Welcome To BN News . Always With Common People .

Breaking

Saturday 30 March 2019

ଦାଗୀ ନେତାମାନେ ନିଜର କଳା କାରନାମା ପ୍ରଚାର ନକରିବା ନେଇ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ, ଇସି ଓ କେନ୍ଦ୍ରକୁ ନୋଟିସ୍


ନିର୍ବାଚନରେ ଲଢୁଥିବା ସମସ୍ତ ପ୍ରର୍ଥୀ ନିଜ ବିରୋଧରେ ଚାଲିଥିବା ଅପରାଧୀକ ମାମଲା ବିଷୟରେ ସୂଚନା ଦେବେ ବୋଲି ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏବେ ଏହି ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା କୋର୍ଟରେ ଯାଚିକା ଦାୟର ହୋଇଛି । ଏଥିପାଇଁ କେନ୍ଦ୍ର ସରକାର ଏବଂ ନିର୍ବାଚନ ଆୟୋଗକୁ ସୁପ୍ରିମକୋର୍ଟ ନୋଟିସ ଜାରୀ କରିଛନ୍ତି ।
ଜଷ୍ଟିସ୍ ଆର ଏଫ ନରୀମନ ଏବଂ ଜଷ୍ଟିସ୍ ବିନୀତ ସରନଙ୍କ ପୀଠ ଅଧୀବକ୍ତା ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଯାଚିକା ଉପରେ ଶୁଣାଣୀ କରିବା ସମୟରେ ନିର୍ବାଚନ କମିଶନଠାରୁ ୨୦୧୮ ସେପ୍ଟେମ୍ବର ୨୫ର ନିଷ୍ପତି କାର୍ଯ୍ୟକାରୀ ନହେବା ଉପରେ ଜବାବ ମାଗିଛନ୍ତି । ଏକ ଜନହିତ ଯାଚିକାରେ ଶୁଣାଣୀ କରିବା ସମୟରେ ସୁପ୍ରିମକୋର୍ଟ ଗତବର୍ଷ କହିଥିଲେ କି, ସମସ୍ତ ପ୍ରତ୍ୟାଶୀ ନିର୍ବାଚନ ଲଢିବା ପୂର୍ବରୁ ଆୟୋଗ ସମକ୍ଷରେ ନିଜର ଅପରାଧୀକ ପୃଷ୍ଠଭୂମି ଘୋଷଣା କରିବାକୁ ପଡିବ ଏବଂ ପ୍ରତ୍ୟାଶୀମାନେ ପେପର ଏବଂ ଟିଭି ମିଡିଆ ମାଧ୍ୟମରେ ଏଥିପାଇଁ ପ୍ରଚାର ପ୍ରସାର କରିବେ । ଯାହା ଫଳରେ ମତଦାତାମାନେ ସେମାନଙ୍କ ବିଷୟରେ ଜାଣି ପାରିବେ ।
ଗତ ବର୍ଷ ଅକ୍ଟୋବର ୧୦ରେ ଫାର୍ମ ୨୬ର ସଂଶୋଧନ କରି ନିର୍ବାଚନ ଆୟୋଗ ଏକ ଅଧୀସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ରାଜନୈତିକ ଦଳମାନେ ନିଜର ଅପରାଧୀକ ମାମଲାରେ ପ୍ରକାଶ କରିବେ । ତେବେ ଆଗତ ହୋଇଥିବା ଯାଚିକାରେ କୁହାଯାଇଛି କି, ଆୟୋଗ ପ୍ରମୁଖ ସମାଚାର ପତ୍ର ଏବଂ ଚ୍ୟାନେଲ ସୂଚୀ ପ୍ରକାଶ କରି ନାହାଁନ୍ତି କିମ୍ବା ପ୍ରତ୍ୟାଶୀମାନେ ନିଜର ଅପରାଧୀକ ମାମଲା ଘୋଷଣା କରିବା ପାଇଁ କୌଣସୀ ନିର୍ଦ୍ଧିଷ୍ଟ ସମୟସୀମା ଦିଆଯାଇ ନାହିଁ ।

No comments:

Post a Comment