Welcome To BN News . Always With Common People .

Breaking

Thursday 28 March 2019

ୟୁଏନରେ ପୁଣି ମାସୁଦ ବିରୋଧରେ ପ୍ରସ୍ତାବ ଆଗତ, କଳାତାଲିକାଭୁକ୍ତ କରିବାକୁ ଦାବି କଲେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ୍

ମାର୍ଚ୍ଚ ୨୮:ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପୁଣି ଆତଙ୍କବାଦୀ ମାସୁଦ ଆଜହର ବିରୋଧରେ ପ୍ରସ୍ତାବ ଆଗତ କରାଯାଇଛି । ଏହି ପ୍ରସ୍ତାବ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ଦ୍ୱାରା ଆଗତ ହୋଇଛି ।ଏହି ଆତଙ୍କବାଦୀ ପାକିସ୍ତାନ ସ୍ଥିତ ଜୈଶ-ଏ-ଅହମ୍ମଦର ମୁଖିଆ ହେବା ସହ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ।ଗତକାଲି ଏହି ପ୍ରସ୍ତାବ ୟୁଏନରେ ଆଗତ ହୋଇଛି । ଏହା ପୂର୍ବରୁ ଚୀନ ନିଜର ଭିଟୋ ବ୍ୟବହାର କରି ମାସୁଦକୁ ରକ୍ଷା କରିଥିଲା । ଯେଉଁ ପ୍ରସ୍ତାବରେ ମାସୁଦକୁ କଳାତାଲିକାଭୁକ୍ତ ସହ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଦାବି କରାଯାଇଥିଲା ।ଭାରତୀୟ ଅଧିକାରୀଙ୍କ ସୂଚନା ମୁତାବକ, ଭାରତ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦର ପ୍ରତିବନ୍ଧିତ କମିଟି ସହିତ ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷିତ କରିବା ଉପରେ ଏବେ ମଧ୍ୟ ପ୍ରୟାସ ଜାରି ରହିଛି। ସୂତ୍ର ମୁତାବକ ଭାରତ ଏହି ମାମଲାରେ ଯେତେ ସମ୍ଭବ, ସେତିକି ସଂଯମ ରକ୍ଷା କରିବ। ଆଶା କରୁଛୁ ଶୀଘ୍ର ଏଥିରେ ସଫଳ ହେବୁ। କାରଣ ଆମ ପାଖରେ ୧୪ ସଦସ୍ୟଙ୍କ ସମର୍ଥନ ରହିଛି।ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ଏବେ ଚୀନ ସହିତ ବିସ୍ତୃତ ଭାବେ ସକରାତ୍ମକ ଆଲୋଚନା କରୁଛନ୍ତି, ଯେମିତି ଆତଙ୍କୀ ସଂଗଠନ ଜୈଶ ଇ ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବାକୁ ନେଇ କୌଣସି ଚୁକ୍ତି କରାଯାଇ ପାରିବ।ଉଲ୍ଲେଖଯୋଗ୍ୟ, ଚୀନ ଆଝାରକୁ ବିଶ୍ଵ ଆତଙ୍କବାଦୀ ଘୋଷିତ ସମ୍ବନ୍ଧରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପିତ ପ୍ରସ୍ତାବ ଉପରେ ଚୀନ ଭିଟୋ କ୍ଷମତାର ପ୍ରୟୋଗ କରି ଆଝାରକୁ ବିଶ୍ଵ ଆତଙ୍କୀ ଘୋଷିତ କରିବାରେ ବାଟ ଓଗାଳିଥିଲା। ଏହି ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ଉପସ୍ଥାପନ କରିଥିଲେ।

No comments:

Post a Comment