Welcome To BN News . Always With Common People .

Breaking

Showing posts with label OD Education. Show all posts
Showing posts with label OD Education. Show all posts

Monday, 8 April 2019

12:15

ସିବିଆଇ ତାଲିକାଭୁକ୍ତ ନେତାଙ୍କୁ ନେଇ ନବୀନ ନେଇଛନ୍ତି ବିରାଟ ରିସ୍କ


ବିଭିନ୍ନ ଦୁର୍ନୀତି ମାମଲାର ଅଭିଯୁକ୍ତ ନେତାମାନଙ୍କୁ ପୁନର୍ବାର ଟିକଟ ଦେଇ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ରାଜନୈତିକ ରିସ୍କ ନେଇଛନ୍ତି। ଏହା ତାଙ୍କର ରାଜନୈତିକ ବାଧ୍ୟବାଧକତା ନା ନିର୍ବାଚନୀ କୌଶଳ, ତାହା ଫଳାଫଳ ନିର୍ଣ୍ଣୟ କରିବ। କିନ୍ତୁ ଭବିଷ୍ୟତରେ ଏହି ନିଷ୍ପତ୍ତି ନବୀନଙ୍କ ପାଇଁ ମସ୍ତବଡ଼ ମୁଣ୍ଡବ୍ୟଥାର କାରଣ ହେବ ବୋଲି ପୂର୍ବାନୁମାନ କରାଯାଇପାରେ।
ଏଥର ନବୀନ ପଟ୍ଟନାୟକ ଯଦି, କିନ୍ତୁ, ପରନ୍ତୁ ଏବଂ ଅଥଚ ଉପରେ ଅଧିକ ନିର୍ଭର କରି ପ୍ରାର୍ଥୀ ଚୟନ କରିଛନ୍ତି। କିନ୍ତୁ ରାଜନୀତିରେ ସବୁବେଳେ କିନ୍ତୁ-ପରନ୍ତୁ ସହାୟକ ସିଦ୍ଧ ହୁଏ ନାହିଁ। ହୁଏତ ନବୀନଙ୍କ କ୍ଷେତ୍ରରେ ଏଭଳି ଅନୁମାନ ଘାତକ ସିଦ୍ଧ ହୋଇପାରେ।
୨୦୧୭ ପଞ୍ଚାୟତ ନିର୍ବାଚନ ବିଫଳତା ପରେ ମନ୍ତ୍ରିମଣ୍ଡଳରୁ ଯୁବ ମନ୍ତ୍ରୀଙ୍କୁ ବିଦା କରିଦେଇଥିଲେ। ଏହାର ଦୁଇଟି କାରଣ ଥିଲା। ଦେବୀ ମିଶ୍ର ଏବଂ ପୁଷ୍ପେନ୍ଦ୍ରଙ୍କ ପରି ମନ୍ତ୍ରୀମାନଙ୍କ ନିର୍ବାଚନମଣ୍ଡଳୀରେ ବିଜେପି ଚମତ୍କାର ପ୍ରଦର୍ଶନ କରିଥିଲା। ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ଦେବୀ ମିଶ୍ରଙ୍କ ବିରୋଧରେ ଚିଟଫଣ୍ଡ ଅଭିଯୋଗ ଥିଲା। ସମାନ ଅଭିଯୋଗ ଥାଇ ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରିମଣ୍ଡଳରେ ରହିଲେ। ପ୍ରଦୀପ ପାଣିଗ୍ରାହୀ ଓ ପ୍ରଦୀପ ସେଠୀଙ୍କ ମଧ୍ୟରେ ସମ୍ପର୍କ କାହାକୁ ଅଛପା ନଥିଲା। ସେ ବାଦ ପଡ଼ିଥିଲେ। ଏମିତି ଦେଖିବାକୁ ଗଲେ ବହୁ ମନ୍ତ୍ରୀ ଓ ବିଧାୟକଙ୍କ ନାମରେ ଚିଟଫଣ୍ଡ ସମେତ ଅନେକ ଦୁର୍ନୀତି ଅଭିଯୋଗ ଉଠିଥିଲା।
ନବୀନଙ୍କ ତଥାକଥିତ ଦୁର୍ନୀତିମୁ ଛବି ତାଙ୍କୁ ୩ଟି ନିର୍ବାଚନ ଅତି ସହଜରେ ପାର କରାଇ ଦେଇଥିଲା। ୨୦୦୯ ନିର୍ବାଚନ ପରେ ଆସିଲା ଖଣି ଦୁର୍ନୀତି ମାମଲା। ଯେନତେନ ପ୍ରକାରେଣ ସିବିଆଇ ତଦନ୍ତକୁ ଅଟକାଇବାରେ ସଫଳ ହୋଇଥିଲେ ନବୀନ ପଟ୍ଟନାୟକ। କିନ୍ତୁ ଖଣି ଦୁର୍ନୀତି ହୋଇଥିବା କଥା ସ୍ୱୀକାର କରିଥିଲେ ସରକାର। ତେଣୁ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ଖସିବା ଆରମ୍ଭ କରିଥିଲା ୨୦୦୯ ପରେ ପରେ। ଏହାସତ୍ତ୍ୱେ ୨୦୧୪ ନିର୍ବାଚନରେ ନବୀନଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳକୁ ରେକର୍ଡ଼ ସଫଳତା ମିଳିଥିଲା।
ଯଦିଓ ବିଜୁ ପଟ୍ଟନାୟକଙ୍କ ୧୯୯୦ ରେକର୍ଡ଼ ଭାଙ୍ଗିପାରି ନଥିଲେ ନବୀନ, ତଥାପି ୧୧୭ ଆସନ ଜିଣିବା ମାମୁଲି ଘଟଣା ନଥିଲା। ମାତ୍ର କେନ୍ଦ୍ରରେ ନବୀନଙ୍କ ଇଚ୍ଛା ବିପରୀତ ମୋଦୀ ସରକାର ଗଠିତ ହେଲା। ଦୁର୍ଯୋଗକୁ ସୁପ୍ରିମକୋର୍ଟଙ୍କ ଠାରୁ ଚିଟଫଣ୍ଡ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଆସିଲା। ନବୀନ ସରକାରଙ୍କ ମନ୍ତ୍ରୀ, ବିଧାୟକ ଏବଂ ଅଫିସରମାନେ ଚିଟଫଣ୍ଡ ଦୁର୍ନୀତିରେ ନିବିଡ଼ ଭାବେ ଜଡ଼ିତ ଥିବା କାହାକୁ ଅଛପା ନଥିଲା।
ବିଜେଡ଼ି ସାଂସଦ ରାମଚନ୍ଦ୍ର ହାଁସଦା ଓ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ, ସୁବର୍ଣ୍ଣ ନାୟକ, ପ୍ରଭାତ ବିଶ୍ୱାଳ, ବିଜେପି ବିଧାୟକ ହିତେଶ ବଗର୍ତ୍ତି ଜେଲ ଗଲେ। କେତେ ଜଣଙ୍କୁ ସିବିଆଇ ପଚରା ଉଚରା କରିଥିଲା। ଆହୁରି ଅନେକଙ୍କ ନାମ ସିବିଆଇ ଅଭିଯୁକ୍ତ ତାଲିକାରେ ଥିଲା। ନବୀନ ସଫଳ ଗୋଟି ଚାଳନା କରି କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଦ୍ୱାରା ଯେତିକି ଗତିରେ ସିବିଆଇ ତଦନ୍ତ ଚାଲିବା କଥା, ତାହା ହେଲା ନାହିଁ। ତେଣୁ ନବୀନ ପଟ୍ଟନାୟକ ନିଜେ ଆଶ୍ୱସ୍ତ। ତାଙ୍କ ସହ ଶାସକ ଦଳ ବି।
ଏହା ସହିତ ଅଛି ବ୍ଲାକରୋଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ। ଖଣି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଶାହା କମିଶନ ସୁପାରିଶ କରିସାରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଛି, କିନ୍ତୁ ତଦନ୍ତ ଆଦେଶ ଦିଆଯାଇ ନାହିଁ। ଯଦି ତଦନ୍ତ ସଠିକ ଦିଗରେ ଆଗାଏ, ତେବେ କମଳ ଧୋଉ ଧୋଉ କମ୍ୱଳ ନିର୍ବାଳ ପରି କଥା ହୋଇଯିବ।
ଏବେ ଆସିବା ସବୁ ଜାଣି ମଧ୍ୟ ବିଭିନ୍ନ ଦୁର୍ନୀତି ଅଭିଯୁକ୍ତଙ୍କୁ ନବୀନ ଟିକଟ ଦେଲେ କାହିଁକି?
ଗିରଫ ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଟିକଟ ଦିଆଯାଇ ନାହିଁ କି ତାଙ୍କ ସମ୍ପର୍କୀୟ ଟିକଟ ପାଇ ନାହାନ୍ତି। ଅଥଚ ପ୍ରଭାତ ତ୍ରିପାଠୀ ଏବଂ ପ୍ରଭାତ ବିଶ୍ୱାଳଙ୍କ ପୁଅ ଟିକଟ ପାଇଛନ୍ତି ବାଙ୍କୀ ଓ କଟକ-ଚୌଦ୍ୱାରରୁ। ଅନ୍ୟ ଯେଉଁମାନଙ୍କର ନାମ ସିବିଆଇ ତାଲିକାରେ ଅଛି, ସେମାନଙ୍କୁ ମଧ୍ୟ ଲୋକସଭା ଏବଂ ବିଧାନସଭା ପାଇଁ ଟିକଟ ମିଳିଛି। କାହିଁକି ଏପ୍ରକାର ନିଷ୍ପତ୍ତି ନେଲେ ନବୀନ?
ସେଥିପାଇଁ ଯଦି. କିନ୍ତୁ . ଏବଂ ପରନ୍ତୁ. ଉପରେ ଅଧିକ ନିର୍ଭର କରିଛନ୍ତି ନବୀନ ପଟ୍ଟନାୟକ। ନିର୍ବାଚନ ପରେ ବିଜେଡି କିଙ୍ଗ୍ ମେକର ହେବ କହି ନବୀନ ନିଜର ମନୋଭାବକୁ ସ୍ପଷ୍ଟ କରିଛନ୍ତି। ଅର୍ଥାତ ନବୀନ ଆଶା କରୁଛନ୍ତି ଯେ, କେନ୍ଦ୍ରରେ ଏଥର ଏନଡିଏ ପୂର୍ଣ୍ଣ ବହୁମତ ପାଇବ ନାହିଁ। ଖେଚୁଡ଼ୀ ସରକାର ହେବ। ଏଇଠୁ ଆରମ୍ଭ ଯଦି କେନ୍ଦ୍ରରେ ମେଣ୍ଟ ସରକାର ହୁଏ, ତେବେ ଏଥିରେ ବିଜେଡି ସାମିଲ ହେବ। ଯଦି ବିଜେଡି ସାମିଲ ହୁଏ, ତେବେ ସିବିଆଇ ତଦନ୍ତରେ ଡୋରି ଲାଗିଯିବ। ଯଦି ଖେଚୁଡ଼ୀ ସରକାର ହୁଏ, ତେବେ ଆଉ ଖଣି କି ବ୍ଲାକରୋଜ କଥା ଉଠିବ ନାହିଁ। ଯଦି ପୁନର୍ବାର ନବୀନ କ୍ଷମତାକୁ ଆସନ୍ତି, ତେବେ ସିବିଆଇ ତାଲିକାଭୁକ୍ତ ବିଧାୟକ କି ମନ୍ତ୍ରୀମାନେ ଆଉ ଘୋଷଡ଼ା ହେବେ ନାହିଁ ବୋଲି ଭାବି ନେଇଛନ୍ତି ନବୀନ।
ଏହାସବୁ କଳ୍ପନାର ଗଣିତ। ଯଦି କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଯାଏ ଏବଂ ଯଦି ରାଜ୍ୟରେ ବିଜୁ ଜନତା ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିନପାରେ, ସେତେବେଳେ କି ପ୍ରକାର ରାଜନୈତିକ ଅବସ୍ଥା ନବୀନ ଏବଂ ବିଜୁ ଜନତା ଦଳର ହେବ, ତାହା ନବୀନ ବିଚାରକୁ ନେଇଛନ୍ତି କି ନାହିଁ, ତାହା ଅଜଣା। ତେଣୁ ଯେକୌଣସି ଦିଗକୁ ରାଜନୀତି କଡ଼ ଲେଉଟାଇପାରେ।
ଯଦି ନବୀନଙ୍କ ଇଚ୍ଛା ବା କଳ୍ପନା ମୁତାବକ କେନ୍ଦ୍ରରେ ମୋଦୀ କି ରାହୁଲ ତାଙ୍କ ସରକାର ଗଠନ ପାଇଁ ସମର୍ଥନ ଲୋଡ଼ନ୍ତି ତେବେ ତ ଅତ୍ୟନ୍ତ ସୁବିଧାରେ ରହିବେ ସିବିଆଇ ତାଲିକାଭୁକ୍ତ ବିଜେଡି ନେତାମାନେ। ନିଜେ ନବୀନ ମଧ୍ୟ ବର୍ତ୍ତିଯିବେ ସିବିଆଇ ଯାଞ୍ଚରୁ। ଯଦି ରାଜ୍ୟରେ ଖେଚୁଡ଼ୀ ସରକାର ହୋଇଯାଏ, ତେବେ ଭିନ୍ନ ଏବଂ ବିଚିତ୍ର ସ୍ଥିତି ଉପୁଜିବ ନବୀନଙ୍କ ପାଇଁ। ଆଉ ଅଭିଯୁକ୍ତଙ୍କୁ କୋଳେଇବା ସମ୍ଭବ ହେବ ନାହିଁ।
ପୁଣି ସେହି କିନ୍ତୁ। ଯଦି କେନ୍ଦ୍ରରେ ମୋଦୀ ସରକାର ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସନ୍ତି ଏବଂ ରାଜ୍ୟରେ ମେଣ୍ଟ ସରକାର ଗଠନର ସମ୍ଭାବନା ସୃଷ୍ଟି ହୁଏ, ତେବେ ନବୀନଙ୍କ ପରିସ୍ଥିତି କ'ଣ ହେବ, ବିଜୁ ଜନତା ଦଳର କେହି କଳ୍ପନା କରିଛନ୍ତି କି?
ଆହୁରି ଏକ ବଡ଼ ପ୍ରଶ୍ନ ତାଙ୍କ ସ୍ୱାସ୍ଥ୍ୟକୁ ନେଇ। ଅର୍ନ୍ତଦ୍ୱନ୍ଦ୍ୱ ଏବଂ ଅସନ୍ତୋଷ ଭରା ବିଜୁ ଜନତା ଦଳ ଯେକୌଣସି କେନ୍ଦ୍ରୀୟ ଚାପରେ ଖଣ୍ଡ ବିଖଣ୍ଡିତ ହୋଇଯିବା ବିଚିତ୍ର ନୁହେଁ।

Sunday, 7 April 2019

17:17

ଆଇଏଏସ୍‌ ଟପ୍ପର କନିଷ୍କ, ପରିବାର ଓ ପ୍ରେମିକାଙ୍କୁ ଦେଲେ ସଫଳତାର ଶ୍ରେୟ


ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା (ଆଇଏଏସ୍‌) ପରୀକ୍ଷାର ରେଜଲ୍ଟ ଶୁକ୍ରବାର ଘୋଷଣା କରାଯାଇଛି। ଏଥିରେ ରାଜସ୍ଥାନର କନିଷ୍କ କଟାରିୟା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।
କନିଷ୍କ ଆଇଆଇଟି ମୁମ୍ବାଇରୁ ବିଟେକ୍‌ ପାସ କରିଛନ୍ତି। ଏହାପରେ ସେ ୟୁପିଏସ୍‌ସି ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ, ଯେଉଁଥିରେ କେବଳ ସେ ସଫଳ ହୋଇନାହାନ୍ତି ବରଂ ଶୀର୍ଷ ସ୍ଥାନ ଅଧିକାର ବି କରିଛନ୍ତି। ଏହାପରେ ଯେମିତି ଶୁଭେଛାର ସୁଅ ଛୁଟିଥିଲା କନିଷ୍କାଙ୍କ ପାଖକୁ।
ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ତାଙ୍କ ପ୍ରିତିକ୍ରିୟା ନେବାକୁ ପହଞ୍ଚିଥିଲେ। ନିଜ ସଫଳତା ପାଇଁ ଗଣମାଧ୍ୟମ ଆଗରେ ଖୁସି ବ୍ୟକ୍ତ କରିଛନ୍ତି କନିଷ୍କ।
"ରେଜଲ୍ଟ ବହାରିବାର ସମୟ ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ମୁଁ କେବେ ଭାବିନଥିଲି ରାଙ୍କ ୱାନରେ ମୋ ନାଁ ଆସିବ।", ଗଣମାଧ୍ୟମରେ କହିଛନ୍ତି କନିଷ୍କ।
ଏହା ସହିତ ସେ ସଫଳତା ଲାଗି ତାଙ୍କ ବାପା, ମା' ଭଉଣୀ ସହିତ ପ୍ରେମିକାଙ୍କୁ ବି ଧନ୍ୟବାଦ ଜଣାଇଛନ୍ତି।

୨୭ ବର୍ଷୀୟ କନିଷ୍କଙ୍କ ଘର ରାଜସ୍ଥାନର ଜୟପୁରରେ। ରିପୋର୍ଟ ଅନୁସାରେ କନିଷ୍କଙ୍କ ବାପା ମଧ୍ୟ ଜଣେ ଆଇଏସ୍‌ ଅଫିସର। ବିଟେକ ପରେ ସେ ଦିଲ୍ଲୀରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
କନିଷ୍କଙ୍କ ସଫଳତା ପାଇଁ ତାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଭିନନ୍ଦନ ଜଣାଇଛନ୍ତି। ସେ ଜଣେ ଭଲ ପ୍ରଶାସକ ଭାବେ ସେବା ଯୋଗାଇବେ ବୋଲି କହିଛନ୍ତି। ଦିଲ୍ଲୀରେ ରହି ପାଠ ପଢ଼ିଥୁବା କନିଷ୍କ ରେଜଲ୍ଟ ଘୋଷଣା ହେବା ସମୟରେ ନିଜ ପରିବାର ସହ ଅଛନ୍ତି।

Monday, 1 April 2019

20:48

'ପିଏମ ନରେନ୍ଦ୍ର ମୋଦୀ' ନିର୍ମାତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତୀ



ନୂଆଦିଲ୍ଲୀ, ଏପ୍ରିଲ ୦୧ :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଉପରେ ନିର୍ମିତ ହୋଇଥିବା ଫିଲ୍ମୀକୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତୀ ମିଳିଛି । ଫିଲ୍ମର ନିର୍ମାତାମାନଙ୍କ ଆଶ୍ୱସ୍ତୀ ପ୍ରଦନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ରଦ୍ଦ କରିଛନ୍ତି ।
ଏହି ଜନସ୍ୱାର୍ଥ ମାମଲା ପଏମ ନରେନ୍ଦ୍ର ମୋଦୀ ମୁଭିର ରିଲିଜ ତାରିଖ ଉପରେ ରୋକ ଲଗାଇବାକୁ କରାଯାଇଥିଲା । ସାଧାରଣ ନିର୍ବାଚନ ସମୟରେ ଏହି ମୁଭି ନିର୍ବାଚନ ଆରଣ ସଂହିତାର ଉଲଂଘନ କରୁଛି ବୋଲି ଉଲ୍ଲେଖ କରାଯାଇଥିଲା । ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଥିଲା ଯେ ଏହା ନିର୍ବାଚନ ଆଚରଣ ସଂହିତାର ଉଲଂଘନ ଏବଂ ଏହି ଫିଲ୍ମ ଦ୍ୱାରା ଭୋଟର ମାନେ ପ୍ରଭାବିତ ହେବେ । ଏହିପରି ଜନସ୍ୱାର୍ଥ ମାମଲା ଆହ୍ଲାବାଦ ହାଇକୋର୍ଟ ଏବଂ ବୋମ୍ବେ ହାଇକୋର୍ଟରେ ମଧ୍ୟ ରୁଜୁ କରାଯାଇଛି ।
20:44

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - ବେସରକାରୀ ସ୍କୁଲ ନିର୍ଦେଶ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ


ରାଜ୍ୟରେ ପ୍ରବଳ ଗ୍ରୀଷ୍ମ୍ରବାହକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମେଁ ୫ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ଖୋଲା ରହି ମେଁ ୬ରୁ ଛୁଟି ହେବ ବୋଲି ନିର୍ଦେଶ ରହିଛି । ବିଦ୍ୟାଳୟ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବିଦ୍ୟାଳୟରେ ଯଥେଷ୍ଟ ପାଣି ଗଚ୍ଛିତ ରଖିବା ପାଇଁ ପ୍ରଧାନଶିକ୍ଷକଙ୍କୁ ତାଗିଦ କରାଯାଇଛି । ପୂର୍ବବର୍ଷ ଏହିଭଳି ଘୋଷଣା ହୋଇଥିବାବେଳେ କେନ୍ଦୁଝର ସହରରେ ଥିବା ବେସରକାରୀ ଅନୁଷ୍ଠାନମାନ ଏହାକୁ ମାନି ନ ଥିଲେ । ବିନା ୟୁନିଫର୍ମ ପୋଷାକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠ ପଢାଉଥିବା ଦେଖାଯାଇଥିଲା । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଯେଉଁ ବେସରକାରୀ ଶିକ୍ଷାନୁଷ୍ଠାନ ସରକାରଙ୍କ ନିର୍ଦେଶନାମାକୁ ନ ମାନିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

Saturday, 16 March 2019

20:40

ଚଢ଼ା ଦରରେ ବହି ବିକ୍ରି, ଘରୋଇ ପ୍ରକାଶନୀ ସଂସ୍ଥାଙ୍କ ପୁସ୍ତକ କିଣିବାକୁ ବାଧ୍ୟ କରାଯାଉଛି , ଘରୋଇ ସ୍କୁଲ କ୍ୟାମ୍ପସରେ ଖୋଲିଛି ବିକ୍ରୟ କେନ୍ଦ୍ର



ନାମଲେଖା ପାଇଁ ଅଭିଭାବକଙ୍କଠାରୁ ଚଢ଼ା ଦର ନେଉଛନ୍ତି ଘରୋଇ ବିଦ୍ୟାଳୟ। ତଥାପି ସ୍କୁଲ କର୍ତୃପକ୍ଷଙ୍କ ମନ ମାନୁନି , ପୁସ୍ତକ ବିକ୍ରି ନାଁରେ କୋମଳମତି ଛାତ୍ରଛାତ୍ରୀଙ୍କଠାରୁ ହଜାର ହଜାର ଟଙ୍କା ନେଉଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଗାଇଡ୍‌ଲାଇନ୍‌କୁ ଖାତିର କରୁନାହାନ୍ତି। ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ତାରି ଏଜୁକେସନ(ସିବିଏସ୍‌ଇ) ଦ୍ବାରା ଜାରି ନିୟମକୁ ବି ମାନୁନାହାନ୍ତି। ବଡ଼ ବଡ଼ ତଥା ନାମକରା ସ୍କୁଲଗୁଡ଼ିକ ନିଜ ମର୍ଜିରେ ପିଲାଙ୍କୁ ବହି ‌ପଢ଼ିବାକୁ ଦେଉଛନ୍ତି। ନ୍ୟାସନାଲ କାଉନସିଲ୍‌ ଅଫ୍‌ ଏଜୁକେସନ ରିସର୍ଚ୍ଚ ଆଣ୍ତ ଟ୍ରେନିଂ (ଏନ୍‌ସିଇଆର‌୍‌ଟି) ଦ୍ବାରା ପ୍ରକାଶିତ ପୁସ୍ତକ ବଦଳରେ ବାହାର ତଥା ଘରୋଇ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ପିଲାଙ୍କୁ ଦିଆଯାଉଛି। ଯେଉଁଥିପାଇଁ ଏନ୍‌ସିଇଆର୍‌ଟି ଦ୍ବାରା ପ୍ରକାଶିତ ଯେଉଁ ପୁସ୍ତକର ମୂଲ୍ୟ ୨୫୦ଟଙ୍କା ରହିଛି, ତାହାକୁ ଛାତ୍ରଛାତ୍ରୀ ବାଧ୍ୟ ହୋଇ ଦୁଇ ହଜାର ଟଙ୍କାରେ କିଣୁଛନ୍ତି। ଘରୋଇ ବିଦ୍ୟାଳୟଗୁଡ଼ିକରେ କିଭଳି ଚଢ଼ା ଦରରେ ପୁସ୍ତକ ବିକ୍ରି ହେଉଛି, ତାହାର ଅନୁସନ୍ଧାନ କରିବାକୁ ଆମ ଜଣେ ସାମ୍ବାଦିକ ଏକ ନାମକରା ସ୍କୁଲରେ ପହଞ୍ଚିଥିଲା। ସେଠାରେ ଅଭିଭାବକମାନେ ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ବହି ନେଉଥିଲେ। ରାଜ୍ୟର ଏହି ନାମକରା ବିଦ୍ୟାଳୟରେ ଅଭିଭାବକଙ୍କୁ ନାଲିଆଖି ଦେଖାଇ ଚଢ଼ା ଦରରେ ବହି କିଣିବାକୁ ବାଧ୍ୟ କରାଯାଉଥିବା‌ ଦେଖିବାକୁ ମିଳିଥିଲା। କେତେକ ଅଭିଭାବକ ପ୍ରତିବାଦ କରୁଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ତାହାକୁ ଖାତିର କରୁ ନଥିଲେ। ବରଂ ସିଧାସିଧା କହୁଥିଲେ ନେବ ଯଦି ନିଅ ନ ‌ହେଲେ ନାହିଁ। ୫ମ ଶ୍ରେଣୀର ସବୁ ପିଲା ଏହି ବହି ପଢ଼ୁଛନ୍ତି। ତୁମେ କାହିଁକି ପ୍ରତିବ‌ାଦ କରୁଛ ବୋଲି ସ୍କୁଲ କର୍ମଚାରୀମାନେ ପ୍ରଶ୍ନ କରିଥିଲେ। ଆଉ କୌଣସି ବାଟ ନ ପାଇ ଅଭିଭାବକମାନେ ବାଧ୍ୟ ହୋଇ ସ୍କୁଲରୁ ବହି କିଣିଥିଲେ। ଗୋଟିଏ କି ଦୁଇଟି ସ୍କୁଲ ନୁହେଁ।  ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘରୋଇ ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏଭଳି ଲୁଟ୍‌ କରୁଛନ୍ତି।
ସିବିଏସ୍‌ଇ ଅଧୀନ ବିଦ୍ୟାଳୟ ଛାତ୍ରଛାତ୍ରୀ ୨୦୧୭-୧୮ ଶିକ୍ଷାବର୍ଷରୁ କେବଳ ଏନ୍‌ସିଇଆର‌୍‌ଟି ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବେ ବୋଲି ନିୟମ ହୋଇଥିଲା। ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କୁହାଯାଇଥିଲା ଯେ ସିବିଏସ୍‌ଇ ଅଧୀନ ଦେଶର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ପାଠ୍ୟପୁସ୍ତକ ପ୍ରସ୍ତୁତ କରିବ ଏନ୍‌ସିଇଆର‌୍‌ଟି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ସିଲାବସ୍‌ ଅନୁଯାୟୀ ପୁସ୍ତକ ପ୍ରକାଶିତ ହେବ। ୬୮୦ଟି ଭେଣ୍ତର ସମେତ ନୂଆଦିଲ୍ଲୀସ୍ଥିତ ଏନ୍‌ସିଇଆର‌୍‌ଟିର ମୁଖ୍ୟ କାର୍ଯ୍ୟାଳୟ, ଅହମ୍ମଦାବାଦ, ଆଜମୈର‌୍‌, ବେଙ୍ଗାଲୁର‌ୁ, ଭୋପାଳ, ଭୁବନେଶ୍ବର, କୋଲକାତା ଏବ˚ ମହୀଶୂରରେ ଥିବା ବିକ୍ରୟ କେନ୍ଦ୍ରରେ ବି ପାଠ୍ୟପୁସ୍ତକ ବିକ୍ରି କରାଯିବ। ବିଦ୍ୟାଳୟଗୁଡ଼ିକ ନିଜ ଆବଶ୍ୟକତା ଅନୁଯାୟୀ ପୁସ୍ତକ ଲାଗି ସିବିଏସ୍‌ଇ ୱେବସାଇଟ୍‌ରେ ଆବେଦନ କରିବେ। ୨୦୧୭-୧୮ ଶିକ୍ଷାବର୍ଷରେ ସ୍କୁଲକୁ କେତେ ପୁସ୍ତକ ଆବଶ୍ୟକତା ରହିଛି, କେଉଁ ଶ୍ରେଣୀ ଏବ˚ ବିଷୟ ଅନୁଯାୟୀ କେତେ ସ˚ଖ୍ୟକ ପାଠ୍ୟପୁସ୍ତକ ଦରକାର ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରିବେ। ହେଲେ ନିୟମକୁ କେହି ବି ମାନୁନାହାନ୍ତି। ଏନ୍‌ସିଇଆର‌୍‌ଟି ପକ୍ଷରୁ ଯେଉଁ ବହି ୨୫୦ ଟଙ୍କାରେ ମିଳୁଛି ଘରୋଇ ବିଦ୍ୟାଳୟଗୁଡ଼ିକ ତାହାକୁ ୨୦୦୦ ଟଙ୍କାରେ ଛାତ୍ରଛାତ୍ରୀଙ୍କୁ ବିକ୍ରି କରୁଛନ୍ତି। କେବଳ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏନ୍‌ସିଇଆର‌୍‌ଟି ବହି ମିଳୁଥିବା ଜଣାପଡ଼ିଛି। ଏନ୍‌ସିଇଆର୍‌ଟି ବହି ପଢ଼ାଯାଉ ନଥିବା ଅଭିଯୋଗ କରି ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପଦେଷ୍ଟା ମନୋଜ ଜେନା ଗତକାଲି ଏନ୍‌ସିପିସିଆର୍‌ ଅଧ୍ୟକ୍ଷ ପ୍ରିୟଙ୍କା କାନୁନ୍‌ଗୋଙ୍କୁ ସାକ୍ଷାତ କରିଥିଲେ। ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି। ଏଥିସହ ମହାସଂଘର ସଦସ୍ୟମାନେ  ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି।

Tuesday, 12 March 2019

13:49

ପିଲାଙ୍କୁ ଇଂରାଜୀ,ହିନ୍ଦୀ ଶିଖାଇବ ଗୁଗଲର ନୂଆ "ବୋଲୋ" ଆପ




ଇଂଲିସ କହିବାକୁ ପ୍ରାୟତଃ ସମସ୍ତେ ଚାହାଁନ୍ତି । ଏହି ଇଚ୍ଛା ଦିନକୁ ଦିନ ବଢିବାରେ ଲାଗିଛି । ଆଜିର ଯୁବପିଢି ମଧ୍ୟ ଇଂଲିସ ଶିଖିବା ପାଇଁ ଚାହୁଁଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଆଗାମୀ ପିଢି, କାରଣ ଆଜି ସମସ୍ତେ ଚାହାଁନ୍ତି କି ତାଙ୍କ ପିଲାମାନେ ଭଲ ଇଂଲିସ କୁହନ୍ତୁ । ଏହି ଆଗ୍ରହକୁ ନଜରରେ ରଖି ଗୁଗୁଲ ଆଣିଛି ନୂଆ ଆପ୍ ।
ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଇଂଲିସ ଶିଖାଇବା ପାଇଁ ଆଜି ଏକ ଆପ୍ ଲଞ୍ଚ୍ କରିଛି । ଏହି ଆପ୍ ର ନାମ ରଖାଯାଇଛି 'ବୋଲୋ' । ଏହି ଆପ୍ଲିକେସନ ମାଧ୍ୟମରେ ପିଲାମାନଙ୍କୁ ହିନ୍ଦୀ ଓ ଇଂଲିସ ଶିଖିବା ସହଜ ହେବ । ଶବ୍ଦଗୁଡିକର ଉଚାରଣରେ ମଧ୍ୟ ଏହି ଆପ୍ଲିକେସନ ସାହାଯ୍ୟ କରିବ । ଏହି ଆପ୍ଲିକେସନକୁ ସର୍ବପ୍ରଥମେ ଭାରତରେ ହିଁ ଲଞ୍ଚ୍ କରାଯାଇଛି ।
ଏହି ଆପ୍ଲିକେସନ ଅଫଲାଇନରେ ମଧ୍ୟ ଚାଲିବ । କୌତୁହଳ ସହିତ ପିଲାମାନଙ୍କୁ ଉଭୟ ହିନ୍ଦୀ ଓ ଇଂଲିସ ଶିଖିବାରେ ଏହା ସାହାଯ୍ୟ କରିବ । ମନୋରଂଜନ ଶୈଳୀରେ ପିଲାମାନଙ୍କୁ ଏହି ଆପରେ ଶିଖିବାକୁ ମିଳୁଥିବାରୁ ପିଲାମାନେ ସହଜରେ ଇଂଲିସ ଓ ହିନ୍ଦୀ ଶିଖିପାରିବେ ।


ଗ୍ରାମୀଣ କ୍ଷେତ୍ରର ପିଲାଙ୍କୁ ଇଂରାଜୀ ଏବଂ ହିନ୍ଦୀ ପଢ଼ିବା ଶିଖାଇବା ଉଦ୍ଦେଶ୍ୟରେ ଗୁଗଲ ଏଣ୍ଡ୍ରୟଡ ପ୍ଲାଟଫର୍ମରେ ନିଜର ଏକ ନୂଆ ଆପ "ବୋଲୋ" ଲଞ୍ଚ କରିଛି।ସର୍ବ ପ୍ରଥମେ ଭାରତରେ ଲଞ୍ଚ କରାଯାଇଥିବା ଏହି ଆପ ଅଫ ଲାଇନ ମଧ୍ୟ କାମ କରିବ।ଗୁଗଲର ସ୍ପିଚ ରିକଗ୍ନିସନ ଏବଂ ଟେକ୍ସ୍ଟ -ଟୁ-ସ୍ପିଚ ଟେକ୍ନୋଲୋଜିରେ ସୁସଜିତ ଏହି ଆପରେ "ଦିୟା" ନାମକ ଏନିମେଟେଡ କ୍ୟାରେକ୍ଟର ପିଲାଙ୍କୁ ପଢ଼ିବା ଶିଖାଇବ