Welcome To BN News . Always With Common People .

Breaking

Thursday 14 March 2019

ଜାତିସଙ୍ଘ ରେ ଚୀନର ଦାଦାଗିରି


ଜାତିସଙ୍ଘ ରେ ଚୀନର ଦାଦାଗିରି

ଜାତିସଙ୍ଘ ରେ ଚୀନର ଦାଦାଗିରି । ପୁଲବାମା ଆଟେକ ପରେ ସାରା ବିଶ୍ୱରେ ଜେସ ଏ ମହମ୍ମଦ ର ମୁଖ୍ୟ ମସୂଦ ଅଜହର ର ଆତଙ୍କବାଦୀ କାର୍ଯ୍ୟକଳାପ ସ୍ପଷ୍ଟ ହୋଇସାରିଛି । କିନ୍ତୁ ଚୀନ ଲଗାତାର ବଞ୍ଚାଇ ଚାଲୁଛି ଏହି ପାକିସ୍ତାନ ପାଳିତ ଆତଙ୍କବାଦୀ ମସୁର ଅଜହର କୁ । ଗତ ରାତି ରେ ଆମେରିକା , ବ୍ରିଟେନ , ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶ ଗୁଡିକ ର ପ୍ରସ୍ତାବ ରେ ଲଗାତାର ଚତୁର୍ଥ ଥର ବିଟୋ ପ୍ରୟୋଗ କରିଛି ଚୀନ । ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରୁଥିବା ବ୍ୟକ୍ତି ଏବଂ ସଂଗଠନ କୁ ପାକିସ୍ତାନ ଆର୍ଥିକ ଏବଂ ଅନ୍ୟାନ୍ୟ ସାହାଯ୍ୟ ଦେଇ ପାଳି ଆସୁଛି । ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ସାହସ କୁ ବଢାଇ ଅଛି ଚୀନ । ଭାରତବାସୀଙ୍କୁ ଜାଣିବାକୁ ହେବ ଯେ ଚୀନ ମଧ୍ୟ ହେଇଉଛି ଏକ ବଡ଼ କଣ୍ଟା ଯିଏ ଭାରତ ବିରୋଧରେ ଆତଙ୍କ କୁ ପ୍ରଶ୍ରୟ ଦେଉଛି । ଚୀନ ସହିତ ଭାରତ ପ୍ରତ୍ୟକ୍ଷ ଲଢେ଼ଇ କରି ପାରିବ ନାହିଁ କିନ୍ତୁ ଚୀନ ବିରୋଧ ରେ ଆର୍ଥିକ ଲଢେଇ ଲଢ଼ି ପାରିବ । ଭାରତ ସରକାର ଉପରେ ଚିନର କୋଟି କୋଟି ଟଙ୍କା ଋଣ ବୋଝ ରହିଛି ଏବଂ ବିଭିନ୍ନ ପ୍ରକାର ଅନ୍ତର୍ଜାତୀୟ କଟକଣା ରହିଛି ଯାହାଦ୍ୱାରା ଭାରତ ସରକାର ପ୍ରତ୍ୟକ୍ଷ ଭାବେ ଚୀନ ବିରୋଧ ରେ କିଛି କରିବା ସମ୍ଭବ ନୁହେଁ । କିନ୍ତୁ ଆମେ 125 କୋଟି ଭାରତବାସୀ ସ୍ୱାଧୀନ ଅଟୁ , ଆମେ ସମସ୍ତେ ମିଳିମିଶି ଚୀନ କୁ ଆର୍ଥିକ ବହିଷ୍କାର କରି ପାରିବା । ଚୀନ ରେ ତିଆରି ସାମାନ ଆଜି ଭାରତର ଘରେ ଘରେ ପଶି ସାରିଛି ଏବଂ ସାମାନ ଜରିଆରେ ଚୀନ ଭାରତର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖିଛି । ଆମେ ଜାଣି ରଖିବା ଜରୁରୀ ଯେ ଆମେ ବ୍ୟବହାର କରୁଥିବା ଚୀନ ରେ ତିଆରି ମୋବାଇଲ ଏମ ଆଇ , ଅପ୍ପୋ , ବିଵୋ , ଜିଓ ଫୋନ ଏବଂ ଚୀନ ରେ ତିଆରି ହୋଇଥିବା ଆପ ୟୁ ସି ବ୍ରାଉଜର , ପେଟିଏମ ଇତ୍ୟାଦି ଆମର ସମସ୍ତ ପ୍ରକାର କାର୍ଯ୍ୟକଳାପ କୁ ରେକର୍ଡ କରୁଛନ୍ତି । ତେଣୁ ସାବଧାନ ଜନତା ନିଜେ ଦେଶ ପାଇଁ ଲଢ଼ିବା ପାଇଁ ପ୍ରସ୍ତୁତ ରୁହନ୍ତୁ ।

No comments:

Post a Comment