Welcome To BN News . Always With Common People .

Breaking

Monday 1 April 2019

ଜାଣନ୍ତୁ ୧ ଏପ୍ରିଲରୁ ଲକ୍ଷାଧିକ ବ୍ୟବସାୟୀଙ୍କୁ କେଉଁ ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି



ନୂଆଦିଲ୍ଲୀ, :
ଛୋଟ ବ୍ୟବସାୟୀମାନଙ୍କୁ ବହୁତ ଶୀଘ୍ର ଦୁଇଟି ବଡ ସୁବିଧା ମିଳିବାକୁ ଯାଉଛି । ଭାରତୀୟ ଅର୍ଥ ମନ୍ତ୍ରାଳୟ ପକ୍ଷରୁ GST ରେଜିଷ୍ଟ୍ରେସନର ପରିଧିକୁ ବୃଦ୍ଧି କରିବାକୁ ନୋଟିଫିକେସନ ଜାରି କରାସରିଛି । ଏବେ ୪୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ବାର୍ଷିକ ଟର୍ଣ୍ଣଓଭର ଉପରେ ରେଡିଷ୍ଟ୍ରେସନ କରିବାକୁ ପଡିବନି । ଏହା  ଏପ୍ରିଲ ୧ରୁ ଲାଗୁହେବ । ଏଥିରେ ଛୋଟ ଏବଂ ମଧ୍ୟବିତ୍ତ ବ୍ୟବସାୟୀମାନଙ୍କୁ ଫାଇଦା ହେବ ।
ଏହା ବ୍ୟତୀତ ୧.୫ କୋଟି ଟଙ୍କାର ବ୍ୟବସାୟ ଉପରେ କମ୍ପୋଜିସନ ଟ୍ୟାକ୍ସ ବ୍ୟବସ୍ଥା ମଧ୍ୟ  ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି । ନିକଟରେ GST ଉପରେ ମନ୍ତ୍ରୀମାନଙ୍କର ଏକ ସମିତି ରେଜିଷ୍ଟ୍ରେସନ ପାଇଁ ବାର୍ଷିକ ଟର୍ଣ୍ଣଓଭରର ସୀମା ବଢାଇବା ନେଇ ସହମତି ପ୍ରକାଶ କରିଥିଲେ ।
GSTରେ ରିହାତିର ସୀମାକୁ ୨୦ ଲକ୍ଷ ଟଙ୍କାରୁ ବଢାଇ ୪୦ ଲକ୍ଷ କରିବା ଦ୍ୱାରା ପାଖାପାଖି ୧୦ ଲକ୍ଷ ଛୋଟ ବ୍ୟବସାୟୀ ଟ୍ୟାକ୍ସ ପଇଠରୁ ମୁକ୍ତି ପାଇବେ, ଯାହା ଏକ ଭଲ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି ।

No comments:

Post a Comment