Information
19:25
Showing posts with label Information. Show all posts
Showing posts with label Information. Show all posts
Thursday, 19 December 2019
Thursday, 7 November 2019
Monday, 4 November 2019
Whatsapp
13:43
WhatsApp fingerprint lock is finally rolled out for Android users
WhatsApp fingerprint lock is finally rolled out for Android users. Use your fingerprint unlock option to secure your WhatsApp on Android devices.
Android WhatsApp users can now use the same
fingerprint unlock feature from iPhones to unlock the app. There are multiple lock settings available for different devices inside the app. It’s available via the latest update and currently can be downloaded in India.
fingerprint unlock feature from iPhones to unlock the app. There are multiple lock settings available for different devices inside the app. It’s available via the latest update and currently can be downloaded in India.
Activate Fingerprint Lock on your WhatsApp :-
- Update the WhatsApp application, and relaunch the app
- Click on the ‘three dots’ on top right and go to settings
- Now click on Accounts > Privacy > Fingerprint Lock
- Enable Fingerprint Lock on WhatsApp, verify your fingerprint and choose a time when you want your device to be automatically locked
- Your WhatsApp Fingerprint Lock is now activated.
You can add WhatsApp Fingerprint Lock to authenticate the content on your notifications and notification panel. There’s a time limit you can choose which will close the app or ask for fingerprint authentication after a specific time limit.
Labels:
Information,
Technical,
Whatsapp
Saturday, 2 November 2019
Monday, 11 March 2019
Information
12:51
ସତ୍ୟପାଠ ଦାଖଲ ପ୍ରକ୍ରିୟାରେ ସଂଶୋଧନ : ପ୍ୟାନ କାର୍ଡ ବାଧ୍ୟତାମୂଳକ
ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସତ୍ୟପାଠ ଦାଖଲ ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି ନିର୍ବାଚନ କମିଶନ । ନୂଆ ବ୍ୟବସ୍ଥା ଅନୁଯାୟୀ ଏଣିକି ପ୍ରାର୍ଥୀମାନେ ନିଜ ସତ୍ୟପାଠର ସବୁ କଲମକୁ ପୂରଣ କରିବା ବାଧ୍ୟତାମୂଳକ । ଯଦି କୌଣସି କଲମରେ ଉଲ୍ଲେଖ କରିବା ଯୋଗ୍ୟ ବିଷୟ ନଥିବ ତେବେ ସେଠାରେ ପ୍ରାର୍ଥୀ 'ନିଲ୍' ବୋଲି ଲେଖିବେ । ଏହା ନଲେଖିଲେ ସତ୍ୟପାଠ ଖାରଜ ହୋଇଯିବାର ସମ୍ଭାବନା ରହିଛି । ପୂର୍ବଥର ପରି ଏଥର ଅତିରିକ୍ତ ସତ୍ୟପାଠ ଦାଖଲର ବ୍ୟବସ୍ଥା ନାହିଁ । ଫର୍ମ-୨୬ରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଏଥିସହ ପ୍ରାର୍ଥୀମାନେ ନିଜ ପ୍ୟାନ୍ କାର୍ଡ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ । ଯେଉଁମାନଙ୍କର ପ୍ୟାନ୍ କାର୍ଡ ନଥିବ ସେମାନେ ତୁରନ୍ତ ପ୍ୟାନ୍ କାର୍ଡ ନମ୍ବର ପାଇଁ ଆବେଦନ କରି ସତ୍ୟପାଠ ଦାଖଲ ସମୟରେ ଆବେଦନ ସଂପର୍କିତ ପ୍ରମାଣ ଦାଖଲ କରିବେ । ପ୍ରାର୍ଥୀମାନେ ୫ ବର୍ଷର ଆୟର ହିସାବ ଦେବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।
Labels:
Information
OD Information
12:08
ସାଧାରଣ ନିର୍ବାଚନ ୨୦୧୯: ଭୋଟର କାର୍ଡ ନାହିଁ କି ? ଚିନ୍ତା କରନ୍ତୁ ନାହିଁ, ଆପଣ ଦେଇପାରିବେ ଭୋଟ
ନିର୍ବାଚନ ଆୟୋଗ କ୍ରମାଗତ ଭାବେ ପ୍ରୟାସ କରୁଛନ୍ତି କି ଅଧିକ ରୁ ଅଧିକ ନାଗରିକ ନିଜର ମତାଧିକାର ପ୍ରୟୋଗ କରନ୍ତୁ। ଭୋଟ ଦେବା ପାଇଁ ଆପଣଙ୍କୁ ପୋଲିଂଗ ବୁଥକୁ ଭୋଟ ପରିଚୟ ପତ୍ର ଏବଂ ଭୋଟର ସ୍ଲିପ ନେବା ଜରୁରୀ ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ଭୋଟର ଆଇଡି ନାହିଁ ତେବେ ମଧ୍ୟ ଆପଣ ଭୋଟ ଦେଇପାରିବେ। ଅବଶ୍ୟ ବିନା ଭୋଟର ଆଇଡ଼ିରେ ଭୋଟ ଦେବା ପାଇଁ ଆପଣଙ୍କ ନାମ ଭୋଟିଙ୍ଗ ଲିଷ୍ଟରେ ସାମିଲ ଥିବା ଜରୁରୀ ଅଟେ।
ଯଦି ଆପଣଙ୍କ ନାମ ଭୋଟର ଲିଷ୍ଟରେ ସାମିଲ ଅଛି, ତେବେ ନିର୍ବାଚନ ଅଧିକାରୀର ସାମନାରେ ଆପଣଙ୍କୁ ନିଜର ପରିଚୟ ପ୍ରମାଣିତ କରିବା ପାଇଁ ହୋଇଥାଏ, ଯାହାଫଳରେ ଆପଣଙ୍କ ପରିଚୟରେ କୌଣସି ପ୍ରଶ୍ନ ନ ଉଠୁ ଏବଂ ନିର୍ବାଚନ ଅଧିକାରୀ ଆପଣଙ୍କୁ ନିଜର ଭୋଟ ଦେବା ଅଧିକାରକୁ ପ୍ରୟୋଗ କରିବାକୁ ଦେବେ। ନିଜର ପରିଚୟ ପ୍ରମାଣିତ କରିବା ପାଇଁ ଆପଣ ନିଜର ଏହି ଫଟୋ ଆଇଡ଼ିର ପ୍ରଯୋଗ କରିପାରନ୍ତି-
- 1. ପାସପୋର୍ଟ
- 2. ଡ୍ରାଇଭିଙ୍ଗ ଲାଇସେନ୍ସ
- 3. କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ଚାକିରିର ସର୍ଭିସ୍ ଆଇଡେଣ୍ଟିଟି କାର୍ଡ
- 4. ପାନ୍ କାର୍ଡ
- 5. ଆଧାର କାର୍ଡ
- 6. ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍ ର ପାସବୁକ
- 7. ନ୍ୟାସନାଲ ପପୁଲେସନ ରେଜିଷ୍ଟର (NPR) ଅନୁଯାୟୀ ରେସିସ୍ଟେଂସ ଜୀନ ଆଇଡେଣ୍ଟିଫାୟର (RGI) ର ଜାରୀ କରାଯାଇଥିବା ସ୍ମାର୍ଟକାର୍ଡ
- 8. ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ମନରେଗା / MNREGA) ର କାର୍ଡ
- 9. ଫୋଟୋଗ୍ରାଫ ଲଗା ହୋଇଥିବା ପେନ୍ସନ ଡକ୍ୟୁମେଣ୍ଟ
- 10. ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ଜାରୀ କରାଯାଇଥିବା ହେଲ୍ଥ ଇନ୍ସ୍ୟୁରାନ୍ସ କାର୍ଡ
- 11. ନିର୍ବାଚନ ଆୟୋଗ ତରଫରୁ ଜାରୀ ହୋଇଥିବା ଫଟୋ ଭୋଟର ସ୍ଲିପ
- 12. ଏହା ବ୍ୟତୀତ ବିଧାୟକ ଏବଂ ସାଂସଦ MLA, MP ଏବଂ MLC ରୁ ଜାରୀ କରାଯାଇଥିବା ଆଧିକାରିକ ଆଇଡେଣ୍ଟିଟି କାର୍ଡ୍ସର ମଧ୍ୟ ବ୍ୟବହାର ଆଈଡେଣ୍ଟିଟି କାର୍ଡ ଭାବରେ କରିପାରନ୍ତି।
ଅବଶ୍ୟ ଏଗୁଡ଼ିକ ବ୍ୟତୀତ ବିଜୁଳି ବିଲ, ରେସନ କାର୍ଡ, ଭଡ଼ା ରସିଦ୍ କିମ୍ବା ଘରର କାଗଜ, ଗାଡ଼ିର କାଗଜର ପ୍ରୟୋଗ ଆଇଡେଣ୍ଟିଟି ପ୍ରୁଫ ରୂପେ ମାନ୍ୟ ହୋଇଥାଏ।
ଯଦି ଆପଣଙ୍କ ନାମ ଭୋଟର ଲିଷ୍ଟରେ ନାହିଁ? ତେବେ ଆପଣ ନିଜର ଭୋଟ ଅଧିକାର ପ୍ରୟୋଗ କରିପାରିବେ ନାହିଁ।
Labels:
Information,
OD Information
Sunday, 10 March 2019
OD Information
13:56
କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହ୍ରାସ ପାଇଲା କ୍ୟାନସର ମେଡିସିନର ମୂଲ୍ୟ
ଦେଶର ୨୨ ଲକ୍ଷରୁ ଅଧିକ କ୍ୟାନସର ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ପୁଣି ଥରେ ଏକ ବଡ ରିହାତି ଘୋଷଣା କରିଛନ୍ତି । ଏଣିକି କ୍ୟାନସର ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । କ୍ୟାନସର ପାଇଁ ମେଡିସିନର ମୂଲ୍ୟ ଏତେ ଅଧିକ ଯେ ରୋଗୀର ମୂଳଦୁଆ ଭାଙ୍ଗିଦେଇଥାଏ । ସେଥିପାଇଁ ସରକାର ୩୯୦ଟି କ୍ୟାନସର ମେଡିସିନର ମୂଲ୍ୟକୁ ନିୟନ୍ତ୍ରଣ କରି ଏହାର ଦାମକୁ ହ୍ରାସ କରିଛନ୍ତି । ଏବେ ଏହି ମେଡିସିନ ୮୭ ପ୍ରତିଶତ କମ ଦାମରେ ଉପଲବ୍ଧ ହେବ ।
ରାଷ୍ଠ୍ରୀୟ ଅବଧି ମୂଲ୍ୟ ନିର୍ଧାରଣରେ ୩୯୦ ମେଡିସିନର ସୂଚୀ ଜାରି କରିଛନ୍ତି । ଏହି ମେଡିସିନର ମୂଲ୍ୟରେ ୮୫ପ୍ରତିଶତ ହ୍ରାସ ପାଇଛି । ବଜାରରେ ପୋଟିଆଜ ବ୍ରାଣ୍ଡ ମେଡିସିନର ଦାମ ୧୮,୧୩୩ ଟଙ୍କା । ଏହାର ଦାମ ମାର୍ଚ୍ଚରେ ୮୧ ପ୍ରତିଶତ କମ ରହିବ । ଏବେ ଏହି ମେଡିସିନ ୩୪୧୫ ଟଙ୍କାରେ ବଜାରରେ ଉପଲବଧ ହେଉଛି । ଏହାର ମୂଲ୍ୟ ନିୟନ୍ତ୍ରଣ କରିବା ହ୍ୱାରା ଏହାର ଦାମ ୮୩.୬୫ ପ୍ରତିଶତ କମ ରହିବ ।
ଏନପିପିଏର ଏକ ବରିଷ୍ଟ ଅଧିକାରୀଙ୍କ କହିବା ମୁତାବକ ଏନେଇ ୧୨୪ଟି କଂପାନୀ ନିଷ୍ପତି ନେଇଛନ୍ତି । ଯେମିତି ଏହି ମେଡିସିନର ଦାମ ୭୫ ପ୍ରତିଶତ କମ ରହିବ । ୧୨୧ଟି ବ୍ରାଣ୍ଡର ମୂଲ୍ୟ ୨୦ ରୁ ୫୦ ପ୍ରତିଶତ କମ ହେବା ସହ ୧୦୭ ବ୍ରାଣ୍ଡର ମୂଲ୍ୟ ୨୫ ପ୍ରତିଶତ ଏବଂ ୩୮ ବ୍ରାଣ୍ଡର ମୂଲ୍ୟ ୭୫ ପ୍ରତିଶତ କମ ହେବ ।
Labels:
Information,
OD Information
OD Information
13:49
ମାର୍ଚ୍ଚ ୩୧ ସୁଦ୍ଧା ଆଧାର-ପାନ୍ ସଂଯୋଗ ଜରୁରୀ
ଆୟକର ପ୍ରଦାନ କରୁଥିବା ଏବଂ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପାନ୍ କାର୍ଡ ସହିତ ଆଧାର ସଂଯୋଗକୁ ଜରୁରୀ କରାଯାଇଛି। ଏଥିପାଇଁ ଚଳିତମାସ ୩୧କୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ଆୟକର ବିଭାଗର ସୂଚନା ଅନୁଯାୟୀ ୧୦ ଅଙ୍କ ବିଶିଷ୍ଟ ପାନ୍ ନମ୍ବରକୁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ସହିତ ଯୋଡ଼ିବାକୁ ହେବ। ଆୟକର ରିଟର୍ଣ୍ଣ ଫାଇଲ୍ କରିବା ଲାଗି ଏହା ଜରୁରୀ। ମାର୍ଚ୍ଚ ୩୧କୁ ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଥିବାରୁ ଏଥିପାଇଁ ଲୋକଙ୍କ ହାତରେ ଖୁବ କମ ସମୟ ରହିଛି। ଏଥିସହିତ ବ୍ୟାଙ୍କ ଖାତା ସହିତ ପାନ୍କୁ ସଂଯୋଗ କରିବା ଲାଗି ଆୟକର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାହେଲେ ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିମାନେ ତୁରନ୍ତ ସେମାନଙ୍କ ଆୟକର ଫେରସ୍ତ ବାବଦ ଅର୍ଥ ପାଇପାରିବେ।
ପାନ୍ କାର୍ଡ ଜରୁରୀ ଦସ୍ତାବିଜ ମଧ୍ୟରୁ ଗୋଟିଏ। ଆପଣଙ୍କୁ ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲିବା ହେଉ ଅବା ଆୟକର ରିଟର୍ଣ୍ଣ ଭରିବା ହେଉ, ପାନ୍ କାର୍ଡ ବିନା କୌଣସି କାମ ହୋଇ ପାରିବ ନାହିଁ। ସରକାର ଆର୍ଥିକ କାରବାର ପାଇଁ ବି ପାନ୍ କାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏପରି କ୍ଷେତ୍ରରେ ଯଦି ଆପଣ ପାନ୍ କାର୍ଡ ସହିତ ଜଡ଼ିତ ଜରୁରୀ କାମ ଶେଷ କରି ନାହାନ୍ତି ତେବେ ଏହା ରଦ୍ଦ ହୋଇଯିବ ବୋଲି ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ସରକାର ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ୍ କରିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ପାନ୍ କାର୍ଡକୁ ଆଧାର କାର୍ଡ ସହିତ ଯୋଡ଼ିବାର ଅନ୍ତିମ ତାରିଖ ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଛି। ଅର୍ଥାତ ଚଳିତ ବର୍ଷ ମାର୍ଚ୍ଚ ୩୧ସୁଦ୍ଧା ଆପଣ ଯଦି ପାନ୍ ସହିତ ଆଧାର ଲିଙ୍କ୍ କରି ନାହାନ୍ତି ତେବେ ଆଗକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ।
ସୂଚନାଯୋଗ୍ୟ, ଗତବର୍ଷ ସରକାର ୧୧.୪୪ ଲକ୍ଷ ପାନ୍ କାର୍ଡକୁ ବନ୍ଦ କରି ଦେଇଛନ୍ତି ଅଥବା ନିଷ୍କ୍ରିୟ ତାଲିକାରେ ପକାଇ ଦେଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଏହି କାମ ପୂରା କରି ନିଅନ୍ତୁ। ଯଦି ଏହାକୁ ଅଣଦେଖା କରିବେ ତେବେ ଆପଣଙ୍କ ପାନ୍ କାର୍ଡ ବି ନିଷ୍କ୍ରିୟ ତାଲିକାକୁ ଆସିଯିବ।
Labels:
Information,
OD Information
Information
13:46
ଓଡ଼ିଆ ଲିପିରେ ଟ୍ରେନ ଟିକେଟ ଓଡିଶା ଦିବସ ରୁ
ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରିବାକୁ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ହୋଇଛି। ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନକୁ ଆସନ୍ତା ଏପ୍ରିଲ ମାସ ପହିଲା (ଓଡିଶା ଦିବସ)ଠାରୁ ଲାଗୁ କରିବାକୁ ରେଳବାଇ ପକ୍ଷରୁ ସ୍ଥିର ହୋଇଛି। ଓଡିଶାରେ ଥିବା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ସମସ୍ତ ୩୧୭ ଷ୍ଟେସନରେ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ବ୍ୟବସ୍ଥା ସହ ଯୋଡି ହେବ। ସେହିଭଳି ଦେଶର ୮ ହଜାରରୁ ଉର୍ଦ୍ଧ ରେଳଷ୍ଟେସନ ନାମକୁ ଓଡ଼ିଆ ଲିପି ସହିତ ସଂଯୋଗ ନେଇ ବ୍ୟବସ୍ଥା ହୋଇଛି। ଦେଶର ବିଭିନ୍ନ ଷ୍ଟେସନଗୁଡିକର ଭାଷାଗତ ଉଚ୍ଚାରଣକୁ ଦୃଷ୍ଟିରେ ରଖି ପ୍ରାନ୍ତୀୟ ରେଳ ଷ୍ଟେସନ ଗୁଡିକର ଓଡ଼ିଆ ଲିପିରେ ନାମକରଣ କରାଯାଇଛି I ଓଡିଶାରେ ଥିବା ରେଳ ଷ୍ଟେସନଗୁଡିକ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ ପାଇଁ ପ୍ରଥମେ ଏହାକୁ ଉପଲବ୍ଧ କରାଯାଉଛି । ଇଂରାଜୀ କିମ୍ବା ହିନ୍ଦୀ ଲିପିରେ ଥିବା ଟ୍ରେନ ଟିକେଟ ପଢିବାକୁ ସକ୍ଷମ ନ ଥିବା ରେଳଯାତ୍ରୀଙ୍କ ଲାଗି ଓଡ଼ିଆ ଲିପି ସହାୟକ ହେବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି।
Labels:
Information
Saturday, 9 March 2019
Social
13:52
Grand inauguration of Vikash Multi-Speciality Hospital At Bargarh On 8 March 2019 By Hon Governor Of Odisha

ବରାହଗୋଡ଼ା ସ୍ଥିତ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ କୁ 8 ମାର୍ଚ୍ଚ 2019 ଶୁକ୍ରବାର ଦିନ ଓଡିଶା ରାଜ୍ୟପାଳ ମହାମହିମ ପ୍ରଫେସର ଗଣେସି ଲାଲ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଏହା ପଶ୍ଚିମ ଓଡିଶା ପାଇଁ ଏକ ବରଦାନ ବୋଲି କହିଥିଲେ । ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ସରକାରୀ ସ୍ୱାସ୍ଥ୍ୟ ଯୋଜନାକୁ ଏହି ହସ୍ପିଟାଲ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତଙ୍କ ସହଯୋଗ ଓ ଶୁଭେଚ୍ଛା ଦ୍ୱାରା ଏହି ହସ୍ପିଟାଲ ଏକ ଆଦର୍ଶ ହସ୍ପିଟାଲ ଭାବେ ଅଞ୍ଚଳବାସୀଙ୍କ ଆବଶ୍ୟକତା କୁ ପୂରଣ କରିବ ବୋଲି ବିକାଶ ଗ୍ରୁପର ଅଧ୍ୟକ୍ଷ ଡି.ମୁରଲୀ କ୍ରିଷ୍ଣା ମତବ୍ୟକ୍ତ କରିଥିଲେ ।
Labels:
Information,
Social
Thursday, 7 March 2019
Yojana
10:35












