Welcome To BN News . Always With Common People .

Breaking

Thursday 28 March 2019

ରାହୁଲ ଜଣେ ଛୋଟ ଛୁଆ- ମମତା ବାନାର୍ଜୀ


ମାର୍ଚ୍ଚ ୨୮:
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ନିଜ ସରକାର ବିରୋଧରେ କଂଗ୍ରେସ ଏବଂ ରାହୁଲ ଗାନ୍ଧି ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରିକି ରାହୁଲ ଗାନ୍ଧି ଜଣେ ଶିଶୁ ବୋଲି ମଧ୍ୟ ସେ କହିଛନ୍ତି । କଂଗ୍ରେସ ଯେଉଁଠି ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପନା କରୁଛି, ସେଠାରେ ମହାଗଠବନ୍ଧନରେ ସାମିଲ ମମତାଙ୍କ ମନ୍ତବ୍ୟ କିଛି ଅଲଗା ସନ୍ଦେଶ ଦେଉଛି ।
ରାଜନୀତି ବିଶ୍ଲେଷକଙ୍କ କହିବାନୁସାରେ, ମମତାଙ୍କ ବୟାନ ଅନେକ କଥା କହୁଛି । ସେ ରାହୁଲଙ୍କୁ ମହାମେଂଟରେ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ଚାହୁଁନାହାନ୍ତି । ରାହୁଲ ଯାହା ଭାବନ୍ତି ସେୟା କୁହନ୍ତି ବୋଲି ମମତା କହିଥିଲେ । ଏପରିକି ତାଙ୍କୁ ଏଛ ଛୋଟ ଛୁଆ ବୋଲି ମଧ୍ୟ ସେ କହିଥିଲେ ।
ରାହୁଲ ଗତ ସପ୍ତାହରେ ମାଲଦାର ଏକ ରାଲିରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି । କୋଲକାତାରେ କୌଣସୀ ପରିବର୍ତନ ହୋଇନାହିଁ । ମମତାଙ୍କ ସମ୍ୟରେ ବିକାଶ ହୋଇନାହିଁ ବୋଲି ରାହୁଲ ଅଭିଯୋଗ କରିଥିଲେ ।

No comments:

Post a Comment