Welcome To BN News . Always With Common People .

Breaking

Sunday 31 March 2019

ମାର୍ଚ୍ଚ ୩୧: ଚଳିତ ଆର୍ଥିକ ବର୍ଷର ଶେଷ ଦିନ ଆଜି, ନିଶ୍ଚିତ ଭାବେ କରନ୍ତୁ ଏହି ୩ କାମ



ନୂଆଦିଲ୍ଲୀ, ମାର୍ଚ୍ଚ ୩୧ : ଆର୍ଥିକ ବର୍ଷ ୨୦୧୮-୧୯ ରବିବାର ଶେଷ ହେଉଛି । ନୂତନ ଆର୍ଥିକବର୍ଷ ସୋମବାର (ଏପ୍ରିିଲ ୧) ଠାରୁ ଆରମ୍ଭ ହେଉଛି । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମସ୍ତଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆସିବ । ଏଥି ପାଇଁ କିଛି କାମକୁ ଆଜି ଶେଷ କରିଦେଲେ ବହୁତ ଭଲ ହେବ । କାରଣ ସରକାର କିଛି ଗୁରୁତ୍ୱପୂର୍ଣ୍ଣ କାମ ମାର୍ଚ୍ଚ ୩୧ ସୁଦ୍ଧା ଶେଷ କରିଦିଅନ୍ତୁ ବୋଲି ପୂର୍ବରୁ ତାରିଖ ନିର୍ଦ୍ଧାରିତ କରିଛନ୍ତି । ଏଥିରେ ଆଧାରକାର୍ଡକୁ ପ୍ୟାନ କାର୍ଡ ସହିତ ଯୋଡ଼ିବା, ଟିଭି ଚେନାଲ ଚୟନ କରିବା, ଜିଏସଟି ରିଟର୍ଣ୍ଣ ଆଦି ପ୍ରମୁଖ କାମ ସାମିଲ ଅଛି ।
ପ୍ୟାନ-ଆଧାରକୁ ଯୋଡନ୍ତୁ
ପ୍ୟାନକାର୍ଡ ସହିତ ଆଧାରକୁ ସଂଯୋଗ କରିବା ପାଇଁ ସରକାର ମାର୍ଚ୍ଚ ୩୧କୁ ଶେଷ ଦିନ ରଖିଛନ୍ତି । ଯଦି ଏହା ନ କରୁଛନ୍ତି, ତା'ହେଲେ ପ୍ୟାନ କାର୍ଡ ବେକାର ହୋଇଯିବ । ଏହାଦ୍ୱାରା ଆପଣ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ । ପ୍ୟାନ-ଆଧାର ଲିଙ୍କ କରିବା ପାଇଁ ୪ ପ୍ରକାର ପ୍ରକ୍ରିୟା ଅଛି । ଆପଣ କାମ କରିସାରିବା ପରେ ପ୍ୟାନ-ଆଧାର ଲିଙ୍କ ହେଲା କି ନାହିଁ ଆୟକର ବିଭାଗର ୱେବସାଇଟ ଯାଇ ଯାଞ୍ଚ କଲେ ଭଲ ।
ଟିଭି ଚେନାଲ ବାଛନ୍ତୁ
ଟିଭିରେ କେଉଁ ଚେନାଲ ଆସୁଛି ଏବଂ କେଉଁ ଚେନାଲ ଗୁଡ଼ିକ ଆପଣ ଦେଖିବାକୁ ଚାହୁଁଛନ୍ତି, ତାହା ଆଜିଠାରୁ ଚୟନ କଲେ ଭଲ । କାରଣ ଏପ୍ରିଲ ୧ରୁ ଅଧିକ ଟଙ୍କା ଦେବାକୁ ପଡିବ । ପୂର୍ବରୁ ଏହା ଫେବୃୟାରୀ ୧ ତାରିଖ ଶେଷ ଦିନ ଥିଲା ।
ଜିଏସଟି
ଆର୍ଥିକ ବର୍ଷ ୨୦୧୮-୧୯ର ଆୟକର ଏବଂ ଜିଏସଟି ରିଟର୍ଣ୍ଣ କରିବାର ଅନ୍ତିମ ଦିବସ ହୋଇଥିବାରୁ ଆଜି ଏହି କାମ କଲେ ଭଲ । ଅଥବା ପରେ କଲେ ୧୦୦୦ରୁ ୧୦୦୦୦ ଟଙ୍କା ଯାଏ ଜରିମାନା ଦେବାକୁ ପଡିପାରେ । ଯଦି ଆୟକରଦାତାଙ୍କ ମୋଟ ଆୟ ୫ ଲକ୍ଷ ଟଙ୍କାରୁ କମ ହୋଇଥାଏ ତା'ହେଲେ ୧ ହଜାର ଟଙ୍କାରୁ ଅଧିକ ହେବ ନାହିଁ । ଆୟକର କାର୍ଯ୍ୟାଳୟ ମାର୍ଚ୍ଚ ୩୧ (ରବିବାର) ବି ଖୋଲିବ ।

No comments:

Post a Comment