Welcome To BN News . Always With Common People .

Breaking

Tuesday 12 March 2019

ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁକୁ ପୂରିଲା ୩୦ ବର୍ଷ: ଗୁଗଲ୍‌ କଲା ସ୍ବତନ୍ତ୍ର ଡୁଡଲ୍‌



ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ(ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌)କୁ ମଙ୍ଗଳବାର ୩୦ ବର୍ଷ ପୂରଣ ହୋଇଛି। ୧୯୮୯ ମାର୍ଚ୍ଚ ୧୨ରେ ଏହାର ସ୍ଥାପିତ ହୋଇଥିଲା। ଏନେଇ ଗୁଗଲ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡୁଡଲ୍‌ ପ୍ରସ୍ତୁତ କରାଯାଇଛି। ଏଭଳି ଓ୍ବେବସାଇଟ୍‌ ସହିତ ସର୍ଚ୍ଚ ଇଞ୍ଜିନ୍‌ ଗୁଗଲ୍‌ ମିଳିତ ଭାବେ କାର୍ଯ୍ୟ କରି ବେଶ୍‌ ସଫଳତା ହାସଲ କରିପାରିଛି। ଇଣ୍ଟରନେଟ୍‌ ଅନେକ ପୂର୍ବରୁ ଆସିଥିଲେ ମଧ୍ୟ ଡବ୍ଲ୍ୟୁ-ଡବ୍ଲ୍ୟୁ-ଡବ୍ଲ୍ୟୁ ଆସିବା ପରେ ଏହାର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇଥିଲା। ଏହାକୁ ଇଂଲଣ୍ଡ ବାସିନ୍ଦା ଟିମ୍‌ ବର୍ନର ପ୍ରସ୍ତୁତ କରିଥିଲେ। ଦୁନିଆର ପ୍ରଥମ ଓ୍ବେବ ସାଇଟ୍‌ https://info.cern.ch/ hypertext/ WWW/ TheProject.html ୧୯୯୧ ଅଗଷ୍ଟ ୬ରେ ପବ୍ଲିଶ୍‌ ହୋଇଥିଲା।

No comments:

Post a Comment