Welcome To BN News . Always With Common People .

Breaking

Thursday 28 March 2019

ଅରୁଣାଚଳ ଓ ତାଇଓ୍ଵାନକୁ ନିଜର ଅଂଶ ନଦେଖାଇବାରୁ ୩୦ ହଜାର ବିଶ୍ଵ ମାନଚିତ୍ରକୁ ନଷ୍ଟ କଲା ଚୀନ

ଚୀନ ଅରୁଣାଚଳ ପ୍ରଦେଶ ଓ ତାଇଓ୍ଵାନକୁ ନିଜର କ୍ଷେତ୍ର ଦର୍ଶାଇନଥିବା କାରଣରୁ ନିଜ ଦେଶରେ ଛପିଥିବା ୩୦,୦୦୦ ବିଶ୍ଵ ମାନଚିତ୍ରକୁ ନଷ୍ଟ କରି ଦେଇଛି। ମିଡିଆରେ ଆସିଥିବା ଖବରରେ ଏହା ଦର୍ଶାଯାଇଛି। ଚୀନ ଭାରତର ପୂର୍ବୋତର ରାଜ୍ୟ ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ବତର ଅଂଶ ବୋଲି ଦାବି କରି ଆସୁଛି। ଚୀନ ନିଜର ଏହି ଆଭିମୁଖ୍ୟକୁ ଉଜାଗର କରିବା ପାଇଁ ବିଗତ ଦିନରେ ଅରୁଣାଚଳ ପ୍ରଦେଶରେ ଭାରତୀୟ ନେତାଙ୍କ ଆଗମନ ଉପରେ ଆପତ୍ତି ଉଠାଇ ଆସିଛି।
ଭାରତ ଅରୁଣାଚଳ ପ୍ରଦେଶ ଆମର ଅଭିନ୍ନ ଅଂଶ ବୋଲି ଚୀନକୁ ବାରମ୍ବାର କହି ଆସିଛି। ଦେଶର ଅନ୍ୟ ରାଜ୍ୟପରି ଅରୁଣାଚଳ ପ୍ରଦେଶକୁ ମଧ୍ୟ ନେତା, ପ୍ରଶାସନିକ ଅଧିକାରୀ ଯାତ୍ରା କରିଥାନ୍ତି। ଦୁଇ ଦେଶ ୩,୪୮୮ କିଲୋମିଟର ଲମ୍ବା ବାସ୍ତବିକ ନିୟନ୍ତ୍ରଣ ରେଖା ସମ୍ବନ୍ଧିତ ସୀମା ବିବାଦକୁ ନେଇ ୨୧ଟି ପର୍ୟ୍ୟାିୟରେ ଆଲୋଚନା କରି ସାରିଛନ୍ତି। ମାତ୍ର ସବୁ ବିଫଳ ହୋଇଛି। ଅନ୍ୟ ପଟେ ଚୀନ ତାଇଓ୍ଵାନକୁ ନିଜର କ୍ଷେତ୍ର ବୋଲି ମଧ୍ୟ ଦାବି କରି ଆସୁଛି।
ସରକାରୀ ସମାଚାର ପତ୍ର ଗ୍ଲୋବାଲ ଟାଇମ୍ସରେ ମଙ୍ଗଳବାର ଛପି ଥିବା ଖବର ମୁତାବକ, ଏହି ସବୁ ମାନଚିତ୍ରକୁ ଅନ୍ୟ କୌଣସି ଦେଶକୁ ପଠାଯିବାର ଥିଲା। ମାତ୍ର କେଉଁ ଦେଶକୁ ଏହା ପଠାଯିବାର ଥିଲା ତାହା ଜଣା ପଡିନାହିଁ। ଚୀନର କିଙ୍ଗଦାଓରେ ସୀମା ଶୁଳ୍କ ଅଧିକାରୀ ପ୍ରାୟ ୩୦,୦୦୦ ମାନଚିତ୍ରକୁ ନଷ୍ଟ କରିଛନ୍ତି। ଏହି ସବୁ ମାନଚିତ୍ରରେ ତାଇଓ୍ଵାନକୁ ଅଲଗା ଦେଶ ଏବଂ ଅରୁଣାଚଳ ପ୍ରଦେଶକୁ ଚୀନର ଅଂଶ ବୋଲି ଦେଖାଯାଇନଥିଲା।
ଇଣ୍ଟରନ୍ୟାସନାଲ ଲ ଅଫ ଚାଇନା ଫରେନ ୟୁନିଭର୍ସିଟିର ପ୍ରୋଫେସର ଲିୟୁ ଓ୍ଵେଙ୍ଗଜାଙ୍ଗ କହିଛନ୍ତି ଯେ, ଚୀନ ଏହି ମାମଲାରେ ଯାହା ବି କରିଛି ତାହା ଆଇନ ସଙ୍ଗତ, କାରଣ ସାର୍ବଭୌମ ଓ କ୍ଷେତ୍ରୀୟ ଅଖଣ୍ଡତା କୌଣସି ଦେଶ ପାଇଁ ସବୁଠୁ ବଡ଼ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ।

No comments:

Post a Comment