Welcome To BN News . Always With Common People .

Breaking

Monday 1 April 2019

ମାର୍ଚ୍ଚ ମାସରେ ୧.୦୬ ଲକ୍ଷ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ



ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷର ମାର୍ଚ୍ଚ ମାସରେ ଦ୍ରବ୍ୟ ଏବଂ ସେବାକର (ଜିଏସ୍‍ଟି) ସଂଗ୍ରହରେ ରେକର୍ଡ ସୃଷ୍ଟି ହୋଇଛି। କେବଳ ମାର୍ଚ୍ଚ ମାସରେ ୧ ଲକ୍ଷ ୬ ହଜାର ୫୭୭ କୋଟି ଟଙ୍କାର ସର୍ବୋଚ୍ଚ ଜିଏସ୍‍ଟି ଆଦାୟ କରାଯାଇଛି। ଏହା ପୂର୍ବରୁ ଅପ୍ରେଲ ୨୦୧୮ରେ ଏହି ପରିମାଣର ଜିଏସ୍‍ଟି ଆଦାୟ କରାଯାଇଥିଲା। ଚଳିତ ବର୍ଷର ଜାନୁଆରୀରେ ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା। ଜିଏସ୍‍ଟି ଲାଗୁ ହେବାପରଠାରୁ ଏପର୍ଯ୍ୟନ୍ତ ୪ ଥର ଜିଏସ୍‍ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ବା ତାଠାରୁ ଅଧିକ ହୋଇଛି। ମାର୍ଚ୍ଚ ମାସରେ ସିଜିଏସ୍‍ଟି ବାବଦ ୨୦,୩୫୩ କୋଟି ଟଙ୍କା, ଏସ୍‍ଜିଏସ୍‍ଟି ବାବଦ ୨୭,୫୨୦ କୋଟି ଟଙ୍କା, ଆଇଜିଏସ୍‍ଟି ବାବଦ ୫୦,୪୧୮ କୋଟି ଟଙ୍କା, ସେସ୍‍ ବାବଦ ୮,୨୮୬ କୋଟି ଟଙ୍କା ଆଦାୟ କରାଯାଇଛି। ଏହାସହ ବର୍ଷେ ମଧ୍ୟରେ ଜିଏସ୍‍ଟି ସଂଗ୍ରହରେ ୧୫.୬% ବୃଦ୍ଧି ପରିଲକ୍ଷିତ ହୋଇଛି। ମାର୍ଚ୍ଚ ୨୦୧୮ରେ ଜିଏସ୍‍ଟିରୁ ସରକାରଙ୍କୁ ୯୨,୧୬୭ କୋଟି ଟଙ୍କା ମିଳିଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ମାସିକ ହାରାହାରି ଜିଏସ୍‍ଟି ସଂଗ୍ରହ ପରିମାଣ ୯୮,୧୧୪ କୋଟି ଟଙ୍କା ରହିଛି।

No comments:

Post a Comment