Welcome To BN News . Always With Common People .

Breaking

Sunday 31 March 2019

ଏୟାରଟେଲ ମାଗଣାରେ ଦେଉଛି ୪ଜି ୱାଇ-ଫାଇ ହଟସ୍ପର୍ଟ, ଏମିତି ଉଠାଇ ପାରିବେ ଲାଭ



ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ପ୍ରିପେଡ ଏବଂ ପୋଷ୍ଟପେଡ ସିଗମେଣ୍ଟ ଠାରୁ ଅଲଗା ଭାରତୀ ଏୟାରଟେଲ ଜିଓଫାଇକୁ ମୁକାବିଲା କରିବାକୁ ଉଦ୍ୟମ କରିଛି । ଏଥି ପାଇଁ କମ୍ପାନୀ ନୂଆ ଯୋଜନା ଶୁଭାରମ୍ଭ କରିଛି । କମ୍ପାନୀ ତରଫରୁ ୬ ମାସିଆ ଅଗ୍ରୀମ ରିଟେଲ ପ୍ଲାନ ଆରମ୍ଭ କରାଯାଇଛି । ଏହି ପ୍ଲାନ ଜରିଆରେ ଭାରତୀ ଏୟାରଟେଲ ରିଲାୟନ୍ସ ଜିଓକୁ ମୁକାବିଲା କରିବ । ଏୟାରଟେଲ ନିଜର ୪ଜି ହ୍ୱଟସ୍ପଟ ଦରରେ ୫୦୦ ପ୍ରତିଶତରୁ ଅଧିକ ଡାଟା ଦେଉଛି ।
ଏହି ଗ୍ରାହକଙ୍କୁ ମିଳିବ ୪ଜି ହଟସ୍ପଟ
ଯେଉଁ ଗ୍ରାହକ ୬ ମାସରୁ ଅଧିକ ଅଗ୍ରୀମ ରିଟେଲ ପ୍ଲାନ ଚୟନ କରିବେ ତାଙ୍କୁ ବିନା କୌଣସି ଅତିରିକ୍ତ ଶୁଲ୍କରେ ଫ୍ରି ହଟସ୍ପସ ଡିଭାଇସ ମିଳିବ । ଏହା ବ୍ୟତୀତ ଏୟାରଟେଲ ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ଟାରିଫ ପ୍ଲାନ ମଧ୍ୟ ଦେଉଛି ।
ଏୟାରଟେଲ ୪ ହଟସ୍ପଟ ମାସିକ ପ୍ଲାନ
ଏୟାରଟେଲ ୪ ହଟସ୍ପଟ ମାସିକ ପ୍ଲାନ କମ୍ପାନୀ ଅନ୍ୟତମ ଆକର୍ଷଣୀୟ ପ୍ଲାନ । ଏହି ପ୍ଲାନର ଦର ହେଉଛି ୩୯୯ ରୁ ୫୯୯ ଟଙ୍କା । ୩୯୯ ଟଙ୍କିଆ ପ୍ଲାନରେ ଗ୍ରାହକଙ୍କୁ ୫୦ଜିବି ଡାଟା ମିଳିବ । ଏହାର ବୈଧତା ଏକ ମାସ ରହିବ । ଏହା ପରେ ଗ୍ରାହକଙ୍କୁ ଅନ୍ୟାନ୍ୟ ସୁବିଧା ମିଳିପାରିବ । କମ୍ପାନୀ ତରଫରୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ୧୦୦ ଜିବି ଡାଟା ଦିଆଯାଉଛି । ଏହି ପ୍ଲାନର ବୈଧତା ମଧ୍ୟ ଏକ ମାସ ପାଇଁ ଉଦ୍ଦିଷ୍ଟ ।

No comments:

Post a Comment