Welcome To BN News . Always With Common People .

Breaking

Showing posts with label OD International. Show all posts
Showing posts with label OD International. Show all posts

Monday, 8 April 2019

11:43

ଚୀନର ନିମନ୍ତ୍ରଣକୁ ପୁଣି ଭାରତର ପ୍ରତ୍ୟାଖ୍ୟାନ


ଚୀନ ତରଫରୁ ମିଳିଥିବା ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହି ବୈଠକ ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭାରତ ଏଭଳି କାମ ଦ୍ୱିତୀୟ ଥର ପାଇଁ କରିଛି । ପୂର୍ବରୁ ମଧ୍ୟ ଚୀନର ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଥିଲା ।
ଏହା ପୂର୍ବରୁ ଭାରତ ୨୦୧୭ରେ ମଧ୍ୟ ଚୀନର ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ସ୍ୱୀକାର କରି ନଥିଲା । ଚୀନର ମାନସିକ ସ୍ଥିତି ଭଲ ନଥବାରୁ ଭାରତ ବାରମ୍ବାର ନିମନ୍ତ୍ରଣ ପତ୍ରକୁ ଅସ୍ୱୀକାର କରୁଛି । ପାକିସ୍ତାନ ସହିତ ମିଶି ଚୀନ ଗୁରୁତ୍ୱପୂର୍ଣ୍ଣ ଚୀନ-ପାକିସ୍ତାନ ଇକୋନୋମିକ କରିଡର କରୁଛି । ଏହାକୁ ଭାରତ ବିରୋଧ କରୁଛି । ଏହି ପ୍ରକଳ୍ପ ବିବାଦୀୟ ଗିଲଗିଟ-ବାଲଟିସ୍ତାନ ଅଂଚଳ ଦେଇ ଯାଉଛି ।
ଚୀନର ଆଶା ଥିଲା ଯେ, ଭାରତ ବିଆରଆଇ ଉପରେ ନିଜର ଷ୍ଟାଣ୍ଡରେ ପରିବର୍ତ୍ତନ ଆଣିବ ଏବଂ ବିଆରଆଇ ସମ୍ମିଳନୀରେ ଅଂଶଗ୍ରହଣ କରିବ । ବିଗତ ବର୍ଷରେ ଆସିଥିବା ପରିବର୍ତ୍ତନ ଯୋଗୁଁ ଚୀନ ଏହା ଆଶା କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବୁହାନରେ ହୋଇଥିବା ଔପଚାରିକ ସାକ୍ଷାତ ପରେ ଏହି ସମ୍ମିଳନୀରେ ଭାରତ ଯୋଗଦେବ ବୋଲି ଚୀନ ଆଶା କରିଥିଲା ।
ଚୀନ ପ୍ରଶାସନ ଜରିଆରେ ବିଦେଶ ମନ୍ତ୍ରାଳୟକୁ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ମିଳିଥିଲା । ଭାରତ ପୁଣି ଥରେ ସିପିଇସିକୁ ନେଇ ଚିନ୍ତା କରି ଏଥିରେ ଅଂଶଗ୍ରହଣ ନ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । କୁହାଯାଉଛି ଯେ, ପେଇଚିଂରେ ହେବାକୁ ଥିବା ଏହି ସମ୍ମିଳନୀରେ କୌଣସି ଭାରତୀୟ ଭାଗ ନେବେ ନାହିଁ ।

Monday, 1 April 2019

20:30

ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନା



ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି। ଅନ୍ୟପକ୍ଷରେ ଏହି ପ୍ରସ୍ତବାକୁ ଚାଇନା ପକ୍ଷରୁ ବିଳମ୍ବ କରାଯାଉଥିବା ଅଭିଯୋଗ ଆଣି ଆମେରିକା ସିଧା ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରିବାକୁ ସମାଲୋଚନା କରିଛି ଚାଇନା। ସୂଚନାଯୋଗ୍ୟ ଯେ, ଏହି ପ୍ରସ୍ତାବ ପାରିତ ହେବା ଆଗରୁ ଚାଇନା ଏକମାତ୍ର ସଦସ୍ୟ ରାଷ୍ଟ୍ର ଭାବରେ ଏହାକୁ ବିରୋଧ କରୁଛି ଏବଂ ଭିଟୋ ଲଗାଇ ଏଥିରେ ବାଧକ ସାଜିଆସିଛି।
ଚାଇନା ବାରମ୍ବାର ନିଜ ସପକ୍ଷରେ ଓକିଲାତି କରି କାରଣ ଦେଇଆସିଛି ଭାରତ ମାସୁଦ୍ ବିରୋଧରେ ଯଥେଷ୍ଟ ପ୍ରମାଣ ଦେଇପାରିନାହିଁ ଏବଂ ତାଙ୍କ ଦେଶ ଏହି ମାମଲାକୁ ବିଚାର କରୁଛି ଓ ଟେକ୍ନିକାଲ ସମସ୍ୟା ବୋଲି କହି ଚାଇନା ଏହାକୁ ଟାଳି ଆସୁଛି।
କିନ୍ତୁ ସୋମବାର ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗେଙ୍ଗ ସୁଆଙ୍ଗ କହିଥିଲେ, 'ଆଝାରକୁ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରିବା ନେଇ ଆବେଦନ ପରେ ଚାଇନା ବିଭିନ୍ନ ପକ୍ଷ ସହିତ ଆଲୋଚନା କରୁଛି ଏବଂ ପ୍ରକ୍ରିୟା ସକାରାତ୍ମକ ରହିଛି। ଆମେରିକା ମଧ୍ୟ ଏହି ବିଷୟରେ ଅବଗତ ଅଛି।'

ଜାତିସଂଘର ଆତଙ୍କୀ ନିରୋଧୀ 1267 କମିଟିରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍ର ମିଳିତ ପ୍ରସ୍ତାବକୁ ଚାଇନା ଭିଟୋ ଲଗାଇ ଅଟକାଇବା ପରେ ଆମେରିକା ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ ନେବାକୁ ନେଇ ଚାଇନା ଆମେରିକା ଉପରେ ଖପ୍ପା ଥିବା ଏହି ଅବସରରେ ଚାଇନାର ମୁଖପାତ୍ର ଜଣାଇଥିଲେ।
ପାକିସ୍ତାନର ବନ୍ଧୁରାଷ୍ଟ୍ର କୁହାଯାଉଥିବା ଚାଇନା ଏଭଳି ନୂଆ ନୂଆ କାରଣ ଦର୍ଶାଇ ମାସୁଦର ଢାଲ ବୋଲି ପ୍ରମାଣିତ କରିଆସିଛି। ସୂଚନାଯୋଗ୍ୟ ଯେ, ମାସୁଦର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ହିଁ ପୁଲ୍ଓ୍ବାମା ଆତ୍ମଘାତୀ ବିସ୍ଫୋରଣର କାର୍ପଟଦାର ବୋଲି ନିଜେ ମାନି ସାରିଛି। କିନ୍ତୁ ଏହାକୁ ପାକିସ୍ତାନ ମନୁନଥିବାବେଳେ ଏଭଳି ଅମାନୁଷିକ ଘଟଣା ମଧ୍ୟ ଚାଇନା ଉପରେ ପ୍ରଭାବ ପକାଇ ପାରିନାହିଁ।
ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ ଜୋର ଜବରଦସ୍ତ ଏହି ପ୍ରସ୍ତାବୁ ପାରିତ କରିବାକୁ ଚାହୁଁଛି। ଆମେ ଭାବୁଛୁ ଏହା ଗଠନମୂଳକ ପଦକ୍ଷେପ ହେବନି। ଆମେ ଭାବୁଛୁ ବିଭିନ୍ନ ପକ୍ଷ ଆଲୋଚନା କରି ଏହାର ସମାଧାନ କରିବା ଆବଶ୍ୟକ। ଏହା ସୁରକ୍ଷା ପରିଷଦର ନିୟମ ଏବଂ ବ୍ୟବସ୍ଥା ବିରୋଧୀ। ଏହା ଜୋରକରି ପାରିତ ହେଲେ ସମାଧାନ ହେବନି ବରଂ ପ୍ରସଙ୍ଗକୁ ଜଟିଳ କରିବ। ଏହା ଦକ୍ଷିଣ ଏସିଆରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା କରିପାରିବ ନାହିଁ।
ପୂର୍ବରୁ ଭାରତ ପକ୍ଷରୁ ଆତଙ୍କୀଙ୍କ ଭୂସ୍ବର୍ଗ ପାକିସ୍ତାନ ବାବଦରେ ଜାତିସଂଘରେ ଯୁକ୍ତି ରଖାସରିଛି। ସେଠାରେ ଆତଙ୍କବାଦୀମାନେ ଖୋଲାରେ ବୁଲୁଥିଲେ ମଧ୍ୟ, ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ସରକାର ଏହା ମାନିବାକୁ ନାରାଜ।
11:03

ସ୍ଲୋଭାକିଆକୁ ମିଳିଲା ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ରାତିସଲାଭା : ଭ୍ରଷ୍ଟାଚାର ବିରୋଧୀ କର୍ମୀ ଜୁଜାନା କାପୁତୋଭା ଦ୍ୱିତୀୟ ରାଉଣ୍ଡର ରନ୍‌-ଅଫ୍‌ ଭୋଟରେ ସ୍ଲୋଭାକିଆର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହାଇ ପ୍ରୋଫାଇଲ କୁଟନୀତିଜ୍ଞ ମାରୋସ ସେଫକୋଭିଙ୍କୁ ହରାଇଛନ୍ତି। ସୂଚନାଯୋଗ୍ୟ, ଜୁଜାନାଙ୍କୁ ୫୮.୦୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୟୁରୋପୀୟ ସଂଘର ଶକ୍ତି କମିଶନର ମାରୋସଙ୍କୁ ମାତ୍ର ୪୧.୯୮ ପ୍ରତିଶତ ଭୋଟ ମିଳିଥିଲା। ୫୨ ବର୍ଷୀୟ ମାରୋସ ୪୫ ବର୍ଷୀୟା ଜୁଜାନାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ସେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା କହିଛନ୍ତି। 

Saturday, 30 March 2019

13:19

ଗୋଟିଏ ଜେଲରେ ରହିବେ ନୀରବ ମୋଦି-ବିଜୟ ମାଲ୍ୟା

ଗୋଟିଏ ଜେଲରେ ରହିବେ ଭାରତର ଦୁଇ ପଳାତକ ଅପରାଧୀ ବିଜୟ ମାଲ୍ୟା ଓ ନୀରବ ମୋଦି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରି ଲଣ୍ଡନ ପଡେଇଥିବା ହୀରା ବ୍ୟବସାୟୀ ନିକଟରେ ଲଣ୍ଡନରୁ ଗିରଫ ହୋଇଛନ୍ତି। ଗିରଫ ପରେ ମୋଦି କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତିି। ଏହାର ଶୁଣାଣିବେଳେ ଜଷ୍ଟିସ୍‌ ଏମ୍ମା ଅର୍ବଥର୍ନୋଟ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା କ୍ରାଉନ ପ୍ରୋସେକ୍ୟୁସନକୁ ନୀରବ ଓ ଅନ୍ୟତମ ଅପରାଧୀ ବିଜୟ ମାଲ୍ୟାଙ୍କୁ ଗୋଟିଏ ଜେଲରେ ରଖାଯାଇପାରିବ କି ନାହିଁ ପ୍ରଶ୍ନ କରିଥିଲେ। ପ୍ରୋସେକ୍ୟୁସନ ପକ୍ଷରୁ କୁହାଯାଇଥିଲା କି ଲଣ୍ଡନରେ ଶୁଣାଣି ପରେ ଦୁହିଁଙ୍କୁ ମୁମ୍ବାଇ ଅଣାଯିବ। ପୁର୍ବରୁ ମାଲ୍ୟାଙ୍କ ପ୍ରସ୍ତୁତ ଆର୍ଥର ରୋଡ ଜେଲ୍‌ର ନୀରବଙ୍କୁ ରଖାଯିବ ବୋଲି ଜଣାପଡିଛି। ୋର୍ଥର ଜେଲର ଗୋଟିଏ ସେଲ୍‌ର ଦୁହିଁଙ୍କୁ ରଖାଯିବ।
ସୂଚନାଯୋଗ୍ୟ, ନୀରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୌକସି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୦୦୦ କୋଟି ଟଙ୍କାର ଠକେଇ କରିଥିଲେ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ମୁମ୍ବାଇ ଶାଖା ୨୦୧୧ ମସିହାରୁ ନୀରବଙ୍କୁ ତାଙ୍କର ଠକେଇ କାରବାରରେ ସମର୍ଥନ ଦେଇ ଆସୁଥିଲେ ବୋଲି ଜାଣିବାକୁ ମିଳିଥିଲା। ମାଲ୍ୟାଙ୍କ ନାଁରେ ଠକେଇ, ମନି ଲଣ୍ଡରିଂ ଓ ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ(ଏଫଇଏମଏ)ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି। ୬୨ ବର୍ଷୀୟ ମାଲ୍ୟା ୯ ହଜାର କୋଟି ଟଙ୍କାର ଋଣ ଖିଲାପ କରିଥିବା ଅଭିଯୋଗ ହୋଇଛି। ଡିସେମ୍ବର ୧୦ରେ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ କରିଥିଲେ। ଏହାପରେ କୋର୍ଟ ମାଲ୍ୟାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବ ବୋଲି ବ୍ରିଟେନ ଗୃହ ମନ୍ତ୍ରଣାଳୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି।
12:58

ପିଏନ୍‌ବି ମହାଠକେଇ ମାମଲା;ନୀରବ ମୋଦିଙ୍କୁ ମିଳିଲାନି ଜାମିନ


ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ପିଏନ୍‌ବି ମହାଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଏବେ ଜେଲ୍‌ରେ ରହିବେ। ସ୍ଥାନୀୟ ଓ୍ବେଷ୍ଟମିନିଷ୍ଟର କୋର୍ଟ ଶୁକ୍ରବାର ତାଙ୍କର ଦ୍ୱିତୀୟ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ବିଚାରପତି ମାମଲାକୁ ଅସାମାନ୍ୟ ଜାଲିଆତି ବୋଲି ଅଭିହିତ କରିଛନ୍ତି। 
ଲଣ୍ଡନର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ନୀରବଙ୍କ ଜାମିନ ଆବେଦନର ଶୁଣାଣି ବେଳେ ଚକିତ କଲା ଭଳି ତଥ୍ୟ ସାମ୍ନାକୁ ଆସିଥିଲା। ଭାରତୀୟ ତଦନ୍ତ ଏଜେନ୍ସିଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ହୋଇଥିବା କ୍ରାଉନ ପ୍ରସିକ୍ୟୁଶନ ସର୍ଭିସର ବରିଷ୍ଠ ଓକିଲ ଟବି କ୍ୟାଡମ୍ୟାନ ଅଦାଲତକୁ ଜଣାଇଥିଲେ ଯେ, ନୀରବ ମୋଦି ଜଣେ ସାକ୍ଷୀ ଆଶିଷ ଲାଡ୍‌ଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ। ସେହିଦିନ ପର୍ଯ୍ୟନ୍ତ ମୋଦି ଲଣ୍ଡନ ଜେଲ୍‌ରେ ବନ୍ଦୀ ଜୀବନଯାପନ କରିବାକୁ ବାଧ୍ୟ ହେବେ। ନୀରବଙ୍କ ଜାମିନ ଆବେଦନକୁ ଖାରଜ କରି ବିଚାରପତି ଏମ୍ମା ଅର୍ବଥନଟ କହିଥିଲେ ଯେ, ପଳାତକ ହୀରା ବ୍ୟବସାୟୀଙ୍କୁ କାହିଁକି ଜାମିନ ଦିଆଯିବ ନାହିଁ ଏହାର ଯଥେଷ୍ଟ କାରଣ ରହିଛି। ତାଙ୍କର ଆମତ୍ସମର୍ପଣ କରିବା ନେଇ ସନ୍ଦେହ ରହିଛି। ନୀରବଙ୍କ ଜାମିନ ଆବେଦନକୁ ବିରୋଧ କରି କ୍ୟାଡମ୍ୟାନ କହିଥିଲେ ଯେ, ଜାମିନ ପାଇବା ମାତ୍ରେ ନୀରବ ଦେଶତ୍ୟାଗ କରିବାର ସମ୍ଭାବନା ରହିଛି।

ଏହାଛଡ଼ା ସେ ସାକ୍ଷ୍ୟପ୍ରମାଣ ନଷ୍ଟ କରିବା ତଥା ସାକ୍ଷୀଙ୍କୁ ଭୟଭୀତ କରିପାରନ୍ତି। ଅନ୍ୟପକ୍ଷରେ ନୀରବଙ୍କ ଓକିଲ ଯୁକ୍ତି ଦର୍ଶାଇ କହିଥିଲେ ଯେ, ତାଙ୍କ ମହକିଲ ଗତବର୍ଷ ଜାନୁୟାରୀରୁ ଲଣ୍ଡନରେ ରହିଛନ୍ତି। ସମସ୍ତେ ତାହା ଜାଣନ୍ତି। ସେ ଏହାକୁ ଲୁଚାଇବାକୁ ଚେଷ୍ଟା କରିନାହାନ୍ତି।

ଜାମିନ ପ୍ରଦାନ କରି ନୀରବଙ୍କୁ ଗୃହବନ୍ଦୀ ଅଥବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସରେ ଅଧୀନରେ ମଧ୍ୟ ରଖାଯାଇପାରେ। ଏହାଛଡ଼ା ଦୈନିକ ସ୍ଥାନୀୟ ଥାନାରେ ହାଜର ହେବା ବ୍ୟବସ୍ଥା କରାଯିବା ସମ୍ଭବ। ତାଙ୍କୁ ସ୍ବତନ୍ତ୍ର ଧରଣର ଫୋନ ଦିଆଯାଇପାରେ, ଯାହାଦ୍ୱାରା କର୍ତ୍ତୃପକ୍ଷ ଯେକୌଣସି ସମୟରେ ସମ୍ପର୍କ ରକ୍ଷା କରିପାରିବେ। ସୂଚନାଥାଉ କି, ଗିରଫ ହେବା ମାତ୍ରେ ନୀରବ ପ୍ରଥମ ଜାମିନ ଆବେଦନ କରିଥିଲେ ଯାହା ଖାରଜ ହୋଇଯାଇଥିଲା।

Thursday, 28 March 2019

13:58

ଭାରତର ନାହିଁ ଦମ୍‌, ଆମ ଜିନିଷ ବ୍ୟବହାର କରିବାକୁ ବାଧ୍ୟ: ଚୀନ ମିଡିଆ



ନିକଟରେ ଚୀନ ଦ୍ୱାରା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚତୁର୍ଥଥର ପାଇଁ ମସୁଦ୍‌ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ଉପରେ ଭିଟୋର ବ୍ୟବହାର କରିବା ସହିତ ବହୁତ ଦିନରୁ ପାକିସ୍ତାନକୁ ସବୁ ପ୍ରକାର ସାହାଯ୍ୟ କରିଆସିଛି । ଏହା ପରେ ଚୀନ ନିର୍ମିତ ସାମଗ୍ରୀ ବ୍ୟବହାର ନ କରିବା ପାଇଁ କଥା ଉଠିଥିଲା । ଚାନ ସାମଗ୍ରୀ ବ୍ୟବହାର ନ କରିବା ପ୍ରସଙ୍ଗରେ ଚୀନ ମିଡିଆ ଭାରତ ଉପରେ ତାତ୍ସଲ୍ୟ କରିଛି ।
ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ କହିଛି କି, ଭାରତର ମାନ୍ୟୁଫାକ୍ଚରିଂ ଇଣ୍ଡଷ୍ଟ୍ରି ଆଜିବି ଅବିକଶିତ ଏବଂ ପ୍ରତିଦ୍ୱନ୍ଦିତା କରିବାର କ୍ଷମତା ନାହିଁ । ଏହା ପ୍ରମୁଖ କାରଣ ଯେଉଁଥିପାଇଁ ଆଜି ପର‌୍ୟ୍ୟନ୍ତ ଚାଇନିଜ୍ ପ୍ରଡକ୍ଟଗୁଡିକର ବୟକଟ୍ ଭାରତରେ ହେବା ସମ୍ଭବ ନୁହେଁ । ସୋମବାର ପ୍ରକାଶ ପାଇଥିବା ଏକ ବ୍ଲଗ୍‌ରେ କୁହାଯାଇଛି କି, କିଛି ଭାରତୀୟ ବିଶ୍ଲେଷକ ମେଡ୍‌ ଇନ ଚାଇନା ପ୍ରଡକ୍ଟକୁ ବହିଷ୍କାର କରିବାକୁ ଅପିଲ୍ କରୁଛନ୍ତି । ଖାସକି ମସୁଦ ଅଜହରକୁ ବିଶ୍ୱ ଆତଙ୍କୀ ଘୋଷଣା କରିବା ପ୍ରୟାସକୁ ଜାତିସଂଘରେ ଚୀନ ଦ୍ୱାରା ଭିଟୋ ବ୍ୟବହାର କରି ରୋକାଯିବା ପରେ ୰ଈକ୍ଟଚ୍ଚମକ୍ଟଗ୍ଧଉଷସଦ୍ଭରଗ୍ଦରଚକ୍ସକ୍ଟୟଙ୍କମଗ୍ଧଗ୍ଦ ଟ୍ୱିଟରରେ ବେଶ୍ ଲୋକପ୍ରିୟ ହୋଇଛି । ଭାରତ ନିଜେ ନିଜର ପ୍ରଡକ୍ଟ ପ୍ରସ୍ତୁତ କରିବାକୁ ଅସମର୍ଥ ହୋଇଥିବାରୁ ଚୀନ ପ୍ରଡକ୍ଟ ବ୍ୟବହାରକୁ ବନ୍ଦ କରିପାରୁନାହିଁ ।
13:56

ଅରୁଣାଚଳ ଓ ତାଇଓ୍ଵାନକୁ ନିଜର ଅଂଶ ନଦେଖାଇବାରୁ ୩୦ ହଜାର ବିଶ୍ଵ ମାନଚିତ୍ରକୁ ନଷ୍ଟ କଲା ଚୀନ

ଚୀନ ଅରୁଣାଚଳ ପ୍ରଦେଶ ଓ ତାଇଓ୍ଵାନକୁ ନିଜର କ୍ଷେତ୍ର ଦର୍ଶାଇନଥିବା କାରଣରୁ ନିଜ ଦେଶରେ ଛପିଥିବା ୩୦,୦୦୦ ବିଶ୍ଵ ମାନଚିତ୍ରକୁ ନଷ୍ଟ କରି ଦେଇଛି। ମିଡିଆରେ ଆସିଥିବା ଖବରରେ ଏହା ଦର୍ଶାଯାଇଛି। ଚୀନ ଭାରତର ପୂର୍ବୋତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରି ଆସୁଛି। ଚୀନ ନିଜର ଏହି ଆଭିମୁଖ୍ୟକୁ ଉଜାଗର କରିବା ପାଇଁ ବିଗତ ଦିନରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ନେତାଙ୍କ ଆଗମନ ଉପରେ ଆପତ୍ତି ଉଠାଇ ଆସିଛି।
ଭାରତ ଅରୁଣାଚଳ ପ୍ରଦେଶ ଆମର ଅଭିନ୍ନ ଅଂଶ ବୋଲି ଚୀନକୁ ବାରମ୍ବାର କହି ଆସିଛି। ଦେଶର ଅନ୍ୟ ରାଜ୍ୟପରି ଅରୁଣାଚଳ ପ୍ରଦେଶକୁ ମଧ୍ୟ ନେତା, ପ୍ରଶାସନିକ ଅଧିକାରୀ ଯାତ୍ରା କରିଥାନ୍ତି। ଦୁଇ ଦେଶ ୩,୪୮୮ କିଲୋମିଟର ଲମ୍ବା ବାସ୍ତବିକ ନିୟନ୍ତ୍ରଣ ରେଖା ସମ୍ବନ୍ଧିତ ସୀମା ବିବାଦକୁ ନେଇ ୨୧ଟି ପର୍ୟ୍ୟାିୟରେ ଆଲୋଚନା କରି ସାରିଛନ୍ତି। ମାତ୍ର ସବୁ ବିଫଳ ହୋଇଛି। ଅନ୍ୟ ପଟେ ଚୀନ ତାଇଓ୍ଵାନକୁ ନିଜର କ୍ଷେତ୍ର ବୋଲି ମଧ୍ୟ ଦାବି କରି ଆସୁଛି।
ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଛପି ଥିବା ଖବର ମୁତାବକ, ଏହି ସବୁ ମାନଚିତ୍ରକୁ ଅନ୍ୟ କୌଣସି ଦେଶକୁ ପଠାଯିବାର ଥିଲା। ମାତ୍ର କେଉଁ ଦେଶକୁ ଏହା ପଠାଯିବାର ଥିଲା ତାହା ଜଣା ପଡିନାହିଁ। ଚୀନର କିଙ୍ଗଦାଓରେ ସୀମା ଶୁଳ୍କ ଅଧିକାରୀ ପ୍ରାୟ ୩୦,୦୦୦ ମାନଚିତ୍ରକୁ ନଷ୍ଟ କରିଛନ୍ତି। ଏହି ସବୁ ମାନଚିତ୍ରରେ ତାଇଓ୍ଵାନକୁ ଅଲଗା ଦେଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି ଦେଖାଯାଇନଥିଲା।
ଇଣ୍ଟରନ୍ୟାସନାଲ ଲ ଅଫ ଚାଇନା ଫରେନ ୟୁନିଭର୍ସିଟିର ପ୍ରୋଫେସର ଲିୟୁ ଓ୍ଵେଙ୍ଗଜାଙ୍ଗ କହିଛନ୍ତି ଯେ, ଚୀନ ଏହି ମାମଲାରେ ଯାହା ବି କରିଛି ତାହା ଆଇନ ସଙ୍ଗତ, କାରଣ ସାର୍ବଭୌମ ଓ କ୍ଷେତ୍ରୀୟ ଅଖଣ୍ଡତା କୌଣସି ଦେଶ ପାଇଁ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ।
13:43

ଭାରତର ଚାପରେ ନଇଁଲା ପାକିସ୍ତାନ, ଚୀନକୁ କହିଲା ମାସୁଦକୁ ରକ୍ଷା କରିବା ବନ୍ଦ କର

ମାର୍ଚ୍ଚ ୨୮:
ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସମସ୍ତେ ଜାଣନ୍ତି । କିଛି ଦିନ ପୂର୍ବରୁ ମାସୁଦ ଅଜହରକୁ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚୀନ ଭିଟୋ ବ୍ୟବହାର କରି ବାଧା ଦେଇଥିଲା । ଚୀନ ମଧ୍ୟ ମାସୁଦକୁ ସମର୍ଥନ କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଏବେ ପାକିସ୍ତାନ ଉପରେ ଭାରତର ଚାରିପଟୁ ଚାପ ପଡ଼ିବାରୁ ମୁଣ୍ଡ ନୁଆଁଇ ମାସୁଦକୁ ଆଉ ରକ୍ଷା ନକରିବାକୁ ଚୀନକୁ କହିଥିବା ସୂଚନା ମିଳିଛି ।
ସବୁ ଦେଶ ମାସୁଦକୁ ବିଶ୍ୱ ଆତଙ୍କବାଦୀଙ୍କ ନାମ ମଧ୍ୟରେ ସାମିଲ କରିବାକୁ ଚାହୁଁଛନ୍ତି । ପୁଲୱାମା ଆତ୍ମଘାତୀ ଆକ୍ରମଣର ଦାୟିତ୍ୱ ମୁଖ୍ୟ ଆତଙ୍କବାଦୀ ମାସୁଦ ଅଜହର ନେଇଥିଲା । ସେଥିରେ ଭାରତର ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଉପରେ ସବୁ ଦେଶର ଚାପ ପଡ଼ିଛି । ମାସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକା ଅନ୍ତର୍ଭୁକ୍ତ କରିବାକୁ ସବୁ ଦେଶ ଚାହୁଁଛନ୍ତି । ତେଣୁ ଏବେ ପାକିସ୍ତାନକୁ ମୁଣ୍ଡ ନୁଆଇବାକୁ ପଡ଼ିଛି । ବର୍ତ୍ତମାନ ଏଣିକି ମାସୁଦର ସାଥ ନଦେଇ ତାକୁ ବଂଚାଇବାକୁ ଚେଷ୍ଟା ନକରିବାକୁ ପାକିସ୍ତାନ ଚୀନକୁ କହିଛି । ଏହା ଦ୍ୱାରା ପାକସ୍ତାନ ଭାରତ ସହ କଥାବାର୍ତ୍ତା ହେବା ପାଇଁ ସୁଯୋଗ ବି ପାଇପାରିବ ।
ଆମେରିକା ମଧ୍ୟ ମାସୁଦ ଅଜହର ମାମଲାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବିଚାର କରିବ ଯେଉଁଠାରେ ଚୀନକୁ ଅପଦସ୍ତ ହେବାକୁ ପଡ଼ିପାରେ । ୟୁଏନ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଜଡ଼ିତ ନୁହେଁ ବୋଲି ଆମେରିକା ଚୀନକୁ କହିଥିବା ଜଣାପଡ଼ିଛି । ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀରେ ସାମିଲ ହେବାରୁ ବଂଚାଇବାକୁ ଚୀନ ଚତୁର୍ଥ ଥର ଭିଟୋ ବ୍ୟବହାର କରିଥିଲା । ଏହା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ତିନି ପ୍ରମୁଖ ଦେଶ ବିଶିଷ୍ଟ କାରଣ ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି ।

12:12

ୟୁଏନରେ ପୁଣି ମାସୁଦ ବିରୋଧରେ ପ୍ରସ୍ତାବ ଆଗତ, କଳାତାଲିକାଭୁକ୍ତ କରିବାକୁ ଦାବି କଲେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍

ମାର୍ଚ୍ଚ ୨୮:ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ଆତଙ୍କବାଦୀ ମାସୁଦ ଆଜହର ବିରୋଧରେ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱାରା ଆଗତ ହୋଇଛି ।ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଜୈଶ-ଏ-ଅହମ୍ମଦର ମୁଖିଆ ହେବା ସହ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ।ଗତକାଲି ଏହି ପ୍ରସ୍ତାବ ୟୁଏନରେ ଆଗତ ହୋଇଛି । ଏହା ପୂର୍ବରୁ ଚୀନ ନିଜର ଭିଟୋ ବ୍ୟବହାର କରି ମାସୁଦକୁ ରକ୍ଷା କରିଥିଲା । ଯେଉଁ ପ୍ରସ୍ତାବରେ ମାସୁଦକୁ କଳାତାଲିକାଭୁକ୍ତ ସହ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଦାବି କରାଯାଇଥିଲା ।ଭାରତୀୟ ଅଧିକାରୀଙ୍କ ସୂଚନା ମୁତାବକ, ଭାରତ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦର ପ୍ରତିବନ୍ଧିତ କମିଟି ସହିତ ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷିତ କରିବା ଉପରେ ଏବେ ମଧ୍ୟ ପ୍ରୟାସ ଜାରି ରହିଛି। ସୂତ୍ର ମୁତାବକ ଭାରତ ଏହି ମାମଲାରେ ଯେତେ ସମ୍ଭବ, ସେତିକି ସଂଯମ ରକ୍ଷା କରିବ। ଆଶା କରୁଛୁ ଶୀଘ୍ର ଏଥିରେ ସଫଳ ହେବୁ। କାରଣ ଆମ ପାଖରେ ୧୪ ସଦସ୍ୟଙ୍କ ସମର୍ଥନ ରହିଛି।ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଏବେ ଚୀନ ସହିତ ବିସ୍ତୃତ ଭାବେ ସକରାତ୍ମକ ଆଲୋଚନା କରୁଛନ୍ତି, ଯେମିତି ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବାକୁ ନେଇ କୌଣସି ଚୁକ୍ତି କରାଯାଇ ପାରିବ।ଉଲ୍ଲେଖଯୋଗ୍ୟ, ଚୀନ ଆଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷିତ ସମ୍ବନ୍ଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପିତ ପ୍ରସ୍ତାବ ଉପରେ ଚୀନ ଭିଟୋ କ୍ଷମତାର ପ୍ରୟୋଗ କରି ଆଝାରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବାରେ ବାଟ ଓଗାଳିଥିଲା। ଏହି ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ଉପସ୍ଥାପନ କରିଥିଲେ।

Saturday, 16 March 2019

20:16

ଜାତିସଂଘ ସୁରକ୍ଷା ପରିଷଦରେ ଚୀନ 'ଭିଟୋ'ର ପ୍ରତିବାଦ: ୧୯ ମାର୍ଚ୍ଚରେ ଦେଶ ସାରା ଚୀନ୍ ତିଆରି ସାମଗ୍ରୀକୁ ପୋଡ଼ିବ କେଟ୍


ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ନେଇ ସାରା ଭାରତରେ ରହିଛି ତୀବ୍ର ଅସନ୍ତୋଷ । ପାକିସ୍ତାନରେ ରହି ଭାରତରେ ରକ୍ତର ହୋଲି ଖେଳୁଥିବା କୁଖ୍ୟାତ ଆତଙ୍କବାଦୀ ତଥା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଝାରକୁ ଆଇନର ଫାସରେ ପକାଇବାକୁ ଜୋରଦାର ଉଦ୍ୟମ କରୁଛି ନୂଆଦିଲ୍ଲୀ । ଆଉ ଭାରତର ଏହି ଉଦ୍ୟମକୁ ବିଶ୍ୱର ଅନେକ ରାଷ୍ଟ୍ରଙ୍କ ସମର୍ଥନ ରହିଛି । ଜାତିସଂଘ ସୁରକ୍ଷା ପରିଷଦରେ ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପ୍ରସ୍ତାବ ଉପରେ ଚୀନ୍ ତାର ପାକିସ୍ତାନ ପ୍ରୀତି ଦେଖାଇ 'ଭିଟୋ' ପ୍ରୟୋଗ ପରେ ପ୍ରକ୍ରିୟା ଉପରେ ବଡ ଝଟକା ଲାଗିଛି ।
ଚୀନର ଏଭଳି ବ୍ୟବହାରରେ ଦେଶସାରା ଆକ୍ରୋଶର ବହ୍ନି ଜଳୁଛି । ଏବେ ପାକିସ୍ତାନ ସମେତ ଚୀନକୁ ମଧ୍ୟ ଦେଶବାସୀ ଭାରତ ସୁରକ୍ଷାର ଶତ୍ରୁ ବୋଲି ଭାବିବା ସହ ଚୀନକୁ ଉଚିତ୍ ଜବାବ୍ ଦେବାକୁ ଚାହୁଁଛନ୍ତି । ଏହି କ୍ରୋଧକୁ ଜାହିର କରିବାକୁ ଯାଇ ୭ କୋଟି ବ୍ୟବସାୟୀଙ୍କ ପ୍ରତିନିଧିତ୍ୱ କରୁଥିବା କନଫେଡରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (କେଟ୍) ଅନ୍ତର୍ଗତ ୪୦ ହଜାରରୁ ଅଧିକ ବ୍ୟବସାୟୀ ସଂଗଠନ ଚୀନ୍ ସାମଗ୍ରୀକୁ ବହିଷ୍କାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ।
କେଟ୍ ହୋଲି ଅବସରରେ ଆଗାମୀ ୧୯ ମାର୍ଚ୍ଚରେ ଦେଶସାରା ଚୀନ୍ ସାମଗ୍ରୀକୁ ପୋଡ଼ିବା ପାଇଁ ଘୋଷଣା କରିଛି । ରାଜଧାନୀ ଦିଲ୍ଲୀରେ ଏହି ଚାଇନା ମାଲ୍ ପୋଡ଼ି ଅନୁଷ୍ଠିତ ହେବ । ଏଥି ସହ ଦେଶ ସାରା ୧୫୦୦ ସ୍ଥାନରେ ଚୀନ୍ ସାମଗ୍ରୀକୁ ଜଳାଯିବ । କେଟ୍ ତରଫରୁ ସରକାରଙ୍କୁ କୁହାଯାଇଛି ପ୍ରଥମ ପର୍ଯ୍ୟାୟରେ ଚୀନରୁ ଆସୁଥିବା ସାମଗ୍ରୀ ଉପରେ ୩୦୦ ରୁ ୫୦୦ ପ୍ରତିଶତ କଷ୍ଟମ୍ ଡ୍ୟୁଟି ଲଗାଯାଉ । କେଟ୍ ତରଫରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି କି ଯେ ଚୀନ୍ କଞ୍ଚାମାଲ୍ ଏବଂ ପ୍ରଡକ୍ଟ ଉପରେ ଧ୍ୟାନ ନ ଦେଇ ଭାରତର ଘରୋଇ ଉଦ୍ୟୋଗ ଉପରେ ସରକାର ସ୍ୱେଶାଲ୍ ପ୍ୟାକେଜ୍ ଦିଅନ୍ତୁ ।




Friday, 15 March 2019

18:43

ଫ୍ରାନ୍ସ ସରକାରଙ୍କର ଶକ୍ତ ପଦକ୍ଷେପ : ଜୈଶ-ଏ-ମୋହମ୍ମଦ (JEM)ର ସଂସ୍ଥାପକ ମସୂଦ ଆଝାରର ସଂପତ୍ତି ଜବତ କରିବାପାଇଁ ନିଷ୍ପତି



ଫ୍ରାନ୍ସ ସରକାରଙ୍କର ଶକ୍ତ ପଦକ୍ଷେପ ଉଠାଇ ଜୈଶ-ଏ-ମୋହମ୍ମଦ (JEM) ର ସଂସ୍ଥାପକ ମସୂଦ ଆଜାହରର ସଂପତ୍ତି ଜବତ କରିବାପାଇଁ ନିଷ୍ପତି ନେଇଛନ୍ତି।
ଫ୍ରାନ୍ସ ଆନ୍ତରିକ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ ଏବଂ ବିଦେଶ ମନ୍ତ୍ରଣାଳୟ ଦ୍ଵାରା ଜାରୀ ଏକ ସଂଯୁକ୍ତ ବିଜ୍ଞପ୍ତିରେ କୁହାଯାଇଛି କି ଫ୍ରାନ୍ସ ମସୁଦ ଆଝାରକୁ ୟୁରୋପୀୟ ୟୁନିୟନର ଆତଙ୍କବାଦୀ ସୂଚୀରେ ସାମିଲ କରିବା ଉପରେ ଚର୍ଚ୍ଚା କରିବ।
ଭାରତରେ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ବିଶ୍ୱର ଅନେକ ରାଷ୍ଟ୍ର ପାକିସ୍ଥାନ ଉପରେ ଚାପ ପକାଉଛନ୍ତି, ଯେଉଁଥିରେ ଜୈଶ-ଏ-ମୋହମ୍ମଦ ମଧ୍ୟ ସାମିଲ ଅଛି, ଯେଉଁ ଆତଙ୍କବାଦୀ ସଂଗଠନ ପୁଲବାମାରେ ୧୪ ଫେବ୍ରୁଆରୀରେ ଆକ୍ରମଣ କରିବାରେ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣରେ ୪୪ ଜଣ ଭାରତୀୟ ଅର୍ଧସୈନିକ ସହୀଦ ହୋଇଥିଲେ।

Thursday, 14 March 2019

10:45

ଜାତିସଙ୍ଘ ରେ ଚୀନର ଦାଦାଗିରି


ଜାତିସଙ୍ଘ ରେ ଚୀନର ଦାଦାଗିରି

ଜାତିସଙ୍ଘ ରେ ଚୀନର ଦାଦାଗିରି । ପୁଲବାମା ଆଟେକ ପରେ ସାରା ବିଶ୍ୱରେ ଜେସ ଏ ମହମ୍ମଦ ର ମୁଖ୍ୟ ମସୂଦ ଅଜହର ର ଆତଙ୍କବାଦୀ କାର୍ଯ୍ୟକଳାପ ସ୍ପଷ୍ଟ ହୋଇସାରିଛି । କିନ୍ତୁ ଚୀନ ଲଗାତାର ବଞ୍ଚାଇ ଚାଲୁଛି ଏହି ପାକିସ୍ତାନ ପାଳିତ ଆତଙ୍କବାଦୀ ମସୁର ଅଜହର କୁ । ଗତ ରାତି ରେ ଆମେରିକା , ବ୍ରିଟେନ , ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶ ଗୁଡିକ ର ପ୍ରସ୍ତାବ ରେ ଲଗାତାର ଚତୁର୍ଥ ଥର ବିଟୋ ପ୍ରୟୋଗ କରିଛି ଚୀନ । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତି ଏବଂ ସଂଗଠନ କୁ ପାକିସ୍ତାନ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ଦେଇ ପାଳି ଆସୁଛି । ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ସାହସ କୁ ବଢାଇ ଅଛି ଚୀନ । ଭାରତବାସୀଙ୍କୁ ଜାଣିବାକୁ ହେବ ଯେ ଚୀନ ମଧ୍ୟ ହେଇଉଛି ଏକ ବଡ଼ କଣ୍ଟା ଯିଏ ଭାରତ ବିରୋଧରେ ଆତଙ୍କ କୁ ପ୍ରଶ୍ରୟ ଦେଉଛି । ଚୀନ ସହିତ ଭାରତ ପ୍ରତ୍ୟକ୍ଷ ଲଢେ଼ଇ କରି ପାରିବ ନାହିଁ କିନ୍ତୁ ଚୀନ ବିରୋଧ ରେ ଆର୍ଥିକ ଲଢେଇ ଲଢ଼ି ପାରିବ । ଭାରତ ସରକାର ଉପରେ ଚିନର କୋଟି କୋଟି ଟଙ୍କା ଋଣ ବୋଝ ରହିଛି ଏବଂ ବିଭିନ୍ନ ପ୍ରକାର ଅନ୍ତର୍ଜାତୀୟ କଟକଣା ରହିଛି ଯାହାଦ୍ୱାରା ଭାରତ ସରକାର ପ୍ରତ୍ୟକ୍ଷ ଭାବେ ଚୀନ ବିରୋଧ ରେ କିଛି କରିବା ସମ୍ଭବ ନୁହେଁ । କିନ୍ତୁ ଆମେ 125 କୋଟି ଭାରତବାସୀ ସ୍ୱାଧୀନ ଅଟୁ , ଆମେ ସମସ୍ତେ ମିଳିମିଶି ଚୀନ କୁ ଆର୍ଥିକ ବହିଷ୍କାର କରି ପାରିବା । ଚୀନ ରେ ତିଆରି ସାମାନ ଆଜି ଭାରତର ଘରେ ଘରେ ପଶି ସାରିଛି ଏବଂ ସାମାନ ଜରିଆରେ ଚୀନ ଭାରତର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଛି । ଆମେ ଜାଣି ରଖିବା ଜରୁରୀ ଯେ ଆମେ ବ୍ୟବହାର କରୁଥିବା ଚୀନ ରେ ତିଆରି ମୋବାଇଲ ଏମ ଆଇ , ଅପ୍ପୋ , ବିଵୋ , ଜିଓ ଫୋନ ଏବଂ ଚୀନ ରେ ତିଆରି ହୋଇଥିବା ଆପ ୟୁ ସି ବ୍ରାଉଜର , ପେଟିଏମ ଇତ୍ୟାଦି ଆମର ସମସ୍ତ ପ୍ରକାର କାର୍ଯ୍ୟକଳାପ କୁ ରେକର୍ଡ କରୁଛନ୍ତି । ତେଣୁ ସାବଧାନ ଜନତା ନିଜେ ଦେଶ ପାଇଁ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

Wednesday, 13 March 2019

17:06

ମସୂଦ ଅଜହର ଘୋଷିତ ହେବ ଅନ୍ତର୍ଜାତୀୟ ଆତଙ୍କବାଦୀ ।


ଆଜି ଆମେରିକା , ଇଂଲଣ୍ଡ ଏବଂ ଫ୍ରାନ୍ସ ମିଶି ମିଳିତ ଜାତିସଂଘ ସୁରକ୍ଷା ପରିଷଦ ରେ ଏକ ପ୍ରସ୍ତାବ ଆଗତ କରିବେ ଯେଉଁଥିରେ କୁହାଯାଇଛି ପାକିସ୍ତାନ ରେ ରହୁଥିବା ଜେସ ର ମୁଖ୍ୟ  ମସୂଦ ଅଜହର କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷିତ କରାଯାଉ । ଆଉ ମଧ୍ୟ ଆମେରିକା କହୁଛି ଯେ ମସୂଦ ଅଜହର ପାଖରେ ଏହାର ପୁର୍ଣ ଯୋଗ୍ୟତା ରହିଛି । ଏହା ଆଗରୁ 3 ଥର ପ୍ରସ୍ତାବ ଦିଆଯାଇଥିଲା ଯେଉଁଥିରେ ଚୀନ ବିଟୋ ପ୍ରୟୋଗ କରି ପ୍ରସ୍ତାବ କୁ ଖାରଜ କରିଥିଲା । କିନ୍ତୁ ଏଥର ଚୀନ କୁ ମଧ୍ୟ ପ୍ରସ୍ତାବ ସପକ୍ଷରେ ବୋଟ ଦେଇପାରେ ବୋଲି ଆଶା କରାଯାଉଛି ।

Tuesday, 12 March 2019

14:16

ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁକୁ ପୂରିଲା ୩୦ ବର୍ଷ: ଗୁଗଲ୍‌ କଲା ସ୍ବତନ୍ତ୍ର ଡୁଡଲ୍‌



ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌)କୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏନେଇ ଗୁଗଲ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡୁଡଲ୍‌ ପ୍ରସ୍ତୁତ କରାଯାଇଛି। ଏଭଳି ଓ୍ବେବସାଇଟ୍‌ ସହିତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ମିଳିତ ଭାବେ କାର୍ଯ୍ୟ କରି ବେଶ୍‌ ସଫଳତା ହାସଲ କରିପାରିଛି। ଇଣ୍ଟରନେଟ୍‌ ଅନେକ ପୂର୍ବରୁ ଆସିଥିଲେ ମଧ୍ୟ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ ଆସିବା ପରେ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିଲା। ଏହାକୁ ଇଂଲଣ୍ଡ ବାସିନ୍ଦା ଟିମ୍‌ ବର୍ନର ପ୍ରସ୍ତୁତ କରିଥିଲେ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍‌ https://info.cern.ch/ hypertext/ WWW/ TheProject.html ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍‌ ହୋଇଥିଲା।

Sunday, 10 March 2019

14:16

ବ୍ରିଟେନରେ ଭାରତୀୟଙ୍କୁ ଆଇଏସଆଇ ର ଆକ୍ରମଣ



ପାକିସ୍ତାନର ଗୋଇନ୍ଦା ଆଇଏସଆଇ ସମର୍ଥିତ ଖାଲିସ୍ତାନମାନେ ବ୍ରିଟେନରେ ଥିବା ଭାରତୀୟଙ୍କ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଶନିବାର ଦିନ ବ୍ରିଟେନ୍‌ରେ ଥିବା ଭାରତୀୟମାନେ ଭାରତୀୟ ଉଚ୍ଚାୟୁକ୍ତ ବାହାରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିଲେ । ସେହି ସମୟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେ ମୁଣ୍ଡରେ ସିଖମାନଙ୍କ ପଗଡି ପିନ୍ଧିଥିଲେ । ସେମାନେ 'ନାରା-ଏ-ତକ୍‌ବୀର' ଓ 'ଅଲ୍ଲାହ-ଉ-ଅକବର' ନାରା ଦେଉଥିଲେ ।


ସୂଚନା ଅନୁଯାୟୀ, ଉଚ୍ଚାୟୁକ୍ତ ସମ୍ମୁଖରେ କାଶ୍ମୀର ଓ ଖାଲିସ୍ତାନ ସମର୍ଥକ ଭାରତ ବିରୋଧୀ ନାରା ଦେଉଥିବା ବେଳେ ଅନ୍ୟ ଦଳ ମୋଦିଙ୍କ ସମର୍ଥନରେ ନାରା ଲଗାଉଥିଲେ । ଏହି ସମୟରେ ଉଭୟ ଦଳ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରାଯାଇଥିଲା ପରେ ତାଙ୍କୁ ଛାଡି ଦିଆଯାଇଥିଲା। ସେହି ବ୍ୟକ୍ତି ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ । ଏହି ସଂଘର୍ଷରେ କେହି ମୃତାହତ ହୋଇଥିବା ଜଣାପଡି ନାହିଁ ବୋଲି ମେଟ୍ରୋପୋଲିଟନ ପୁଲିସ ସୂତ୍ରରୁ ସୂଚନା ମିଳିଛି ।


ଏଡି ଘଟଣାର ଭିଡିଓ ଓ ଫଟୋ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଦ୍ୱିତୀୟ ପକ୍ଷଲୋକ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଛନ୍ତି ବୋଲି ଉଚ୍ଚାୟୁକ୍ତ ବାହାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରୁଥିବା ଭାରତୀୟ ଲୋକମାନେ କହିଛନ୍ତି ।