Welcome To BN News . Always With Common People .

Breaking

Sunday 7 April 2019

ଦେବାଳିଆ ଘୋଷିତ ହେବ ଭିଡ଼ିଓକୋନ କମ୍ପାନୀ, ୫୪ ବ୍ୟାଙ୍କର ବୁଡ଼ିବ ୯୦ ହଜାର କୋଟି ଟଙ୍କା


ଦେଶର ଅନେକ କମ୍ପାନୀ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନ ପୁରୁଣା କମ୍ପାନୀ ଭାବେ ପରିଚିତ । ଏହି କମ୍ପାନୀ ନିଜକୁ ବର୍ତ୍ତମାନ ଦେବାଳିଆ ଘୋଷିତ କରୁବାକୁ ନିଷ୍ପତି ନେଇଛି । କମ୍ପାନୀ ୯୦ ହଜାର କୋଟି ଟଙ୍କା ଋଣ ହୋଇଯାଇଥିବା ଭିଡ଼ିଓକୋନର ଚେୟାରମ୍ୟାନ ବେଣୁଗୋପାଳ କହିଛନ୍ତି । ଋଣ ପୈଠ କରିବାକୁ ଗତବର୍ଷ ଏସବିଆଇ ଏନସିଏଲଟି ରେ ଯାଚିକା ଦାଖଲ କରିଥିଲା । କମ୍ପାନୀର ଦେବାଳିଆ ନିୟମ ଅନୁସାରେ ବୋର୍ଡ଼କୁ ନିଲମ୍ବିତ କରାଯାଇ ରିଜଲ୍ୟୁସନ ପ୍ରଫେସନାଲର ନିଯୁକ୍ତି କରାଯାଇଛି ।
ଭିଡ଼ିଓକୋନ କମ୍ପାନୀର ଦେବାଳିଆ ହେବା ଘୋଷଣାର ପ୍ରଭାବ ୫୪ ବ୍ୟାଙ୍କର ବାଲେନ୍ସ ସିଟ ଉପରେ ପଡ଼ିବା ସମ୍ଭାବନାର ରହିଛି । ବ୍ୟାଙ୍କଗୁଡ଼ିକ ଭିଡ଼ିଓକୋନ ଇଣ୍ଡଷ୍ଟ୍ରିଜ ଓ ଭିଡ଼ିଓକୋନ ଟେଲିକମ୍ୟୁନିକେସନ ଲିମିଟେଡ଼ର ଋଣ ବୋଝରେ ରହିଛି । ବିଆଇଏଲ ଉପରେ ୫୯,୪୫୧,୮୭ କୋଟି ଟଙ୍କା ଓ ଓ ବିଟିଏଲ ଉପରେ ୨୬,୬୭୩.୮୧ କୋଟି ଟଙ୍କା କରଜ ରହିଛି । ବିଆଇଏଲଙ୍କ ୫୪ କରଜଦାତାଙ୍କ ମଧ୍ୟରେ ୩୪ଟି ବ୍ୟାଙ୍କ ରହିଛି । ଏହା ମଧ୍ୟରୁ ଭିଡ଼ିଓକୋନର ସବୁଠାରୁ ଅଧିକ ଋଣ ରହିଛି ଏସବିଆଇର । ଏସବିଆଇ ପ୍ରାୟ ୧୧,୧୭୫.୨୫ କୋଟି ଟଙ୍କା ଋଣ ରହିଛି । ବ୍ୟାଙ୍କକୁ ଛାଡ଼ି ୭୩୧ ସପ୍ଳାୟର୍ସଙ୍କ ୩,୧୧୧ କୋଟି ୭୯ଲକ୍ଷ ୭୧ ହଜାର ୨୯ ଟଙ୍କା ମଧ୍ୟ ଏହି କମ୍ପାନୀ ଉପରେ ଋଣ ରହିଛି ଏବଂ ବସିଟିଏଲ ଉପରେ ସପ୍ଲାଏର୍ସର ୧୨୬୬ କୋଟି ୯୯ଲକ୍ଷ ୭୮ ହଜାର ୫୦୭ଟଙ୍କା ରହିଛି ।
ବିଆଇଏଲ ଉପରେ ଆରବିଆଇ ବ୍ୟାଙ୍କର ୯,୫୬୧.୬୭ କୋଟି ଟଙ୍କା , ଆଇସିଆଇସିଆଇ ବ୍ୟାଙ୍କର ୩,୩୧୮.୦୮ କୋଟି ଟଙ୍କା ବାକି ରହିଛି । ବିଟିଏଲ ଉପରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ୩,୦୭୩.୧୬ କୋଟି ଟଙ୍କା ଓ ୧,୪୩୯ କୋଟି ଟଙ୍କା ଆଇସିଆଇସିଆଇ ବ୍ୟାଙ୍କକୁ ବାକି ରହିଛି । ଏହି ପରି ଅନେକ ଟଙ୍କା ଋଣ ଭାରରେ ରହିଛି ଭିଡ଼ିଓକୋନ କମ୍ପାନୀ ।

No comments:

Post a Comment