Welcome To BN News . Always With Common People .

Breaking

Monday 1 April 2019

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ - ବେସରକାରୀ ସ୍କୁଲ ନିର୍ଦେଶ ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ


ରାଜ୍ୟରେ ପ୍ରବଳ ଗ୍ରୀଷ୍ମ୍ରବାହକୁ ଦୃଷ୍ଟିରେ ରଖି ସରକାର ରାଜ୍ୟର ସମସ୍ତ ବିଦ୍ୟାଳୟ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ମେଁ ୫ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ଖୋଲା ରହି ମେଁ ୬ରୁ ଛୁଟି ହେବ ବୋଲି ନିର୍ଦେଶ ରହିଛି । ବିଦ୍ୟାଳୟ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ବିଦ୍ୟାଳୟରେ ଯଥେଷ୍ଟ ପାଣି ଗଚ୍ଛିତ ରଖିବା ପାଇଁ ପ୍ରଧାନଶିକ୍ଷକଙ୍କୁ ତାଗିଦ କରାଯାଇଛି । ପୂର୍ବବର୍ଷ ଏହିଭଳି ଘୋଷଣା ହୋଇଥିବାବେଳେ କେନ୍ଦୁଝର ସହରରେ ଥିବା ବେସରକାରୀ ଅନୁଷ୍ଠାନମାନ ଏହାକୁ ମାନି ନ ଥିଲେ । ବିନା ୟୁନିଫର୍ମ ପୋଷାକରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପାଠ ପଢାଉଥିବା ଦେଖାଯାଇଥିଲା । ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଯେଉଁ ବେସରକାରୀ ଶିକ୍ଷାନୁଷ୍ଠାନ ସରକାରଙ୍କ ନିର୍ଦେଶନାମାକୁ ନ ମାନିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ ।

No comments:

Post a Comment