Welcome To BN News . Always With Common People .

Breaking

Monday 1 April 2019

ପାନକାର୍ଡକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ୬ ମାସ ବଢିଲା



ନୂଆଦିଲ୍ଲୀ, ମାର୍ଚ୍ଚ ୩୧:
କେନ୍ଦ୍ର ସରକାର ରବିବାର ପାନ କାର୍ଡକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ଛଅ ମାସ ବଢାଇ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କରିଛନ୍ତି। ଏହାକୁ ମିଶାଇ ସରକାର ଷଷ୍ଠ ଥର ପାନକୁ ଆଧାର ସହ ସଂଯୋଗ କରିବାର ସମୟ ସୀମା ବୃଦ୍ଧି କରିସାରିଲେଣି। ଗତ ବର୍ଷ ଜୁନରେ ସରକାର ପାନକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତିଥି ମାର୍ଚ୍ଚ ୩୧ ସ୍ଥିର କରିଥିଲେ।
ସିବିଡିଟି ପକ୍ଷରୁ ଆଜି ଜାରି ବୟାନରେ କୁହାଯାଇଛି ଯେ, ଯଦି କୌଣସି ବିଶେଷ ରିହାତି ଦିଆଯାଉ ନାହିଁ ତେବେ ଆଧାର ସଂଖ୍ୟା ବିଷୟରେ ସୂଚନା ଦେବା ଏବଂ ପାନକାର୍ଡକୁ ଆଧାର ସହ ସଂଯୋଗ କରିବାର ଅନ୍ତିମ ତାରିଖ ୨୦୧୯ ସେପ୍ଟେମ୍ବର ୩୦ ସ୍ଥିର କରାଯାଇଛି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ, ୨୦୧୯ ଏପ୍ରିଲ ୧ରେ ଆୟକର ରିଟର୍ଣ୍ଣ ଭରିବା ସମୟରେ ଆଧାର ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ ହେବ।

No comments:

Post a Comment