Welcome To BN News . Always With Common People .

Breaking

Thursday 28 March 2019

ଭାରତର ଚାପରେ ନଇଁଲା ପାକିସ୍ତାନ, ଚୀନକୁ କହିଲା ମାସୁଦକୁ ରକ୍ଷା କରିବା ବନ୍ଦ କର

ମାର୍ଚ୍ଚ ୨୮:
ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଥିବା ସମସ୍ତେ ଜାଣନ୍ତି । କିଛି ଦିନ ପୂର୍ବରୁ ମାସୁଦ ଅଜହରକୁ ସଂଯୁକ୍ତ ରାଷ୍ଟ୍ରର ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ଚୀନ ଭିଟୋ ବ୍ୟବହାର କରି ବାଧା ଦେଇଥିଲା । ଚୀନ ମଧ୍ୟ ମାସୁଦକୁ ସମର୍ଥନ କରୁଥିବା ସ୍ପଷ୍ଟ ଜଣାପଡ଼ିଥିଲା । ଏବେ ପାକିସ୍ତାନ ଉପରେ ଭାରତର ଚାରିପଟୁ ଚାପ ପଡ଼ିବାରୁ ମୁଣ୍ଡ ନୁଆଁଇ ମାସୁଦକୁ ଆଉ ରକ୍ଷା ନକରିବାକୁ ଚୀନକୁ କହିଥିବା ସୂଚନା ମିଳିଛି ।
ସବୁ ଦେଶ ମାସୁଦକୁ ବିଶ୍ୱ ଆତଙ୍କବାଦୀଙ୍କ ନାମ ମଧ୍ୟରେ ସାମିଲ କରିବାକୁ ଚାହୁଁଛନ୍ତି । ପୁଲୱାମା ଆତ୍ମଘାତୀ ଆକ୍ରମଣର ଦାୟିତ୍ୱ ମୁଖ୍ୟ ଆତଙ୍କବାଦୀ ମାସୁଦ ଅଜହର ନେଇଥିଲା । ସେଥିରେ ଭାରତର ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ପାକିସ୍ତାନ ଉପରେ ସବୁ ଦେଶର ଚାପ ପଡ଼ିଛି । ମାସୁଦକୁ ବିଶ୍ୱ ଆତଙ୍କବାଦୀ ତାଲିକା ଅନ୍ତର୍ଭୁକ୍ତ କରିବାକୁ ସବୁ ଦେଶ ଚାହୁଁଛନ୍ତି । ତେଣୁ ଏବେ ପାକିସ୍ତାନକୁ ମୁଣ୍ଡ ନୁଆଇବାକୁ ପଡ଼ିଛି । ବର୍ତ୍ତମାନ ଏଣିକି ମାସୁଦର ସାଥ ନଦେଇ ତାକୁ ବଂଚାଇବାକୁ ଚେଷ୍ଟା ନକରିବାକୁ ପାକିସ୍ତାନ ଚୀନକୁ କହିଛି । ଏହା ଦ୍ୱାରା ପାକସ୍ତାନ ଭାରତ ସହ କଥାବାର୍ତ୍ତା ହେବା ପାଇଁ ସୁଯୋଗ ବି ପାଇପାରିବ ।
ଆମେରିକା ମଧ୍ୟ ମାସୁଦ ଅଜହର ମାମଲାରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ବିଚାର କରିବ ଯେଉଁଠାରେ ଚୀନକୁ ଅପଦସ୍ତ ହେବାକୁ ପଡ଼ିପାରେ । ୟୁଏନ ବିଶ୍ୱ ଆତଙ୍କବାଦୀ ଭାବରେ ଘୋଷଣା ଭାରତ ଓ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ଜଡ଼ିତ ନୁହେଁ ବୋଲି ଆମେରିକା ଚୀନକୁ କହିଥିବା ଜଣାପଡ଼ିଛି । ମାସୁଦ ଅଜହରକୁ ବିଶ୍ୱ ଆତଙ୍କବାଦୀରେ ସାମିଲ ହେବାରୁ ବଂଚାଇବାକୁ ଚୀନ ଚତୁର୍ଥ ଥର ଭିଟୋ ବ୍ୟବହାର କରିଥିଲା । ଏହା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ତିନି ପ୍ରମୁଖ ଦେଶ ବିଶିଷ୍ଟ କାରଣ ପାଇଁ ଦୁଇ ସପ୍ତାହ ସମୟ ଦେଇଥିଲେ ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି ।

No comments:

Post a Comment