ଅନାଦାୟ ଋଣ (ଏନ୍ପିଏ) ସମସ୍ୟା ବ୍ୟାଙ୍କିଙ୍ଗ୍ ସେକ୍ଟର ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିବା ବେଳେ ନିଯୁକ୍ତି ସୃଷ୍ଟି ଲାଗି ପ୍ରଣୀତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ଓ୍ବାଇ) ସେମାନଙ୍କ ଲାଗି ବୋଝ ଉପରେ ନଳିତା ବିଡ଼ା ହେଲାଣି। ମିଡିଆ ରିପୋର୍ଟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ୨୦୧୮-୧୯ର ପ୍ରଥମ ୯ ମାସରେ ମୁଦ୍ରା ଯୋଜନା ଅଧୀନରେ ଏନ୍ପିଏ ପରିମାଣ ୫୩% ବୃଦ୍ଧି ପାଇ ୧୪,୯୩୦.୯୮ କୋଟି ଟଙ୍କାରେ ପହଞ୍ଚତ୍ଗଲାଣି। ଯାହାକି ପୂର୍ବବର୍ଷ ୯,୭୬୯.୯୯ କୋଟି ଟଙ୍କା ଥିଲା।
କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ମାଧ୍ୟମରେ ନିଯୁକ୍ତି ସୃଷ୍ଟି ଲାଗି କେନ୍ଦ୍ର ସରକାର ଆରମ୍ଭ କରିଥିଲେ ମାଇକ୍ରୋ ୟୁନିଟ୍ସ ଡେଭଲପ୍ମେଣ୍ଟ ଆଣ୍ଡ ରିଫାଇନାନ୍ସ ଏଜେନ୍ସି (ମୁଦ୍ରା) ଯୋଜନା। ଅଣ କର୍ପୋରେଟ ଓ ଅଣ କୃଷି କ୍ଷେତ୍ରରେ ଋଣ ପ୍ରଦାନ କରି ଉଦ୍ୟୋଗ ପ୍ରତିଷ୍ଠା କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ଥିଲା। ଏହି ଋଣକୁ ୩ଟି ଶ୍ରେଣୀ 'ଶିଶୁ','କିଶୋର' ଓ 'ତରୁଣ'ରେ ବିଭକ୍ତ କରାଯାଇଛି। ଆର୍ଟିଆଇ ତଥ୍ୟ ଅନୁଯାୟୀ, ଏହି ୩ଟି ଶ୍ରେଣୀରେ ଋଣ ପରିମାଣ ଯଥାକ୍ରମେ ୬୪ ପ୍ରତିଶତ, ୫୨ ପ୍ରତିଶତ ଓ ୪୨ ପ୍ରତିଶତ ହାରରେ ବଢ଼ିଛି। ସେହିପରି ମାର୍ଚ୍ଚ ୩୧, ୨୦୧୮ରେ ଏନ୍ପିଏ ଆକାଉଣ୍ଟ ସଂଖ୍ୟା ୧୭.୮୮ ଲକ୍ଷ ଥିବା ବେଳେ ସେହିବର୍ଷ ଡିସେମ୍ବର ୩୧ ସୁଦ୍ଧା ବୃଦ୍ଧି ପାଇ ୨୮.୮୩ ଲକ୍ଷରେ ପହଞ୍ଚତ୍ୟାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଶିଶୁ, କିଶୋର ଓ ତରୁଣ ଆକାଉଣ୍ଟରେ ଏନ୍ପିଏ ହାର ଯଥାକ୍ରମେ ୫୮.୩୩%, ୭୦% ଓ ୪୫% ରହିଛି।
ଋଣ ପ୍ରଦାନ ମଧ୍ୟ ଧିମା ଗତିରେ ଚାଲିଛି। ଏପ୍ରିଲରୁ ଫେବୃୟାରୀ ମଧ୍ୟରେ ମାତ୍ର ୨.୧୨ ଲକ୍ଷ କୋଟି ଟଙ୍କା ଋଣ ବଣ୍ଟାଯାଇଥିବା ବେଳେ ୨୦୧୭-୧୮ରେ ୨.୪୬ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଥିଲା। ଏନ୍ପିଏ ବୃଦ୍ଧି ସହ ଋଣ ପ୍ରଦାନ ହ୍ରାସ ପାଇବାରୁ ଗୋଟିଏ କଥା ସ୍ପଷ୍ଟ ଯେ, ୨୦୧୭-୧୮ରେ ଗ୍ରସ୍ ଏନ୍ପିଏ ହାର(ଏନ୍ପିଏ ବିଭକ୍ତ ଋଣ ପ୍ରଦାନ) ମଧ୍ୟ ଚଳିତ ବର୍ଷ ବଢ଼ି ୩.୯୬ ପ୍ରତିଶତ ହୋଇଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶିକ୍ଷିତ ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଯାଇ ସେମାନଙ୍କ ମନରେ ଆମତ୍ବିଶ୍ୱାସ ଉଦ୍ରେକ ସଦୃଶ ଉଦ୍ୟୋଗ ପ୍ରତିଷ୍ଠା ଲାଗି ମୁଦ୍ରା ଯୋଜନାରେ କୌଣସି ସମ୍ପତ୍ତି ବନ୍ଧା ରଖାଯାଏ ନାହିଁ। ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ମୁଦ୍ରା ଯୋଜନାର ଏନ୍ପିଏ ସରକାରଙ୍କ ପାଇଁ ବଡ଼ ଚିନ୍ତାର କାରଣ ହେବ ବୋଲି କହିଥିଲେ।
No comments:
Post a Comment