ଦୁଇଟି ରାଷ୍ଟ୍ରାୟତ୍ତ ଟେଲିକମ କମ୍ପାନୀ ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର କର୍ମଚାରୀଙ୍କୁ ଫେବୃୟାରୀ ଦରମା ପ୍ରଦାନ ଲାଗି କେନ୍ଦ୍ର ସରକାର ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ବିଏସ୍ଏନ୍ଏଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ହୋଲି ପୂର୍ବରୁ କର୍ମଚାରୀଙ୍କୁ କମ୍ପାନୀ ୮୫୦ କୋଟି ଟଙ୍କା ଦରମା ଦେଇଦେବ। ସେହିପରି ଏମ୍ଟିଏନ୍ଏଲ୍କୁ ୧୭୧ କୋଟି ଟଙ୍କା ମିଳିଛି। ସୂଚନାଥାଉ କି, ଉକ୍ତ ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀକୁ ତୁରନ୍ତ ୧୦୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଲାଗି ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ନା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ ଏବଂ ଏମ୍ଟିଏନ୍ଏଲ୍ ସିଏମ୍ଡି ପି.କେ. ପୁରଓ୍ବାର ଯୋଗ ଦେଇଥିଲେ। ଟେଲିକମ ସେକ୍ଟରରେ ଟାରିଫ ଯୁଦ୍ଧ ଚାଲିଥିବା ବେଳେ ୪ଜି ନ ଥିବା କାରଣରୁ ବିଏସଏନ୍ଏଲ୍ ଦିନକୁ ଦିନ କ୍ଷତି ସହି ଚାଲିଛି।
No comments:
Post a Comment