Welcome To BN News . Always With Common People .

Breaking

Monday 1 April 2019

ସ୍ଲୋଭାକିଆକୁ ମିଳିଲା ପ୍ରଥମ ମହିଳା ରାଷ୍ଟ୍ରପତି

ବ୍ରାତିସଲାଭା : ଭ୍ରଷ୍ଟାଚାର ବିରୋଧୀ କର୍ମୀ ଜୁଜାନା କାପୁତୋଭା ଦ୍ୱିତୀୟ ରାଉଣ୍ଡର ରନ୍‌-ଅଫ୍‌ ଭୋଟରେ ସ୍ଲୋଭାକିଆର ପ୍ରଥମ ମହିଳା ରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। ସେ ହାଇ ପ୍ରୋଫାଇଲ କୁଟନୀତିଜ୍ଞ ମାରୋସ ସେଫକୋଭିଙ୍କୁ ହରାଇଛନ୍ତି। ସୂଚନାଯୋଗ୍ୟ, ଜୁଜାନାଙ୍କୁ ୫୮.୦୧ ପ୍ରତିଶତ ଭୋଟ ମିଳିଥିବା ବେଳେ ୟୁରୋପୀୟ ସଂଘର ଶକ୍ତି କମିଶନର ମାରୋସଙ୍କୁ ମାତ୍ର ୪୧.୯୮ ପ୍ରତିଶତ ଭୋଟ ମିଳିଥିଲା। ୫୨ ବର୍ଷୀୟ ମାରୋସ ୪୫ ବର୍ଷୀୟା ଜୁଜାନାଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ସେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା କହିଛନ୍ତି। 

No comments:

Post a Comment