Welcome To BN News . Always With Common People .

Breaking

Monday 1 April 2019

ଆଜିଠୁ ବଦଳିଯିବ ଏସବୁ ନିୟମ


ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅନେକ ଗୁଡ଼ିଏ ନୂଆ ନିୟମ ଲାଗୁ ହୋଇଯିବ। ଏହି ନୂଆ ନିୟମ କେତେକଙ୍କୁ ଲାଭ ପହଞ୍ଚାଇବାକୁ ଥିବାବେଳେ ଆଉ କେତେକଙ୍କ ଉପରେ ବୋଝ ହେବ। ତେବେ କେଉଁସବୁ ନିୟମ ବଦଳିଯିବ ସେଥିରୁ କିଛି ଏଠାରେ ଦିଆଯାଇଛି।
ଆୟକରଦାତାଙ୍କୁ ରିହାତି 
ବଜେଟ୍‌ରେ ହୋଇଥିବା ଘୋଷଣା ଅନୁଯାୟୀ ଆୟକରଦାତାଙ୍କୁ ରିହାତି ପ୍ରଦାନ କରାଯିବ। ଏହାଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ ହୋଇଯିବ। ଏଥସହିତ ଟିକସଦାତାଙ୍କୁ ଅନ୍ୟ କେତେକ ସୁବିଧା ମଧ୍ୟ ମିଳିବ।
ଶସ୍ତାରେ ମିଳିବ ଋଣ 
ଏପ୍ରିଲରୁ ସବୁ ପ୍ରକାର ଋଣ ଶସ୍ତା ହୋଇଯିବ। କାରଣ ହେଲା ବ୍ୟାଙ୍କ ଗୁଡ଼ିକ ପୂର୍ବରୁ ଏମ୍‌ସିଏଲ୍‌ଆର୍‌ ( ମାର୍ଜିନାଲ କଷ୍ଟ ଅଫ୍ ଲେଣ୍ଡିଂ ରେଟ୍) ଅନୁସାରେ ସୁଧ ହାର ଧାର୍ଯ୍ୟ କରୁଥିବାବେଳେ ଏପ୍ରିଲରୁ ରିଜର୍ଭ ବ୍ୟାଙ୍କ ଦ୍ବାରା ଧାର୍ଯ୍ୟ ରେପୋ ‌ରେଟ୍ ଅନୁସାରେ ସୁଧ ହାର ଧାର୍ଯ୍ୟ କରିବେ।ଏହାଦ୍ବାରା ଗୃହଠାରୁ ଆରମ୍ଭ କରି ଗାଡ଼ି ଅନ୍ୟାନ୍ୟ ଋଣ ଶସ୍ତା ହେବାର ସମ୍ଭାବନା ରହିଛି।
ଘର କିଣିବା ଶସ୍ତା ହେବ 
ଏପ୍ରିଲ ପହିଲାରୁ ଲୋକଙ୍କୁ ଘର କିଣିବା ଶସ୍ତା ହୋଇଯିବ। ପୂର୍ବରୁ ଜିଏସଟି ପରିଷଦ ସୁଲଭ ମୂଲ୍ୟର ଗୃହ ପାଇଁ ଜିଏସଟି ହାର ୧ ପ୍ରତିଶତକୁ କମାଇ ଦେଇଛି। ଏଥିସହିତ ଅନ୍ୟ ବର୍ଗର ଗୃହ ପାଇଁ ଜିଏସଟି ଦର ହ୍ରାସ କରାଯାଇ ୫ ପ୍ରତିଶତ ରଖାଯାଇଛି।
ଜୀବନ ବୀମା ପଲିସି କିଣିବା ଶସ୍ତା ହେବ 
ଜୀବନ ବୀମା ପଲିସି କିଣିବା ନୂଆବର୍ଷରେ ଶସ୍ତା ହେବାକୁ ଯାଉଛି। ଏପ୍ରିଲ ପହିଲାରୁ କମ୍ପାନି ଗୁଡ଼ିକ ଲୋକଙ୍କ ମୃତ୍ୟୁ ହାରର ନୂଆ ଅଙ୍କ ପାଳନ କରିବେ। ବର୍ତମାନ ବୀମା କମ୍ପାନି ଗୁଡ଼ିକ ୨୦୦୬-୦୮ର ତଥ୍ୟକୁ ଲୋକଙ୍କ ମୃତ୍ୟୁ ହାର ପାଇଁ ବ୍ୟବହାର କରୁଥିବାବେଳେ ଏବେ ଏହା ବଦଳି ୨୦୧୨-୧୪ ହେବ। ୨୦୧୨-୧୪ର ସାରଣୀ ଅନୁଯାୟୀ ବୀମା କରିଥିବା ୨୨ରୁ ୫୦ ବର୍ଷ ବୟସର ବ୍ୟକ୍ତିମାନଙ୍କ ମୃତ୍ୟୁ ହାର ୪-୧୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସପାଇଛି।
ରେଳରେ ମିଳିବ ସୁବିଧା 
ନୂଆ ଆର୍ଥିକ ବର୍ଷରୁ ରେଳବାଇର କେତେକ ନିୟମ ବଦଳିବାକୁ ଯାଉଛି। ନୂଆ ନିୟମ ଅନୁଯାୟୀ, ରେଳବାଇ ଏପ୍ରିଲ ପହିଲାରୁ ସଂଯୁକ୍ତ ପିଏନଆର ନମ୍ବର ଜାରି କରିବ। କୌରସି ଯାତ୍ରୀ ଦୁଇଟି ଟ୍ରେନରେ ଯାତ୍ରା କରିବାର ଥିଲେ ସେମାନଙ୍କୁ ସଂଯୁକ୍ତ ପିଏନଆର ମିଳିବ। କନେକ୍ଟି ଟ୍ରେନ୍ ଛାଡ଼ିଦେଲେ ଯାତ୍ରୀଙ୍କୁ ଟିକସ ମୂଲ୍ୟ ଫେରସ୍ତ ମିଳିବ।
ନୂଆ ନମ୍ବର ପ୍ଲେଟ୍ 
ଗାଡ଼ି ନିର୍ମାତାଙ୍କ ପାଇଁ ନୂଆ ବର୍ଷରୁ ପ୍ଲେଟ୍ ଲଗାଇବା ସଂକ୍ରାନ୍ତ ନୂଆ ନିୟମ ଲାଗୁହେବ। ୨୦୧୯ ଏପ୍ରିଲ ପହିଲାରୁ ଏମାନଙ୍କୁ ହାଇ ସିକ୍ୟୁରିଟି ‌ପଞ୍ଜୀକରଣ ପ୍ଲେଟ ଦେବା ଜରୁରୀ।
ସିଏନ୍‌ଜି ମହଙ୍ଗା ହେବ 
ସୋମବାରରୁ ପ୍ରାକୃତିକ ଗ୍ୟାସର ମୂଲ୍ୟ ୧୮ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହେବାର ସମ୍ଭାବନା ରହିଛି। ଏହାଦ୍ବାରା କମ୍ପ୍ରେସ୍ଡ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଏବଂ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ଗ୍ୟାସ (ପିଏନଜି) ମୂଲ୍ୟ ବୃଦ୍ଧି ପାଇପାରେ। ଏହାହେଲେ ସାଧାରଣ ପରିବହନ ବାବଦ ଭଡ଼ା ମଧ୍ୟ ବୃଦ୍ଧି ପାଇବା ଆଶଙ୍କା ରହିଛି।
ମହଙ୍ଗା ହେବ କାର୍ 
ଯଦି ନୂଆବର୍ଷରେ କେହି କାର କ୍ରୟ କରିବାକୁ ଚାହୁଁଥାନ୍ତି ତାହେଲେ ସେମାନଙ୍କୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। କାରଣ ଟାଟା ମୋଟର୍ସଠାରୁ ଆରମ୍ଭ କରି ଜାଗୁଆର ଆଣ୍ଡ ଲ୍ୟାଣ୍ଡ ରୋଭର, ଟୟୋଟା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭଳି କମ୍ପାନି ସେମାନଙ୍କ ବିଭିନ୍ନ ମଡେଲ କାର ମୂଲ୍ୟ ବୃଦ୍ଧି ପୂର୍ବରୁ ଘୋଷଣା କରିସାରିଛନ୍ତି।

No comments:

Post a Comment