Welcome To BN News . Always With Common People .

Breaking

Monday 1 April 2019

କେଉଁଠି ଜରୁରୀ ଆଧାର ଲିଙ୍କ୍‌ ?

ଆଧାର ଲିଙ୍କ୍‌କୁ ନେଇ ସାରା ଦେଶରେ ଦୀର୍ଘ ବର୍ଷ ହେଲା ଚର୍ଚ୍ଚା ହୋଇ ଆସୁଛି। କିଛିଟା ସ୍ଥାନରେ ଆଧାର କାର୍ଡର ଲିଙ୍କ୍‌ କରିବା ଜରୁରୀ ଥିବା ବେଳେ କିଛିଟା ସ୍ଥାନରେ ଆଧାର କାର୍ଡର ଲିଙ୍କ୍‌ ଜରୁରୀ ନଥାଏ। ଜାଣନ୍ତୁ କେଉଁଠି ଆଧାରକାର୍ଡ ଲିଙ୍କ୍‌ କରିବା ଜରୁରୀ ଏବଂ କେଉଁଠି ନୁହେଁ।
ଆଧାର କେଉଁଠି ଜରୁରୀ ?
  • ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ବେଳେ ଆଧାର କାର୍ଡ ନିହାତି ଦରକାର
  • ପାନ କାର୍ଡ ପାଇଁ ମଧ୍ୟ ଆଧାର କାର୍ଡ ଜରୁରୀ
  • ସରକାରୀ ଯୋଜନାରୁ ସୁବିଧା ନେବା ପାଇଁ ଆଧାର କାର୍ଡ ଜରୁରୀ
କେଉଁଠି ଜରୁରୀ ନୁହେଁ ?
  • ବ୍ୟାଙ୍କ ଆକାଉଣ୍ଟ ଖୋଲିବା ବେଳେ ବାଧ୍ୟତାମୂଳକ ନୁହେଁ ଆଧାର କାର୍ଡ
  • ଘରୋଇ କମ୍ପାନି, ଟେଲିକମ୍ ଏବଂ ଇ କମର୍ସ ଫାର୍ମ ଲୋକଙ୍କୁ ଆଧାର କାର୍ଡ ମାଗି ପାରିବେ ନାହିଁ
  • ୬ରୁ ୧୪ ବର୍ଷର ପିଲା ଶିକ୍ଷାନୁଷ୍ଠାନରେ ନାମ ଲେଖାଇବା ବେଳେ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ
  • ସିବିଏସ୍‌ଇ, ୟୁଜିସି ଏବଂ ନିଟ୍ ପରୀକ୍ଷା ବେଳେ ଆଧାର କାର୍ଡ ଜରୁରୀ ନୁହେଁ

No comments:

Post a Comment