାରତର ମାନ୍ୟୁଫାକ୍ଚରିଂ ଇଣ୍ଡଷ୍ଟ୍ରି ଆଜିବି ଅବିକଶିତ ଏବଂ ପ୍ରତିଦ୍ୱନ୍ଦିତା କରିବାର କ୍ଷମତା ନାହିଁ । ଏହା ପ୍ରମୁଖ କାରଣ ଯେଉଁଥିପାଇଁ ଆଜି ପର‌୍ୟ୍ୟନ୍ତ ଚାଇନିଜ୍ ପ୍ରଡକ୍ଟଗୁଡିକର ବୟକଟ୍ ଭାରତରେ ହେବା ସମ୍ଭବ ନୁହେଁ । ସୋମବାର ପ୍ରକାଶ ପାଇଥିବା ଏକ ବ୍ଲଗ୍‌ରେ କୁହାଯାଇଛି କି, କିଛି ଭାରତୀୟ ବିଶ୍ଲେଷକ ମେଡ୍‌ ଇନ ଚାଇନା ପ୍ରଡକ୍ଟକୁ ବହିଷ୍କାର କରିବାକୁ ଅପିଲ୍ କରୁଛନ୍ତି । ଖାସକି ମସୁଦ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ପ୍ରୟାସକୁ ଜାତିସଂଘରେ ଚୀନ ଦ୍ୱାରା ଭିଟୋ ବ୍ୟବହାର କରି ରୋକାଯିବା ପରେ ୰ଈକ୍ଟଚ୍ଚମକ୍ଟଗ୍ଧଉଷସଦ୍ଭରଗ୍ଦରଚକ୍ସକ୍ଟୟଙ୍କମଗ୍ଧଗ୍ଦ ଟ୍ୱିଟରରେ ବେଶ୍ ଲୋକପ୍ରିୟ ହୋଇଛି । ଭାରତ ନିଜେ ନିଜର ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଥିବାରୁ ଚୀନ ପ୍ରଡକ୍ଟ ବ୍ୟବହାରକୁ ବନ୍ଦ କରିପାରୁନାହିଁ ।

No comments:

Post a Comment