Welcome To BN News . Always With Common People .

Breaking

Thursday, 14 March 2019

ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି ଟଳିଲା



ସାରା ଦେଶରେ ୫୦ ହଜାର ନୂଆ ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତ ହେବାକୁ ଥିବା ବେଳେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏହାକୁ ସାମୟିକ ଟାଳି ଦେଇଛନ୍ତି। ଇଣ୍ଡିଆନ ଅଏଲ, ହିନ୍ଦୁସ୍ତାନ ପେଟ୍ରୋଲିୟମ ଓ ଭାରତ ପେଟ୍ରୋଲିୟମ ସାରା ଦେଶରେ ପ୍ରାୟ ୭୮,୫୦୦ ନୂଆ ପେଟ୍ରୋଲ ପମ୍ପ ଡିଲର ନିଯୁକ୍ତି କରିବାକୁ ଯାଉଛନ୍ତି। ଏଥିଲାଗି ଗତବର୍ଷ ନଭେମ୍ବରରେ ଆବେଦନ ଆହ୍ବାନ କରାଯାଇଥିଲା। ୩୯ ପ୍ରତିଶତ ସ୍ଥାନରୁ ଗୋଟିଏ ମାତ୍ର ଆବେଦନ ଆସିଥିବା ବେଳେ ଅବଶିଷ୍ଟ ସ୍ଥାନରୁ ଏକାଧିକ ଆସିଛି। ଉକ୍ତ ୩ଟି କମ୍ପାନୀ ଏକ ତୃତୀୟାଂଶ ସ୍ଥାନ ଲାଗି ଡିଲରଙ୍କ ନାମ ପୂର୍ବରୁ ଘୋଷଣା କରିସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨୦୦୦ ବ୍ୟକ୍ତିଙ୍କୁ ଲେଟର ଅଫ୍‌ ଇଣ୍ଟେଣ୍ଟ (ଏଲ୍‌ଓଆଇ) ଜାରି କରାଯାଇସାରିଛି।

No comments:

Post a Comment