Sunday, 31 March 2019
'ଧାରା ୩୭୦ ଉଚ୍ଛେଦ ହେଲେ ଭାରତ ସହ ଜାମ୍ମୁ-କାଶ୍ମୀରର ସମ୍ପର୍କ ତୁଟିବ' : ମେହବୁବା ମୁଫତି
ଶ୍ରୀନଗର : ଜମ୍ମୁକଶ୍ମୀରକୁ ମିଳିଥିବା ସ୍ୱତନ୍ତ୍ର ଅଧିକାର ପକ୍ଷପାତୀ ହୋଇଥିବାରୁ ଏହାର ଉଚ୍ଛେଦ ପାଇଁ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଯୁକ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି। ପିଡିପି ଅଧ୍ୟକ୍ଷ ମୁଫ୍ତି କହିଛନ୍ତି, ଧାରା ୩୭୦ ଉଚ୍ଛେଦ କଲେ ଭାରତ ସହିତ ଜମ୍ମୁକଶ୍ମୀରର ସମ୍ପର୍କ ଛିନ୍ନ ହେବ। ଜେଟ୍ଲୀ ଏହି ପ୍ରସଙ୍ଗର ଗୁରୁତ୍ୱ ବୁଝିବା ଆବଶ୍ୟକ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜେଟ୍ଲୀ ଧାରା ୩୫-ଏକୁ ସମାଲୋଚନା କରି ଏହାକୁ ଏକ ପକ୍ଷପାତୀ ବ୍ୟବସ୍ଥା ବୋଲି କହିଥିଲେ। ସେ କହିଥିଲେ ଏହା ଭାରତର ଅନ୍ୟ ନାଗରିକ ଏବଂ ଜମ୍ମୁକଶ୍ମୀର ନାଗରିକଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରୁଛି।
ଏହାର ପ୍ରତିକ୍ରିୟାରେ ମେହବୁବା ତାଙ୍କ କର୍ମୀମାନଙ୍କୁ ସମ୍ବୋଧନ କରି କହିଥିଲେ, ସମ୍ବିଧାନର ଧାରା ୩୭୦ ଦେଶ ଏବଂ ରାଜ୍ୟ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥିଲା। ଯଦି ଏହ ସ୍ୱତନ୍ତ୍ର ସୁବିଧା ଛଡ଼ାଇନିଆଯାଏ, ଜମ୍ମୁକଶ୍ମୀର ସହିତ ଏହାର ସମ୍ପର୍କ ପାଇଁ ପୁଣି ମୂଲଚାଲ କରିବାକୁ ପଡ଼ିବ। ଏପରି ହେଲେ ଭାରତ ସହିତ ରହିବ କି ନାହିଁ, ସେ ବିଷୟରେ ଜମ୍ମୁକଶ୍ମୀରକୁ ପୁଣିଥରେ ଭାବିବାକୁ ପଡ଼ିବ।
ଏହା ପୂର୍ବରୁ ନ୍ୟାଶନାଲ କନ୍ଫରେନ୍ସ ନେତା ମହମ୍ମଦ ଅବ୍ଦୁଲ୍ଲା ୱାନି ଏବଂ ଆୱାମୀ ଇନ୍ସାଫ୍ ପାର୍ଟି ମୁଖ୍ୟ ଗୁଲାମ୍ ଅହମ୍ମଦ ଶେଖ୍ ସଲୂରା ମୁଫ୍ତିଙ୍କ ପିଡିପିରେ ଯୋଗଦେଇଛନ୍ତି।
Recommended Articles
- OD Information
ରାଜନୈତିକ ଦଳଙ୍କୁ ଆର୍ଟିଆଇ ପରିସରକୁ ଆଣିବା ଲାଗି ସୁପ୍ରିମକୋର୍ଟରେ ଆବେଦନApr 08, 2019
ତଥ୍ୟ ଜାଣିବା ଅଧିକାର (ଆର୍ଟିଆଇ) ଆଇନ ଅଧୀନରେ ସମସ୍ତ ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ସାର୍ବଜନିକ କର୍ତ୍ତୃପକ୍ଷ (ପବ୍ଲିକ୍ ଅଥରିଟୀ) ଭାବେ ଘୋଷଣ...
- OD International
ଚୀନର ନିମନ୍ତ୍ରଣକୁ ପୁଣି ଭାରତର ପ୍ରତ୍ୟାଖ୍ୟାନApr 08, 2019
ଚୀନ ତରଫରୁ ମିଳିଥିବା ବେଲ୍ଟ ଆଣ୍ଡ ରୋଡ ଫୋରମ ନିମନ୍ତ୍ରଣକୁ ଭାରତ ପ୍ରତ୍ୟାଖ୍ୟାନ କରିଛି । ଏହି ବୈଠକ ଚଳିତ ମାସରେ ଅନୁଷ୍ଠିତ ହେବାର ଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅ...
- Od Crime
ମାସୁଦ୍ ବିରୋଧରେ ଯିବ ଚାଇନା, ମିଳିଲା ସକାରାତ୍ମକ ସୂଚନାApr 01, 2019
ନୂଆଦିଲ୍ଲୀ: ସୋମବାର ଆତଙ୍କବାଦୀ ମାସୁଦ୍ ଆଝାରକୁ ଜାତିସଂଘର ଗ୍ଲୋବାଲ ଟେରରିଷ୍ଟ ତାଲିକାଭୁକ୍ତ ଘୋଷଣା କରାଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ଚାଇନା ସକାରାତ୍ମକ ମତ ରଖିଛି...
- OD Business
ସୁପ୍ରିମକୋର୍ଟରେ ଆବେଦନକାରୀଙ୍କ ତଥ୍ୟ ଉପସ୍ଥାପନ;୭୫ କମ୍ପାନୀଙ୍କ ଉପରେ ୨.୨୪ ଲକ୍ଷ କୋଟି ଏନ୍ପିଏApr 01, 2019
ନୂଆଦିଲ୍ଲୀ,୧-୪: ଦେଶର ୩୪ ବିଦ୍ୟୁତ ପ୍ରକଳ୍ପ କମ୍ପାନୀଙ୍କ ମୋଟ ଏନ୍ପିଏ ପରିମାଣ ୧.୪ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ବିଭିନ୍ନ ସେକ୍ଟରରେ କାର୍ଯ୍ୟରତ ୪୧ କର୍ପୋରେଟଙ୍...
Newer Article
ଏବେ କ୍ରିକେଟ୍ ମ୍ୟାଚ୍ ପରି ଦେଖି ପାରିବେ ରକେଟ୍ ପ୍ରକ୍ଷେପଣ, ଇସ୍ରୋ କଲା ଷ୍ଟାଡିୟମ ବ୍ୟବସ୍ଥା
Older Article
ନିର୍ବାଚନ କମିଶନଙ୍କ ଦ୍ବାରା ୧୨୫୩କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ
Labels:
OD Election,
OD National
Subscribe to:
Post Comments (Atom)
No comments:
Post a Comment