Welcome To BN News . Always With Common People .

Breaking

Monday 1 April 2019

ଆଜିଠାରୁ ୭୫ ହଜାର ଟଙ୍କା ଯାଏଁ ବଢ଼ିଯିବ ଟାଟା ସମେତ ଅନେକ କମ୍ପାନୀର କାର ଦର!



ନୂଆଦିଲ୍ଲୀ, ଏପ୍ରିଲ ୦୧ : ପୁଂଜି ବିନିଯୋଗ ତଥା ଅନ୍ୟାନ୍ୟ କାରଣରୁ ବିଭିନ୍ନ କମ୍ପାନୀମାନେ ଏପ୍ରିଲ ୧ରୁ କାର ଦର ବୃଦ୍ଧି କରୁଛନ୍ତି । ଫଳରେ ଗ୍ରାହକଙ୍କୁ ଏଣିକି କାର କିଣିବା ଆହୁରି ଭାରି ପଡିଯିବ । ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଟା ମୋଟର୍ସ, ଟୋୟଟା, ନିସାନ ଇଣ୍ଡିଆ ଏବଂ ରୋନେ ଭଳି କମ୍ପାୀ ଏପ୍ରିଲ ୧ରୁ ନିଜର କାର ଦର ବୃଦ୍ଧି କରୁଛନ୍ତି । ଟାଟା ମୋଟର୍ସ ଗତ ସପ୍ତାହରେ ବାହାନର ଦାମ ଏପ୍ରିଲ ୧ରୁ ୨୫ ହଜାର ଟଙ୍କା ଯାଏଁ ବଢ଼ାଇବାକୁ ଘୋଷଣା କରିଥିଲା । କମ୍ପାନୀ ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ପରିସ୍ଥିତିରେ ପଡି କାର ଦର ବୃଦ୍ଧି କରିଥିବା କହିଥିଲା । କମ୍ପାନୀ ନାନୋ ଠାରୁ ଆରମ୍ଭ କରି ପ୍ରିମିୟମ ଏସୟୁଭି ହେକ୍ସା ଯାଏଁ କାର ବିକ୍ରି କରୁଛି, ଯାହାର ମୂଲ୍ୟ ୨.୩୬ ଲକ୍ଷରୁ ଆରମ୍ଭ କରି ୧୮.୩୭ ଟଙ୍କା ଯାଏଁ ରଖିଛି ।
ଟାଟା ମୋଟର୍ସର ଅଧ୍ୟକ୍ଷ (ଯାତ୍ରୀ ବାହନ ଶାଖା) ମୟଙ୍କ ପାରିକ କହିଥିଲେ, ବଜାରର ପରିବର୍ତ୍ତିତ ପରିସ୍ଥିତି, ଉତ୍ପାଦନରେ ଅଧିକ ପୁଂଜି ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣରୁ ଆମେ ଦର ବୃଦ୍ଧି କରିବା ନେଇ ଚିନ୍ତା କରିଛୁ ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ନିଜର ବାହାନ ଦର ଏପ୍ରିଲ ୧ରୁ ୫ ହଜାର ଟଙ୍କାରୁ ୭୩ ହଜାର ଯାଏଁ ବୃଦ୍ଧି କରିବା ନେଇ ଗତ ସପ୍ତାହରେ ଘୋଷଣା କରିଛି । କମ୍ପାନୀ କହିଥିଲା ଯେ, ବାହାନ ଦର ଏପ୍ରିଲରୁ ୦.୫ ପ୍ରତିଶତ ଠାରୁ ୨.୭ ପ୍ରତିଶତ ବୃଦ୍ଧି କରିବ । କମ୍ପାନୀର ଅଧ୍ୟକ୍ଷ (ବାହାନ ବିଭାଗ) ରାଜନ ବଢ଼େରା କହିଥିଲେ, ଚଳିତ ବର୍ଷ ଜିନ୍ସ ଦର ରେକର୍ଡ ବୃଦ୍ଧି ହୋଇଛି । ଏହା ବ୍ୟତୀତ ଏପ୍ରିଲ ବରୁ ନିୟାମକୀୟ ଆବଶ୍ୟକତାକୁ ପୂରା କରିବାକୁ ହେବ । ଏହା ଦ୍ୱାର ନିବେଶରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଆମେ ନିବେଶ ଦର କମ କରିବାକୁ ଉଦ୍ୟମ କରୁଛୁ । ମାତ୍ର ବୃଦ୍ଧିରେ ନିୟନ୍ତ୍ରଣ କରିବା ସହଜ ନୁହେଁ ।
ନିସାନ ଇଣ୍ଡିଆ ଡେଟସନ ଗୋ ଏବଂ ଗୋ ପ୍ଲସର ମୂଲ୍ୟ ଏପ୍ରିଲ ୧ ରୁ ୪ ପ୍ରତିଶତ ବଢ଼ିପାରେ ବୋଲି କୁହାଯାଉଛି । ଫ୍ରାନ୍ସର ଏହି କାର କମ୍ପାନୀ ରେନୋ ଏପ୍ରିଲରୁ କୁଇଡର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି କରୁଛି । ଏହା ବ୍ୟତୀତ ଟୟୋଟା କିର୍ଲୋସ୍କର ମୋଟର ମଧ୍ୟ ନୂତନ ଆର୍ଥିକ ବର୍ଷ ୨୦୧୯-୨୦ରୁ କିଛି ମଡେଲର କାର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି । ମାତ୍ର କମ୍ପାନୀ ପକ୍ଷରୁ ଏହା କୁହାଯାଇ ନାହିଁ ଯେ, କେଉଁ ମଡେଲର ଦର କେତେ ବଢ଼ିବ ।

No comments:

Post a Comment